Posted inRasifala

ରାଶିଫଳ: ସୋମବାର, ଅଗଷ୍ଟ ୨୮ ତାରିଖ – Daily Horoscope

ମେଷ
ଆଜି ଭାଗ୍ୟଭାବସ୍ଥ ଚନ୍ଦ୍ର ପ୍ରତ୍ୟେକକର୍ମ ଓ ପାରିବାରିକ ଜୀବନକୁ ସରସ, ସୁନ୍ଦର କରି ରଖିବ। ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିବା ପାଇଁ ଚେଷ୍ଟା କରିପାରନ୍ତି।ଇଛା ନଥିଲେ ମଧ୍ୟ ବାଧ୍ୟ ବାଧକତାରେ ପରିସ୍ଥିତିରେ ପଡିଖର୍ଚ୍ଚାନ୍ତ ହେବେ। ବୁଧଙ୍କ ସୁପ୍ରଭାବରେ ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ।
ବୃଷ
ବୃଷ
ମଙ୍ଗଳ କୋଣସ୍ଥାନରେ ଥିବାରୁ କୌଣସି ଘରୋଇ ସମସ୍ୟାର ସମାଧାନ କ୍ଷେତ୍ରରେ ସ୍ତ୍ରୀଙ୍କ ଅବଦାନ ସ୍ମରଣୀୟ ରହିବ। ପ୍ରଶାସନିକ ସ୍ତରରେ କାମ ହାସଲ କଷ୍ଟକର ହୋଇପାରେ। ସଭାସମିତିରେ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ ଲାଭବାନ ହେବେ। କର୍ମଭାବସ୍ଥ ଶନି କର୍ମକ୍ଷେତ୍ରରେ ଅସ୍ଥିରତା ଦୂର କରିବାରେ ସାହାଯ୍ୟ କରିବେ।
ମିଥୁନ
ମିଥୁନ
ଦ୍ୱିତୀୟ ଓ ତୃତୀୟଭାବର ଶୁଭତ୍ୱ କାରଣରୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ପଡୋଶୀଙ୍କ ସାହଚର୍ଯ୍ୟରେ ସାମାଜିକ ସ୍ତରରେ କୌଣସି କାମ କରିବା ସକାଶେ ସ୍ଥିର କରିବେ। ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି। ଗସ୍ତ ସମୟରେ ଯାନବାହାନରେ ସତର୍କତା ବିଧେୟ।
କର୍କଟ
କର୍କଟ
ଅଷ୍ଟମଭାବସ୍ଥ ଶନିଙ୍କ ଯୋଗୁ ଯେଉଁ କାମରେ ହାତ ଦେବେ କଠିନ ପରିଶ୍ରମ କରିବାକୁ ପଡିବ। କର୍ମକ୍ଷେତ୍ରର ଅସଜଡା ପରିସ୍ଥିତିକୁ ସହକର୍ମୀଙ୍କ ସହ ଆଲୋଚନା କ୍ରମେ ସଜାଡି ନେବେ। କୌଣସି ଅଜଣା ବ୍ୟକ୍ତିଙ୍କ ସହ ଉଚ୍ଚବାଚ୍ଚ ଘଟିପାରେ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବା ସଙ୍ଗକୁ ଶ୍ରମଜନିତ କ୍ଳାନ୍ତିବୋଧ କରିବେ।
ସି˚ହ
ସି˚ହ
ଦ୍ୱାଦଶସ୍ଥ ଶୁକ୍ର ଯୋଗୁ ସୁବିଧା ସୁଯୋଗ ପାଇଲେ ମଧ୍ୟ କାମ ହାସଲ କରି ପାରିବେ ନାହିଁ। ପାରିବାରିକ କ୍ଷେତ୍ରରେ ତର୍କ ବିତର୍କ କାରଣରୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଘଟିପାରେ। ବିଳମ୍ବରେ ହେଲେ ମଧ୍ୟ ଲକ୍ଷ୍ୟ ହାସଲରେ ସମର୍ଥ ହୋଇପାରନ୍ତି। କ୍ରୀଡା, ଚଳଚ୍ଚିତ୍ର, ସଙ୍ଗୀତ, ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।
କନ୍ୟା
ମଙ୍ଗଳଙ୍କ ରାଶ୍ୟାବସ୍ଥାନ ଜନିତ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ଅଂଶୀଦାରଙ୍କ ଅଯଥା ଯୁକ୍ତି କାରଣରୁ ବ୍ୟବସାୟରେ ମନାନ୍ତର ଦେଖା ଦେଇପାରେ। ମାଲିମକଦ୍ଦମାରେ ସ୍ବପକ୍ଷ ସବଳ ରହିବା ହେତୁ ସାମୟିକ ଆଶ୍ୱସ୍ଥି ଅନୁଭବ କରିବେ। ସଂଗୀତ, ଚଳଚ୍ଚିତ୍ର ତଥା ମନୋରନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିପାରନ୍ତି।
ତୁଳା
ତୁଳା
ଗୁରୁଙ୍କ ପାପସଂଯୁତି କାରଣରୁ ନିଜ ଲୋକଙ୍କ ବିରୁଦ୍ଧରେ ପରକଥାକୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ। ପଡୋଶୀଙ୍କ ସହାୟତାରେ ପାରିବାରିିକ ସମସ୍ୟାର ସରଳ ସମାଧାନ କରିବେ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବଧ୍‌ ହୋଇପାରନ୍ତି।
ବିଛା
ବିଛା
ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ କଳହ ଆଶଙ୍କା କରି ମନ କଥା କହିବାକୁ ପଛେଇ ଯିବେ। ଏକ ସାମୁହିକ କାର୍ଯ୍ୟକ୍ରମରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ବନ୍ଧୁଙ୍କ ପ୍ରେରଣାରେ କୌଣସି ସାଂସ୍କୃତିକ ଉସତ୍ବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି। ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।
ଧନୁ
ଧନୁ
କର୍ମକ୍ଷେତ୍ରରେ ଦ୍ୱାଦଶାଧିପତି ଥିବାରୁ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହୋଇପାରେ। ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ କାମ ସମ୍ପାଦନ ନିମନ୍ତେ ସହକର୍ମୀଙ୍କ ସହଯୋଗ ପାଇବେ ନାହିଁ। ବନ୍ଧୁଙ୍କ ଅନାଦର ଭାବ ଯୋଗୁ ମନ ଦୁଃଖ ହୋଇପାରେ। ଶାସ୍ତ୍ରାଧ୍ୟୟନ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିୟୋଜିତ କରିପାରନ୍ତି।
ମକର
ମକର
ଭାଗ୍ୟସ୍ଥ ମଙ୍ଗଳ ହେତୁ କର୍ମକ୍ଷେତ୍ରରେ ଅବହେଳାବଶତଃ ସ୍ଥଗିତ କାମକୁ ପୂରାଦମରେ କରିଚାଲିବେ। ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି। ନିଜ ଲୋକମାନେ ଶତ୍ରୁତା ଆଚରଣ କରିବେ। ବ୍ୟବସାୟ କ୍ଷେତ୍ରରେ ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭକରିବାକୁ ମନ ବଳାଇବେ।
କୁମ୍ଭ
କୁମ୍ଭ
ଚନ୍ଦ୍ର କ୍ଷେତ୍ରରେ ଶୁକ୍ର ଥିବାରୁ କଳା, ସାହିତ୍ୟ, ସାମ୍ବାଦିକତାରେ ପ୍ରଂଶସିତ ହେବେ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା କାରଣରୁ ବ୍ୟସ୍ତ ହୋଇପାରନ୍ତି। ଆଜିର କର୍ମକ୍ଷେତ୍ରରେ କାର୍ଯ୍ୟବ୍ୟସ୍ତ ଯୋଗୁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ। ବନ୍ଧୁଙ୍କ କଥାରେ ହଁ ଭରି କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ।
ମୀନମୀନ

ଷଷ୍ଠସ୍ଥ ରବି ଓ ବୁଧ ଜନିତ କର୍ମକ୍ଷେତ୍ରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ। ପାରିବାରିକ କ୍ଷେତ୍ରର ସମୟ ସୁବିଧା ନେଇ ବନ୍ଧୁଙ୍କ ପାଖରେ ଦୁଖଃ ଜଣାନ୍ତୁ; ଅବଶ୍ୟ ଉପକୃତ ହେବେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହୋଇପାରେ। ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମେ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଦୃଢ଼ ଓ କଠୋରୋକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ପାରିବାରିକ…

ରାଶିଫଳ: ସୋମବାର, ମେ ୧୧ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ବନ୍ଧୁଙ୍କୁ ସୁହାଇଲା ଭଳି ମଉଜିଆ କଥା କହି ପରିସ୍ଥିତିକୁ…

ରାଶିଫଳ: ରବିବାର, ମେ ୧୦ ତାରିଖ – Daily Horoscope

ମେଷ ଆଜି ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। କୃତ୍ତିକା ନକ୍ଷତ୍ରକୁ ଅର୍ଥ ଲାଭ ସହ ଶାରୀରିକ ସୁସ୍ଥତା କାମ କରିବା…

ରାଶିଫଳ: ଶନିବାର, ମେ ୯ ତାରିଖ – Daily Horoscope

ମେଷ ସମ୍ପର୍କୀୟ କିମ୍ବା ଆତ୍ମୀୟଙ୍କ ସାହାଯ୍ୟରୁ କୌଣସି କାମ ଅଟକି ରହିବନାହିଁ। ବିବାଦୀୟ ଘଟଣାରେ କୌଣସି ନିର୍ଦ୍ଦିଷ୍ଟ ପକ୍ଷକୁ ସମର୍ଥନ କରିବା ଠିକ୍‌ ହେବ ନାହିଁ। ଦ୍ୱିଜା…

ରାଶିଫଳ: ଶୁକ୍ରବାର, ମେ ୮ ତାରିଖ – Daily Horoscope

ମେଷ କେନ୍ଦ୍ରସ୍ଥ ଗ୍ରହଙ୍କ ସୁପ୍ରଭାବରୁ ଉଚ୍ଚଚିନ୍ତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ, ଧର୍ମକାର୍ଯ୍ୟକୁ ମନ ବଳିବ। ଆନୁଷ୍ଠାନିକ କ୍ଷେତ୍ରରେ ସାମିଲ ସହ ସତ୍‍ସଙ୍ଗର ସୁଯୋଗ ପାଇବେ। ଆଜିର ଯାତ୍ରା,…

ରାଶିଫଳ: ଗୁରୁବାର, ମେ ୭ ତାରିଖ – Daily Horoscope

ମେଷ ଆଜି ଯାତ୍ରା, ବ୍ୟବସାୟ, ପରିବହନ, ରାଜନୀତି ପାଇଁ ବହୁତ ଭଲ। ମାତ୍ର କର୍ମ କ୍ଷେତ୍ରରେ କେତେକ ବ୍ୟତିକ୍ରମ ଲାଗି ରହିବା କାରଣରୁ ଟେନ୍ସନ ପିଛା ଛାଡିବ…

ରାଶିଫଳ: ବୁଧବାର, ମେ ୬ ତାରିଖ – Daily Horoscope

ମେଷ ବୁଧାଦିତ୍ୟ ଯୋଗ ପ୍ରଭାବରୁ ବ୍ୟକ୍ତିତ୍ୱର ପରିପ୍ରକାଶ ସାମାଜିକ ସ୍ତରରେ ସମ୍ମାନଜନକ ସ୍ଥିତି ପ୍ରଦାନ କରିବ। ପାରିବାରିକ, ପରିବହନ, ନିର୍ମାଣ, ଜମିଜମା ଓ ଆନୁଷ୍ଠାନିକ କାର୍ଯ୍ୟରେ ସଫଳତା…

ରାଶିଫଳ: ମଙ୍ଗଳବାର, ମେ ୫ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଓ ପାରିବାରିକ ପରିସ୍ଥିତି ପୂର୍ବପରି ରହିବ। କର୍ମକ୍ଷେତ୍ରରେ ଅତ୍ୟଧିକ ଯୁକ୍ତିତର୍କ କରିବା ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ। କୃତ୍ତିକା ନକ୍ଷତ୍ର ସକାଶେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri