Posted inRasifala

ରାଶିଫଳ: ଶୁକ୍ରବାର , ଅଗଷ୍ଟ ୧୮ ତାରିଖ – Daily Horoscope

ମେଷ
କର୍ମଜଞ୍ଜାଳ ବୃଦ୍ଧି କାରଣରୁ ଜମା ଫୁର୍‌ସତ୍‌ ପାଇବେ ନାହିଁ। ଆଜି ଆପଣ ଯାନବାହନ, ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବା ପାଇଁ ମନ ବଳାଇପାରନ୍ତି। ଫେରିବା ବାଟରେ ବନ୍ଧୁଙ୍କୁ ଭେଟି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିପାରନ୍ତି। ପାରିବାରିକ ଅସହଯୋଗରୁ ଚାହୁଁଥିବା କାମ ହାସଲ କରିପାରିବେ ନାହିଁ।
ବୃଷ
ବୃଷ
କୌଣସି ବନ୍ଧୁଙ୍କ ସାହାଯ୍ୟ ଆଶାର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିପାରିବେ ନାହିଁ। ପରିବାରରେ କିଛି ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇପାରେ। ମାଲିମକଦ୍ଦମା ତଥା ବିବାଦୀୟ ଘଟଣାରେ ପରିସ୍ଥିତି ଭିନ୍ନରୂପ ନେଇପାରେ। ଅଫିସରେ ବନ୍ଧୁ ଗହଣରେ ମଉଜିଆ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ।
ମିଥୁନ
ମିଥୁନ
ଜଣେ ସମ୍ପର୍କୀୟ ସକାଳୁ କିଛି ନୂଆ ଖବର ଦେବେ, ଯାହା ଆପଣଙ୍କୁ ଅଭିଭୂତ କରିପକାଇବ। ବହୁତ ଦିନର ସମସ୍ୟାର ସମାଧାନ ହୋଇଯିବ। ପାରିବାରିକ କ୍ଷେତ୍ରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍‌ଧ ହୋଇପାରନ୍ତି। ଅସାବଧାନତା କାରଣରୁ ଦ୍ରବ୍ୟହାନିଜନିତ ପରିବାରରେ କଳହର ସମ୍ଭାବନା ରହିଛି।
କର୍କଟ
କର୍କଟ
କୌଣସି ନୂତନ ଅନୁଭୂତି ଲାଭ କରି ଭାବବିଭୋର ହୋଇପାରନ୍ତି। କିନ୍ତୁ କର୍ମକ୍ଷେତ୍ରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ଶିଳ୍ପ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ଆର୍ଥିକ ଦିଗଟି ମନ୍ଦ ନ ହେଲେ ମଧ୍ୟ ଅଧିକ ଆଶା କରି ଅସନ୍ତୁଷ୍ଟ ରହିବେ।
ସି˚ହ
ସି˚ହ
ଅନ୍ୟାନ୍ୟ ଦିଗରୁ କିଛି ଅସୁବିଧା ନ ଥିଲେ ମଧ୍ୟ ସ୍ବାସ୍ଥ୍ୟ ସମସ୍ୟା ମନକୁ ବିଚଳିତ କରିବ। କର୍ମକ୍ଷେତ୍ରରେ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ। ପାରିବାରିକ କ୍ଷେତ୍ରରେ କୌଣସି ଘଟଣା ପାଇଁ ଅନୁତାପ କରିବେ। ବନ୍ଧୁଙ୍କ ମିଥ୍ୟା ଅଭିଯୋଗକୁ ପରୋକ୍ଷ ସମର୍ଥନ ଦେବା କାରଣରୁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
କନ୍ୟା
ପ୍ରତ୍ୟେକ କ୍ଷେତ୍ରରେ ନକାରାତ୍ମକ ଚିନ୍ତାଧାରା ମାନସିକ ସ୍ଥିତିକୁ କଳୁଷିତ କରିବ। କୌଣସିଥିରେ ଭୂମିକା ନ ଥାଇ ମଧ୍ୟ ସବୁ କ୍ଷେତ୍ରରେ ଦୋଷୀ ରୂପେ ପରିଗଣିତ ହୋଇ ପାରନ୍ତି। ଅନ୍ୟମାନଙ୍କ ଭୁଲ୍‌ ଧାରଣା ବୃଦ୍ଧି ହେତୁ ଆପଣ କେତେକ କାମ ପାଇଁ ବାଧକ ସାଜିବେ। ଭାବପ୍ରବଣ ବଶତଃ କିଛି ଗୁମର କଥା ପ୍ରକାଶ କରି ଅପଦସ୍ଥ ହେବେ।
ତୁଳା
ତୁଳା
ମନ ଭିତରେ ଯାହା ଦୁଃଖ ଥାଉନା କାହିଁକି ପରିସ୍ଥିତି ବଶତଃ ଉପର ମନରେ ହସି ହସି କହିବାକୁ ବାଧ୍ୟ ହେବେ। କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ ଓ ଅନ୍ୟମାନେ ଆପଣଙ୍କୁ ପ୍ରଶଂସା କରିବେ। ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିଳମ୍ବ ଘଟିପାରେ। ଶାରୀରିକ ଅସୁସ୍ଥତା ହେତୁ ବ୍ୟସ୍ତ ବିବ୍ରତ ରହିପାରନ୍ତି।
ବିଛା
ବିଛା
ସମସ୍ୟା ଓ ବିବାଦୀୟ ପରିସ୍ଥିତି ମଧ୍ୟରେ ହିଁ ଆପଣଙ୍କ ଲକ୍ଷ୍ୟ ପୂରଣ ହେବ। ଯାହା ଓ ଯେତିକି ଆଶା କରୁଥିଲେ ସେହି ପରିମାଣରେ ପାଇ ପାରିବେ ନାହିଁ। ମନ କଥା ମନଭିତରେ ରଖି ପାରିବାରିକ ସମସ୍ୟାର ସରଳ ସମାଧାନ କରିବେ। ବ୍ୟବସାୟ ଓ ବାଣିଜ୍ୟ, ପରିବହନ ଓ ଶିଳ୍ପ କ୍ଷେତ୍ରରେ ପ୍ରତିବନ୍ଧକ ଦୂରେଇଯିବ।
ଧନୁ
ଧନୁ
ପରିବାରରେ ଅଧିକାଂଶ ସମୟ ତର୍କ, ବିବାଦ ଓ ରାଗରୁଷାରେ ଅତିବାହିତ ହେବ। କୌଣସି କ୍ଷେତ୍ରରେ ଅତ୍ୟଧିକ ପ୍ରତିକ୍ରିୟା ପ୍ରକାଶ କଲେ ଫଳ ଓଲଟା ହୋଇଯାଇପାରେ। ଅତି ଭଲ ପାଉଥିବା ବ୍ୟକ୍ତିଟି ପ୍ରତି ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ। ଆକସ୍ମିକ ଭାବରେ ସାମାନ୍ୟ ଶାରୀରିକ ଅସୁସ୍ଥତା ମଧ୍ୟ ଅନୁଭବ କରିବେ।
ମକର
ମକର
ଏତେ ସହଜରେ କାମ ହାସଲ ହେବାର ଆଶା ନ ଥାଇ ମଧ୍ୟ ଲକ୍ଷ୍ୟ ପ୍ରାପ୍ତି ହେତୁ ବିସ୍ମୟାଭିଭୂତ ହୋଇପାରନ୍ତି। ସମ୍ପର୍କୀୟଙ୍କ ଦ୍ୱାରା ଅଟକି ରହିଥିବା ନିର୍ମାଣାଧୀନ କାମରେ ଅଗ୍ରଗତି ଘଟିବ। ପ୍ରଶାସନିକ ସ୍ତରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ଟଙ୍କା ବାକି ରଖିଥିବା କଥାକୁ କେନ୍ଦ୍ରକରି କଳହର ଆଶଙ୍କା ରହିଛି।
କୁମ୍ଭ
କୁମ୍ଭ
ଆଜି ଯେତିକି ପାଇବେ ତାହାଠାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ସାମାଜିକ ସ୍ତରରେ କାହାର କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। ଶତ୍ରୁତା ଆଚରଣ କରୁଥିବା ବନ୍ଧୁଟି ପ୍ରତି ଦୂରେଇ ରହି ଚଳିବା ଭଲ ହେବ। ଶେଷ କରିବାକୁ ଭାବୁଥିବା କାମଟି ସୁବିଧାରେ କରିପାରିବେ ନାହିଁ, ଏଥି ସକାଶେ ବହୁତ ହଇରାଣ ହେବାକୁ ପଡ଼ିପାରେ।
ମୀନମୀନ

ଆଜି ଦିନଟିରେ ସରଗରମ ଆଲୋଚନା କରି ନିଜ ନିଜ ସ୍ତରରେ ସମାଲୋଚିତ ହେବେ। କୌଣସି ସ୍ଥାନକୁ ଗସ୍ତ କାଳରେ ବହୁଦିନ ବ୍ୟବଧାନରେ ନିଜର ଲୋକମାନଙ୍କୁ ଦେଖି ଖୁସି ହୋଇପାରନ୍ତି। ଅନ୍ୟର ବିରୋଧରେ ଶୁଣାକଥାକୁ ବିଶ୍ୱାସକରି କୌଣସି ପଦକ୍ଷେପ ନିଅନ୍ତୁ ନାହିଁ। ପରିବାରର ଖର୍ଚ୍ଚଭାର ବୃଦ୍ଧି ପାଇବା ଯୋଗୁ ସାମୟିକ ଚିନ୍ତାପ୍ରକଟ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୨୪ ତାରିଖ – Daily Horoscope

ମେଷ ଆଜି ସକାଳୁ ସକାଳୁ କୌଣସି ବନ୍ଧୁ ସ୍ବତଃପ୍ରବୃତ୍ତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସହ ସହମତିରେ କାର୍ଯ୍ୟକଲେ ସଫଳତା ପାଇବେ। ସନ୍ତାନଙ୍କ…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୨୩ ତାରିଖ – Daily Horoscope

ମେଷ ଦ୍ୱିଜା ନକ୍ଷତ୍ରର ପରିବାରର ସମସ୍ୟା ସମାଧାନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଯିବ। ସଭାସମିତିରେ ଉନ୍ନତ ମାନର ଆଲୋଚନା, ପାରିବାରିକ ସଦ୍ଭାବ ସବୁ ପାଇବେ। ବନ୍ଧୁମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?