Posted inRasifala

ରାଶିଫଳ: ବୁଧବାର, ନଭେମ୍ବର ୧୮ ତାରିଖ – Daily Horoscope

ମେଷ
ଆଜି କୌଣସି ନୂଆ କାମଟିଏ ଆରମ୍ଭ କରିବା ସକାଶେ ବ୍ୟୟ ଅଟକଳ କରିବେ। ବାଣିଜ୍ୟ, ବ୍ୟବସାୟ, ପରିବହନ, ହୋଟେଲ ଶିଳ୍ପ, ଛୋଟ ଦୋକାନରୁ ସୁଫଳ ମିଳିବ। ଅଫିସ୍‌ କାମରେ ବୁଝାମଣା ନେଇ ସହମତି ଦେଖାଦେବ। ପ୍ରକାଶନ, ପ୍ରଶାସନ, ସଂଗଠନ ଓ ରାଜନୈତିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ।
ବୃଷ
ବୃଷ
ଅନ୍ୟମାନଙ୍କୁ ପ୍ରଭାବିତ କରି କାମ ହାସଲରେ ସମର୍ଥ ହୋଇପାରନ୍ତି। ସଭାସମିତି, କଚେଖି ମାମଲା, ଚୁକ୍ତିପତ୍ର ଓ କଳା ସାହିତ୍ୟରେ ପ୍ରଶଂସିତ ହେବେ। ଶାରୀରିକ ଦୁର୍ବଳତା ଯୋଗୁ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ। ଆନୁଷ୍ଠାନିକ କାମରେ ମତାନ୍ତରଜନିତ ମୃଗଶିରା ବ୍ୟସ୍ତତା ପ୍ରକାଶ କରିବେ।
ମିଥୁନ
ମିଥୁନ
ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କଲେ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରନ୍ତି। ବସ୍ତ୍ର ଓ ଅଳଙ୍କାର, ଔଷଧପତ୍ର କିମ୍ବା ସୌଖୀନ ଦ୍ରବ୍ୟ କ୍ରୟ କରିବା କ୍ଷେତ୍ରରେ ଖର୍ଚ୍ଚାନ୍ତ ହେବାକୁ ପଡିବ। ଯାତ୍ରା ସମୟରେ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବାର ସମ୍ଭାବନା ରହିଛି। ବାଣିଜ୍ୟ, ବ୍ୟବସାୟରେ ନୂଆ ପଦକ୍ଷେପ ଗ୍ରହଣ ପାଇଁ ମନ ବଳାଇବେ।
କର୍କଟ
କର୍କଟ
ଭୁଲ୍‌ ବୁଝାମଣାବଶତଃ ବହୁତ ଦିନରୁ ଭାଙ୍ଗିଯାଇଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ। ବିଭିନ୍ନ ଉପାୟରେ ଅର୍ଥ ଓ ସମ୍ମାନ ବୃଦ୍ଧି ପାଇଁ ଚେଷ୍ଟିତ ହେବେ। ବନ୍ଧୁଙ୍କ ପରାମର୍ଶରେ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି। ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇ କାର୍ଯ୍ୟ ସିଦ୍ଧି ପାଇଁ ଚେଷ୍ଟା କରିବେ।
ସି˚ହ
ସି˚ହ
ଆଜି ଯେତିକି ପାଇବେ ତାହାଠାରୁ ବହୁ ଗୁଣରେ ଖର୍ଚ୍ଚାନ୍ତ ମଧ୍ୟ ହେବାକୁ ପଡିପାରେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କଠାରୁ କିଛି ବିବାଦୀୟ ମନ୍ତବ୍ୟ ଶୁଣି ଆତଙ୍କିତ ହୁଅନ୍ତୁ ନାହିଁ। ଆଜିର ପରିବହନରେ ଲାଭ ସେତେଟା ସନ୍ତୋଷଜନକ ହେବନାହିଁ। ଅପରାହ୍ନରେ ବନ୍ଧୁ ମିଳନରୁ ଖୁସୀ ହେବେ।
କନ୍ୟା
ଆଜି ଦିନଟିରେ ମନଲାଖି କଥା କହି ଅନ୍ୟମାନଙ୍କର ପ୍ରିୟଭାଜନ ହେବେ। ରପ୍ତାନି ବାଣିଜ୍ୟ, ଜମିଜମା ବ୍ୟବସାୟ ଓ ସାମ୍ବାଦିକତା ତଥା ଏଜେନ୍ସିପ୍‌ରୁ ଖୁସି ରହିବେ। କର୍ମକ୍ଷେତ୍ରରୁ ଅଚାନକ ଶୁଭ ଖବର ଶୁଣି ପାରନ୍ତି। ସାମାଜିକ ସ୍ତରରେ ଅନ୍ୟାୟ ବିରୋଧରେ ଲଢିଲେ ସମର୍ଥନ ପାଇବେ ନାହିଁ।
ତୁଳା
ତୁଳା
ଘରୋଇ ସମସ୍ୟା ସମାଧାନ ନ ହୋଇପାରିବା କାରଣରୁ ମନ ଅସ୍ଥିର ରହିବ। କର୍ମକ୍ଷେତ୍ରରେ କିଛି ନୂତନ କାମ ସୃଷ୍ଟି କରିବା ସକାଶେ ଚିନ୍ତା କରିପାରନ୍ତିି। ଦୀର୍ଘ ଦିନରୁ ରହିଆସିଥିବା ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ଘଟିପାରେ ଏବଂ କଳା, ସାହିତ୍ୟ, ସଭାସମିତିରେ ସୁନାମ ମିଳିବ।
ବିଛା
ବିଛା
ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଲେ ମଧ୍ୟ ବିଭିନ୍ନ ଦିଗରୁ ରୋଜଗାର କିଛି କମ୍‌ ହେବନି। ଅଧିକାଂଶ ସମୟ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇ ଖୁସି ହେବେ। କାମରେ ଅବହେଳା କାରଣରୁ ମନରେ ବିରକ୍ତିଭାବ ସୃଷ୍ଟି ହେବ ଓ କଟୁକ୍ତି ଶୁଣିବାକୁ ପଡିପାରେ। ଭୁଲ୍‌ ବୁଝାମଣା ପାରିବାରିକ ଅଶାନ୍ତିର କାରଣ ହୋଇପାରେ।
ଧନୁ
ଧନୁ
ଆଜି ସବୁ ପ୍ରକାର ଅନୁକୂଳ ପରିବେଶ ଓ ପରିସ୍ଥିତି ସୃଷ୍ଟି ହେବ। ଦୀର୍ଘ ଦିନର ଅପୂରଣୀୟ ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ମାତ୍ର ପାରିବାରିକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବା ଦ୍ୱାରା କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇପାରିବ।
ମକର
ମକର
ସକାଳୁ ସକାଳୁ କୌଣସି କାମ ସକାଶେ ଯାତ୍ରା କରିବାକୁ ପଡିପାରେ। ଆନୁଷ୍ଠାନିକ କାମରେ ସଫଳତା ଦିଗକୁ ମନ ବଳାଇପାରନ୍ତି। ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦିତ ହେବେ। ନିର୍ମାଣ, କଳା, ସାହିତ୍ୟ, ପ୍ରଶାସନ, ଶିଳ୍ପ, ବାଣିଜ୍ୟ, ପରିବହନ ଓ ଏଜେନ୍ସିପରୁ ଖୁସି ରହିବେ।
କୁମ୍ଭ
କୁମ୍ଭ
ଆଜିର ସମୟ ବନ୍ଧୁମାନଙ୍କ ସହ ଆଲୋଚନାରେ ବିତିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଶିଥିଳତା ଦେଖାଦେବ। ଭ୍ରାତୃ ସମ୍ପର୍କରେ ଉନ୍ନତି ଘଟିବା ସହ ପାରିବାରିକ କ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ନିର୍ମାଣ କାମ ଧିମେଇ ଯିବ ଓ ଆବଶ୍ୟକତା ପୂରଣ ପାଇଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ।
ମୀନମୀନ
ଆଜି ଯାହାକୁ ଯାହା କହିବେ କିମ୍ବା କରିବେ ତାହା ସମସ୍ତଙ୍କର ମନକୁ ପାଇବ। ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁଙ୍କ ସହ ଆଲୋଚନା ପରେ ଆଶ୍ୱସ୍ତି ଲାଭ କରିବେ। ରାଜନୀତି, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ। ଛୋଟ ଛୋଟ କଥାରେ କଳହ ଲାଗିବାର ସମ୍ଭାବନା ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri