Posted inRasifala

ରାଶିଫଳ: ବୁଧବାର, ଫେବୃଆରୀ ୧୮ ତାରିଖ – Daily Horoscope

ମେଷ
ଏକାଦଶ ସ୍ଥାନରେ ପଞ୍ଚଗ୍ରହକୂଟ କୋଣଭାବକୁ ପ୍ରଭାବିତ କରି ଶିକ୍ଷା, ସନ୍ତାନ, ବନ୍ଧୁସମ୍ପର୍କ ଏବଂ ଆଲୋଚନାରେ ସମସ୍ୟା ସୃଷ୍ଟି କରିପାରନ୍ତି। ଶନିଙ୍କ ଦୃଷ୍ଟି ଦ୍ୱିତୀୟଭାବକୁ ରହିଥିବାରୁ ଧନହାନି ସାଙ୍ଗକୁ ମାନସିକ ସ୍ତରରେ ଅନ୍ତର୍ଦ୍ୱନ୍ଦ ଲାଗିରହିବ। ପ୍ରତୀକ୍ଷିତ ଖବରଟି ଆଶ୍ୱସ୍ତି ଲାଭର କାରଣ ହୋଇପାରେ।
ବୃଷ
ବୃଷ
ଯାହାକୁ ନିଜର ଭଳି ଚିନ୍ତା କରିବେ ସେହି ବ୍ୟକ୍ତି ହିଁ ସମସ୍ୟା ସୃଷ୍ଟିର ସୂତ୍ରଧର ସାଜିପାରେ। ସହକର୍ମୀଟିର ସାହାଯ୍ୟରେ ଆର୍ଥିକ ସମସ୍ୟା ଦୂର ହେବ। ଗୁରୁ୍‌ତ୍ୱପୂର୍ଣ୍ଣ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିବାର ସୁଯୋଗ ପାଇପାରନ୍ତି। ନବମଭାବରେ ଉଚ୍ଚସ୍ଥ ମଙ୍ଗଳ ଯୋଗୁ ଆକସ୍ମିକ ପରିବାର ସହ ମାଙ୍ଗଳିକ କାମରେ ଭ୍ରମଣ ଯୋଗ ରହିଛି।
ମିଥୁନ
ମିଥୁନ
ଦୁଃସ୍ଥାନାଧିପତି ଶନିଙ୍କ କର୍ମସ୍ଥସ୍ଥିତି ଯୋଗୁ ଆଜି ଯାହା କରିବାକୁ ଯାଉଛନ୍ତି ଠିକ୍‌ ବିଚାରକରି ପଦକ୍ଷେପ ନିଅନ୍ତୁ। ପାରିବାରିକ ସମ୍ପର୍କକୁ ନେଇ ବନ୍ଧୁଙ୍କ ଅନୁରୋଧରେ ଦୂରଯାତ୍ରା କରିବେ। ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି। ସାହିତ୍ୟ, ରଚନାତ୍ମକ କାର୍ଯ୍ୟ ଏବଂ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ।
କର୍କଟ
କର୍କଟ
ରାଶ୍ୟାଧିପତି ଅଷ୍ଟମଭାବସ୍ଥ ଯୋଗୁ ଦୈହିକ ଏବଂ ମାନସିକ ସ୍ବାସ୍ଥ୍ୟ ଭଲ ରହି ନ ପାରେ। ସପ୍ତମାଧିପତିଙ୍କ ଦୁର୍ବଳତାଜନିତ ଦୂରଯାତ୍ରା ସମୟରେ ଅଜଣା ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ। ଯାନବାହନ ଚାଳନା ସମୟରେ ଅନ୍ୟମନସ୍କ ହେଲେ ଅସୁବିଧା ଭୋଗିବେ। ବନ୍ଧୁ ଦ୍ୱାରା ପ୍ରତାରିତ ହେଲେ ମଧ୍ୟ ନିଜକୁ ନିୟନ୍ତ୍ରଣରେ ରଖିପାରିବେ।
ସି˚ହ
ସି˚ହ
ଶୁକ୍ରଙ୍କ ଷଷ୍ଠସ୍ଥାନଜନିତ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ପରିବାରର ବାକିଆ କାମକୁ ସମାପ୍ତ କରିବା ସକାଶେ ମନସ୍ଥ କରିଥିଲେ ମଧ୍ୟ ଆଜି ସ୍ଥଗିତ ରହିଯିବ। କର୍ମକ୍ଷେତ୍ରର ସମସ୍ୟା ସୁଧାରିବା ସକାଶେ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଶାରୀରିକ ଅବସ୍ଥାରେ ଉନ୍ନତି ଓ ବନ୍ଧୁଙ୍କ ସହାନୁଭୂତିରୁ ମନୋବଳ ବଢ଼ିବ।
କନ୍ୟା
ସମ୍ପର୍କୀୟଙ୍କୁ ସୁହାଇଲା ଭଳି କାମ କରିବାକୁ ଯାଇ ଅପଦସ୍ଥ ହେବେ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବା ସହ ପ୍ରଶଂସିତ ମଧ୍ୟ ହେବେ। ଘର ଭିତରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ଯୋଗୁ ବିରକ୍ତି ପ୍ରକାଶ କରିପାରନ୍ତି। ବୃହସ୍ପତିଙ୍କ ଦୃଷ୍ଟି ଜନିତ ସଭାସମିତିରେ ବନ୍ଧୁମିଳନ ସଙ୍ଗକୁ ସମ୍ମାନିତ ହେବାର ସୌଭାଗ୍ୟ ଅର୍ଜନ କରିପାରନ୍ତି।
ତୁଳା
ତୁଳା
ଚନ୍ଦ୍ର କର୍ମଭାବେ ଅଷ୍ଟମସ୍ଥ ଯୋଗୁ ନିଦ୍ଦିଷ୍ଟ ସମୟରେ ଶେଷ କରିବାକୁ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ନ ହୋଇପାରେ। ଏଥି ସକାଶେ ମନଗଢା କଥା କହି ପରିସ୍ଥିତି ଲାଘବ ପାଇଁ ଚେଷ୍ଟା କରିବେ। ବନ୍ଧୁମାନେ ଅସହଯୋଗ ମନୋବୃତ୍ତି ପୋଷଣ କରିପାରନ୍ତି। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇବା ଠିକ୍‌ ହେବ ନାହିଁ।
ବିଛା
ବିଛା
ରାଶ୍ୟାଧିପ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ପରାମର୍ଶରେ ଅଟକିଥିବା କାମଟିକୁ ଆରମ୍ଭକରିବାକୁ ମନ ବଳାଇବେ। ଏକାଧିକ ସହଭାଗିତାଙ୍କ ବ୍ୟବସାୟରେ ମନାନ୍ତର ଦେଖାଦେବ। ରଚନାମତ୍କ କାର୍ଯ୍ୟ, କ୍ରୀଡା, ସାହିତ୍ୟ, ଶିଳ୍ପ, କାରିଗରି ବିଦ୍ୟାର ଚମତ୍କାରିତାରୁ ଉଚ୍ଚସ୍ତରରେ ସମ୍ପର୍କ ବଢ଼ିବ। ପାରିବାରିକ କ୍ଷେତ୍ରରେ ଭାବପ୍ରବଣ ଦୁଃଖର କାରଣ ହେବ।
ଧନୁ
ଧନୁ
ବନ୍ଧୁଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡିବେ। ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ। କେନ୍ଦ୍ରସ୍ଥ ବୃହସ୍ପତିଙ୍କ ସୁପ୍ରଭାବରୁ ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ସାମାଜିକ ସ୍ତରରେ ଖଳଲୋକମାନଙ୍କ ଉଦ୍ଦେଶ୍ୟ ପ୍ରଣୋଦିତ ମାନସିକ ଚାପର ସମ୍ମୁଖୀନ ହୋଇପାରନ୍ତି ।
ମକର
ମକର
ମନକଥା ଗୋପନ ରଖି ବନ୍ଧୁଙ୍କ ସମ୍ମୁଖରେ ମିଥ୍ୟାଭାଷଣ ପ୍ରଦାନ କରିପାରନ୍ତି। ଚତୁର୍ଥାଧିପତି ସ୍ବରାଶିରେ ଥିବାରୁ ଘରେ ଆମୋଦ ପ୍ରମୋଦର ସୁଅ ଛୁଟିବ। କାର୍ଯ୍ୟଦକ୍ଷତା ଏବଂ ସମୟୋପଯୋଗୀ ପଦକ୍ଷେପରୁ କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହିଯାଇପାରେ।
କୁମ୍ଭ
କୁମ୍ଭ
ତୃତୀୟାଧିପତିଙ୍କ ଶୁଭତ୍ୱ କାରଣରୁ ସମସ୍ୟାକ୍ରାନ୍ତ ସମୟରେ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ। ଖାଦ୍ୟପେୟରେ ଅନିୟମିତତାରୁ ପେଟ ଗୋଳମାଳ ଦେଖାଦେବ। ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟି କରିପାରେ। ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟାକୁ ଦୂରେଇବାରେ ସମର୍ଥ ହେବେ।
ମୀନମୀନ
ଦ୍ୱାଦଶସ୍ଥ ଗ୍ରହ ପ୍ରଭାବରୁ ବାଧ୍ୟବାଧକତାରେ ଦୀର୍ଘପଥ ଭ୍ରମଣ ହେତୁକ କ୍ଲାନ୍ତି ଓ ଅବସାଦ ଦେଖାଦେବ। ଉପରିସ୍ଥଙ୍କ ତାଗିଦା ପରେ ମଧ୍ୟ କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିପାରିବେ ନାହିଁ। ମାଙ୍ଗଳିକ ଉତ୍ସବ ନିମନ୍ତେ ବନ୍ଧୁଙ୍କ ସହ ଆଲୋଚନା କରିବେ। ଆଶା କରୁଥିବା ଖବର ବନ୍ଧୁଙ୍କ ଦ୍ୱାରା ପାଇ ଖୁସି ହେବେ।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri