Posted inRasifala

ରାଶିଫଳ: ଶନିବାର, ଜୁଲାଇ ୧ ତାରିଖ –daily horoscope

ମେଷ
ଆଜିର ଅଷ୍ଟମ ଚନ୍ଦ୍ର ରାଶ୍ୟାଧିପଙ୍କ ଦୃଷ୍ଟିରେ ଥିବାରୁ ସମସ୍ୟା ସମାଧାନ କରିବାରେ ସଫଳ ହେବେ। ବନ୍ଧୁମିଳନ ସାଙ୍ଗକୁ କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ, କିନ୍ତୁ ଏଥିପାଇଁ ବୁଦ୍ଧି ଖର୍ଚ୍ଚ କରିବାକୁ ପଡ଼ିବ। ବାଣିଜ୍ୟ, ବ୍ୟବସାୟରେ ନୂଆ ଯୋଜନା ଉପରେ ଗୁରୁତ୍ୱ ଦେବେ।
ବୃଷ
ବୃଷ
ଆଜି ବୁଧାଦିତ୍ୟ ଯୋଗ ପ୍ରଭାବରୁ ଅର୍ଥଲାଭ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିପାରେ। ଘରର କେତେକ ବ୍ୟତିକ୍ରମକୁ ନେଇ ଚିନ୍ତା ପ୍ରକଟ କରି ପାରନ୍ତି। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। କେତେକ କ୍ଷେତ୍ରରେ ହାତରୁ ଖାଇ ପର ପାଇଁ ଖଟିବାକୁ ପଡ଼ିପାରେ।
ମିଥୁନ
ମିଥୁନ
ରବି ପାପଗ୍ରହ ରାହୁ ନକ୍ଷତ୍ରସ୍ଥ ଯୋଗୁ ବନ୍ଧୁଙ୍କ କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତ କରିପାରନ୍ତି। ରାଜନୀତି, ସଭାସମିତି ଓ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ଆଲୋଚନା ଫଳପ୍ରଦ ହୋଇପାରେ। ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ। ଅଚାନକ ଭାବରେ ବନ୍ଧୁଙ୍କ ଆମନ୍ତ୍ରଣ ପାଇ ଯାତ୍ରା କରିପାରନ୍ତି।
କର୍କଟ
କର୍କଟ
ଶୁକ୍ରଙ୍କ ରାଶ୍ୟାବସ୍ଥାନ ହେତୁ ନିଜର ସ୍ବାର୍ଥ ସାଧନ ଦିଗରେ ଅନ୍ୟକୁ ନିୟୋଜିତ କରିବା ସକାଶେ ଯୋଜନା କରିବେ। ବାଣିଜ୍ୟ, ଶିଳ୍ପ ଓ ବ୍ୟବସାୟରେ ଦ୍ୱନ୍ଦ୍ୱର ଅବସାନ ଘଟିବ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିବ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ।
ସି˚ହ
ସି˚ହ
ମଙ୍ଗଳ ଏକାଦଶରେ ରହିବା ହେତୁ ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ସଫଳତା ପାଇବେ। ଅଧସ୍ତନଙ୍କ ସହମତିରେ କାମ କଲେ ଉପକୃତ ହେବେ। ସଭାସମିତି ଓ ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ। ଅନିୟମିତ ଆହାର ଗ୍ରହଣ ଫଳରେ ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ପ୍ରତିଯୋଗିତାରେ ସଫଳତା ପାଇପାରନ୍ତି।
କନ୍ୟା
ରାହୁ ରାଶିରେ ବୁଧ ରହିଥିବାରୁ ଯେକୌଣସି କାମ କଲେ ପ୍ରଥମେ ପ୍ରତିବନ୍ଧକ ଲାଗି ରହିଲେ ମଧ୍ୟ ପରେ ସଫଳତା ମିଳିବ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ଆଶାଜନକ ଫଳ ପାଇବେ। ପର କଥାରେ ମନଦେଇ ନିଜ ଘର କାମକୁ ଅବହେଳା କରିପାରନ୍ତି। ନିର୍ମାଣାଧୀନ କାମ ଅଟକି ରହିଯାଇପାରେ।
ତୁଳା
ତୁଳା
ବନ୍ଧୁଙ୍କ ପ୍ରେରଣାରେ ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହେବେ। କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବାର ସୌଭାଗ୍ୟ ମିଳିପାରେ। ଶନିଙ୍କ ଶୁଭ ସଂସ୍ଥାନରୁ ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ସାମାନ୍ୟ ଚେଷ୍ଟାରେ ପାଇବେ। ଆର୍ଥିକ ସ୍ଥିତି ପୂର୍ବପରି ରହିବା କାରଣରୁ ମନରେ ସରସତା ରହିବ ନାହିଁ।
ବିଛା
ବିଛା
ଭାଗ୍ୟାଧିପତି ରାଶିରେ ଥିବାରୁ ସମୟୋଚିତ ପଦକ୍ଷେପ ନେଇ ଅନିଶ୍ଚିତତାକୁ ନିଶ୍ଚିତ କରିବାରେ ସମର୍ଥ ହେବେ। ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଆକସ୍ମିକ ଭାବେ ଭ୍ରମଣ ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ରାଜନୀତିରେ ଚେଷ୍ଟା ସଫଳ ହେବ।
ଧନୁ
ଧନୁ
ବୃହସ୍ପତିଙ୍କ ପ୍ରଭାବରୁ ଘରର କିଛି ସୁବିଧା ଓ ଅସୁବିଧା ସମ୍ପର୍କରେ ପରିବାର ଭିତରେ ଆଲୋଚନା କରି ପାରନ୍ତି। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଟେନସନ୍‌ କମିଯିବ। ବ୍ୟବସାୟ କ୍ଷେତ୍ରରେ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। ରାଜନୀତି, ପ୍ରଶାସନ ଓ ପ୍ରକାଶନ ସକାଶେ ଆଜି ଦିନଟି ବହୁତ ଭଲ।
ମକର
ମକର
ପାପଗ୍ରସ୍ତ ଗୁରୁଙ୍କ ହେତୁ ଜମା ପଡୁ ନ ଥିବା ଲୋକଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହେବା ଠିକ୍‌ ହେବ ନାହିଁ। ବିବାଦୀୟ ଘଟଣାରେ ବିଜୟୀ ହେବେ ଓ ବ୍ୟବସାୟ ତଥା ପରିବହନରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ।
କୁମ୍ଭ
କୁମ୍ଭ
ଶୁକ୍ରଙ୍କ କୃପାରୁ କୌଣସି ସଙ୍କଟଜନକ ପରିସ୍ଥିତି ମଧ୍ୟରେ ମନଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ଯାହାକୁ ଯାହା କହିବେ ସେହି ମିତ୍ରମାନେ ସହଯୋଗର ହାତ ବଢ଼ାଇବେ। ପ୍ରତ୍ୟେକ କଥାକୁ ଠିକ୍‌ ଭାବେ ବୁଝିପାରିବେ,ଅବଶ୍ୟ ସ୍ଥିର ମନନେଇ ବିଚାର କଲେ। ପୂର୍ବଭାଦ୍ରବ ନକ୍ଷତ୍ର ସ୍ବାସ୍ଥ୍ୟହାନିଜନିତ ଚିନ୍ତିତ ରହିବେ।
ମୀନମୀନ
କର୍ମସ୍ଥାନ ଗୁରୁଦୃଷ୍ଟ ହେତୁ କାର୍ଯ୍ୟଦକ୍ଷତା କାରଣରୁ କର୍ମକ୍ଷେତ୍ରରେ ସହକର୍ମୀ ସହାନୁଭୂତି ପ୍ରଦର୍ଶନ କରିବେ। କୌଣସି ସୂତ୍ରରୁ ଶୁଣା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ। ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦୂରେଇବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଜୁଲାଇ ୩୦ ତାରିଖ – Daily Horoscope

ମେଷ ଆଜିର ଗ୍ରହଯୋଗ ଆପଣଙ୍କୁ ଅର୍ଥ,ବିଳାସବ୍ୟସନ, ସନ୍ତାନସୁଖ,ନୂତନମୈତ୍ରୀ ସୃଷ୍ଟିକରି ମୁହଁରେ ହସ ଫୁଟାଇବେ। ସାମାନ୍ୟ କଥାରୁ ପାରିବାରିକ ସମସ୍ୟା ଦେଖାଦେଇପାରେ। ଶନି ପ୍ରଭାବରୁ ବିଭିନ୍ନ ଝାମେଲା ମଧ୍ୟରେ…

ରାଶିଫଳ: ବୁଧବାର, ଜୁଲାଇ ୨୯ ତାରିଖ – Daily Horoscope

ମେଷ ବିଭିନ୍ନ ସମସ୍ୟା ମଧ୍ୟରେ କର୍ମକ୍ଷେତ୍ରରେ ଅସ୍ଥିରତା ଲାଗିରହିବ। ପାରିବାରିକ କ୍ଷେତ୍ରରେ ମତାନ୍ତର ଓ ବିତର୍କ ଜନିତ ଅଶାନ୍ତ ପରିସ୍ଥିତିର ଆଶଙ୍କା ଦେଖାଦେବ। ନିଜ ପରିସରର ଭଦ୍ରବ୍ୟକ୍ତିଙ୍କ…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୮ ତାରିଖ – Daily Horoscope

ମେଷ ଆଜି ଆର୍ଥିକ ଅସଙ୍ଗତି ଦୂରକରିବା ସହ ଆଲୋଚନାକୁ ଅଗ୍ରଗାମୀ କରାଇବାରେ ସହାୟକ ହେବେ। ପୂର୍ବାଲୋଚନା ଅନୁଯାୟୀ ଆଜିର ଯାତ୍ରା, ନୂତନ କର୍ମାରମ୍ଭ, ପ୍ରଶାସନିକ ନିଷ୍ପତ୍ତିରେ ସଫଳତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri