Posted inRasifala

ରାଶିଫଳ: ରବିବାର, ଜାନୁଆରୀ ୧୭ ତାରିଖ – Daily Horoscope

ମେଷ
କୌଣସି ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକିଥିବା କାମରେ ଅଗ୍ରଗତି ଘଟିବ। ଆର୍ଥିକ ସଂକଟ ଲାଗି ରହିଥିଲେ ମଧ୍ୟ ନୂତନ ଯୋଜନା ଆରମ୍ଭ ସକାଶେ ମନ ବଳାଇବେ। ସମ୍ପର୍କୀୟମାନେ କାଳେ ଦେବାକୁ ପଡିବ, ଏହି ଚିନ୍ତାରେ ପାଖ ମାଡିବେ ନାହିଁ। ମହିଳାମାନେ ମନକୁ ବୁଝାଇ ରହିବାକୁ ବାଧ୍ୟ ହେବେ।
ବୃଷ
ବୃଷ
ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢତାର ସହ ସମ୍ମୁଖୀନ ହୋଇ କାମ କରିବାକୁ ବାଧ୍ୟ ହେବେ। ଆନୁଷ୍ଠାନିକ କାମରେ ଅପ୍ରିୟ ସତ କହି ବିରୋଧୀ ହୋଇପାରନ୍ତି। ଆର୍ଥିକ ସ୍ଥିତି କମ୍‌ଜୋର୍‌ ରହିବ, ଫଳରେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହେବେ। ଆନୁଷ୍ଠାନିକ କାମରେ ଯୋଗଦେଇ ପ୍ରଶଂସିତ ହେବେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବା ଭଲ। ନତୁବା ପରିସ୍ଥିତି ବଦଳି ଯାଇପାରେ। ବନ୍ଧୁଙ୍କ ମୁଡ୍‌ ପରଖି ଆଗକୁ ନ ବଢ଼ିଲେ କଳହର ସୂତ୍ରପାତ ହୋଇପାରେ। ଅପରାହ୍ନରେ ପୁରାତନ ରୋଗର ପୀଡା ଅନୁଭବ ହୋଇପାରେ। ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର କରି କାମ କରିବା ଭଲ ହେବ।
କର୍କଟ
କର୍କଟ
ଆଜିର କର୍ମାରମ୍ଭ ପ୍ରୀତିପଦ ହେବ। ନିକଟସ୍ଥ ବ୍ୟକ୍ତିଙ୍କ ସହାୟତାରେ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ବ୍ୟଥିତ କରିପାରେ। ପରୋକ୍ଷ ଶତ୍ରୁତା ସାମୟିକ କଳହର କାରଣ ହୋଇପାରେ। କିନ୍ତୁ କାର୍ଯ୍ୟ ସାଧିତ ହେବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ।
ସି˚ହ
ସି˚ହ
ବନ୍ଧୁଙ୍କ ଅନୁରୋଧ ରକ୍ଷା କରିବାକୁ ଯାଇ ଆଜି ମାତ୍ରାଧିକ ଭ୍ରମଣ କରିବାକୁ ପଡିପାରେ। କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡିପାରନ୍ତି। ସମ୍ପର୍କୀୟଙ୍କ ଶତ୍ରୁତା ଘରେ କଳହର କାରଣ ହେବ।
କନ୍ୟା
ଆଜି ଦିନଟିରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ମନୋଭାବ ବଦଳିଯିବା କାରଣରୁ ପ୍ରିୟ ବନ୍ଧୁଟି ସାହାଯ୍ୟ ପ୍ରତିଶ୍ରୁତି ଦେଇ ପାଖ ମାଡିବ ନାହିଁ। ବ୍ୟବସାୟରେ କ୍ରମଶଃ ଲାଭ ଅପେକ୍ଷା କ୍ଷତି ଅଧିକ ହେବାର ଆଶଙ୍କା ରହିଛି। କୌଣସି ଗୁରୁତ୍ୱପୂର୍ଣ୍ଣ କାରଣ ନ ଥାଇ ମଧ୍ୟ ଯାତ୍ରା ସମୟରେ ଝଗଡା ଲାଗିପାରେ।
ତୁଳା
ତୁଳା
କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ସମାଧାନ ହେବ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ଆଶଙ୍କା ରହିଛି। ପଡୋଶୀମାନେ ସ୍ବାର୍ଥସାଧନ ପାଇଁ ନିଜ କାମକୁ ଅଗ୍ରାଧିକାର ଦେବେ। ପୁରୁଣା ରୋଗ, ଘର ଲୋକମାନଙ୍କ ଟୁପ୍‌ ଟାପ୍‌ କଥା ମନକୁ ବିଚଳିତ କରିବ।
ବିଛା
ବିଛା
ଆଜି ସାଙ୍ଗସାଥୀମାନଙ୍କ ସହ କିଛି ନୂଆଁ ସ୍ଥାନକୁ ପରିଦର୍ଶନରେ ଯାଇ ପାରନ୍ତି। ଅନ୍ୟମନସ୍କ କାରଣରୁ କିମ୍ବା ଅସାବଧାନତା ହେତୁ ଟଙ୍କା ପଇସା ହଜି ଯାଇପାରେ। କର୍ମକ୍ଷେତ୍ରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବେ। ସାହିତ୍ୟ, ରଚନାତ୍ମକ କାର୍ଯ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ।
ଧନୁ
ଧନୁ
ଆଜିର ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟହେବେ। ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ, କିନ୍ତୁ ଏଥିପାଇଁ ବହୁତ ଟଣା ଓଟରା ଲାଗିବ। ବିବାଦୀୟ ଘଟଣାରେ, ପରିବହନରେ, ବ୍ୟବସାୟରେ ଯଥା ସମ୍ଭବ ଶତ୍ରୁଠାରୁ ଦୂରେଇ ରହିବା ଭଲ। ପରିବାରରେ ପ୍ରିୟ କଥା କହି ସମସ୍ୟା ସୁଧାରି ନେବେ।
ମକର
ମକର
ସାମାନ୍ୟ ଥଣ୍ଡାକାରଣରୁ ଦେହଟା ଭଲ ଲାଗି ନ ପାରେ। ଶିଳ୍ପ, ବାଣିଜ୍ୟ, କଳା ସାହିତ୍ୟ, ପରିବହନରେ ସମସ୍ୟା ସମାଧାନ ହୋଇଯିବ। ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି। ପରିବାରରେ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।
କୁମ୍ଭ
କୁମ୍ଭ
ଅନ୍ୟମାନଙ୍କ ସକାଶେ ଯାହା ସହଜ ଓ ସୁବିଧାଜନକ ହୋଇପାରୁଛି ତାହା ଆପଣଙ୍କ ପାଇଁ ନ ହୋଇପାରେ। ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ପାରିବାରିକ କ୍ଷେତ୍ରରେ ଜାଣିଶୁଣି ନୀରବ ରହିବାକୁ ବାଧ୍ୟ ହେବେ। କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହୋଇପାରନ୍ତି।
ମୀନମୀନ
ଯେମିତି ଭାବୁଛନ୍ତି, ସେମିତି କରନ୍ତୁ, ସାମାନ୍ୟ ଅସୁବିଧା ଦେଖାଦେଲେ ମଧ୍ୟ ପର କ୍ଷଣରେ ସବୁ ଠିକ୍‌ ହୋଇଯିବ। ନିକଟତର ବନ୍ଧୁଟି ଦ୍ୱାରା କାମ ହାସଲ କରିବେ। ଅସୁବିଧା ନ ହେଲେ ମଧ୍ୟ କେତେକ କ୍ଷେତ୍ରରେ ବୃଥା ଆଶଙ୍କା କରି ମନ ଅସ୍ଥିର ରହିବ। ପ୍ରକୃତ ଘଟଣା ନ ବୁଝି ପଡୋଶୀ କ୍ରୋଧ ପ୍ରକାଶ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଜୁଲାଇ ୨୬ ତାରିଖ – Daily Horoscope

ମେଷ ସାମାଜିକ ସ୍ତରରେ ମନ ବୁଝିଲା ଭଳି କଥା କହି ଅନ୍ୟମାନଙ୍କୁ ଆପଣେଇନେବେ। ଯାତ୍ରା ସମୟରେ ଅନ୍ୟମନସ୍କ କାରଣରୁ ଅର୍ଥହାନି ଘଟିପାରେ। ଆନୁଷ୍ଠାନିକ କାମରେ କଳହର ସମ୍ମୁଖୀନ…

ରାଶିଫଳ: ଶନିବାର, ଜୁଲାଇ ୨୫ ତାରିଖ – Daily Horoscope

ମେଷ ଅପୂରଣୀୟ ଅଭିଳାଷ ମାନସିକ ଅସନ୍ତୋଷ ବୃଦ୍ଧି କରିବା ସହ ପୁରାତନ ରୋଗ ପୀଡ଼ା ଜନିତ ବିଷାଦିତ ରହିପାରନ୍ତି। ଆଶା କରିଥିବା ମୂଲ୍ୟବାନ ଦ୍ରବ୍ୟଟି ବନ୍ଧୁଙ୍କ ଜରିଆରେ…

ରାଶିଫଳ: ଶୁକ୍ରବାର, ଜୁଲାଇ ୨୪ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ସକାଶେ ପାରିବେଶିକ କୁପ୍ରଭାବ ମାନସିକ ଓ ଶାରୀରିକ ଦିଗ ପାଇଁ ପ୍ରତିକୂଳ ପ୍ରଭାବ ପକାଇବ। ଆର୍ଥିକ ଅଭିବୃଦ୍ଧି ସାଙ୍ଗକୁ, ଧର୍ମୀୟ ଭାବନା, ବନ୍ଧୁମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri