Posted inRasifala

ରାଶିଫଳ: ଗୁରୁବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ
ଆଜି କର୍ମସ୍ଥଚନ୍ଦ୍ର ଗୁରୁଶୌରୀ ସଂଯୋଗରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ। ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନାଟିଏ କରିବା ସକାଶେ ମନ ବଳାଇ କାମରେ ଲାଗି ପାରନ୍ତି। ମାତ୍ର ନିର୍ମାଣାଧୀନ କାର୍ଯ୍ୟ କେତେକ ଆକସ୍ମିକ ସମସ୍ୟା କାରଣରୁ ସ୍ଥଗିତ ରହିପାରେ।
ବୃଷ
ବୃଷ
ରାଶିକୁ ତିନୋଟି ଗ୍ରହ ଦେଖୁଥିବାରୁ ଯାହା ପାଇଁ କଷ୍ଟ ସ୍ବୀକାର କରି ସାହାଯ୍ୟ କରିଥିଲେ ସେ ଆପଣଙ୍କୁ ବିରୋଧ କରିବ। ଅପରିଚିତ ଲୋକଙ୍କ ସହ ସମ୍ପର୍କ ରଖିବା କାରଣରୁ ଘର ଲୋକେ ବିରକ୍ତ ହେବେ। କର୍ମକ୍ଷେତ୍ରରେ ପ୍ରତିବନ୍ଧକକୁ ମାତ୍‌ ଦେବେ। ସଙ୍ଗୀତ କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର କ୍ଷେତ୍ରରେ ଉନ୍ନତି କରିବେ ।
ମିଥୁନ
ମିଥୁନ
ମଙ୍ଗଳ ଦଶମସ୍ଥ ଯୋଗୁ ସ୍ବାର୍ଥସାଧନ ଆଶାରେ ସହକର୍ମୀ ସମସ୍ୟା ସୃଷ୍ଟି କରିପାରନ୍ତି। ସମ୍ପର୍କୀୟଙ୍କ ସହ ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଘଟିପାରେ। ବିନା କାରଣରେ ପ୍ରତିଯୋଗୀ କିମ୍ବା ପ୍ରତିଦ୍ୱନ୍ଦ୍ୱୀ ଦୋଷାରୋପ କରି ସମସ୍ୟାକୁ ବଢ଼ାଇ ଦେବେ। ପରିବାରରେ ପୁରୁଣା କଥା ଆଲୋଚନା ହିଁ କଳହର କାରଣ ହେବ।
କର୍କଟ
କର୍କଟ
ନିଜେ ଅସୁବିଧାରେ ରହି ବନ୍ଧୁଙ୍କୁ ସାହାଯ୍ୟ କରିବେ। ବୃହସ୍ପତି ଶନି ଯୁକ୍ତ ହେତୁ ସ୍ତ୍ରୀଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେବ। ବନ୍ଧୁ ଅଭିମାନଭରା କଥା କହି ଆପଣ ତାହାଙ୍କୁ ସାହାଯ୍ୟ କରି ନ ଥିବାରୁ ଦୁଃଖ କରିପାରନ୍ତି। ଯେଉଁ ଜିନିଷଟି କିଣିବା ପାଇଁ ଆପଣଙ୍କ ଇଚ୍ଛା ନାହିଁ, ତାହା କିଣିବା ସକାଶେ ବାଧ୍ୟ ହୋଇପାରନ୍ତି।
ସି˚ହ
ସି˚ହ
ପାରିବାରିକ ସମସ୍ୟା ବଢ଼ିଯିବାରୁ ମାନସିକ ଅସ୍ଥିରତା ଦେଖାଦେବ। ମଧ୍ୟାହ୍ନରେ ବନ୍ଧୁଙ୍କ ସାକ୍ଷାତରୁ ଉପକୃତ ହୋଇପାରନ୍ତି। ମାତ୍ରାଧିକ ଭ୍ରମଣ ଓ କାମ ଚାପ ଯୋଗୁ କ୍ଳାନ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ କିଛି ଆଶ୍ୱସ୍ତିସୂଚକ କଥା ଶୁଣି ମନ ହାଲୁକା ହୋଇଯିବ। ମହିଳାଙ୍କର ଯାତ୍ରା ଓ ଭ୍ରମଣ କ୍ଷେତ୍ରରେ କିଛି ଅସୁବିଧା ହେବନି।
କନ୍ୟା
କାମଗୁଡ଼ିକ ଆଜି ବିଳମ୍ବରେ ସମ୍ପନ୍ନ ହେବାରୁ ନିଜକୁ ହିଁ ଦୋଷୀ ମଣିବେ। ଅନ୍ୟର କଥାରେ ପ୍ରଭାବିତ ହୋଇ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ବ୍ୟବସାୟ,ପରିବହନ, ମାଲିମକଦ୍ଦମାରେ ଉନ୍ନତି କରିବେ। ମହିଳାଙ୍କର ରୁଗ୍‌ଣ ସ୍ବାସ୍ଥ୍ୟରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହେବ।
ତୁଳା
ତୁଳା
ଯେତେ ସହଜରେ କାମ ହାସଲ କରିବାକୁ ଭାବୁଛନ୍ତି, ବାସ୍ତବ କ୍ଷେତ୍ରରେ ତାହା ସହଜସାଧ୍ୟ ହୋଇ ନ ପାରେ। ସ୍ବାତୀର କେତେକ ଦୀର୍ଘମିଆଦୀ ଯାଜନା ଫସର ଫାଟିଯିବା କାରଣରୁ ମନ ଭଲ ରହିବ ନାହିଁ। ବ୍ୟବସାୟ ଓ ପରିବହନ ସମସ୍ୟା ସମାଧାନ ହେବ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ।
ବିଛା
ବିଛା
ସମୟ ଭଲ ନଥିଲେ ମଧ୍ୟ ବିଭିନ୍ନ କୌଶଳ ଅବଲମ୍ବନ କରି ଆଶା ପୂରଣ ଦିଗରେ ଚେଷ୍ଟା କରିପାରନ୍ତି। ସାହିତ୍ୟ, ସଙ୍ଗୀତ, କଳା, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସୁନାମ ଅର୍ଜିବେ। ନିର୍ମାଣ କ୍ଷେତ୍ରରେ ପୂରା ଦମ୍‌ରେ କାମ କରିବାକୁ ନିଷ୍ପତ୍ତି ନେବେ। ସ୍ବାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ, ନତୁବା ପରେ ଚିନ୍ତା କରିବାକୁ ପଡ଼ିବ।
ଧନୁ
ଧନୁ
କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ଘଟିବ। ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ। ମାଙ୍ଗଳିକ କାମର ପ୍ରସ୍ତୁତି କରି ବିଚଳିତବୋଧ କରିପାରନ୍ତି। ବିବାଦୀୟ ଘଟଣାରେ ନୀରବ ରହିଯିବା ଭଲ। ମହିଳାମାନେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ନିଜ ନିଜ ଭିତରେ ଟଣାଓଟରା ଲାଗିପାରନ୍ତି।
ମକର
ମକର
ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ପାଇ କାମ ହାସଲ କରିବେ। ସଭାସମିତି, କଳା, କ୍ରୀଡ଼ା, ସାହିତ୍ୟ, ସାମ୍ବାଦିକତା ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ମହିଳାଙ୍କର ଭୁଲ୍‌ ବୁଝାମଣା ଯୋଗୁ ପରିବାରରେ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।
କୁମ୍ଭ
କୁମ୍ଭ
ପାରିବାରିକ ଶୃଙ୍ଖଳା ରକ୍ଷା କରିବାକୁ ଯାଇ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ। କେତେକ କ୍ଷେତ୍ରରେ ଜାଣିଶୁଣି ନୀରବ ରହିବାକୁ ବାଧ୍ୟ ହୋଇପାରନ୍ତି। କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ। ମହିଳାମାନେ ଶତ୍ରୁତା ସୃଷ୍ଟି ହେବା ଭଳି କାମ କଲେ ଅପଦସ୍ଥ ହେବେ।
ମୀନମୀନ
ପାରିବାରିକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରିବାକୁ ବାଧ୍ୟ ହେବେ। ବ୍ୟସ୍ତତା ପରିହାର କରି ପାଖ ବନ୍ଧୁ ଦ୍ୱାରା କାମ ହାସଲ ପାଇଁ ପ୍ରଯତ୍ନ କରିବା ଭଲ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ ଓ ବନ୍ଧୁ ସମ୍ପର୍କରେ ଆଶାଜନକ ଫଳ ପାଇପାରନ୍ତି। ମହିଳାମାନେ ବନ୍ଧୁମିଳନରୁ ସାମୟିକ ଭାବରେ ଦୁଃଖ କେତେକାଂଶରେ ଭୁଲିଯିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନସପ୍ତମାଧିପତି ଯୁକ୍ତ ହୋଇଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି କିମ୍ବା ବିବାହ ସମସ୍ୟା ନେଇ ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?