Posted inRasifala

ରାଶିଫଳ: ସୋମବାର, ନଭେମ୍ବର ୧୬ ତାରିଖ – Daily Horoscope

ମେଷ
ଗତକାଲିର ସମସ୍ୟା ଆଜି ସମାଧାନ ହୋଇଯିବାର ସୂଚନା ରହିଛି । ଆକସ୍ମିକ ବ୍ୟବହୃତ ଜିନିଷ ନ ପାଇବା କାରଣରୁ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ । ପରିବାରରେ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ରହିବ । ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରି ଆତ୍ମତୃପ୍ତି ଲାଭ କରିବେ ।
ବୃଷ
ବୃଷ
ସାଧାରଣ କଥାରୁ ପରିବାରରେ ଅଶାନ୍ତି ସୃଷ୍ଟି ସହ ପଡ଼ୋଶୀଙ୍କ ସମ୍ପର୍କରେ ତିକ୍ତତା ଘଟିବ । ଭୁଲ୍ ବୁଝାମଣା ହେତୁ ଜମିଜମା କାରବାରରେ କଳହ, ଏବଂ ତର୍କ ବିତର୍କର ସମ୍ମୁଖୀନ ହେବେ । ବ୍ୟବସାୟ ଓ ପରିବହନରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ । ବିଶେଷ ଭ୍ରମଣ ଓ ଖାଦ୍ୟ ହୁଏତ ସ୍ବାସ୍ଥ୍ୟହାନିର କାରଣ ହୋଇପାରେ ।
ମିଥୁନ
ମିଥୁନ
ବନ୍ଧୁଙ୍କ ବିଷୟରେ ସବୁ ଗୋପନୀୟ କଥା ଜାଣି ସୁଦ୍ଧା ଚୁପ୍ ରହିବାକୁ ବାଧ୍ୟ ହେବେ । ପରିବାରରେ ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ହୋଇପାରନ୍ତି । ଆର୍ଥିକ ସ୍ଥିତି ପୂର୍ବପରି ଅପରିବର୍ତ୍ତିତ ରହିବା ଯୋଗୁ ସାମୟିକ ଆଶ୍ୱସ୍ତି ଲାଭ କରିବେ । ଆଲୋଚନା ପରିସରରେ ଆତ୍ମପ୍ରଶଂସା କରି ବନ୍ଧୁମାନଙ୍କ ଦ୍ୱାରା ସମାଲୋଚିତ ହେବେ ।
କର୍କଟ
କର୍କଟ
ଦୀର୍ଘଦିନର ଅଭିଳାଷ ପୂରଣ ହେବାର ମାର୍ଗ ଉନ୍ମୁକ୍ତ ହୋଇଯିବ । ଭୋଗବିଳାସ, କଳା ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ଓ ମଉଜ ମଜଲିସ୍ ସକାଶେ ମନ ବଳାଇବେ । ପାରିବାରିକ କ୍ଷେତ୍ରରେ ଅତୀତ ଘଟଣାର ସମୀକ୍ଷା କରିବେ ଓ ନୂଆ ସିଦ୍ଧାନ୍ତ ନେବେ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହୋଇପାରନ୍ତି ।
ସି˚ହ
ସି˚ହ
ପାରିବାରିକ ସମସ୍ୟା କ୍ରମଶଃ ଜଟିଳ ହୋଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ଏବଂ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି । ଆନୁଷ୍ଠାନିକ କାର୍ଯ୍ୟ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିବାକୁ ପଡିପାରେ । ଅଫିସରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାର ସୂଚନା ଦେଖାଯାଏ ।
କନ୍ୟା
ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରହିବ ଓ କାମ ହାସଲରେ ଅସୁବିଧା ହେବ ନାହିଁ । କର୍ମକ୍ଷେତ୍ରରେ କୌଣସି କଥାକୁ ଠିକ୍ ଭାବେ ବିଚାର ନ କରି ଓ ଭୁଲ୍ ନିଷ୍ପତ୍ତି ନେଇ ଅନୁତାପ କରିପାରନ୍ତି । ଭଲ ସମ୍ପର୍କ ନ ଥିବା ଖଳ ଲୋକଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍ ସମୟରେ ଆସିବାରେ ହେଳା କରିପାରନ୍ତି ।
ତୁଳା
ତୁଳା
ଯେଉଁ କାମ କରନ୍ତୁନା କାହିଁକି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିରୋଧର ସାମନା କରିବାକୁ ପଡିବ । ଅଫିସରେ କୌଣସି ଶ୍ରୁତିରୋଚକ ଖବର ପାଇ ବିସ୍ମୟ ପ୍ରକାଶ କରିବେ । ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ ସହଯୋଗରୁ ଉପକୃତ ହେବେ । ସ୍ବାସ୍ଥ୍ୟହାନି କାରଣରୁ କାମ ପାଇଁ ନିସ୍ପୃହତା ଦେଖାଯିବ ।
ବିଛା
ବିଛା
ନିକଟ ସମ୍ପର୍କୀୟମାନେ ଈର୍ଷାପରାୟଣ ହୋଇ ପଛରୁ ଗୋଡ ଟାଣିପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ଦେଖିଚାହିଁ କାମ ନ କଲେ ଅସୁବିଧାରେ ପଡିବେ । ସମସ୍ୟା ଲାଗିରହିବା କାରଣରୁ ପରିବାରରେ ଯୋଜନାଗୁଡିକ ଠିକଭାବେ ସମ୍ପୂର୍ଣ୍ଣ ହେବ ନାହିଁ । ଆଶା କରୁଥିବା ଦିଗରୁ ଅର୍ଥ ପାଇବା କଷ୍ଟକର ହୋଇପଡିବ ।
ଧନୁ
ଧନୁ
ପାରିବାରିକ ସମସ୍ୟାକୁ ପ୍ରତିହତ କରି ଆଶଙ୍କାକୁ ଦୂରେଇବାରେ ସମର୍ଥ ହେବେ । ଆଶା କରୁଥିବା ଦିଗରୁ ଅର୍ଥ ଓ ଆବଶ୍ୟକ ସହଯୋଗ ମିଳିବନି । କର୍ମକ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତାରେ ମନୋବଳ ଖୁବ୍ ଟାଣ ରହିବ ଏବଂ ଜିଦରେ ଅଟଳ ରହିବେ । କେତେକ ବ୍ୟକ୍ତିଗତ କାରଣରୁ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି ।
ମକର
ମକର
ପ୍ରତ୍ୟୁଷ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ ଅନ୍ୟଥା ପସ୍ତେଇବେ । ଦକ୍ଷତା ହେତୁକ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । କେତେକ ମନଗଢ଼ା କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରିପାରନ୍ତି । ଶ୍ରବଣା ନକ୍ଷତ୍ର ବିବାଦୀୟ କଥା ଚିନ୍ତା କରି ମନକୁ ଭାରାକ୍ରାନ୍ତ କରିବେ ।
କୁମ୍ଭ
କୁମ୍ଭ
କର୍ମ କ୍ଷେତ୍ରରେ ତଥା ପରିବାରରେ ଅଭାବ ଅସୁବିଧା ଭିତରେ କାମ ହାସଲ କରିବାକୁ ପଡିବ । ପରିସ୍ଥିତିବଶତଃ ବନ୍ଧୁଙ୍କ ସକାଶେ ଅଯଥା କଷ୍ଟ ଅନୁଭବ କରିବେ । ଭାବପ୍ରବଣ ଯୋଗୁ ମନୋବଳ ହ୍ରାସ ପାଇବ ଓ ସାଧାରଣ କଥାକୁ ଅସାଧାରଣ ଭାବେ ଚିନ୍ତା କରିବେ । ଅଫିସ ଭିତରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ ।
ମୀନମୀନ
ନିଜ କାମକୁ ପୂର୍ଣ୍ଣାଙ୍ଗ କରିବା କଷ୍ଟକର ହେବ କିନ୍ତୁ ଅନ୍ୟମାନଙ୍କ ସକାଶେ ସେହି କାମକୁ ସହଜରେ କରିପାରିବେ । ଅଫିସ କାମରେ ହଠାତ୍ ଦୂରଯାତ୍ରାର ସୁଯୋଗ ପାଇବେ । ପରିବାରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ…

ରାଶିଫଳ: ଗୁରୁବାର, ମେ ୧୪ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅଶ୍ୱିନୀ ନକ୍ଷତ୍ରର ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ ମନ ଅଶାନ୍ତ ରହିପାରେ। ତଥାପି ଶାରୀରିକ ସୁସ୍ଥତା, ଆର୍ଥିକ ଉନ୍ନତି ଏବଂ ପ୍ରତିଯୋଗିତାରେ ସଫଳତା…

ରାଶିଫଳ: ବୁଧବାର, ମେ ୧୩ ତାରିଖ – Daily Horoscope

ମେଷ ପ୍ରତ୍ୟେକ କାମ ବିଳମ୍ବ ଓ ଝମେଲା ଭିତରେ ହିଁ ସମ୍ପନ୍ନ ହେବ। କିନ୍ତୁ ଯଦି ତରବରିଆ ପଦକ୍ଷେପ ନେବେ ତେବେ ବେଶି ହଇରାଣ ହେବାକୁ ପଡ଼ିପାରେ।…

ରାଶିଫଳ: ମଙ୍ଗଳବାର, ମେ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଦୃଢ଼ ଓ କଠୋରୋକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ପାରିବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri