Posted inRasifala

ରାଶିଫଳ: ସୋମବାର, ନଭେମ୍ବର ୧୬ ତାରିଖ – Daily Horoscope

ମେଷ
ଗତକାଲିର ସମସ୍ୟା ଆଜି ସମାଧାନ ହୋଇଯିବାର ସୂଚନା ରହିଛି । ଆକସ୍ମିକ ବ୍ୟବହୃତ ଜିନିଷ ନ ପାଇବା କାରଣରୁ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ । ପରିବାରରେ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ରହିବ । ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରି ଆତ୍ମତୃପ୍ତି ଲାଭ କରିବେ ।
ବୃଷ
ବୃଷ
ସାଧାରଣ କଥାରୁ ପରିବାରରେ ଅଶାନ୍ତି ସୃଷ୍ଟି ସହ ପଡ଼ୋଶୀଙ୍କ ସମ୍ପର୍କରେ ତିକ୍ତତା ଘଟିବ । ଭୁଲ୍ ବୁଝାମଣା ହେତୁ ଜମିଜମା କାରବାରରେ କଳହ, ଏବଂ ତର୍କ ବିତର୍କର ସମ୍ମୁଖୀନ ହେବେ । ବ୍ୟବସାୟ ଓ ପରିବହନରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ । ବିଶେଷ ଭ୍ରମଣ ଓ ଖାଦ୍ୟ ହୁଏତ ସ୍ବାସ୍ଥ୍ୟହାନିର କାରଣ ହୋଇପାରେ ।
ମିଥୁନ
ମିଥୁନ
ବନ୍ଧୁଙ୍କ ବିଷୟରେ ସବୁ ଗୋପନୀୟ କଥା ଜାଣି ସୁଦ୍ଧା ଚୁପ୍ ରହିବାକୁ ବାଧ୍ୟ ହେବେ । ପରିବାରରେ ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ହୋଇପାରନ୍ତି । ଆର୍ଥିକ ସ୍ଥିତି ପୂର୍ବପରି ଅପରିବର୍ତ୍ତିତ ରହିବା ଯୋଗୁ ସାମୟିକ ଆଶ୍ୱସ୍ତି ଲାଭ କରିବେ । ଆଲୋଚନା ପରିସରରେ ଆତ୍ମପ୍ରଶଂସା କରି ବନ୍ଧୁମାନଙ୍କ ଦ୍ୱାରା ସମାଲୋଚିତ ହେବେ ।
କର୍କଟ
କର୍କଟ
ଦୀର୍ଘଦିନର ଅଭିଳାଷ ପୂରଣ ହେବାର ମାର୍ଗ ଉନ୍ମୁକ୍ତ ହୋଇଯିବ । ଭୋଗବିଳାସ, କଳା ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ଓ ମଉଜ ମଜଲିସ୍ ସକାଶେ ମନ ବଳାଇବେ । ପାରିବାରିକ କ୍ଷେତ୍ରରେ ଅତୀତ ଘଟଣାର ସମୀକ୍ଷା କରିବେ ଓ ନୂଆ ସିଦ୍ଧାନ୍ତ ନେବେ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହୋଇପାରନ୍ତି ।
ସି˚ହ
ସି˚ହ
ପାରିବାରିକ ସମସ୍ୟା କ୍ରମଶଃ ଜଟିଳ ହୋଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ଏବଂ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି । ଆନୁଷ୍ଠାନିକ କାର୍ଯ୍ୟ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିବାକୁ ପଡିପାରେ । ଅଫିସରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାର ସୂଚନା ଦେଖାଯାଏ ।
କନ୍ୟା
ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରହିବ ଓ କାମ ହାସଲରେ ଅସୁବିଧା ହେବ ନାହିଁ । କର୍ମକ୍ଷେତ୍ରରେ କୌଣସି କଥାକୁ ଠିକ୍ ଭାବେ ବିଚାର ନ କରି ଓ ଭୁଲ୍ ନିଷ୍ପତ୍ତି ନେଇ ଅନୁତାପ କରିପାରନ୍ତି । ଭଲ ସମ୍ପର୍କ ନ ଥିବା ଖଳ ଲୋକଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍ ସମୟରେ ଆସିବାରେ ହେଳା କରିପାରନ୍ତି ।
ତୁଳା
ତୁଳା
ଯେଉଁ କାମ କରନ୍ତୁନା କାହିଁକି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିରୋଧର ସାମନା କରିବାକୁ ପଡିବ । ଅଫିସରେ କୌଣସି ଶ୍ରୁତିରୋଚକ ଖବର ପାଇ ବିସ୍ମୟ ପ୍ରକାଶ କରିବେ । ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ ସହଯୋଗରୁ ଉପକୃତ ହେବେ । ସ୍ବାସ୍ଥ୍ୟହାନି କାରଣରୁ କାମ ପାଇଁ ନିସ୍ପୃହତା ଦେଖାଯିବ ।
ବିଛା
ବିଛା
ନିକଟ ସମ୍ପର୍କୀୟମାନେ ଈର୍ଷାପରାୟଣ ହୋଇ ପଛରୁ ଗୋଡ ଟାଣିପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ଦେଖିଚାହିଁ କାମ ନ କଲେ ଅସୁବିଧାରେ ପଡିବେ । ସମସ୍ୟା ଲାଗିରହିବା କାରଣରୁ ପରିବାରରେ ଯୋଜନାଗୁଡିକ ଠିକଭାବେ ସମ୍ପୂର୍ଣ୍ଣ ହେବ ନାହିଁ । ଆଶା କରୁଥିବା ଦିଗରୁ ଅର୍ଥ ପାଇବା କଷ୍ଟକର ହୋଇପଡିବ ।
ଧନୁ
ଧନୁ
ପାରିବାରିକ ସମସ୍ୟାକୁ ପ୍ରତିହତ କରି ଆଶଙ୍କାକୁ ଦୂରେଇବାରେ ସମର୍ଥ ହେବେ । ଆଶା କରୁଥିବା ଦିଗରୁ ଅର୍ଥ ଓ ଆବଶ୍ୟକ ସହଯୋଗ ମିଳିବନି । କର୍ମକ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତାରେ ମନୋବଳ ଖୁବ୍ ଟାଣ ରହିବ ଏବଂ ଜିଦରେ ଅଟଳ ରହିବେ । କେତେକ ବ୍ୟକ୍ତିଗତ କାରଣରୁ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି ।
ମକର
ମକର
ପ୍ରତ୍ୟୁଷ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ ଅନ୍ୟଥା ପସ୍ତେଇବେ । ଦକ୍ଷତା ହେତୁକ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । କେତେକ ମନଗଢ଼ା କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରିପାରନ୍ତି । ଶ୍ରବଣା ନକ୍ଷତ୍ର ବିବାଦୀୟ କଥା ଚିନ୍ତା କରି ମନକୁ ଭାରାକ୍ରାନ୍ତ କରିବେ ।
କୁମ୍ଭ
କୁମ୍ଭ
କର୍ମ କ୍ଷେତ୍ରରେ ତଥା ପରିବାରରେ ଅଭାବ ଅସୁବିଧା ଭିତରେ କାମ ହାସଲ କରିବାକୁ ପଡିବ । ପରିସ୍ଥିତିବଶତଃ ବନ୍ଧୁଙ୍କ ସକାଶେ ଅଯଥା କଷ୍ଟ ଅନୁଭବ କରିବେ । ଭାବପ୍ରବଣ ଯୋଗୁ ମନୋବଳ ହ୍ରାସ ପାଇବ ଓ ସାଧାରଣ କଥାକୁ ଅସାଧାରଣ ଭାବେ ଚିନ୍ତା କରିବେ । ଅଫିସ ଭିତରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ ।
ମୀନମୀନ
ନିଜ କାମକୁ ପୂର୍ଣ୍ଣାଙ୍ଗ କରିବା କଷ୍ଟକର ହେବ କିନ୍ତୁ ଅନ୍ୟମାନଙ୍କ ସକାଶେ ସେହି କାମକୁ ସହଜରେ କରିପାରିବେ । ଅଫିସ କାମରେ ହଠାତ୍ ଦୂରଯାତ୍ରାର ସୁଯୋଗ ପାଇବେ । ପରିବାରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ,...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ ଆଜି ଚତୁର୍ଥ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆପଣ ଫଳପ୍ରଦ ଯାତ୍ରା ସାଙ୍ଗକୁ ସାମୟିକ ପାରିବେଶିକ ଆନନ୍ଦ ଅନୁଭବ କରିବେ। କିନ୍ତୁ ନୀଚସ୍ଥ ବୁଧଙ୍କ ସ୍ଥିତି...

ରାଶିଫଳ: ସୋମବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ ଆଜି ପ୍ରଶାସନିକ ସଫଳତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସହ ସମ୍ମାନଜନକ ସ୍ଥିତିରେ ରହିବେ। କୃତିକା ନକ୍ଷତ୍ର ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନ ବୁଲିଯିବାର...

ରାଶିଫଳ: ରବିବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ ଆଜି ଗୁର୍ବାଦିତ୍ୟ ଯୋଗ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟରୁ ସମ୍ମାନିତ ହେବେ। ବନ୍ଧୁ ପରିଜନଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଉପସ୍ଥିତ ସମସ୍ୟାର...

ରାଶିଫଳ: ଶନିବାର , ଏପ୍ରିଲ ୧୩ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି କାରଣରୁ ଆପଣଙ୍କ ଆକର୍ଷଣୀୟ ବ୍ୟବହାର ସମସ୍ୟା ସମାଧାନରେ ସହାୟକ ହେବ। ଲୋକସମ୍ପର୍କ ବୃଦ୍ଧି, ପାରିବାରିକ ସହଯୋଗ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅନ୍ୟମନସ୍କ ଯୋଗୁ କେତେକ ବ୍ୟତିକ୍ରମ ସୂଚନା ରହିଛି। ଦ୍ୱିଜା ନକ୍ଷତ୍ରର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ଭଲ ସମ୍ପର୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri