Posted inRasifala

ରାଶିଫଳ: ବୁଧବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ
ଆଜି ସକାଳୁ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ହୋଇଯିବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଯୋଗିତାରେ ସଫଳତା ଯୋଗୁ କେତେକାଂଶରେ ମନକୁ ବୁଝାଇବାରେ ସମର୍ଥ ହେବେ। ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ।
ବୃଷ
ବୃଷ
ପରିସ୍ଥିତି ବିଶେଷ ଭଲ ନ ଥିବା ହେତୁ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ସାଧାରଣ କଥାରେ କୌଣସି ବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ। ବାରମ୍ବାର ବିଫଳତାଜନିତ କାର୍ଯ୍ୟହାନି କାରଣରୁ ଟେନ୍ସନ ଲାଗି ରହିବ। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇ ଚିନ୍ତାକୁ ବଢାଇ ଦେବ।
ମିଥୁନ
ମିଥୁନ
ଅସୁବିଧାଜନକ ସ୍ଥିତିକୁ ସୁଧାରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ଜଣେ ସହକର୍ମୀ ମାର୍ଗଦର୍ଶକ ସାଜିବେ, ଯାହା କି ଆପଣଙ୍କ ସକାଶେ ହିତକର ହେବ। ଜଣାଶୁଣା ବ୍ୟକ୍ତିଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ମାଲିମକଦ୍ଦମାରେ କାର୍ଯ୍ୟ ହାସଲ ସକାଶେ ନୂଆ ଦିଗ ପ୍ରତି ଚିନ୍ତା କରିପାରନ୍ତି।
କର୍କଟ
କର୍କଟ
ଘରର ଆର୍ଥିକ ସମସ୍ୟା ନେଇ ମନରେ ଦୁର୍ଭାବନା ସୃଷ୍ଟି ହେବ। କର୍ମକ୍ଷେତ୍ରରେ ସାଧାରଣ କଥାକୁ ବଡ କଲେ କଳହ ବଢ଼ିପାରେ। ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନରେ ସମର୍ଥ ହେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ।
ସି˚ହ
ସି˚ହ
ମନରେ ସାହସ ବାନ୍ଧି କୌଣସି କାମ ଆରମ୍ଭ କଲେ ସଫଳତା ପାଇବେ। ପରିବାର ପାଇଁ ଯେତେ ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ସମସ୍ତେ ସନ୍ତୁଷ୍ଟ ନ ହୋଇ ନିନ୍ଦାଗାନ କରିବେ। ଆଜି ଏକା ସଙ୍ଗରେ ବହୁତ କାମ ହାତକୁ ନେଇ ବ୍ୟସ୍ତବିବ୍ରତ ହୋଇପାରନ୍ତି। ବହୁତ ଦିନରୁ ହଜିଯାଇଥିବା କିମ୍ବା ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବେ।
କନ୍ୟା
ପ୍ରତ୍ୟେକ ପରିସ୍ଥିତିରେ କିଛିଟା ସମସ୍ୟାର ସାମ୍ନା କରିବେ। ଟଙ୍କା ବାକି ରଖିଥିବା ଲୋକଟି ଘରକୁ ଆସି ଟଙ୍କା ଦେଇଯାଇପାରେ। ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ ମତାନ୍ତରରୁ ବିତର୍କ ସୃଷ୍ଟି ହୋଇପାରେ। ଗୃହ ସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।
ତୁଳା
ତୁଳା
ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ ପରିବାରରେ ଝଡ଼ ଉଠିପାରେ। ମାନସିକ ଅଶାନ୍ତି ଲାଗିରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ହୋଇଯିବ। ରାଜନୈତିକ କ୍ଷେତ୍ର କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
ବିଛା
ବିଛା
ଅଭାବ ଦୂରେଇବା ପ୍ରୟାସ କଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇ ନେବେ। କ୍ରୀଡା, କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେବ। କିନ୍ତୁ ପରିବହନ ଓ ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିପାରେ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ।
ଧନୁ
ଧନୁ
ବିଭିନ୍ନ ସମସ୍ୟା ଓ ପ୍ରତିବନ୍ଧକ ଭିତରେ ଚଳିବାକୁ ବାଧ୍ୟ ହେବେ। ଆଶା କରିଥିବା ଦ୍ରବ୍ୟ ଲାଭ ହେବ। ପରିବହନ, ଆମଦାନୀ କାରବାର କ୍ଷେତ୍ରରେ ନିଜ ନିଜର ସ୍ଥାନରେ ବେଶ୍‌ ଖୁସି ରହିବେ। ରାଜନୀତି ଓ ସାଂଗଠନିକ କ୍ଷେତ୍ରରେ ବହୁତ ଜନକଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହେବେ।
ମକର
ମକର
ଆଜି କାମ ହାସଲ ସକାଶେ ବନ୍ଧୁଙ୍କ କଥାକୁ ପ୍ରାଧାନ୍ୟ ଦେବା ଭଲ। ଘରୋଇ କଳହରୁ ମଧ୍ୟ ରକ୍ଷା ପାଇପାରିବ। ସାୟାହ୍ନରେ ପ୍ରିୟ ବନ୍ଧୁଙ୍କ ବିଷୟରେ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଓ ପରିବହନରୁ ଲାଭବାନ ହେବେ।
କୁମ୍ଭ
କୁମ୍ଭ
ଆଜି ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ଘାତପ୍ରତିଘାତ ମଧ୍ୟ ଦେଇ ଗତିକରିବେ। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂ-ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବାର ସୂଚନା ରହିଛି।
ମୀନମୀନ
ଆଜି ଯେକୌଣସି ପରିସ୍ଥିତିକୁ ସାମ୍ନା କରିବାକୁ ଚେଷ୍ଟା କରନ୍ତୁ। ଯାତ୍ରା, ବ୍ୟବସାୟ, ମାଲିମକଦ୍ଦମା, ସଂଗଠନ କ୍ଷେତ୍ରରେ କିଛିଟା ସମସ୍ୟା ଦେଖାଦେବ। ପ୍ରତିବନ୍ଧକ କାରଣରୁ ସବୁ ସୁବିଧା ଥାଇ ମଧ୍ୟ କେତେକ କାମ ଅଧୁରା ରହିଯାଇପାରେ। ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। କୌଣସି ବନ୍ଧୁଙ୍କ ସହ ସମ୍ପର୍କ ସ୍ଥାପନ ଆଗାମୀ ଦିନରେ କାମ ଦେବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଜୁଲାଇ ୧୨ ତାରିଖ – Daily Horoscope

ମେଷ ଆଜିର ନୂତନ କର୍ମାରମ୍ଭ, ଆନୁଷ୍ଠାନିକ କର୍ମ ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହେବ। ହିତୈଷୀମାନଙ୍କ ସହୃଦୟତାରୁ ଆପଣ ଯାହା ଚାହୁଁଛନ୍ତି, ତାହା ପାଇବାରେ କୌଣସି ଅସୁବିଧା…

ରାଶିଫଳ: ଶନିବାର, ଜୁଲାଇ ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭିନ୍ନ ପ୍ରକାର ହେତୁ ଅନ୍ୟମାନେ ଭୁଲ୍‍ ବୁଝିପାରନ୍ତି। ବ୍ୟବସାୟ ଓ ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା ମିଳିବ। ଦୀର୍ଘ ଦିନରୁ ରହିଯାଇଥିବା…

ରାଶିଫଳ: ଶୁକ୍ରବାର , ଜୁଲାଇ ୧୦ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟରୁ ଅର୍ଥଲାଭ ହେବା ସାଙ୍ଗକୁ ପ୍ରିୟଜନଙ୍କ ଦେଖାସାକ୍ଷାତ୍‍ରୁ ଖୁସି ରହିବେ। ମତପାର୍ଥକ୍ୟ କାରଣରୁ ବନ୍ଧୁ କିମ୍ବା ପରିବାର ସହ ମନୋମାଳିନ୍ୟ ସୃଷ୍ଟିର…

ରାଶିଫଳ: ଗୁରୁବାର, ଜୁଲାଇ ୯ ତାରିଖ – Daily Horoscope

ମେଷ ଆଜି ଜନ୍ମଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ମତାନ୍ତର ସାଙ୍ଗକୁ ଧନହାନିର ଆଶଙ୍କା ରହିଛି। ପାରିବାରିକ ସମସ୍ୟା ସମାଧାନ ପାଇଁ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri