Posted inRasifala

ରାଶିଫଳ: ମଙ୍ଗଳବାର, ମେ ୩୦ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ପାପଗ୍ରହ ଦୃଷ୍ଟିବର୍ଜିତ ହେତୁ ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ପାଇବେ। କିନ୍ତୁ କଥା କହିବାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହେବାକୁ ପଡ଼ିବ। ଆଲୋଚନା କ୍ଷେତ୍ରରେ ଛୋଟ ଛୋଟ କଥାରେ ଚିହ୍ନା ପଡ଼ିଲେ ଅପଦସ୍ଥ ହେବେ। କଳା,ସାହିତ୍ୟ,ସଂସ୍କୃତି ଓ ଅନୁଷ୍ଠାନିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ।
ବୃଷ
ବୃଷ
ଭ୍ରାତୃକାରକ ମଙ୍ଗଳ ତୃତୀୟସ୍ଥ ଦୁର୍ବଳ ଯୋଗୁ ଭାଇ ଭଗାରି ସାଜିପାରନ୍ତି କିମ୍ବା ସହକର୍ମୀ ସୁଯୋଗ ଉଣ୍ଡି ଅସୁବିଧାରେ ପକାଇପାରନ୍ତି। ପାରିବାରିକ ସମସ୍ୟା ବୃଦ୍ଧି ପାଇବା କାରଣରୁ କୌଣସି କାମ ଶୃଙ୍ଖଳିତ ରହିବ ନାହିଁ। କୌଣସି ଆନୁଷ୍ଠାନିକ କ୍ଷେତ୍ରରୁ ଅର୍ଥ ଓ ସମ୍ମାନ ପାଇବେ। ବନ୍ଧୁବର୍ଗଙ୍କ ସହାନୁଭୂତି ଲାଭକରି କାମ ହାସଲ କରିବେ।
ମିଥୁନ
ମିଥୁନ
ଚନ୍ଦ୍ର କେନ୍ଦ୍ରରେ ଶୁକ୍ର ମନୋରଞ୍ଜନ ସକାଶେ ସୁଯୋଗ ସୃଷ୍ଟି କରାଇବେ। ବନ୍ଧୁମିଳନ ସାଙ୍ଗକୁ ଦୂରଯାତ୍ରା, ସତ୍‌ସଙ୍ଗର ସୁଯୋଗ ପାଇପାରିବେ। ଆରଦ୍ରା ନକ୍ଷତ୍ର ଭୁଲ୍‌ ବୁଝାମଣା କାରଣରୁ ସାଧାରଣ କଥାରେ ବନ୍ଧୁ ବିରକ୍ତ ପ୍ରକାଶ କରିପାରନ୍ତି। ମାନସିକ ସ୍ଥିତି ଠିକ୍‌ ରହିଲେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟାରେ ଜଡ଼ିତ ରହିପାରନ୍ତି।
କର୍କଟ
କର୍କଟ
ସହନଶୀଳତା ଓ ସହଯୋଗ ମନୋଭାବରୁ ଆପଣ ସମସ୍ତଙ୍କର ଆଦରଣୀୟ ହେବେ। କିନ୍ତୁ ଆପଣଙ୍କ ସହ ଭଲ ସମ୍ପର୍କ ନ ଥିବା ବ୍ୟକ୍ତିମାନଙ୍କ ଏହାହିଁ ଗାତ୍ରଦାହର କାରଣ ହୋଇପାରେ। ରବିବାରଠାରୁ ଆପଣ ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ନିଶ୍ଚିତ ସଫଳତା ପାଇବେ। ବ୍ୟବସାୟ, ବାଣିଜ୍ୟ, କଳା, ସାହିତ୍ୟରେ ମଧ୍ୟ ସମ୍ମାନ ମିଳିବ।
ସି˚ହ
ସି˚ହ
ଚନ୍ଦ୍ରଙ୍କ ଧନଭାବ ସଂସ୍ଥାନ କାରଣରୁ ଆର୍ଥିକ ଉନ୍ନତି ସହ ବନ୍ଧୁଙ୍କ ଆଦରଣୀୟ ହେବେ। କୌଣସି ଶୁଭାକାଂକ୍ଷୀଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସାଧନ କରିବେ। ରାଜନୀତି ତଥା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। କୌଣସି ବିବାଦୀୟ ପରିସ୍ଥିତିରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟକଲେ ଉପକୃତ ହେବେ।
କନ୍ୟା
ଲାଭାଧିପ ରାଶିରେ ରହି ଆପଣଙ୍କୁ ବକେୟା ଅର୍ଥ ପ୍ରାପ୍ତିରେ ସହାୟକ ହେବ। କର୍ମକ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନାହିଁ। ଏହାସାଙ୍ଗକୁ ସୁସମ୍ପର୍କ କ୍ଷୁଣ୍ଣହେବା କାରଣରୁ ଆମତ୍ୀୟଙ୍କ ପାଇଁ ଚିନ୍ତା ବଢ଼ିପାରେ। କଚେରି ମାମଲା ତଥା ଆଇନ ଅଦାଲତରୁ ସୁଫଳ ପାଇବେ।
ତୁଳା
ତୁଳା
ଏକାଧିକ ଗ୍ରହ ସପ୍ତମ କେନ୍ଦ୍ରସ୍ଥ ଯୋଗୁ ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା, ଶିଳ୍ପ, ବାଣିଜ୍ୟାଦି କ୍ଷେତ୍ର ପାଇଁ ପ୍ରତିକୂଳ ପ୍ରଭାବ ପଡ଼ିପାରେ। ସଭାସମିତିରେ ଯୋଗ ଦେଲେ ପ୍ରଶଂସା ଓ ପ୍ରତିଷ୍ଠା ପାଇପାରିବେ। ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବା ହେତୁ ମନ ଖୁସି ରହିବ। ଚିତ୍ରା ନକ୍ଷତ୍ରର ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯାଇପାରେ।
ବିଛା
ବିଛା
କିଏ କ’ଣ କହୁଛି କିମ୍ବା କରୁଛି ସେଥିପ୍ରତି ଧ୍ୟାନ ନ ଦେଇ ନିଜ କଥା ଚିନ୍ତାକରିବା ଭଲ। ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ପାଇଁ ଅନୁକୂଳତା ଅନୁଭବ କରିବେ। ସନ୍ତାନଙ୍କ ବୈବାହିକ କର୍ମ ସମ୍ପାଦନ କ୍ଷେତ୍ରରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ। ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିପାରେ।
ଧନୁ
ଧନୁ
କର୍ମସ୍ଥ ଚନ୍ଦ୍ର ହେତୁ ଯେଉଁ କାମ ପାଇଁ ମନସ୍ଥ କରିଛନ୍ତି ତାହା ଆଜି ହିଁ ପୂର୍ଣ୍ଣତା ଲାଭ କରିବ। ପାରିବାରିକ କ୍ଷେତ୍ରରେ ପଛକଥା ପଛକୁ ପକାଇ କାମ କରିଚାଲନ୍ତୁ ଭଲ ହେବ। ଅର୍ଥ ସଂଗ୍ରହ କରିବାରେ ତପତ୍ରତା ପ୍ରକାଶ କରି ଉପକୃତ ହେବେ। ପାରିବାରିିକ ଜଞ୍ଜାଳ ବୃଦ୍ଧି ପାଇପାରେ, ଯାହାକି ମାନସିକ ସ୍ଥିତିର ପରିପନ୍ଥୀ ହୋଇ ନ ପାରେ।
ମକର
ମକର
ଦିନର ଦ୍ୱିତୀୟାର୍ଦ୍ଧରେ କେତେକ ସମସ୍ୟା ଆସିପାରେ। ଦେଖିବାକୁ ଗଲେ ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଥିବାର ଅନୁଭବ କରିବେ। ପାରିବାରିକ କ୍ଷେତ୍ରରେ ପୁତ୍ରକନ୍ୟାହେତୁକ ସମସ୍ୟା ଦେଖାଦେବା ଆଶଙ୍କା ରହିଛି। ପଡ଼ୋଶୀ କେହି ପ୍ରତିବାଦ କରିପାରନ୍ତି, ଯାହାକି ଆପଣଙ୍କ କାମ ପାଇଁ ବାଧକ ସାଜିପାରେ।
କୁମ୍ଭ
କୁମ୍ଭ
ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ, କିନ୍ତୁ ଶତଭିଷା ନକ୍ଷତ୍ରର ପାରିବାରିକ ସମସ୍ୟା ଦେଖାଦେବ। କର୍ମକ୍ଷେତ୍ରରେ ଓ ନିଜ ପରିବେଶରେ ପ୍ରିୟ କଥା କହି ସମସ୍ୟା ସୁଧାରିନେବେ। ଭ୍ରମଣହେତୁକ କ୍ଲାନ୍ତି ଦେଖାଦେଇପାରେ। ବନ୍ଧୁଙ୍କ କଥାରେ ଭରସାକରି ସମ୍ପୂର୍ଣ୍ଣ ନୀରବ ରହିଗଲେ ପରେ ଅନୁତାପ କରିବାକୁ ସମୟ ପାଇବେ ନାହିଁ।
ମୀନମୀନ
ଅର୍ଥାଭାବ ନ ଥାଇ ସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁଣ୍ଣ ଥିଲେ ମଧ୍ୟ ପାରିବାରିକ କନ୍ଦଳ ସମସ୍ତ ସୁଖକୁ ନଷ୍ଟ କରିଦେବ। ଅପରାହ୍ନରେ ଆପଣାଛାଏଁ ସମସ୍ୟା କମିବା ଫଳରେ ରହିଥିବା ଟେନ୍‌ସନ କମିଯିବ। ଆନୁଷ୍ଠାନିକ କ୍ଷେତ୍ରରେ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ। ଶିଳ୍ପ, ବାଣିଜ୍ୟ, ନିର୍ମାଣ, ପରିବହନରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ,...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ ଆଜି ଚତୁର୍ଥ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆପଣ ଫଳପ୍ରଦ ଯାତ୍ରା ସାଙ୍ଗକୁ ସାମୟିକ ପାରିବେଶିକ ଆନନ୍ଦ ଅନୁଭବ କରିବେ। କିନ୍ତୁ ନୀଚସ୍ଥ ବୁଧଙ୍କ ସ୍ଥିତି...

ରାଶିଫଳ: ସୋମବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ ଆଜି ପ୍ରଶାସନିକ ସଫଳତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସହ ସମ୍ମାନଜନକ ସ୍ଥିତିରେ ରହିବେ। କୃତିକା ନକ୍ଷତ୍ର ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନ ବୁଲିଯିବାର...

ରାଶିଫଳ: ରବିବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ ଆଜି ଗୁର୍ବାଦିତ୍ୟ ଯୋଗ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟରୁ ସମ୍ମାନିତ ହେବେ। ବନ୍ଧୁ ପରିଜନଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଉପସ୍ଥିତ ସମସ୍ୟାର...

ରାଶିଫଳ: ଶନିବାର , ଏପ୍ରିଲ ୧୩ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି କାରଣରୁ ଆପଣଙ୍କ ଆକର୍ଷଣୀୟ ବ୍ୟବହାର ସମସ୍ୟା ସମାଧାନରେ ସହାୟକ ହେବ। ଲୋକସମ୍ପର୍କ ବୃଦ୍ଧି, ପାରିବାରିକ ସହଯୋଗ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri