Posted inRasifala

ରାଶିଫଳ: ମଙ୍ଗଳବାର, ମେ ୩୦ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ପାପଗ୍ରହ ଦୃଷ୍ଟିବର୍ଜିତ ହେତୁ ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ପାଇବେ। କିନ୍ତୁ କଥା କହିବାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହେବାକୁ ପଡ଼ିବ। ଆଲୋଚନା କ୍ଷେତ୍ରରେ ଛୋଟ ଛୋଟ କଥାରେ ଚିହ୍ନା ପଡ଼ିଲେ ଅପଦସ୍ଥ ହେବେ। କଳା,ସାହିତ୍ୟ,ସଂସ୍କୃତି ଓ ଅନୁଷ୍ଠାନିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇବ।
ବୃଷ
ବୃଷ
ଭ୍ରାତୃକାରକ ମଙ୍ଗଳ ତୃତୀୟସ୍ଥ ଦୁର୍ବଳ ଯୋଗୁ ଭାଇ ଭଗାରି ସାଜିପାରନ୍ତି କିମ୍ବା ସହକର୍ମୀ ସୁଯୋଗ ଉଣ୍ଡି ଅସୁବିଧାରେ ପକାଇପାରନ୍ତି। ପାରିବାରିକ ସମସ୍ୟା ବୃଦ୍ଧି ପାଇବା କାରଣରୁ କୌଣସି କାମ ଶୃଙ୍ଖଳିତ ରହିବ ନାହିଁ। କୌଣସି ଆନୁଷ୍ଠାନିକ କ୍ଷେତ୍ରରୁ ଅର୍ଥ ଓ ସମ୍ମାନ ପାଇବେ। ବନ୍ଧୁବର୍ଗଙ୍କ ସହାନୁଭୂତି ଲାଭକରି କାମ ହାସଲ କରିବେ।
ମିଥୁନ
ମିଥୁନ
ଚନ୍ଦ୍ର କେନ୍ଦ୍ରରେ ଶୁକ୍ର ମନୋରଞ୍ଜନ ସକାଶେ ସୁଯୋଗ ସୃଷ୍ଟି କରାଇବେ। ବନ୍ଧୁମିଳନ ସାଙ୍ଗକୁ ଦୂରଯାତ୍ରା, ସତ୍‌ସଙ୍ଗର ସୁଯୋଗ ପାଇପାରିବେ। ଆରଦ୍ରା ନକ୍ଷତ୍ର ଭୁଲ୍‌ ବୁଝାମଣା କାରଣରୁ ସାଧାରଣ କଥାରେ ବନ୍ଧୁ ବିରକ୍ତ ପ୍ରକାଶ କରିପାରନ୍ତି। ମାନସିକ ସ୍ଥିତି ଠିକ୍‌ ରହିଲେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟାରେ ଜଡ଼ିତ ରହିପାରନ୍ତି।
କର୍କଟ
କର୍କଟ
ସହନଶୀଳତା ଓ ସହଯୋଗ ମନୋଭାବରୁ ଆପଣ ସମସ୍ତଙ୍କର ଆଦରଣୀୟ ହେବେ। କିନ୍ତୁ ଆପଣଙ୍କ ସହ ଭଲ ସମ୍ପର୍କ ନ ଥିବା ବ୍ୟକ୍ତିମାନଙ୍କ ଏହାହିଁ ଗାତ୍ରଦାହର କାରଣ ହୋଇପାରେ। ରବିବାରଠାରୁ ଆପଣ ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ନିଶ୍ଚିତ ସଫଳତା ପାଇବେ। ବ୍ୟବସାୟ, ବାଣିଜ୍ୟ, କଳା, ସାହିତ୍ୟରେ ମଧ୍ୟ ସମ୍ମାନ ମିଳିବ।
ସି˚ହ
ସି˚ହ
ଚନ୍ଦ୍ରଙ୍କ ଧନଭାବ ସଂସ୍ଥାନ କାରଣରୁ ଆର୍ଥିକ ଉନ୍ନତି ସହ ବନ୍ଧୁଙ୍କ ଆଦରଣୀୟ ହେବେ। କୌଣସି ଶୁଭାକାଂକ୍ଷୀଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସାଧନ କରିବେ। ରାଜନୀତି ତଥା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। କୌଣସି ବିବାଦୀୟ ପରିସ୍ଥିତିରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟକଲେ ଉପକୃତ ହେବେ।
କନ୍ୟା
ଲାଭାଧିପ ରାଶିରେ ରହି ଆପଣଙ୍କୁ ବକେୟା ଅର୍ଥ ପ୍ରାପ୍ତିରେ ସହାୟକ ହେବ। କର୍ମକ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନାହିଁ। ଏହାସାଙ୍ଗକୁ ସୁସମ୍ପର୍କ କ୍ଷୁଣ୍ଣହେବା କାରଣରୁ ଆମତ୍ୀୟଙ୍କ ପାଇଁ ଚିନ୍ତା ବଢ଼ିପାରେ। କଚେରି ମାମଲା ତଥା ଆଇନ ଅଦାଲତରୁ ସୁଫଳ ପାଇବେ।
ତୁଳା
ତୁଳା
ଏକାଧିକ ଗ୍ରହ ସପ୍ତମ କେନ୍ଦ୍ରସ୍ଥ ଯୋଗୁ ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା, ଶିଳ୍ପ, ବାଣିଜ୍ୟାଦି କ୍ଷେତ୍ର ପାଇଁ ପ୍ରତିକୂଳ ପ୍ରଭାବ ପଡ଼ିପାରେ। ସଭାସମିତିରେ ଯୋଗ ଦେଲେ ପ୍ରଶଂସା ଓ ପ୍ରତିଷ୍ଠା ପାଇପାରିବେ। ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବା ହେତୁ ମନ ଖୁସି ରହିବ। ଚିତ୍ରା ନକ୍ଷତ୍ରର ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯାଇପାରେ।
ବିଛା
ବିଛା
କିଏ କ’ଣ କହୁଛି କିମ୍ବା କରୁଛି ସେଥିପ୍ରତି ଧ୍ୟାନ ନ ଦେଇ ନିଜ କଥା ଚିନ୍ତାକରିବା ଭଲ। ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ପାଇଁ ଅନୁକୂଳତା ଅନୁଭବ କରିବେ। ସନ୍ତାନଙ୍କ ବୈବାହିକ କର୍ମ ସମ୍ପାଦନ କ୍ଷେତ୍ରରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ। ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିପାରେ।
ଧନୁ
ଧନୁ
କର୍ମସ୍ଥ ଚନ୍ଦ୍ର ହେତୁ ଯେଉଁ କାମ ପାଇଁ ମନସ୍ଥ କରିଛନ୍ତି ତାହା ଆଜି ହିଁ ପୂର୍ଣ୍ଣତା ଲାଭ କରିବ। ପାରିବାରିକ କ୍ଷେତ୍ରରେ ପଛକଥା ପଛକୁ ପକାଇ କାମ କରିଚାଲନ୍ତୁ ଭଲ ହେବ। ଅର୍ଥ ସଂଗ୍ରହ କରିବାରେ ତପତ୍ରତା ପ୍ରକାଶ କରି ଉପକୃତ ହେବେ। ପାରିବାରିିକ ଜଞ୍ଜାଳ ବୃଦ୍ଧି ପାଇପାରେ, ଯାହାକି ମାନସିକ ସ୍ଥିତିର ପରିପନ୍ଥୀ ହୋଇ ନ ପାରେ।
ମକର
ମକର
ଦିନର ଦ୍ୱିତୀୟାର୍ଦ୍ଧରେ କେତେକ ସମସ୍ୟା ଆସିପାରେ। ଦେଖିବାକୁ ଗଲେ ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଥିବାର ଅନୁଭବ କରିବେ। ପାରିବାରିକ କ୍ଷେତ୍ରରେ ପୁତ୍ରକନ୍ୟାହେତୁକ ସମସ୍ୟା ଦେଖାଦେବା ଆଶଙ୍କା ରହିଛି। ପଡ଼ୋଶୀ କେହି ପ୍ରତିବାଦ କରିପାରନ୍ତି, ଯାହାକି ଆପଣଙ୍କ କାମ ପାଇଁ ବାଧକ ସାଜିପାରେ।
କୁମ୍ଭ
କୁମ୍ଭ
ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ, କିନ୍ତୁ ଶତଭିଷା ନକ୍ଷତ୍ରର ପାରିବାରିକ ସମସ୍ୟା ଦେଖାଦେବ। କର୍ମକ୍ଷେତ୍ରରେ ଓ ନିଜ ପରିବେଶରେ ପ୍ରିୟ କଥା କହି ସମସ୍ୟା ସୁଧାରିନେବେ। ଭ୍ରମଣହେତୁକ କ୍ଲାନ୍ତି ଦେଖାଦେଇପାରେ। ବନ୍ଧୁଙ୍କ କଥାରେ ଭରସାକରି ସମ୍ପୂର୍ଣ୍ଣ ନୀରବ ରହିଗଲେ ପରେ ଅନୁତାପ କରିବାକୁ ସମୟ ପାଇବେ ନାହିଁ।
ମୀନମୀନ
ଅର୍ଥାଭାବ ନ ଥାଇ ସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁଣ୍ଣ ଥିଲେ ମଧ୍ୟ ପାରିବାରିକ କନ୍ଦଳ ସମସ୍ତ ସୁଖକୁ ନଷ୍ଟ କରିଦେବ। ଅପରାହ୍ନରେ ଆପଣାଛାଏଁ ସମସ୍ୟା କମିବା ଫଳରେ ରହିଥିବା ଟେନ୍‌ସନ କମିଯିବ। ଆନୁଷ୍ଠାନିକ କ୍ଷେତ୍ରରେ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ। ଶିଳ୍ପ, ବାଣିଜ୍ୟ, ନିର୍ମାଣ, ପରିବହନରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?