Posted inRasifala

ରାଶିଫଳ: ମଙ୍ଗଳବାର , ମେ ୧୬ ତାରିଖ – Daily Horoscope

ମେଷ
ଆଜି ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ବ୍ୟୟାଧିକ୍ୟ ସାଙ୍ଗକୁ ବିବାଦୀୟ ସ୍ଥିତି କିମ୍ବା ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ଆକସ୍ମିକ ପ୍ରତିବନ୍ଧକଜନିତ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ସାମାନ୍ୟ ବାଧାପ୍ରାପ୍ତ ହୋଇପାରେ। କର୍ମାରମ୍ଭ ସକାଶେ ମନ ବଳାଇ ସଫଳତା ହାସଲ କରିପାରନ୍ତି।
ବୃଷ
ବୃଷ
କର୍ମକ୍ଷେତ୍ରରେ ଶନି କ୍ରମୋନ୍ନତି କରିବେ, କିନ୍ତୁ ପରିବାର ସ୍ଥାନକୁ ପ୍ରତ୍ୟକ୍ଷ ଦୃଷ୍ଟି ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ। ଅତୀତର ବିବାଦୀୟ ଘଟଣାରେ ମନସ୍ତାପ କରିବାକୁ ପଡ଼ିପାରେ। ବକେୟା ଅର୍ଥ ଆଦାୟ ସକାଶେ ଅନ୍ୟର ସାହାଯ୍ୟ ନେଇପାରନ୍ତି। ବନ୍ଧୁଙ୍କ ଆସିବା ବାଟକୁ ଚାହିଁ ଚାହିଁ ବିରକ୍ତି ପ୍ରକାଶ କରିପାରନ୍ତି।
ମିଥୁନ
ମିଥୁନ
ଶୁକ୍ରଙ୍କ ସୁପ୍ରଭାବରୁ ମାନସିକ ପ୍ରଫୁଲ୍ଲତା ସାଙ୍ଗକୁ କଳା, ସାହିତ୍ୟ, ସଙ୍ଗୀତାଦି କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ଅଟକି ରହିଥିବା କାମ ସକାଶେ ଅନୁତାପ କରିବାକୁ ବାଧ୍ୟ ହେବେ। ଭ୍ରମଣ, ରାଜନୀତି, ପ୍ରଶାସନ ଓ ସଭାସମିତି କ୍ଷେତ୍ରରୁ ସଫଳତା ପାଇବେ। ବନ୍ଧୁମାନଙ୍କ ନିକଟରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
କର୍କଟ
କର୍କଟ
କର୍ମାଧିପ ରାଶିରେ ନୀଚ୍ଚସ୍ଥ ଯୋଗୁ କର୍ମକ୍ଷେତ୍ରରେ ସାଧାରଣ କଥାରୁ କଳହର ସମ୍ମୁଖୀନ ହେବାକୁ ପଡ଼ିପାରେ। ସମ୍ପର୍କୀୟଙ୍କ ନିକଟରୁ କିଛି ପାଇବାର ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ବହୁ ପ୍ରତୀକ୍ଷିତ ଖବରଟି ଆଜି ପାଇ ଖୁସି ହେବେ। ଗୁରୁତ୍ୱପୂର୍ଣ୍ଣ କାମରେ ମିତ୍ରମାନଙ୍କ ପରାମର୍ଶ ନେଇ କାମ କଲେ ଉପକୃତ ହେବେ।
ସି˚ହ
ସି˚ହ
ଶୁକ୍ର ଏକାଦଶସ୍ଥ ଯୋଗୁ ପାରିବାରିକ ସମସ୍ୟାର ସମାଧାନ ସକାଶେ ବନ୍ଧୁଙ୍କୁ ନେହୁରା ହେବାକୁ ପଡ଼ିପାରେ। ଆନୁଷ୍ଠାନିକ କ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ଅସମ୍ମାନିତ ହୋଇପାରନ୍ତି। ରାଜନୀତିରେ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ। ମନୋବଳ ବୃଦ୍ଧିରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ରହିବ।
କନ୍ୟା
ଧନ ଭାଗ୍ୟାଧିପଙ୍କ ସୁପ୍ରଭାବରେ କର୍ମକ୍ଷେତ୍ରରେ ସମ୍ମାନିତ ହେବା ସହ ଆର୍ଥିକ ଅଭିବୃଦ୍ଧି ଘଟିବ। ଉଦ୍ଦେଶ୍ୟମୂଳକ ଭାବରେ କରାଯାଇଥିବା ସ୍ଥାନାନ୍ତର ସୂଚନା ପାଇ ହଡ଼ବଡ଼େଇ ଯାଇପାରନ୍ତି। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବା ଏକ ପ୍ରକାର ହିତକର ହେବ। ବନ୍ଧୁଙ୍କ ସ୍ବାସ୍ଥ୍ୟହାନି କାରଣରୁ କେତେକ କଥା ସମ୍ଭାଳିବାକୁ ପଡ଼ିବ।
ତୁଳା
ତୁଳା
ଅନୁକୂଳ ଗ୍ରହ ସ୍ଥିତି ପ୍ରଭାବରୁ ଯେଉଁ କାମଟିକୁ ଆରମ୍ଭ କରିବାକୁ ଯାଉଛନ୍ତି ତାହା ନିର୍ବିଘ୍ନରେ ସମାପନ ହେବ। ରାଶିରେ କେତୁ ଥିବାରୁ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। କୌଣସି କାମ ହାସଲ ପାଇଁ ଗୁଡ଼ିଏ ଟଙ୍କା ଖର୍ଚ୍ଚକରି ଦୁଃଖିତ ହେବାକୁ ପଡ଼ିପାରେ। ଲେଖାପଢ଼ା ତଥା ପ୍ରକାଶନ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଶୁଭଫଳ ପାଇବେ।
ବିଛା
ବିଛା
ସପ୍ତମାଧିପତି ଅଷ୍ଟମଭାବସ୍ଥ ଯୋଗୁ ଯାତ୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା ଏବଂ ପାରିବାରିକ ସ୍ବାସ୍ଥ୍ୟ ପାଇଁ ପ୍ରତିକୂଳ ପ୍ରଭାବ ପକାଇପାରେ। ଈର୍ଷାପରାୟଣ ବ୍ୟକ୍ତିଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। କୋଣଭାବସ୍ଥ ଚନ୍ଦ୍ର ହେତୁ ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ଧନୁ
ଧନୁ
ଦ୍ୱିତୀୟଭାବ ମଙ୍ଗଳ ଦୃଷ୍ଟିରେ ଥିବାରୁ କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ ଭାଷଣରୁ ସମାଲୋଚନାର ପାତ୍ର ହେବେ। ସଂଗଠନ ଓ ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସହକର୍ମୀଙ୍କ ଦୌରାମତ୍‌ୟ ଅସହ୍ୟ ହେବାରୁ ଉଚ୍ଚ ପଦାଧିକାରୀଙ୍କ ନିକଟରେ ଅଭିଯୋଗ କରିବାକୁ ପଡ଼ିପାରେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ଝଗଡ଼ା ଲାଗିପାରେ।
ମକର
ମକର
ଚନ୍ଦ୍ର ଭାଗ୍ୟ ସ୍ଥାନକୁ ଦେଖୁଥିବାରୁ ସବୁ ସମୟରେ ପାଖରେ ରହୁଥବା ବ୍ୟକ୍ତି ଦ୍ୱାରା କାମ ହାସଲ କରିବେ। ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ଥିବା ସମସ୍ୟା ବନ୍ଧୁଙ୍କ ଜରିଆରେ ସମାଧାନ ହେବ। ନିର୍ମାଣ କାର୍ଯ୍ୟରେ କେତେକ ପ୍ରତିବନ୍ଧକ ଦେଖାଦେବ। ସହଯୋଗ ପାଇଁ ବନ୍ଧୁଙ୍କ ଆଗରେ ପ୍ରକାଶକରି ନ ପାରି ପରେ ଅନୁତାପ କରିପାରନ୍ତି।
କୁମ୍ଭ
କୁମ୍ଭ
ରାହୁ ନକ୍ଷତ୍ରସ୍ଥ ରାଶ୍ୟାଧିପ କାରଣରୁ ବିଭିନ୍ନ ସମସ୍ୟାମୂଳକ କାମରେ ପ୍ରବେଶକରି ବ୍ୟସ୍ତ ହେବେ। ଚନ୍ଦ୍ରଙ୍କ ସ୍ଥିତି ହେତୁ ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ପାରିବାରିକ ସୁଖ ସ୍ବାଚ୍ଛନ୍ଦ୍ୟ କାରଣରୁ କିମ୍ବା ହସଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ। ସହକର୍ମୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ।
ମୀନମୀନ
ଶୁକ୍ର ଚତୁର୍ଥ କେନ୍ଦ୍ରସ୍ଥ ଯୋଗୁ ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କରିବା କ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ପାରସ୍ପରିକ ଆଲୋଚନାକ୍ରମେ ପାରିବାରିକ ଅଶାନ୍ତିର ସମାପ୍ତି ଘଟାଇବେ। ଭାବପ୍ରବଣବଶତଃ ବନ୍ଧୁଙ୍କ ସମ୍ମୁଖରେ କୌଣସି ଅପ୍ରକାଶ୍ୟ କଥା ପ୍ରକାଶକରି ଅପଦସ୍ଥ ହୋଇପାରନ୍ତି। ବଡ଼ଭାଇଙ୍କ ସ୍ବାସ୍ଥ୍ୟ ଓ ସମ୍ପର୍କୀୟଙ୍କ ଅନୁଚିତ ଚିନ୍ତାଧାରା ମନକୁ ବ୍ୟଥିତ କରିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ,...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ ଆଜି ଚତୁର୍ଥ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆପଣ ଫଳପ୍ରଦ ଯାତ୍ରା ସାଙ୍ଗକୁ ସାମୟିକ ପାରିବେଶିକ ଆନନ୍ଦ ଅନୁଭବ କରିବେ। କିନ୍ତୁ ନୀଚସ୍ଥ ବୁଧଙ୍କ ସ୍ଥିତି...

ରାଶିଫଳ: ସୋମବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ ଆଜି ପ୍ରଶାସନିକ ସଫଳତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସହ ସମ୍ମାନଜନକ ସ୍ଥିତିରେ ରହିବେ। କୃତିକା ନକ୍ଷତ୍ର ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନ ବୁଲିଯିବାର...

ରାଶିଫଳ: ରବିବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ ଆଜି ଗୁର୍ବାଦିତ୍ୟ ଯୋଗ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟରୁ ସମ୍ମାନିତ ହେବେ। ବନ୍ଧୁ ପରିଜନଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଉପସ୍ଥିତ ସମସ୍ୟାର...

ରାଶିଫଳ: ଶନିବାର , ଏପ୍ରିଲ ୧୩ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି କାରଣରୁ ଆପଣଙ୍କ ଆକର୍ଷଣୀୟ ବ୍ୟବହାର ସମସ୍ୟା ସମାଧାନରେ ସହାୟକ ହେବ। ଲୋକସମ୍ପର୍କ ବୃଦ୍ଧି, ପାରିବାରିକ ସହଯୋଗ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri