Posted inRasifala

ରାଶିଫଳ: ମଙ୍ଗଳବାର , ମେ ୧୬ ତାରିଖ – Daily Horoscope

ମେଷ
ଆଜି ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ବ୍ୟୟାଧିକ୍ୟ ସାଙ୍ଗକୁ ବିବାଦୀୟ ସ୍ଥିତି କିମ୍ବା ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ଆକସ୍ମିକ ପ୍ରତିବନ୍ଧକଜନିତ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ସାମାନ୍ୟ ବାଧାପ୍ରାପ୍ତ ହୋଇପାରେ। କର୍ମାରମ୍ଭ ସକାଶେ ମନ ବଳାଇ ସଫଳତା ହାସଲ କରିପାରନ୍ତି।
ବୃଷ
ବୃଷ
କର୍ମକ୍ଷେତ୍ରରେ ଶନି କ୍ରମୋନ୍ନତି କରିବେ, କିନ୍ତୁ ପରିବାର ସ୍ଥାନକୁ ପ୍ରତ୍ୟକ୍ଷ ଦୃଷ୍ଟି ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ। ଅତୀତର ବିବାଦୀୟ ଘଟଣାରେ ମନସ୍ତାପ କରିବାକୁ ପଡ଼ିପାରେ। ବକେୟା ଅର୍ଥ ଆଦାୟ ସକାଶେ ଅନ୍ୟର ସାହାଯ୍ୟ ନେଇପାରନ୍ତି। ବନ୍ଧୁଙ୍କ ଆସିବା ବାଟକୁ ଚାହିଁ ଚାହିଁ ବିରକ୍ତି ପ୍ରକାଶ କରିପାରନ୍ତି।
ମିଥୁନ
ମିଥୁନ
ଶୁକ୍ରଙ୍କ ସୁପ୍ରଭାବରୁ ମାନସିକ ପ୍ରଫୁଲ୍ଲତା ସାଙ୍ଗକୁ କଳା, ସାହିତ୍ୟ, ସଙ୍ଗୀତାଦି କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ଅଟକି ରହିଥିବା କାମ ସକାଶେ ଅନୁତାପ କରିବାକୁ ବାଧ୍ୟ ହେବେ। ଭ୍ରମଣ, ରାଜନୀତି, ପ୍ରଶାସନ ଓ ସଭାସମିତି କ୍ଷେତ୍ରରୁ ସଫଳତା ପାଇବେ। ବନ୍ଧୁମାନଙ୍କ ନିକଟରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
କର୍କଟ
କର୍କଟ
କର୍ମାଧିପ ରାଶିରେ ନୀଚ୍ଚସ୍ଥ ଯୋଗୁ କର୍ମକ୍ଷେତ୍ରରେ ସାଧାରଣ କଥାରୁ କଳହର ସମ୍ମୁଖୀନ ହେବାକୁ ପଡ଼ିପାରେ। ସମ୍ପର୍କୀୟଙ୍କ ନିକଟରୁ କିଛି ପାଇବାର ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ବହୁ ପ୍ରତୀକ୍ଷିତ ଖବରଟି ଆଜି ପାଇ ଖୁସି ହେବେ। ଗୁରୁତ୍ୱପୂର୍ଣ୍ଣ କାମରେ ମିତ୍ରମାନଙ୍କ ପରାମର୍ଶ ନେଇ କାମ କଲେ ଉପକୃତ ହେବେ।
ସି˚ହ
ସି˚ହ
ଶୁକ୍ର ଏକାଦଶସ୍ଥ ଯୋଗୁ ପାରିବାରିକ ସମସ୍ୟାର ସମାଧାନ ସକାଶେ ବନ୍ଧୁଙ୍କୁ ନେହୁରା ହେବାକୁ ପଡ଼ିପାରେ। ଆନୁଷ୍ଠାନିକ କ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ଅସମ୍ମାନିତ ହୋଇପାରନ୍ତି। ରାଜନୀତିରେ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ। ମନୋବଳ ବୃଦ୍ଧିରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ରହିବ।
କନ୍ୟା
ଧନ ଭାଗ୍ୟାଧିପଙ୍କ ସୁପ୍ରଭାବରେ କର୍ମକ୍ଷେତ୍ରରେ ସମ୍ମାନିତ ହେବା ସହ ଆର୍ଥିକ ଅଭିବୃଦ୍ଧି ଘଟିବ। ଉଦ୍ଦେଶ୍ୟମୂଳକ ଭାବରେ କରାଯାଇଥିବା ସ୍ଥାନାନ୍ତର ସୂଚନା ପାଇ ହଡ଼ବଡ଼େଇ ଯାଇପାରନ୍ତି। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବା ଏକ ପ୍ରକାର ହିତକର ହେବ। ବନ୍ଧୁଙ୍କ ସ୍ବାସ୍ଥ୍ୟହାନି କାରଣରୁ କେତେକ କଥା ସମ୍ଭାଳିବାକୁ ପଡ଼ିବ।
ତୁଳା
ତୁଳା
ଅନୁକୂଳ ଗ୍ରହ ସ୍ଥିତି ପ୍ରଭାବରୁ ଯେଉଁ କାମଟିକୁ ଆରମ୍ଭ କରିବାକୁ ଯାଉଛନ୍ତି ତାହା ନିର୍ବିଘ୍ନରେ ସମାପନ ହେବ। ରାଶିରେ କେତୁ ଥିବାରୁ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। କୌଣସି କାମ ହାସଲ ପାଇଁ ଗୁଡ଼ିଏ ଟଙ୍କା ଖର୍ଚ୍ଚକରି ଦୁଃଖିତ ହେବାକୁ ପଡ଼ିପାରେ। ଲେଖାପଢ଼ା ତଥା ପ୍ରକାଶନ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଶୁଭଫଳ ପାଇବେ।
ବିଛା
ବିଛା
ସପ୍ତମାଧିପତି ଅଷ୍ଟମଭାବସ୍ଥ ଯୋଗୁ ଯାତ୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା ଏବଂ ପାରିବାରିକ ସ୍ବାସ୍ଥ୍ୟ ପାଇଁ ପ୍ରତିକୂଳ ପ୍ରଭାବ ପକାଇପାରେ। ଈର୍ଷାପରାୟଣ ବ୍ୟକ୍ତିଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। କୋଣଭାବସ୍ଥ ଚନ୍ଦ୍ର ହେତୁ ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ଧନୁ
ଧନୁ
ଦ୍ୱିତୀୟଭାବ ମଙ୍ଗଳ ଦୃଷ୍ଟିରେ ଥିବାରୁ କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ ଭାଷଣରୁ ସମାଲୋଚନାର ପାତ୍ର ହେବେ। ସଂଗଠନ ଓ ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସହକର୍ମୀଙ୍କ ଦୌରାମତ୍‌ୟ ଅସହ୍ୟ ହେବାରୁ ଉଚ୍ଚ ପଦାଧିକାରୀଙ୍କ ନିକଟରେ ଅଭିଯୋଗ କରିବାକୁ ପଡ଼ିପାରେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ଝଗଡ଼ା ଲାଗିପାରେ।
ମକର
ମକର
ଚନ୍ଦ୍ର ଭାଗ୍ୟ ସ୍ଥାନକୁ ଦେଖୁଥିବାରୁ ସବୁ ସମୟରେ ପାଖରେ ରହୁଥବା ବ୍ୟକ୍ତି ଦ୍ୱାରା କାମ ହାସଲ କରିବେ। ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ଥିବା ସମସ୍ୟା ବନ୍ଧୁଙ୍କ ଜରିଆରେ ସମାଧାନ ହେବ। ନିର୍ମାଣ କାର୍ଯ୍ୟରେ କେତେକ ପ୍ରତିବନ୍ଧକ ଦେଖାଦେବ। ସହଯୋଗ ପାଇଁ ବନ୍ଧୁଙ୍କ ଆଗରେ ପ୍ରକାଶକରି ନ ପାରି ପରେ ଅନୁତାପ କରିପାରନ୍ତି।
କୁମ୍ଭ
କୁମ୍ଭ
ରାହୁ ନକ୍ଷତ୍ରସ୍ଥ ରାଶ୍ୟାଧିପ କାରଣରୁ ବିଭିନ୍ନ ସମସ୍ୟାମୂଳକ କାମରେ ପ୍ରବେଶକରି ବ୍ୟସ୍ତ ହେବେ। ଚନ୍ଦ୍ରଙ୍କ ସ୍ଥିତି ହେତୁ ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ପାରିବାରିକ ସୁଖ ସ୍ବାଚ୍ଛନ୍ଦ୍ୟ କାରଣରୁ କିମ୍ବା ହସଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ। ସହକର୍ମୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ।
ମୀନମୀନ
ଶୁକ୍ର ଚତୁର୍ଥ କେନ୍ଦ୍ରସ୍ଥ ଯୋଗୁ ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କରିବା କ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ପାରସ୍ପରିକ ଆଲୋଚନାକ୍ରମେ ପାରିବାରିକ ଅଶାନ୍ତିର ସମାପ୍ତି ଘଟାଇବେ। ଭାବପ୍ରବଣବଶତଃ ବନ୍ଧୁଙ୍କ ସମ୍ମୁଖରେ କୌଣସି ଅପ୍ରକାଶ୍ୟ କଥା ପ୍ରକାଶକରି ଅପଦସ୍ଥ ହୋଇପାରନ୍ତି। ବଡ଼ଭାଇଙ୍କ ସ୍ବାସ୍ଥ୍ୟ ଓ ସମ୍ପର୍କୀୟଙ୍କ ଅନୁଚିତ ଚିନ୍ତାଧାରା ମନକୁ ବ୍ୟଥିତ କରିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

ରାଶିଫଳ:ଶୁକ୍ରବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ ଆଜି କୋଣଭାବସ୍ଥ ଚନ୍ଦ୍ର ପାପଗ୍ରହ ଯୁକ୍ତ କାରଣରୁ ସନ୍ତାନ ହେତୁକ ଦୁଃଶ୍ଚିନ୍ତା ଲାଗିରହିବ।ରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ବିଶେଷ ଭଲ ରହିନପାରେ। ସ୍ବଗୃହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?