Posted inRasifala

ରାଶିଫଳ: ଶୁକ୍ରବାର, ମେ ୫ ତାରିଖ – Daily Horoscope

ମେଷ
ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ପୂର୍ବପରି ରହିବ। କର୍ମକ୍ଷେତ୍ରରେ ଅତ୍ୟଧିକ ଯୁକ୍ତିତର୍କ କରିବା ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ। ସ୍ଥଗିତ କାମପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିବାର ସୂଚନା ରହିଛି। ଅବଶ୍ୟ ଦ୍ୱିଜା ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ।
ବୃଷ
ବୃଷ
ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ରୋହିଣୀ ନକ୍ଷତ୍ରର ଅର୍ଥନୈତିକ ପ୍ରଗତି ଜୀବନଯାତ୍ରାକୁ ସୁଖମୟ କରିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ କରିପାରନ୍ତି। ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିବ। ମହିଳାଙ୍କ ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ରହିବ।
ମିଥୁନ
ମିଥୁନ
ପରିବାରରେ ପୂର୍ବର ସମସ୍ୟା ସମାଧାନ ହେବା କାରଣରୁ ମାନସିକ ଶାନ୍ତି ପାଇବେ। ବହୁତ ଦିନରୁ ରହିଯାଇଥିବା ଅସମ୍ପୂର୍ଣ୍ଣ କାମକୁ ଆଜି ସନ୍ଧ୍ୟା ସୁଦ୍ଧାା ସମ୍ପୂର୍ଣ୍ଣ କରିବେ। ସାମାଜିକ ସ୍ତରରେ ଆନୁଷ୍ଠାନିକ କିମ୍ବା ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବେ। ଆରର୍ଦ୍ରା ନକ୍ଷତ୍ର ଅଫିସରେ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡିବ।
କର୍କଟ
କର୍କଟ
ଆଶା ଓ ଆଶଙ୍କା ମଧ୍ୟରେ ସମୟ କଟାଇବା ସାଙ୍ଗକୁ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ। ଆର୍ଥିକ ଅନଟନ ରହିଲେ ମଧ୍ୟ ଆପଣ ପରିସ୍ଥିତିକୁ ସମ୍ଭାଳି ନେବେ। ଆତ୍ମୀୟମାନେ ପ୍ରତ୍ୟେକ କ୍ଷେତ୍ର ସକାଶେ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ପୁନର୍ବସୁ ନକ୍ଷତ୍ର ଆରୋଗ୍ୟଲାଭ କରିବା ହେତୁ ସାମୟିକ ଆଶ୍ୱସ୍ତିଲାଭ କରିବେ।
ସି˚ହ
ସି˚ହ
ଆଜି ଜଣେ ପଦସ୍ଥ ବ୍ୟକ୍ତିଙ୍କ ସହାୟତାରେ କାର୍ଯ୍ୟ ସାଧିତ ହେବ। କିନ୍ତୁ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରି ମାନସିକ ପରିସ୍ଥିତି ଭଲ ରହି ନ ପାରେ। କର୍ମକ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡି ସହକର୍ମୀଙ୍କ ପ୍ରତ୍ୟେକ କଥାକୁ ଠିକ୍‌ ଭାବେ ବୁଝିପାରିବେନି। ମଘା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ମାନସିକ ଅବସାଦ ଯୋଗୁ କୌଣସି କାମ ଫଳପ୍ରଦ ହେବ ନାହିଁ।
କନ୍ୟା
ଆଜି ଯିବା ରାସ୍ତାରେ ଠିକଣା ଜାଗାରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପଡିବେ। ସାଧାରଣ ଯୁକ୍ତିତର୍କରେ ବନ୍ଧୁଙ୍କ ସହ ସମ୍ପର୍କହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ବ୍ୟବସାୟ ଓ ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା, କଚେରି ମାମଲା ବିଷୟରେ ଚିନ୍ତା କରିପାରନ୍ତି। ହସ୍ତା ନକ୍ଷତ୍ର ସକାଶେ ପାରିବାରିକ ସ୍ଥିତି ପ୍ରାୟତଃ ଭଲ ରହିବ।
ତୁଳା
ତୁଳା
କର୍ମକ୍ଷେତ୍ରରେ ଅର୍ଥ ଓ ସମ୍ମାନ ପାଇବେ ଏବଂ ଏହା ସାଙ୍ଗକୁ ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ କର୍ମମୁଖର ହେବେ। ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବାକୁ ପଡିପାରେ। ସ୍ବାତୀ ନକ୍ଷତ୍ର ଅଫିସରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସାମାଜିକ ସ୍ତରରେ ବିଶିଷ୍ଟ ବ୍ୟକ୍ତିଙ୍କ ସୌଜନ୍ୟରୁ ମୂଲ୍ୟବାନ୍‌ ଦ୍ରବ୍ୟ ପାଇବେ।
ବିଛା
ବିଛା
ବିଭିନ୍ନ ଲୋଭନୀୟ ପ୍ରତିଶ୍ରୁତି ଦେଇ ସମ୍ପର୍କୀୟଙ୍କୁ ନିଜ ସପକ୍ଷରେ ଆଣିବାରେ ସମର୍ଥ ହେବେ। ଅନୁରାଧାର ବାରମ୍ବାର ଚେଷ୍ଟାର ପରିଣାମ ସ୍ବରୂପ ଆଜି କାର୍ଯ୍ୟସାଧିତ ହେବ। ଯାତ୍ରା ସମୟରେ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ଆଲୋଚନା ପରିସରରେ ଗଠନମୂଳକ ପ୍ରସ୍ତାବ ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
ଧନୁ
ଧନୁ
ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ, ଦେଖିବେ ସବୁ କିଛି ଠିକ୍‌ ହୋଇଯିବ। ମୂଳା ନକ୍ଷତ୍ର ସକାଶେ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି,ଏଣୁ ସାବଧାନ ରହିବା ଭଲ। ନିର୍ମାଣାଧୀନ କାମ ଶେଷ ପର୍ଯ୍ୟାୟକୁ ଯିବାରେ କିଛି ଅସୁବିଧା ହେବ ନାହିଁ।
ମକର
ମକର
ପ୍ରତ୍ୟେକ କ୍ଷେତ୍ରରେ ନିଜ ଲୋକମାନଙ୍କ ଦ୍ୱାରା ସମସ୍ୟାଗ୍ରସ୍ଥ ହୋଇପାରନ୍ତି। ଅବଶ୍ୟ ବନ୍ଧୁମାନଙ୍କ ସହ ଆଲୋଚନା କରି ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ କୌଣସି ଯୋଜନା କରିବେ। ଶ୍ରବଣା ନକ୍ଷତ୍ର ନିଜର ଦୂରଦର୍ଶିତା ହେତୁ ପାରିବାରିିକ ଜୀବନ ସୁଖ ସନ୍ତୋଷରେ କାଟିବେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ।
କୁମ୍ଭ
କୁମ୍ଭ
ସ୍ଥଗିତ ରହିଯାଇଥିବା କାମ ସହଜ ଓ ସୁବିଧାରେ ସମ୍ପନ୍ନ ହେବାରେ ପ୍ରତିବନ୍ଧକ ରହିବ ନାହିଁ। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ପୂର୍ବ ଶତ୍ରୁତାକୁ ନେଇ ଆତ୍ମୀୟମାନଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ପୂର୍ବଭାଦ୍ରପଦ ନକ୍ଷତ୍ରର ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ।
ମୀନମୀନ
ଶାରୀରିକ ସ୍ବାସ୍ଥ୍ୟ ସମସ୍ୟା ନିୟାନ୍ତ୍ରଣାଧୀନ ରହିବା ହେତୁ ଆଶ୍ୱସ୍ତି ଲାଭ କରିବେ। ପରିବାର ପାଇଁ ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ଉତ୍ତରଭାଦ୍ରପଦ ନକ୍ଷତ୍ର ପାଇଁ ବନ୍ଧୁଙ୍କ ଜରିଆରେ ଆଜିର ଅର୍ଥ ସଂଗ୍ରହର ପ୍ରଚେଷ୍ଟା ନିଷ୍ଫଳ ହେବ ନାହିଁଁ। କଳା, ସାହିତ୍ୟ, ସାମ୍ବାଦିକତା, ଆଲୋଚନା, ସତ୍‌ସଙ୍ଗ, ଆନୁଷ୍ଠାନିକ କ୍ଷେତ୍ରରୁ ସୁଫଳ ମିଳିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

ରାଶିଫଳ: ମଙ୍ଗଳବାର , ଅକ୍ଟୋବର ୬ ତାରିଖ – Daily Horoscope

ମେଷ ଚତୁର୍ଥକେନ୍ଦ୍ରରେ ଶୁଭଗ୍ରହଙ୍କ ସମାବେଶ ପାରିବାରିକ, ସାମାଜିକ ଏବଂ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ମନ ବୁଝିଲା…

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?