Posted inRasifala

ରାଶିଫଳ: ସୋମବାର , ମେ ୧ ତାରିଖ – Daily Horoscope

ମେଷ
ଆଜି କୃତ୍ତିକା ନକ୍ଷତ୍ର ମନ ଯେମିତି କାମ ସେମିତି ହେବ। ବୁଧଙ୍କ ପ୍ରଭାବରୁ ଏମିତି କଥାରେ କଥାରେ ମରମ କଥା କହିଦେବେ ଯେ-ବୁଝତ୍ଲା ଲୋକ ଠିକ୍‌ ଭାବରେ ବୁଝିଯିବ। ବନ୍ଧୂଙ୍କ ଅନୁରୋଧରେ ନୂତନ ସ୍ଥାନ ବୁଲିଯିବା ସୁଯୋଗ ମିଳିବାର ସମ୍ଭାବନା ରହିଛି। କିନ୍ତୁ ଆର୍ଥିକସ୍ଥିତି ସେତେଟା ଭଲ ରହିବ ନାହିଁ ଫଳରେ ପାରିବାରିକଦ୍ୱନ୍ଦ
ବୃଷ
ବୃଷ
ମୃଗଶିରା ନକ୍ଷତ୍ରର ମନରେ ବିଭିନ୍ନ ପ୍ରକାରର ଆଶଙ୍କା ସୃଷ୍ଟି ହେବାର ସୂଚନା ରହିଛି। କିନ୍ତୁ ବ୍ୟସ୍ତ ନ ହୋଇ ସମୟକୁ ଅପେକ୍ଷା କରନ୍ତୁ ଦେଖିବେ ସବୁ ଅପସରି ଯିବ। ହାତକୁ ନେଇଥିବା କାମଗୁଡିକ ମାତ୍ର ଠିକ୍‌ ଭାବରେ ସମ୍ପନ୍ନ ହେବାରେ ଅସୁବିଧା ହେବ ନାହିଁ। ବ୍ୟବସାୟ,ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ।
ମିଥୁନ
ମିଥୁନ
ଆରଦ୍ରା ନକ୍ଷତ୍ରର ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିମାନେ ବଦଳିବେ ନାହିଁ। ଏହା ସାଙ୍ଗକୁ କର୍ମକ୍ଷେତ୍ରରେ ମଧ୍ୟ କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ। ପାରିବାରିକ କ୍ଷେତ୍ରରେ କିଛି ପ୍ରତିବନ୍ଧକର ସାମନା କରିବାକୁ ପଡିପାରେ। ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି।
କର୍କଟ
କର୍କଟ
ଆଜି ଆପଣ ପ୍ରଥମେ କେତେକ କାମ କରି ପରକ୍ଷଣରେ ଅନୁତାପ କରିପାରନ୍ତି। ଅନ୍ୟମନସ୍କ କିମ୍ବା ଅସାବଧାନତା ବଶତଃ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିପାରେ। ଅଶ୍ଳେଷା ନକ୍ଷତ୍ରର ସନ୍ତାନମାନଙ୍କ ସକାଶେ ଦୁଶ୍ଚିନ୍ତା ବଢିପାରେ। ତଥାପି ମନବଳ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହିବେ।
ସି˚ହ
ସି˚ହ
ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ
ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ। କର୍ମକ୍ଷେତ୍ରରେ ମଘା ନକ୍ଷତ୍ରର ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ। ଜଣେ ବନ୍ଧୁଙ୍କ ଆର୍ଥିକ ସହାୟତାରୁ ଉପକୃତ ହେବେ।
କନ୍ୟା
ଯେଉଁ କାମରେ ହାତ ଦେବେ ସେଥିରୁ ଓହରିବେ ନାହିଁ। ଆପଣଙ୍କର ଅଭାବନୀୟ ପରିସ୍ଥିତିକୁ ହୃଦୟଙ୍ଗମ କରି ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି। ହସ୍ତା ନକ୍ଷତ୍ର ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହୋଇପାରେ। ସଙ୍ଗୀତ,ସାହିତ୍ୟ,କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ।
ତୁଳା
ତୁଳା
ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ । ସ୍ବାତୀ ନକ୍ଷତ୍ର ବ୍ୟସ୍ତ ରହି କୌଣସି ଗୁରୁତ୍ୱପୂର୍ଣ୍ଣ କଥାଟି ଭୁଲିଯାଇପାରନ୍ତି। ସତ୍ୟତା ନ ଥାଇ କୌଣସି ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପ୍ରଶାସନ, ଗବେଷଣା, ଚୁକ୍ତିପତ୍ର, ଆଲୋଚନା ତଥା ଲେଖାପଢ଼ାରୁ ଶୁଭଫଳ ପାଇବେ।
ବିଛା
ବିଛା
ସମସ୍ୟା ରହିଥିଲେ ମଧ୍ୟ କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ଭଲ ରହିବ। ଅଯଥା ରାଗି ଅନ୍ୟମାନଙ୍କ ସହ ଥିବା ସମ୍ପର୍କକୁ ଖରାପ କଲାଭଳି କିଛି କାମ କରିବା ଠିକ୍‌ ହେବ ନାହିଁ। ଅନୁରାଧା ନକ୍ଷତ୍ରର ଗୃହ, ଭୂମି, ଗାଡିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିପାରେ। ପୂର୍ବ ଘଟଣାକୁ କେନ୍ଦ୍ର କରିବା ସାଙ୍ଗକୁ କିମ୍ବା ଅତୀତକୁ ସ୍ମରଣ କରି ଅନୁତାପ କରିବେ।
ଧନୁ
ଧନୁ
ପାରିବାରିକ ପରିସ୍ଥିତି ବିଭିନ୍ନ ଘଟଣାକୁ ନେଇ ଅସ୍ବାଭାବିକ ଭାବେ ଆପଣଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିବ। ପୂର୍ବାଷାଢ଼ା ନକ୍ଷତ୍ର ଶତ୍ରୁଙ୍କର ପ୍ରାଦୁର୍ଭାବ ଓ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ବ୍ୟବସାୟ, ପରିବହନ ଏବଂ ରିୟଲ୍‌ ଇଷ୍ଟେଟ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ରାଜନୈତିକ ସ୍ତରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ।
ମକର
ମକର
ଆଜିର ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ଉନ୍ନତମାନର ହେବ। କାର୍ଯ୍ୟବ୍ୟସ୍ତତା ହେତୁ ଘର କାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବେ। ଆନୁଷ୍ଠାନିକ କାମ ସାଙ୍ଗକୁ ପରିବହନ, ନିର୍ମାଣ, ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ସଫଳତା ହାସଲ କରିପାରନ୍ତି। ସଂଗଠନ, ସଭାସମିତି, ଆନୁଷ୍ଠାନିକ କାମ ତଥା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ।
କୁମ୍ଭ
କୁମ୍ଭ
ପୂର୍ବଭାଦ୍ରପଦ ନକ୍ଷତ୍ର ସକାଶେ ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଭଲ ରହିବ। ଅର୍ଥ, ନୂତନ ଯୋଜନା, କଲ୍ୟାଣମୂଳକ କାର୍ଯ୍ୟ ଦିଗରେ ଜଣେ ଦୂରାଗତ ବନ୍ଧୁ ସାହାଯ୍ୟ କରିବେ। ସହକର୍ମୀଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟି ଆଶଙ୍କା ଦେଖାଦେଇପାରେ। ସାଧାରଣ କଥାକୁ ଅତିରଞ୍ଜିତ କରି ବିରୋଧୀମାନେ କଳହ କରିପାରନ୍ତି।
ମୀନମୀନ
ମନରେ ଅସ୍ଥିରତା ସୃଷ୍ଟି ହେଲେ ମଧ୍ୟ ପ୍ରତିଶ୍ରୁତି ଅନୁଯାୟୀ କାମ କରିବାକୁ ବାଧ୍ୟ ହୋଇପାରନ୍ତି। ସମୟ ସ୍ରୋତରେ ଭୁଲ୍‌ ବୁଝାମଣା କ୍ରମେ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡିହୋଇଯିବ। ରେବତୀ ନକ୍ଷତ୍ର ସକାଳୁ ସକାଳୁ ଶୁଭ ଖବର ପାଇ ଖୁସୀ ହୋଇଯିବେ। ଆଜିର ଆଲୋଚନା ସାରଗର୍ଭକ ହେତୁ ବନ୍ଧୁଗହଣରୁ ପ୍ରଶଂସାର ସୁଅ ଛୁଟିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?