Posted inRasifala

ରାଶିଫଳ: ଶୁକ୍ରବାର, ଜାନୁଆରୀ ୧୫ ତାରିଖ – Daily Horoscope

ମେଷ
ଆଜିର ଗ୍ରହପ୍ରଭାବରେ ଅନୁକୂଳ ପରିବେଶ କାମ ହାସଲ କରିବାରେ ସାହାଯ୍ୟ କରିବ। ଚନ୍ଦ୍ର ସମାଗମସ୍ଥ ହେତୁ କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁ ଅନୁତପ୍ତ ହେବେ। ପ୍ରତୀକ୍ଷିତ ବନ୍ଧୁଟି ପ୍ରତିଶ୍ରୁତି ରକ୍ଷାକରି ଠିକ୍‌ ସମୟରେ ପାଖରେ ପହଞ୍ଚିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶାନୁରୂଫ ଫଳ ପାଇବେ।
ବୃଷ
ବୃଷ
ଆଜି ଧନସ୍ଥାନ ବହୁଗ୍ରହ ଦୃଷ୍ଟ ହେତୁ ଆର୍ଥିକ ଉନ୍ନତି ସହ ଶାରୀରିକ ସୁସ୍ଥତା ମନୋବଳ ବୃଦ୍ଧିରେ ସହାୟକ ହେବ। କଳା, ସାହିତ୍ୟ, କ୍ରୀଡ଼ା ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସଫଳତା ମିଳିବ। କର୍ମକ୍ଷେତ୍ରରେ, ସଭାସମିତିରେ ଓ ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହେବେ। ଗୁରୁଜନଙ୍କ ସାନ୍ତ୍ୱନା ବାଣୀ ମନରେ ଆଶ୍ୱସ୍ତି ଭରିପାରେ।
ମିଥୁନ
ମିଥୁନ
ଅଷ୍ଟମ ସ୍ଥାନରେ ଏକାଧିକଗ୍ରହ ଯାତ୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରିପାରେ। କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ କେତେକ କାମ କରିବାକୁ ପଡିବ। ପଡୋଶୀମାନେ ଈର୍ଷାନ୍ବିତ ହୋଇ ଭିନ୍ନ ମନ୍ତବ୍ୟ ଦେଇପାରନ୍ତି। ଋଣଭାର, କଚେରି ମାମଲା, ପରିବହନ ଓ ନିର୍ମାଣ ସମ୍ପର୍କୀୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ।
କର୍କଟ
କର୍କଟ
ସ୍ବାସ୍ଥ୍ୟରେ ଉନ୍ନତି ସହ ମାନସିକ ସ୍ଥିତି କେତେକାଂଶରେ ଭଲ ରହିବ। ଅର୍ଥ ସମ୍ପର୍କ କିମ୍ବା ପାରିବାରିକ ସମସ୍ୟାକୁ ନେଇ ବିବାଦ ଦେଖାଦେଇ ପାରେ। ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ଆତ୍ମୀୟଙ୍କ ସହ ଆଲୋଚନା କରିପାରନ୍ତି। ଶିଳ୍ପ, ବ୍ୟବସାୟ, ନିର୍ମାଣ ଓ ପରିବହନରେ ସମସ୍ୟା ଦୂର ହେବ।
ସି˚ହ
ସି˚ହ
ଆଜିର ଗ୍ରହସ୍ଥିତି ପ୍ରଭାବରେ ଆପଣ ଯାହା ଚାହୁଁଛନ୍ତି ତାହା ପାଇବାକୁ କଷ୍ଟ କରିବାକୁ ପଡିବନାହିଁ। କୌଣସି ଅନାକାଂକ୍ଷିତ ସୂଚନାକ୍ରମେ ଗସ୍ତ ବାତିଲ ହୋଇପାରେ। ମଧ୍ୟାହ୍ନରେ ବନ୍ଧୁ କିମ୍ବା ସହକର୍ମୀଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ। ଉତ୍ତରାଫାଲଗୁନୀ ନକ୍ଷତ୍ରର ଆର୍ଥିକ, ପାରିବାରିକ ଓ ସାମାଜିକ ସ୍ଥିତି ଦୁର୍ବଳ ରହିବ।
କନ୍ୟା
ବୁଧଙ୍କ ଦୁର୍ବଳତା କାରଣରୁ କର୍ମକ୍ଷେତ୍ରର ଗୁରୁଦାୟିତ୍ୱ ସାମୟିକ ବିଚଳିତ ଅନୁଭବ କରିବେ। ଆବଶ୍ୟକତା ପୂରଣ କରିବା ସକାଶେ ଧାର ସୂତ୍ରରେ ଅର୍ଥ ଆଣିବାକୁ ପଡିପାରେ। ସାମାଜିକ ସ୍ତରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢି ସମସ୍ୟାକୁ ଦ୍ୱିଗୁଣିତ କରିବ। କଳା, ସାହିତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମରେ ବନ୍ଧୁମିଳନ ଘଟିବ।
ତୁଳା
ତୁଳା
ଅନ୍ୟମାନେ ନିଜର ସୁବିଧା ଅନୁଯାୟୀ କାମ କରିବା ଦ୍ୱାରା ତାହା ଆପଣଙ୍କ ପାଇଁ ସମସ୍ୟାର କାରଣ ହେବ। ପରିସ୍ଥିତିରେ ପଡି ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ଈର୍ଷାନ୍ବିତ ହୋଇ ଖଳପ୍ରକୃତି ଲୋକମାନେ ବିରୁଦ୍ଧାଚରଣ କରିପାରନ୍ତି।
ବିଛା
ବିଛା
ସମସ୍ୟା ଲାଗି ରହିଲେ ମଧ୍ୟ ଅଭିମାନ ନ କରି କୌଶଳରେ କାମ ହାସଲ ପାଇଁ ଚେଷ୍ଟା କରିବା ଭଲ। ସଭାସମିତିରେ ନେତୃ ସ୍ଥାନୀୟ ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ମତାନ୍ତର ଲାଗି ପାରିବାରିକ କ୍ଷେତ୍ରରେ ଅଶାନ୍ତି ଆସିବ। କଳା, ସାହିତ୍ୟ, ସାମ୍ବାଦିକତା, ପ୍ରେସ୍‌, ପବ୍ଲିକେଶନ କ୍ଷେତ୍ର ଗତାନୁଗତିକ ରୀତିରେ ଗଡି ଚାଲିବ।
ଧନୁ
ଧନୁ
ଅଫିସରେ ଅପ୍ରିୟ ସତ୍ୟ ଭାଷଣ ସମସ୍ୟା ସୃଷ୍ଟିର କାରଣ ହୋଇପାରେ। ବନ୍ଧୁମାନଙ୍କ ସାହାଯ୍ୟରେ ଧାତବଜନିତ ଦ୍ରବ୍ୟ ଲାଭର ଯୋଗ ରହିଛି। ପାରିବାରିକ ସମସ୍ୟା ଥିଲେ ମଧ୍ୟ ବିଶେଷ କିଛି ଗୁରୁତର ହେବନାହିଁ। ପଡୋଶୀ ଓ ସହକର୍ମୀଙ୍କ ସହାୟତାରେ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରନ୍ତି।
ମକର
ମକର
ଆଜିର ଯାତ୍ରା, ବାଣିଜ୍ୟ, ପରିବହନରେ କୌଣସି ଅସୁବିଧା ହେବନାହିଁ। ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରିବାରେ ସମର୍ଥ ହୋଇପାରନ୍ତି। ସମ୍ପର୍କୀୟମାନଙ୍କ ସାହାଯ୍ୟରେ ପାରିବାରିିକ ସମସ୍ୟାର ସରଳ ସମାଧାନ କରିବେ। ଅପରାହ୍ନେ ଆଶା କରୁଥିବା ଜିନିଷଟି ପାଇ ଖୁସି ହୋଇଯିବେ।
କୁମ୍ଭ
କୁମ୍ଭ
ସମସ୍ୟା ଲାଗି ରହିଲେ ମଧ୍ୟ କାର୍ଯ୍ୟକ୍ଷେତ୍ରରେ ଆବଶ୍ୟକୀୟ ସାହାଯ୍ୟ ପାଇବାରେ କୌଣସି ଅସୁବିଧା ହେବ ନାହିଁ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନିଜ ଲୋକମାନେ ଦାଉ ସାଧିପାରନ୍ତି। ଆଜିର ଯାାତ୍ରା, ବାଣିଜ୍ୟ, ରାଜନୀତି, ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହେବ। ପିଲାଙ୍କ କୃତିତ୍ୱକୁ ନେଇ ଗର୍ବ ଅନୁଭବ କରିବେ।
ମୀନମୀନ
ଏକାଦଶସ୍ଥ ଏକାଧିକଗ୍ରହ ହେତୁ ଗତକାଲିଠାରୁ ଯେଉଁ ଜିନିଷର ଅଭାବ ଥିଲା ତାହା ସୁବିଧାରେ ପୂରଣ ହୋଇଯିବ। ଆକସ୍ମିକ ଭାବରେ ନିଜ ପରିସରରେ ରହୁଥିବା ବନ୍ଧୁଙ୍କ ସହାନୁଭୂତି ଲାଭ କରି କାମ ହାସଲ କରିବେ। ଛୋଟ ଛୋଟ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ପ୍ରାୟତଃ ପାରିବାରିକ ପରିସ୍ଥିତି ଭଲ ରହିବ। ଉତ୍ତରଭାଦ୍ରବ ନକ୍ଷତ୍ରର କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୨୭ ତାରିଖ – Daily Horoscope

ମେଷ ଆଜି ଜଣେ ସମ୍ପର୍କୀୟଙ୍କ ଦ୍ୱାରା ସ୍ଥଗିତ କାମଟି ସମ୍ପନ୍ନ ହୋଇଯିବାର ବହୁତ ସମ୍ଭାବନା ରହିଛି। କୃତ୍ତିକା ନକ୍ଷତ୍ର ଅନ୍ୟକୁ ନିର୍ଦ୍ଦେଶ ଦେବେ କିନ୍ତୁ ନିଜକୁ...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ଭ୍ରାତୃ ବିରୋଧ, ସହକର୍ମୀ ସହ ଝଗଡ଼ାର ଆଶଙ୍କା ରହିଛି। ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟିରୁ ଋଣବାଡ଼ି, ବ୍ୟବସାୟରେ ପ୍ରତିବନ୍ଧକ ଚିନ୍ତାର...

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri