Posted inRasifala

ରାଶିଫଳ: ସୋମବାର, ଫେବୃୟାରୀ ୧୫ ତାରିଖ– Daily Horoscope

ମେଷ
ଆଜିର କର୍ମକ୍ଷେତ୍ରରେ ପରିସ୍ଥିତିବଶତଃ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି । ଆଜି କୌଣସି ବିବାଦୀୟ ଘଟଣାରେ ମୁଣ୍ଡ ନ ପୂରାଇବା ଭଲହେବ । ବ୍ୟବସାୟରେ ପୂର୍ବରୁ ଲାଗି ରହିଥିବା ସମସ୍ୟା ସକାଶେ ଦୁଶ୍ଚିନ୍ତା ବୃଦ୍ଧିପାଇବ । ସନ୍ତାନ, ଶିକ୍ଷା, ତଥା ଅତୀତ ସ୍ମୃତି ରୋମନ୍ଥନ କରି ଭାବ ବିଭୋର ହୋଇପାରନ୍ତି ।
ବୃଷ
ବୃଷ
ସକାଳୁ କିଛି ଘରର କଥା, ମତ ମତାନ୍ତର, ଦୂରଯାତ୍ରା ଓ ବନ୍ଧୁବର୍ଗଙ୍କ ବିଷୟରେ ଚିନ୍ତା କରିବେ। କର୍ମକ୍ଷେତ୍ରରେ ସ୍ନେହ, ସହାନୁଭୂତି ପାଇ ଦୁଃଖ ଭୁଲିଯିବେ। ଆଳସ୍ୟ ଓ ଅବହେଳା ହେତୁକ ବନ୍ଧୁମହଲରେ ଅପମାନିତ ହୋଇପାରନ୍ତି। ବିବାଦ ସମାଧାନ ସକାଶେ ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇବେ ନାହିଁ ।
ମିଥୁନ
ମିଥୁନ
ଉତ୍ତମ ବୁଝାମଣା ହେତୁ ପାରିବାରିକ ଜୀବନ ସୁଖ ସନ୍ତୋଷରେ କାଟିବେ । ସୁନ୍ଦର କଥା ଓ ସରଳ ବ୍ୟବହାର ହେତୁ ବହୁ ବିପଦରୁ ରକ୍ଷା ପାଇବେ। ବ୍ୟବସାୟରେ ସାଧାରଣ ସମସ୍ୟା ଦେଖା ଦେଇପାରେ। କର୍ମକ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ ହେତୁ ନିଷ୍ପତ୍ତି ନେବାରେ ବିଳମ୍ବ ଘଟିପାରେ ।
କର୍କଟ
କର୍କଟ
ପାରିବାରିକ ଜୀବନରେ ଉତ୍ଥାନ ପତନ ଯୋଗୁ ମାନସିକ ସ୍ଥିତି ଭଲ ନ ରହିପାରେ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବାର ଆଶା ରହିଛି । ପୁଷ୍ୟା ନକ୍ଷତ୍ର ସକାଶେ ସହକର୍ମୀମାନେ ସହଯୋଗର ହାତ ବଢ଼ାଇବେ ଓ ସାହାଯ୍ୟ କରିବାକୁ ଆଗେଇ ଆସିପାରନ୍ତି ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ଯୋଗୁ ସାମୟିକ ଭାବେ କାର୍ଯ୍ୟ ମନ୍ଥର ହୋଇପାରେ । ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରିବା କାରଣରୁ ଘରୁ ଗାଳି ଖାଇପାରନ୍ତି । ହଠାତ୍ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ ।
କନ୍ୟା
ଅତୀତ ଘଟଣାକୁ ଯେତିକି ଭାବୁଥିବେ ସେତିକି ମନ ବିଷାଦ ରହିବ । ବିଭିନ୍ନ ପ୍ରତିବନ୍ଧକ ହେତୁ କାମ ବିଶୃଙ୍ଖଳିତ ହୋଇଯିବ । ଆଜି ସକାଳୁ ବୁଲିବା ସାଙ୍ଗକୁ କିଛି ନୂତନ ଖବର ପାଇବାର ସୁଯୋଗ ଜୁଟିବାର ଆଶା ରହିଛି । ଆଇନ ଅଦାଲତ, ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ ।
ତୁଳା
ତୁଳା
କର୍ମକ୍ଷେତ୍ରରେ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ । ଗତକାଲିର ଯୋଜନା ଠିକ୍ ଭାବରେ ସମ୍ପନ୍ନ କରିବା ପାଇଁ ବହୁତ ପ୍ରକାରର ଚେଷ୍ଟା କରିପାରନ୍ତି । ଗୃହକୁ ସୌଖୀନ କିମ୍ବା ମୂଲ୍ୟବାନ୍ ପଦାର୍ଥ ଆଣିପାରନ୍ତି ।
ବିଛା
ବିଛା
ପ୍ରତିକୂଳ କାରଣରୁ କୌଣସି କାମରେ ପୂର୍ଣ୍ଣ ସନ୍ତୋଷ ମିଳିବ ନାହିଁ। ଚେଷ୍ଟା ସଫଳ ହେବାରେ ଜଣେ ପୁରାତନ ବନ୍ଧୁ ସାହାଯ୍ୟ କରିବେ, କିନ୍ତୁ ଆପଣ ହାତ ଯୋଡ଼ି ବସିବା ଠିକ୍ ହେବନାହିଁ । ଘରେ ବନ୍ଧୁ ମିଳନ ଓ ଖୁସିର ଆସର ଜମିପାରେ । ପ୍ରତ୍ୟେକ କ୍ଷେତ୍ରରେ ପାରିବାରିକ ସମର୍ଥନ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ ।
ଧନୁ
ଧନୁ
ପରିବାରରେ କଳହ କିମ୍ବା ରାସ୍ତାରେ ଅନ୍ୟମନସ୍କ କାରଣରୁ ଧନ ହାନିର ସୂଚନା ରହିଛି । କର୍ମକ୍ଷେତ୍ରରେ ଆଶାନୁରୂପକ ସଫଳତା ହାସଲ କରିବେ । ମୂଳା ନକ୍ଷତ୍ରର କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ । କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍ବ୍ୟବହାର କରିବା କାଠିକର ପାଠ ହୋଇପାରେ ।
ମକର
ମକର
ସ୍ବାସ୍ଥ୍ୟ ସମସ୍ୟା ମନକୁ ବିଶେଷ ଭାବରେ ବିଚଳିତ କରିବାର ଆଶଙ୍କା ରହିଛି । ଅନ୍ୟର ମନ ଅନୁଯାୟୀ କାମ କରି କର୍ମକ୍ଷେତ୍ରରେ ବାହାବା ନେଇପାରନ୍ତି। ପ୍ରତ୍ୟୁଷ ଯାତ୍ରାରେ ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ବଢ଼ାଇବାର ସମ୍ଭାବନା ରହିଛି । ନିର୍ମାଣ, ମରାମତି କାମ ଓ ପ୍ରତିଟି ପଦକ୍ଷେପରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ ।
କୁମ୍ଭ
କୁମ୍ଭ
ଆବଶ୍ୟକତା ପୂରଣ ସକାଶେ ଧାର କରଜ କରିବାକୁ ବାଧ୍ୟ ହୋଇପାରନ୍ତି । ଅଫିସରେ କୌଣସି ଘଟଣା ମନକୁ ବିବ୍ରତ କରିପାରେ । ପାରିବାରିକ କ୍ଷେତ୍ରରେ ଛୋଟ କଥାରେ ବେଶୀ ରାଗିବା ଠିକ୍ ହେବ ନାହିଁ । ଯେତେ ଭଲ କାମ କଲେ ମଧ୍ୟ ସମ୍ପର୍କୀୟମାନେ ଦୋଷ ଖୋଜି ବୁଲିବେ। ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ରରେ ଉତ୍ତମ ଫଳ ପାଇବେ ।
ମୀନମୀନ
କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ସାଙ୍ଗକୁ ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି । ବ୍ୟବସାୟ, ପରିବହନ, ସଭାସମିତି, ଆନୁଷ୍ଠାନିକ କାମ ଓ କଚେରି ମାମଲା କ୍ଷେତ୍ରରୁ ଶୁଭ ଫଳ ପାଇବେ । ଉତ୍ତରଭାଦ୍ର ନକ୍ଷତ୍ର ସ୍ବାଭାବିକ ଭାବରେ ଦିନଟି କଟାଇବାର ସୌଭାଗ୍ୟ ଲାଭ କରିବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?