Posted inRasifala

ରାଶିଫଳ: ଗୁରୁବାର, ଏପ୍ରିଲ ୨୭ ତାରିଖ – Daily Horoscope

ମେଷ
ଆଜି କୃତିକା ନକ୍ଷତ୍ର ସହକର୍ମୀଙ୍କ ସହଯୋଗରେ କାମ ହାସଲ କରିବେ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାକୁ ବାଧ୍ୟ ହେବେ। ସାମାଜିକ ସ୍ତରରେ ବିଜ୍ଞ ବ୍ୟକ୍ତିମାନେ ଆପଣଙ୍କ ନିସ୍ବାର୍ଥପର କାର୍ଯ୍ୟାବଳୀର ଭୂୟସୀ ପ୍ରସଂସା କରିବେ। କୈାଣସି ପ୍ରତିବନ୍ଧକ ନଥାଇ ମାଙ୍ଗଳିକକାମ ସୁରୁଖୁରୁରେ ସମାପନ ହେବ।
ବୃଷ
ବୃଷ
ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ମାନସିକ ସ୍ଥିରତା କେତେକାଂଶରେ ବ୍ୟାହତ ହେବା ସୂଚନା ରହିଛି। ରୋହିଣୀ ନକ୍ଷତ୍ରର ଖର୍ଚ୍ଚପରିମାଣ ବୃଦ୍ଧି ଦୁଃଶ୍ଚିନ୍ତା ବଢ଼ାଇବ। ପ୍ରକାଶନ ତଥା ପ୍ରଶାସନିକ କ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ। ପାରିବାରିକ କ୍ଷେତ୍ରରେ ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ।
ମିଥୁନ
ମିଥୁନ
ସକାଳୁ କୌଣସି କାମ କରିବାକୁ ମନସ୍ଥ କରି ବନ୍ଧୁଙ୍କ ପରାମର୍ଶ ନେଇପାରନ୍ତି। ପ୍ରତିକ୍ଷା କରିଥିବା ବନ୍ଧୁଟିକୁ ନିର୍ଦ୍ଦିଷ୍ଟ ସମୟରେ ନପାଇବାରୁ ବ୍ୟସ୍ତ ହୋଇ ପଡିବେ। ଆରଦ୍ରା ନକ୍ଷତ୍ର ସାଧାରଣ କଥାରେ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। ଧୈର୍ଯ୍ୟର ସହ ସମସର ସହ ସମସ୍ୟାର ମୁକାବିଲା କରନ୍ତୁ କିଛି ସମୟ ପରେ ସଫଳତା ମିଳିବ।
କର୍କଟ
କର୍କଟ
ଆଜି ଯେଉଁ କାମ କରନ୍ତୁ, କୌଣସି କ୍ଷେତ୍ରରେ ଅସୁବିଧା ରହିବ ନାହିଁ। ଜରୁରୀ ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ଋଣ କରିବେ। ଆଲୋଚନା, ଲୋକସମ୍ପର୍କ ଓ ସଭାସମିତି କ୍ଷେତ୍ରରେ ପ୍ରାଥମିକ ଅବସ୍ଥାରେ ସାମାନ୍ୟ ହଲ୍ଚଲ୍‌ ସୃଷ୍ଟି ହୋଇପାରେ। ପୁଷ୍ୟା ନକ୍ଷତ୍ର ପିଲାଙ୍କ ବିଶୃଙ୍ଖଳିତ ଆଚରଣ ସକାଶେ ଚିନ୍ତିତ ରହିବେ।
ସି˚ହ
ସି˚ହ
ସାଧାରଣ କେତକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଦିନଟି ଖୁସିରେ ଅତିବାହିତ ହେବ। ସ୍ବାସ୍ଥ୍ୟ ଭଲ ରହିବ ଏବଂ ପାରିବାରିକ କ୍ଷେତ୍ରରେ ମଧ୍ୟ କୈାଣସି ଅସୁବିଧା ହେବ ନାହିଁ। ଯାହାକୁ ଯାହା କହିବେ ସେହି ବ୍ୟକ୍ତି କଦାପି ମନା କରିବ ନାହିଁ। ମଘା ନକ୍ଷତ୍ର ଅନ୍ୟମନସ୍କ କିମ୍ବା ଅସାବଧାନତା ବଶତଃ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନୀ ଘଟିପାରେ।
କନ୍ୟା
ଆଜି ସଭାସମିତିରେ ସମ୍ମାନିତ ହେବେ, ସମ୍ମାନ ଓ ପ୍ରତିଷ୍ଠା ପାଇବେ। ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରି ପାରନ୍ତି, ଫଳତଃ ଘରେ ଉଚ୍ଚବାଚ୍ଚ ଘଟିପାରେ। ନିର୍ମାଣ, ପ୍ରଶାସନ, ମାଲିମକଦ୍ଦମା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରୁ ସୁଫଳ ପାଇବେ। ହସ୍ତା ନକ୍ଷତ୍ର ଆନୁଷ୍ଟାନିକ କାମରେ ଯୋଗ ଦେଲେ ସମ୍ମାନିତ ହେବେ।
ତୁଳା
ତୁଳା
ଆଜି ସ୍ବାତୀ ନକ୍ଷତ୍ରର କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ଶାନ୍ତିପ୍ରଦ ରହିବ। ସଭାସମିତି, ଲେଖାପଢା, ଆଲୋଚନା, ଲୋକସମ୍ପର୍କ, ଆନୁଷ୍ଠାନିକ କାମରେ ଉନ୍ନତ ଫଳ ପାଇବେ। କିନ୍ତୁ ବିଗତ ଦିନର ଘର ସମସ୍ୟାକୁ ମନରେ ଶିଖିପାରିବେ ନାହିଁ, ବରଂ ବନ୍ଧୁଙ୍କୁ କହି ସମସ୍ୟାକୁ ବଢାଇବେ।
ବିଛା
ବିଛା
ବିଶେଷ କିଛି ଅସୁବିଧା ନଥିଲେ ମଧ୍ୟ ବିଭିନ୍ନ ପ୍ରକାରର କଥା ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ। ସହକର୍ମୀ କିମ୍ବା ପଡୋଶୀଙ୍କ ସହ ବହୁଦିନର ମନାନ୍ତର ସମାଧାନ ହୋଇଯିବ। ପାରିବାରିକ ଜୀବନରେଉଚିତ୍‌ ବୁଝାମଣା ହେତୁ କୌଣସି ମତାନ୍ତର କିମ୍ବା ମନାନ୍ତର ହେବନାହିଁ। ଅନୁରାଧା ନକ୍ଷତ୍ରର କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରବେ।
ଧନୁ
ଧନୁ
ଆଜି ଆପଣଙ୍କର ଅଭାବ ନଥିଲେ ମଧ୍ୟ ଅପବ୍ୟୟର ମାତ୍ରା ସୀମା ଟପିଯିବ। ବର୍ତମାନ ସମୟ ସକାଶେ ଶତ୍ରୁ ଉପଦବ୍ର ସମ୍ପୁର୍ଣ୍ଣ ଭାବେ କମିଯାଇପାରେ, କିନ୍ତୁ ଆଶଙ୍କା ଲାଗି ରହିବ। ବ୍ୟବସାୟରେ ଲାଭ ମିଳିବ କିନ୍ତୁ ଟେନ୍ସନ ପୂର୍ଣ୍ଣମାତ୍ରାରେ ରହି ମନକୁ ବ୍ୟତିବ୍ୟସ୍ତ କରାଇବ। ପୂର୍ବାଷାଢା ନକ୍ଷତ୍ରର ପରିବହନରେ କେତେକ ଆଧୁନିକିକରଣ କରି ପାରନ୍ତି।
ମକର
ମକର
କାମରେ ଅସ୍ଥିରତା ସୃଷ୍ଟି ହେଲେ ସୁଧା ଅନ୍ୟାନ୍ୟ କେତେକ ଦୃଷ୍ଟି କୋଣରୁ ମନ୍ଦ ହେବନି। ଅସମର୍ଥିତ ସୂତ୍ରରୁ ଅଶୁଭ ଖବର ପାଇ ବିଚଳିତ ହୋଇ ପାରନ୍ତି। ଶିକ୍ଷା, ଆଲୋଚନା, ଗଠନମୂଳକ କାମ, ଲେଖାପଢା କ୍ଷେତ୍ରରୁ ଶୁଭଫଳ ମିଳିବ। ଧନିଷ୍ଠା ନକ୍ଷତ୍ର ନିର୍ମାଣାଧିନ ଗୃହ, ଯାନ ବାହାନ କୁ ଶେଷ ସ୍ପର୍ଶ ଦେବେ ଏବଂ ଏକ ପ୍ରକାର ଖୁସି ରହିବେ।
କୁମ୍ଭ
କୁମ୍ଭ
ପରିବାରରେ ଅଶାନ୍ତି ପୂର୍ବପରି ଲାଗିରହୁଥିବା ହେତୁ, କାମଗୁଡିକ ଠିକ ରହିବ ନାହିଁ। ସ୍ବାସ୍ଥ୍ୟାବସ୍ଥା ଭଲ ରହିବାରୁ ଆଶ୍ୱସ୍ତି ଲଭିବେ। ଶତଭିଷା ନକ୍ଷତ୍ରର ଅଫିସ୍‌ କାଯର୍‌ୟଗୁଡିକ ତ୍ୱରାନ୍ବିତ ହେବ ଏବଂ ସମସ୍ୟା ଦୂରେଇ ଯିବ। ଗୃହ, ଭୂମି, କଚେରୀ ମାମଲା କିମ୍ବା ଗାଡିମୋଟର ସମ୍ପର୍କୀୟ ଦୁଃଶ୍ଚିନ୍ତା ଆସିବ ମାତ୍ର ବିଶେଷ ଅସୁବିଧା ହେବ ନାହିଁ।
ମୀନମୀନ
ଦେହରେ କୈାଣସି ବଡ ଧରଣର ରୋଗ ନଥାଇ ମଧ୍ୟ ଦୁର୍ବଳତା ଅନୁଭବ କରିବେ। ବନ୍ଧୁ ମାନଙ୍କ ନିମନ୍ତ୍ରଣ କ୍ରମେ ସତ୍‌ସଙ୍ଗ ଓ ଧର୍ମ, ସାହିତ୍ୟ ଚର୍ଚ୍ଚା ଦିଗକୁ ମନ ବଳାଇବେ। ଉତରଭାଦ୍ରବ ନକ୍ଷତ୍ରର ସାୟାହ୍ନେ ଟେନସନ୍‌ କେତେକାଂଶରେ କମିଯିବ। ଦାମ୍ପତ୍ୟ ଜୀବନରେ ନିଜେ ଜଳି ଅନ୍ୟମାନଙ୍କ ହିତ ସାଧନରେ ନିଜକୁ ସାମିଲ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଜୁଲାଇ ୩୦ ତାରିଖ – Daily Horoscope

ମେଷ ଆଜିର ଗ୍ରହଯୋଗ ଆପଣଙ୍କୁ ଅର୍ଥ,ବିଳାସବ୍ୟସନ, ସନ୍ତାନସୁଖ,ନୂତନମୈତ୍ରୀ ସୃଷ୍ଟିକରି ମୁହଁରେ ହସ ଫୁଟାଇବେ। ସାମାନ୍ୟ କଥାରୁ ପାରିବାରିକ ସମସ୍ୟା ଦେଖାଦେଇପାରେ। ଶନି ପ୍ରଭାବରୁ ବିଭିନ୍ନ ଝାମେଲା ମଧ୍ୟରେ…

ରାଶିଫଳ: ବୁଧବାର, ଜୁଲାଇ ୨୯ ତାରିଖ – Daily Horoscope

ମେଷ ବିଭିନ୍ନ ସମସ୍ୟା ମଧ୍ୟରେ କର୍ମକ୍ଷେତ୍ରରେ ଅସ୍ଥିରତା ଲାଗିରହିବ। ପାରିବାରିକ କ୍ଷେତ୍ରରେ ମତାନ୍ତର ଓ ବିତର୍କ ଜନିତ ଅଶାନ୍ତ ପରିସ୍ଥିତିର ଆଶଙ୍କା ଦେଖାଦେବ। ନିଜ ପରିସରର ଭଦ୍ରବ୍ୟକ୍ତିଙ୍କ…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୮ ତାରିଖ – Daily Horoscope

ମେଷ ଆଜି ଆର୍ଥିକ ଅସଙ୍ଗତି ଦୂରକରିବା ସହ ଆଲୋଚନାକୁ ଅଗ୍ରଗାମୀ କରାଇବାରେ ସହାୟକ ହେବେ। ପୂର୍ବାଲୋଚନା ଅନୁଯାୟୀ ଆଜିର ଯାତ୍ରା, ନୂତନ କର୍ମାରମ୍ଭ, ପ୍ରଶାସନିକ ନିଷ୍ପତ୍ତିରେ ସଫଳତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri