Posted inRasifala

ରାଶିଫଳ: ମଙ୍ଗଳବାର , ଏପ୍ରିଲ ୧୧ ତାରିଖ – Daily Horoscope

ମେଷ
ଦ୍ୱିଜା ନକ୍ଷତ୍ରର କାର୍ଯ୍ୟସିଦ୍ଧିରୁ ମନ ପ୍ରଫୁଲ୍ଲିତ ରହିବ। ନୂତନ ସ୍ଥାନ ବୁଲିଯିବାର ସୁଯୋଗ ମିଳିବ। ବନ୍ଧୁ ସହଯୋଗ ଓ ସମ୍ମାନ ପାଇ ଖୁସି ହେବେ। କର୍ମକ୍ଷେତ୍ରରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ। ଶିଳ୍ପ, ବାଣିଜ୍ୟ, ସାହିତ୍ୟ, ସାମ୍ବାଦିକତା ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂରହେବ।
ବୃଷ
ବୃଷ
ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷାକରି ଯାତ୍ରା କରିବାକୁ ବାଧ୍ୟ ହେବେ। ରୋହିଣୀ ନକ୍ଷତ୍ରର କାମଗୁଡ଼ିକ ସକାଶେ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ। ନିର୍ମାଣ ସମ୍ପର୍କିତ କୌଣସି ସମସ୍ୟା କାମକୁ ଅଟକାଇବା ଆଶଙ୍କା ରହିଛି। ସଭାସମିତି, ସାହିତ୍ୟ, ସାମ୍ବାଦିକତା, ଏଜେନ୍ସିପ୍‌ ପ୍ରଭୃତିରେ ସମସ୍ୟା ସମାଧାନ ପୂର୍ବକ ଆଶାପୂରଣ ହେବ।
ମିଥୁନ
ମିଥୁନ
ସମସ୍ୟା ରହିଥିଲେ ମଧ୍ୟ କୌଣସି କାମ ଅଟକି ରହିବ ନାହିଁ। ଆରଦ୍ରା ନକ୍ଷତ୍ର ଧାରକରଜ କରି ଆବଶ୍ୟକତା ପୂରଣ କରିବାରେ ସମର୍ଥ ହେବେ। ସ୍ବାସ୍ଥ୍ୟରେ ଅନ୍ନତି ପରିଲକ୍ଷିତ ହେବା ସହ ରୋଗପୀଡ଼ା ଦୁଶ୍ଚିନ୍ତାର କାରଣ ହେବ। କର୍ମକ୍ଷେତ୍ରର ସମସ୍ୟା ବୃଦ୍ଧି ପାଉଥିବାରୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।
କର୍କଟ
କର୍କଟ
ପୁନର୍ବସୁ ନକ୍ଷତ୍ର କର୍ମକ୍ଷେତ୍ରର ଅବ୍ୟବସ୍ଥା ମାନସିକ ସ୍ଥିତିକୁ ନିରୁସତ୍ାହିତ କରିବ। ବନ୍ଧୁଙ୍କ ଅନାଦର ଓ ଖାପଛଡ଼ା ମନୋଭାବରୁ ସାମୟିକ ଦୁଃଖୀ ହୋଇପାରନ୍ତି। ଅର୍ଥନୈତିକ, ସାମାଜିକ, ରାଜନୈତିକ କ୍ଷେତ୍ରରେ ସମ୍ମାନ ଅକ୍ଷୁଣ୍ଣ ରହିବ। କଚେରି ମାମଲା, ଘରୋଇ କଳହ କ୍ଷେତ୍ରରେ ଟେନ୍‌ସନ ଦୂରହେବ।
ସି˚ହ
ସି˚ହ
ସାମୟିକ ମନରେ ଅଶାନ୍ତି ସୃଷ୍ଟି ହେଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ। ମଘା ନକ୍ଷତ୍ର ପରିବାରର ସହମତିରେ ନୂତନ କର୍ମାରମ୍ଭ କରିପାରନ୍ତି। କର୍ମକ୍ଷେତ୍ରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ। ବ୍ୟବସାୟିକ କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ସୃଷ୍ଟି ହେବ।
କନ୍ୟା
କାର୍ଯ୍ୟସମ୍ପନ୍ନ ଦିଗରେ ଜଣେ ବିଜାତୀୟ ବ୍ୟକ୍ତିଙ୍କ ଅବଦାନ ଅବିସ୍ମରଣୀୟ ରହିବ। ପରିବାରର ଲୋକଙ୍କ ସହଯୋଗ ମନୋଭାବରୁ ଖୁସି ରହିବେ। ସାମୟିକ ପ୍ରତିବନ୍ଧକ କାରଣରୁ କର୍ମକ୍ଷେତ୍ରରେ ସୁଯୋଗର ସଦ୍‌ବ୍ୟବହାର କରିବା କଷ୍ଟକର ହୋଇପାରେ। ହସ୍ତା ନକ୍ଷତ୍ର ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।
ତୁଳା
ତୁଳା
ସହକର୍ମୀଙ୍କ ସୌହାର୍ଦ୍ଦ୍ୟରୁ ଅଭାବ ଅସୁବିଧା କ୍ରମଶଃ ଦୂରେଇଯିବ। ଚିତ୍ରା ନକ୍ଷତ୍ରର କର୍ମକ୍ଷେତ୍ରରେ କିଛିନା କିଛି କାରଣକୁ ନେଇ ଟେନ୍‌ସନ ଲାଗିରହିବ। କଳା,ସାହିତ୍ୟ, ସଙ୍ଗୀତ, ରାଜନୀତି, ସାମ୍ବାଦିକତା, ଆଇନ ଓ ଅଦାଲତ କ୍ଷେତ୍ରରୁ ଶୁଭଫଳ ପାଇବେ। ପାରିବାରିକ କ୍ଷେତ୍ରରେ ନିଜ ନିଷ୍ପତ୍ତିକୁ ହଠାତ୍‌ ବଦଳାଇପାରନ୍ତି।
ବିଛା
ବିଛା
ଭୁଲ୍‌ ବୁଝାମଣା ହେତୁ ଦୀର୍ଘଦିନର ସୁସମ୍ପର୍କରେ ଭଟ୍ଟା ପଡ଼ିପାରେ। ସ୍ବାସ୍ଥ୍ୟ ସମସ୍ୟା ନିମ୍ନାଭିମୁଖୀ ହେବା କାରଣରୁ ଦୁଶ୍ଚିନ୍ତା ବୃଦ୍ଧି ପାଇବ। ଅନୁରାଧା ନକ୍ଷତ୍ରର ପଡ଼ୋଶୀଙ୍କ ସହ ହଠାତ୍‌ ବଦଳିବା ଆଶା ନିରର୍ଥକ ହୋଇପାରେ। ରାଜନୀତି, ଅଧ୍ୟୟନ ଓ ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ। ସାହିତ୍ୟ, କ୍ରୀଡ଼ା କ୍ଷେତ୍ରରେ ସୁନାମ ଅର୍ଜିବେ।
ଧନୁ
ଧନୁ
ପାରିବାରିକ ସମସ୍ୟା ଲାଗି ରହିଥିଲେ ମଧ୍ୟ କାମରେ ଅବହେଳା କରିପାରିବେ ନାହିଁ। ପୂର୍ବାଷାଢ଼ା ନକ୍ଷତ୍ର ବନ୍ଧୁଙ୍କ ଅନୁରୋଧ ରକ୍ଷାକରି ତାହାଙ୍କ ସାଙ୍ଗରେ ଯିବାକୁ ବାଧ୍ୟ ହେବେ। ଗଠନମୂଳକ ପ୍ରସ୍ତାବ ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି। ପରୋକ୍ଷ ଶତ୍ରୁତା କାରଣରୁ କାମଟିକୁ ସମ୍ପନ୍ନ କରିପାରିବେ ନାହିଁ।
ମକର
ମକର
ସାଧାରଣ କଥାକୁ କେନ୍ଦ୍ରକରି ଯୁକ୍ତିତର୍କଜନିତ ଅଯଥା ଅଶାନ୍ତି ଓ କଳହକୁ ନିମନ୍ତ୍ରଣ କରିବାକୁ ପଡ଼ିପାରେ। ଅନ୍ୟ ପାଖରେ ବହୁତ ଦିନରୁ ରହିଯାଇଥିବା ବାକି ଟଙ୍କା ଆଜି ପାଇବେ। ଶ୍ରବଣା ନକ୍ଷତ୍ରର ଦେହ ଭଲ ରହିଲେ ମଧ୍ୟ କ୍ରନିକ୍‌ ରୋଗରେ କଷ୍ଟପାଇବେ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବ।
କୁମ୍ଭ
କୁମ୍ଭ
ସମସ୍ତ ପ୍ରକାର ସୁବିଧା ଥାଇ ମଧ୍ୟ କାମଟିକୁ ପୂରା କରିପାରିବେ ନାହିଁ। ଯାହାକୁ ନିଜର ବୋଲି ମନେ କରିବେ ସେ ହିଁ ଧୋକାଦେବାର ବହୁ ସମ୍ଭାବନା ରହିଛି। ଅଭିଯୋଗକୁ ଗୁରୁତର ସହ ବିଚାର ନ କରିବା ବଡ଼ ଭୁଲ୍‌ ହୋଇପାରେ। ଶତଭିଷା ନକ୍ଷତ୍ର ପାଇଁ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ।
ମୀନମୀନ
ଅତୀତରେ ବହୁତ ଟଙ୍କା ଖର୍ଚ୍ଚ କରିଥିବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ ବାଦବିବାଦ କ୍ରମେ ଜଟିଳ ହେବା ସୂଚନା ରହିଛି। ରେବତୀ ନକ୍ଷତ୍ରର ଭାଙ୍ଗିପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିବାରେ ସମର୍ଥ ହେବେ। ଭୁଲ୍‌ ବୁଝାମଣାରୁ ମାନସିକ ଅବସାଦ ଦେଖାଦେଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?