Posted inRasifala

ରାଶିଫଳ: ଶୁକ୍ରବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ
ଆଜି କୃତ୍ତିକା ନକ୍ଷତ୍ରର କୌଣସି କାମ ପ୍ରତି ଉତ୍ସାହ ରହିବ ନାହିଁ। ବନ୍ଧୁ ପରିଜନଙ୍କ ସହ ଆଜିର ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ପାଇବେ। କର୍ମକ୍ଷେତ୍ରରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ। ଈର୍ଷାପରାୟଣ ବ୍ୟକ୍ତିମାନେ ପରୋକ୍ଷ ବିରୋଧ କରିପାରନ୍ତି କିନ୍ତୁ କୌଣସି ଅସୁବିଧା ହେବନାହିଁ।
ବୃଷ
ବୃଷ
ଅବହେଳା କାରଣରୁ ବିଳମ୍ବରେ କାମଗୁଡ଼ିକ ଠିକ୍‌ ଭାବରେ ସମ୍ପନ୍ନ ହେବ। କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦୀର୍ଘ ସମୟଧରି ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତ ହୋଇପାରନ୍ତି। ବ୍ୟବସାୟ, ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ସଭାସମିତି ଓ ସାହିତ୍ୟ, ସାମ୍ବାଦିକତା, ଏଜେନ୍ସିପ୍‌ରୁ ପ୍ରଶଂସିତ ହେବେ।
ମିଥୁନ
ମିଥୁନ
ସାମାଜିକ ସ୍ତରରେ ଅନ୍ୟମାନଙ୍କ ଭଲ କରିବାକୁ ଯାଇ ଅପଦସ୍ଥ ହେବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ମନ ଏକପ୍ରକାର ଭଲ ରହିବ। ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। କର୍ମକ୍ଷେତ୍ରରେ ସଫଳତା ଅଭାବରୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।
କର୍କଟ
କର୍କଟ
ଖାଇବା ପିଇବାରେ ଅବହେଳା କରି ସ୍ବାସ୍ଥ୍ୟ ପାଇଁ ନିଜେ ହିଁ ବାଧକ ସାଜିବେ। ଅଶ୍ଳେଷା ନକ୍ଷତ୍ର ଘରଲୋକଙ୍କୁ ଅବିଶ୍ୱାସ କରି ପରକଥାକୁ ବିଶ୍ୱାସ କଲେ ହଇରାଣରେ ପଡ଼ିବେ। ସାମାଜିକ ସ୍ତରରେ ସହନଶୀଳତା ଓ ପରୋପକାର ଗୁଣରୁ ପ୍ରଶଂସିତ ହେବେ। କଚେରି ମାମଲା, ଘରୋଇ କଳହର ଟେନ୍‌ସନ ଦୂର ହେବ।
ସି˚ହ
ସି˚ହ
ଆଜି ଆକସ୍ମିକ ଭାବରେ କୌଣସି ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଯାତ୍ରା କରିବାକୁ ପଡ଼ିପାରେ। ପରିସ୍ଥିତିର ବିଷମତା ରହିଥିଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ। ମଘା ନକ୍ଷତ୍ର ଜଣେ ବନ୍ଧୁଙ୍କ ଆର୍ଥିକ ସହାୟତାରେ କାମ ହାସଲ କରିପାରିବେ।
କନ୍ୟା
ସହକର୍ମୀଙ୍କ ନିକଟରୁ ଅର୍ଥ ପାଇବା ହେତୁ ଅଟକି ରହିଥିବା ଆପଣଙ୍କ କାମ ସୁବିଧାରେ ହୋଇଯିବ। ହସ୍ତା ନକ୍ଷତ୍ର ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହେବ। କୌଣସି କାରଣକୁ ନେଇ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। ସାହିତ୍ୟ, କଳା, କ୍ରୀଡ଼ା, ଚଳଚ୍ଚିତ୍ର ତଥା ରଚନାତ୍ମକ କାମରେ ପ୍ରଶଂସିତ ହେବେ।
ତୁଳା
ତୁଳା
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ଟେନ୍ସନ ଲାଗିରହିବ। ଜମା ପଡୁ ନ ଥିବା ଲୋକଙ୍କ କଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡ଼ିବେ। କଳା, ସାହିତ୍ୟ, ରାଜନୀତି, ସାମ୍ବାଦିକତା, ଆଇନ ଓ ଅଦାଲତ ତଥା ଲେଖାପଢ଼ାରୁ ଶୁଭଫଳ ପାଇବେ। ବିଶାଖା ନକ୍ଷତ୍ର ପାରିବାରିକ କ୍ଷେତ୍ରରେ ନିଷ୍ପତ୍ତି ହଠାତ୍‌ ବଦଳାଇ ପାରନ୍ତି।
ବିଛା
ବିଛା
ସାଧାରଣ କଥାରେ ବିରକ୍ତ ହେଲେ ନିଜ ପାଇଁ କ୍ଷତି ହୋଇପାରେ। କୌଣସି ମାଙ୍ଗଳିକ କାମରେ ବନ୍ଧୁମାନଙ୍କୁ ସାହାଯ୍ୟ କଲେ ମଧ୍ୟ ପରକ୍ଷଣରେ ନିନ୍ଦିତ ହୋଇପାରନ୍ତି। ସଂଗଠନ, ରାଜନୀତି, ଅଧ୍ୟୟନ ଓ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ। ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିପାରନ୍ତି।
ଧନୁ
ଧନୁ
ପାରିବାରିକ ସମସ୍ୟା ଲାଗିରହିଥିଲେ ମଧ୍ୟ କାମକୁ ଅଣହେଳା କରି ପାରିବେ ନାହିଁ। ଉତ୍ତରାଷାଢ଼ା ନକ୍ଷତ୍ରର ମନ ଭଲ ନ ରହିଲେ ସୁଦ୍ଧା ବନ୍ଧୁଙ୍କ ଅନୁରୋଧ ରକ୍ଷା କରିବାକୁ ବାଧ୍ୟ ହେବେ। କର୍ମକ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ।
ମକର
ମକର
ଶ୍ରବଣା ନକ୍ଷତ୍ରର ମାନସିକ ସ୍ଥିରତା କେତେକାଂଶରେ ଅକ୍ଷୁଣ୍ଣ ରହିବ। କୌଣସି ବ୍ୟକ୍ତି ନିକଟରେ ବହୁତଦିନରୁ ରହିଯାଇଥିବା ବାକି ଟଙ୍କା ଆଜି ପାଇବେ। ଦେହ ଭଲ ରହିଲେ ମଧ୍ୟ ସାମୟିକ କ୍ରନିକ୍‌ଜନିତ ରୋଗରେ କଷ୍ଟ ପାଇପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବ।
କୁମ୍ଭ
କୁମ୍ଭ
ପାରସ୍ପରିକ ସହମତିରେ ପରିବାରରେ ସୁଖ ଶାନ୍ତି ଫେରି ଆସିବ। ଶତଭିଷା ନକ୍ଷତ୍ର ଭଲ ସମ୍ପର୍କ ରଖୁ ନ ଥିବା ବ୍ୟକ୍ତିଙ୍କ ନିକଟରୁ ଆଜି ଯଥା ସମ୍ଭବ ଦୂରେଇ ରହିବା ଭଲ । ଅଯଥା ବିରକ୍ତ ନ ହୋଇ ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର କରନ୍ତୁ। ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବ, ଯାହାକି ମୁଣ୍ଡବ୍ୟଥାର କାରଣ ହୋଇପାରେ।
ମୀନମୀନ
କର୍ମକ୍ଷେତ୍ରର କୌଣସି ନିକଟତମ ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ଜମିଜମା ବାଦବିବାଦ କ୍ରମେ ଜଟିଳ ହେବ ଓ ସଫଳତା ହାସଲ କରିବେ। ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ଉତ୍ତରଭାଦ୍ରପଦ ନକ୍ଷତ୍ରର ଦୀର୍ଘଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

ରାଶିଫଳ: ମଙ୍ଗଳବାର , ଅକ୍ଟୋବର ୬ ତାରିଖ – Daily Horoscope

ମେଷ ଚତୁର୍ଥକେନ୍ଦ୍ରରେ ଶୁଭଗ୍ରହଙ୍କ ସମାବେଶ ପାରିବାରିକ, ସାମାଜିକ ଏବଂ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ମନ ବୁଝିଲା…

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?