Posted inRasifala

ରାଶିଫଳ: ଶନିବାର, ନଭେମ୍ବର ୧୪ ତାରିଖ – Daily Horoscope

ମେଷ
ଆଜି ଦିନଟି ଆପଣଙ୍କର ବିଳାସବ୍ୟସନରେ କଟିବ। ପ୍ରତ୍ୟୁଷ ଯାତ୍ରାରେ ବନ୍ଧୁମିଳନ ସହ ନୂତନ ଦର୍ଶନୀୟ ସ୍ଥାନ ପରିଦର୍ଶନର ସୁଯୋଗ ପାଇବେ। ଅନ୍ୟଦ୍ୱାରା ପ୍ରଭାବିତ ହୋଇ କୌଣସି ବ୍ୟକ୍ତିଙ୍କୁ ଗଭୀର ବିଶ୍ୱାସ କଲେ ପ୍ରତାରିତ ହେବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହୋଇପାରନ୍ତି।
ବୃଷ
ବୃଷ
ଦିନଟିରେ ମନୋରଞ୍ଜନ, ଭ୍ରମଣରେ ମାତି ଗୃହକାମରେ ଅବହେଳା କରିପାରନ୍ତି। ଯେଉଁ ଲୋକଟି ବିଷୟରେ ଚିନ୍ତା କରୁଛନ୍ତି ସେହି ଲୋକଟି ହଠାତ୍‌ ଆପଣଙ୍କ ପାଖକୁ ଆସିଯିବ। ଅଟକି ରହିଥିବା କାମ ଜଣେ ମହିଳାଙ୍କ ସହାୟତାରେ ପୂର୍ଣ୍ଣାଙ୍ଗ ହେବ। ଉପର ଅଧିକାରୀ ଆପଣଙ୍କ ପ୍ରତି ସହାନୁଭୂତି ପ୍ରକାଶ କରିବେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ବିବାଦର ଅବସାନ ଘଟିବ। ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କରିପାରିଲେ କିଛି ସମୟ ପରେ ସଫଳତା ମିଳିବ। ଶିକ୍ଷା, ସନ୍ତାନ, ବନ୍ଧୁ କିମ୍ବା ବୟୋଜ୍ୟେଷ୍ଠଙ୍କ ସହ ଆଜିର ଆଲୋଚନା ଫଳପ୍ରଦ ହୋଇ ନପାରେ। ଆର୍ଥିକ ଦିଗଟି ଭଲ ରହିଲେ ମଧ୍ୟ ଦୈନ୍ୟତା ପ୍ରକାଶ କରି ସମାଲୋଚିତ ହୋଇପାରନ୍ତି।
କର୍କଟ
କର୍କଟ
ସମସ୍ୟା କମିବା ସହିତ ଚେଷ୍ଟା କରୁଥିବା କାମରୁ ପ୍ରତିରୋଧ ଦୂରେଇଯିବ। ଅନ୍ୟମାନଙ୍କ ଘରୋଇ ବ୍ୟାପାରରେ ମୁଣ୍ଡ ପୂରାଇ ଟେନ୍‌ସନକୁ ନିମନ୍ତ୍ରଣ କରିପାରନ୍ତି। କର୍ମକ୍ଷେତ୍ରରେ ପ୍ରିୟାପ୍ରୀତି ତୋଷଣ ନେଇ ଅପଦସ୍ଥ ହେବାକୁ ପଡ଼ିପାରେ। ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ନେଇ ଉଚ୍ଚ ପ୍ରଶଂସିତ ହେବେ।
ସି˚ହ
ସି˚ହ
ଯାତ୍ରା ସମୟରେ କୌଣସି ଲୋକକୁ ସାହାଯ୍ୟ କରିବାକୁ ଯାଇ ନିଜେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଅନ୍ୟମନସ୍କ କିମ୍ବା ଅସାବଧାନତା ବଶତଃ ବିଦ୍ୟୁତ୍‌ ଆଘାତ, ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ। କୌଣସି ଘଟଣାକୁ ବାରମ୍ବାର ଚିନ୍ତା କରି ମାନସିକ ଭାରସାମ୍ୟ ହରାଇବେ।
କନ୍ୟା
ପ୍ରତ୍ୟେକ କାମକୁ ଭାବିଚନ୍ତି ନ କଲେ ଭଲ ହେବା ବଦଳରେ ଓଲଟା ଫଳ ମିଳିବ। ପର କଥାରେ ମନ ଦେଇ ନିଜ କାମକୁ ଅବହେଳା କରିପାରନ୍ତି। ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ନିର୍ମାଣ, ପରିବହନ, ପ୍ରଶାସନ, ମାଲିମକଦ୍ଦମା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରୁ ସୁଫଳ ପାଇବେ।
ତୁଳା
ତୁଳା
ଧୀରେ ଧୀରେ ଅବସ୍ଥା ସ୍ବାଭାବିକ ଦିଗକୁ ଗତି କରିବା ଫଳରେ ମାନସିକ ଅସ୍ଥିରତା ଦୂର ହେବ। କଚେରି ମାମଲାରେ ମନ୍ଥର ଉଦ୍‌ବେଗର କାରଣ ହୋଇପାରେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି କାର୍ଯ୍ୟ ହାସଲ କରିପାରନ୍ତି। ଶାରୀରିକ ଅସୁସ୍ଥତା ସତ୍ତ୍ୱେ ଘରକାମ କରିବାକୁ ବାଧ୍ୟ ହେବେ।
ବିଛା
ବିଛା
ବିଭିନ୍ନ ସମସ୍ୟା ମଧ୍ୟରେ ମାନସିକ ସ୍ଥିରତା ରହିବ ନାହିଁ। କୌଣସି ଆପତ୍ତିଜନକ କାମରେ ନିଜକୁ ସାମିଲ କରି ବିଚଳିତ ହୋଇପାରନ୍ତି। ପୂର୍ବ ଯୋଜନା ଅନୁସାରେ କେତେକ କାମ ନ ହେବା କାରଣରୁ ସବୁ ପ୍ରକାର ସୁବିଧା ଥାଇ ମଧ୍ୟ କୌଣସି କାମରେ ମନ ଲାଗିବ ନାହିଁ। ପଡ଼ିଶାଙ୍କ ସହ ମନାନ୍ତରର ସମାଧାନ ହୋଇଯିବ।
ଧନୁ
ଧନୁ
କର୍ମକ୍ଷେତ୍ରରେ କ୍ରମଶଃ ସମସ୍ୟା ସୁଧୁରିଯିବା କାରଣରୁ ମନ ହାଲୁକା ଲାଗିବ। ସନ୍ତାନଙ୍କ ଶିକ୍ଷା, ଗବେଷଣା, ଦୂରଯାତ୍ରା, ବ୍ୟୟବହୁଳ ହୋଇପାରେ। ଅସାବଧାନତା ହେତୁ ଧନହାନିର ପୂର୍ଣ୍ଣ ସମ୍ଭାବନା ରହିଛି। କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ଅନୁକମ୍ପା ଲାଭକରି ଶତ୍ରୁ ଉପଦ୍ରବ କମ୍‌ କରିପାରନ୍ତି, କିନ୍ତୁ ଆଶଙ୍କା ଲାଗି ରହିବ।
ମକର
ମକର
ଆକସ୍ମିକ ଭାବରେ ବନ୍ଧୁମାନଙ୍କ ନିକଟରୁ ଅଶୁଭ ଖବର ପାଇ ବିଚଳିତ ହୋଇପାରନ୍ତି। ଉଚ୍ଚଶିକ୍ଷା, ଆଲୋଚନା, ଗଠନମୂଳକ କାମ, ଲେଖାପଢ଼ା କ୍ଷେତ୍ରରୁ ସୁଫଳ ମିଳିବ। ପରିବାର ମଧ୍ୟରେ ମନୋଭାବକୁ ହଠାତ୍‌ ପ୍ରକାଶ କରନ୍ତୁ ନାହିଁ। ଅନ୍ୟର ଦୂରାଭିସନ୍ଧିକୁ ବୁଝି ନ ପାରି ସମସ୍ୟା ମଧ୍ୟକୁ ଟାଣି ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଅଧିକାଂଶ ସମୟ ଘରେ ଅଶାନ୍ତି ଓ କାମଗୁଡ଼ିକ ଠିକ୍‌ ଭାବେ ନ ହେବାରୁ ମନ ଭଲ ରହିବ ନାହିଁ। ସ୍ବାସ୍ଥ୍ୟାବସ୍ଥା କ୍ରମଶଃ ଭଲ ଦିଗକୁ ଗତି କରିବାରୁ ଆଶ୍ୱସ୍ତି ଲାଭ କରିବେ। ଅଫିସ୍‌ କାର୍ଯ୍ୟ ତ୍ୱରାନ୍ବିତ ହୋଇ ସମସ୍ୟା ଦୂରେଇଯିବ। ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କୀୟ ଦୁଶ୍ଚିନ୍ତା ଆସିବ, ମାତ୍ର ବିଶେଷ ଅସୁବିଧା ହେବ ନାହିଁ।
ମୀନମୀନ
ସ୍ବାସ୍ଥ୍ୟରେ ଉନ୍ନତି, ନୂତନ ଯୋଜନାରେ ଅଗ୍ରଗତି, ଆନୁଷଙ୍ଗିକ ସାହାଯ୍ୟ ଲାଭ ପରିସ୍ଥିତିକୁ ପ୍ରତିବନ୍ଧକ ମୁକ୍ତ କରାଇବ। ପରିବାରରୁ ଆଶାନୁରୂପ ସ୍ନେହ, ସହାନୁଭୂତି ପାଇବା କମିଯାଇପାରେ। କୌଣସି ବଡ଼ଧରଣର ରୋଗ ନଥାଇ ମଧ୍ୟ ଦୁର୍ବଳତା ଅନୁଭବ କରିବେ। ସତ୍‌ସଙ୍ଗ ଓ ଧର୍ମ, ସାହିତ୍ୟ ଚର୍ଚ୍ଚା ଦିଗକୁ ମନ ବଳାଇବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ମେ ୨୬ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ହେତୁ ଯାହା କରିବେ ତାହା ନିର୍ବିଘ୍ନରେ ଫଳପ୍ରଦ ହେବ। ପାରିବାରିକ ଶାନ୍ତି, ସାମାଜିକ ସମ୍ମାନ ଏବଂ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri