Posted inRasifala

ରାଶିଫଳ: ଶନିବାର , ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ
ରାହୁଯୁକ୍ତ ଚନ୍ଦ୍ର ମାନସିକ ସ୍ଥିତିକୁ କଳୁଷିତ କରିବ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ମତାନ୍ତର ଘଟିପାରେ। ମଙ୍ଗଳଙ୍କ ପ୍ରଭାବରୁ ଯେକୌଣସି ସମସ୍ୟାକୁ ପ୍ରତିହତ କରିବାର ସାମର୍ଥ୍ୟ ହରାଇବେ ନାହିଁ। ସାମାଜିକ ସ୍ତରରେ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ।
ବୃଷ
ବୃଷ
ବ୍ୟୟଭାବରେ ଶୁକ୍ରଙ୍କ ଅବସ୍ଥିତି କାରଣରୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ। କର୍ମକ୍ଷେତ୍ରରେ ପଦାଧିକାରୀଙ୍କ ସହିତ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ସନ୍ତାନଙ୍କ ବିବାହାଦି ମାଙ୍ଗଳିକ କାମ ପ୍ରସ୍ତୁତିରେ ବ୍ୟସ୍ତ ରହିପାରନ୍ତି। ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କଲେ ପସ୍ତେଇବାକୁ ପଡ଼ିପାରେ।
ମିଥୁନ
ମିଥୁନ
ପଦସ୍ଥବ୍ୟକ୍ତିଙ୍କ ସହାୟତାରେ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ଘରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍‌ଧ ହୋଇ ପାରନ୍ତି। ବାରମ୍ବାର ଅସଫଳତା ହେତୁ ବନ୍ଧୁମାନଙ୍କର ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ସରକାରୀ ସ୍ତରରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରି ବ୍ୟସ୍ତ ହୋଇପାରନ୍ତି। ଅତ୍ୟଧିକ ଅନୁରକ୍ତି କାରଣରୁ ନିଜ ଲୋକଙ୍କ ଭୁଲ୍‌କୁ ଅଣଦେଖା କରିବେ। ନିଜ ପରିସରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବାଣିଜ୍ୟ, ପରିବହନ ଓ କଳା ସାହିତ୍ୟରେ ଥିବା ସମସ୍ୟାକୁ ସମାଧାନ କରିବେ।
ସି˚ହ
ସି˚ହ
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି। କର୍ମକ୍ଷେତ୍ରରେ ଦୀର୍ଘ ଦିନରୁ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। ପରିବାରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ। ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତ ହୋଇପାରନ୍ତି।
କନ୍ୟା
ଘର କାମ ସାଙ୍ଗକୁ ଅଫିସ୍‌ କାମର ଜଞ୍ଜାଳ ବଳିଯିବା ହେତୁ ବ୍ୟସ୍ତତା ବୃଦ୍ଧି ପାଇବ। ପୁରାତନ ରୋଗ ପୀଡ଼ା ଅନୁଭବ ହୋଇପାରେ। ବନ୍ଧୁଙ୍କ ଜରିଆରେ ଅଶୌଚ ଖବର ପାଇ ବିସ୍ମିତ ହେବେ। ସାହିତ୍ୟ, କଳା କ୍ଷେତ୍ରରୁ ପ୍ରଶଂସିତ ହେବେ। ଆଲୋଚନା ପରିସରରେ ଭାବପ୍ରବଣତାବଶତଃ ଓଲଟା କଥାବାର୍ତ୍ତା କରି ଅପଦସ୍ତ ହୋଇପାରନ୍ତି ।
ତୁଳା
ତୁଳା
ଭୁଲ୍‌ ବୁଝାମଣାଜନିତ ପାରିବାରିକ କ୍ଷେତ୍ର ସରଗରମ ରହିବ। ଏପରିକି ନିକଟସ୍ଥ ବ୍ୟକ୍ତି ବିଶେଷଙ୍କର ମଧ୍ୟ ଆପଣଙ୍କ ପ୍ରତି ଥିବା ମନୋଭାବ ବଦଳିଯିବ। କଚେରି ମାମଲା କ୍ଷେତ୍ରରେ ସମସ୍ୟା ସମାଧାନ ହେବାର ସମ୍ଭାବନା ରହିଛି। ଚିତ୍ରା ନକ୍ଷତ୍ରର କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ।
ବିଛା
ବିଛା
ପାରସ୍ପରିକ ଆଲୋଚନା ଦ୍ୱାରା ପାରିବାରିକ ସମସ୍ୟାର ସରଳ ସମାଧାନ ହୋଇଯିବ। ପ୍ରିୟଜନଙ୍କ ସହାୟତାରେ କାରବାରରେ ଲାଭବାନ ହେବେ। କର୍ମକ୍ଷେତ୍ରରେ ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟିକୁ ଶେଷ କରିପାରିବେନି। ଫେରନ୍ତା ରାସ୍ତାରେ ବନ୍ଧୁଙ୍କ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ।
ଧନୁ
ଧନୁ
ପରିବାରର ସହମତି ଓ ବନ୍ଧୁଙ୍କ ଅକୁଣ୍ଠ ସାହାଯ୍ୟ, ସହାନୁଭୂତିରୁ କର୍ମାରମ୍ଭ ପ୍ରୀତିପଦ ହେବ। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବାରୁ ଆଶ୍ୱସ୍ତି ଲଭିବେ। ସାଧାରଣ ବଚସାରୁ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ। ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖା ଦେଇପାରେ। ମହିଳାମାନେ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ।
ମକର
ମକର
କର୍ମାରମ୍ଭ, ଯାନବାହନ, ଲୋକସମ୍ପର୍କ, ସଭାସମିତି ଓ ପାରିବାରିକ ସମସ୍ୟା ନେଇ ଚିନ୍ତା କରିବେ। ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। ହଠାତ୍‌ କୌଣସି ଖବର ପାଇ ଖୁସି ହେବେ। ରଚନାତ୍ମକ କାର୍ଯ୍ୟ କିମ୍ବା ଅଧ୍ୟୟନରେ ଏକାଗ୍ରତା ଆଣିପାରିବେ। ବାଣିଜ୍ୟ,ବ୍ୟବସାୟରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ।
କୁମ୍ଭ
କୁମ୍ଭ
ଆକସ୍ମିକ ଭାବରେ ନେତୃସ୍ଥାନୀୟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଉପକୃତ ହେବେ। ସ୍ବାର୍ଥ ସାଧନ ମାନସରେ ବନ୍ଧୁ ଅସୁବିଧାରେ ପକାଇପାରନ୍ତି। ଚିନ୍ତା କରୁଥିବା କଥାଟି ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ। ଜମିଜମା ବାଦବିବାଦ କ୍ରମେ ଜଟିଳ ହୋଇପାରେ।
ମୀନମୀନ
ଆଜି ଦିନଟିରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ଖଳ ଲୋକଙ୍କ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଭଲ ସମ୍ପର୍କ ରହିଥିବା ଗୁରୁଜନଙ୍କ ସାନ୍ତ୍ବନାବାଣୀ ମନରେ ଆଶ୍ୱସ୍ତି ଭରିପାରେ। ପରିବାରର ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଅକ୍ଟୋବର ୧୪ ତାରିଖ – Daily Horoscope

ମେଷ ଆଜି ଅଷ୍ଟମସ୍ଥ ଚନ୍ଦ୍ରଙ୍କ ପ୍ରଭାବରୁ ମାନସିକ ଅସ୍ଥିରତା ଲାଗିରହିବ। ଗ୍ରହଚକ୍ରରେ ତିନୋଟି ଗ୍ରହ ନୀଚାଂଶରେ ରହିଥିବାରୁ କର୍ମକ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବେ। ପାରିବାରିକ କ୍ଷେତ୍ର, ବ୍ୟବସାୟିକ…

ରାଶିଫଳ: ମଙ୍ଗଳବାର , ଅକ୍ଟୋବେର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ରଙ୍କ ସୁପ୍ରଭାବରେ ମାନସିକ ସନ୍ତୁଳନ ରକ୍ଷା କରିବାରେ ଅସମର୍ଥ ହେବେ। ପ୍ରତ୍ୟେକ କାମ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ହେବ, କିନ୍ତୁ ଯଦି…

ରାଶିଫଳ: ସୋମବାର, ଅକ୍ଟୋବର ୧୨ ତାରିଖ – Daily Horoscope

ମେଷ ଆପଣଙ୍କ କଠୋରକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହିବେ। ଅଶ୍ୱିନୀ…

ରାଶିଫଳ: ରବିବାର, ଅକ୍ଟୋବର ୧୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ନୀଚାରୋହୀ ଶନିଙ୍କ ଦୃଷ୍ଟିରେ ରହିଥିବାରୁ ମାନସିକ ସ୍ଥିତି ଭଲ ରହିବନାହିଁ। କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଅସ୍ବାସ୍ଥ୍ୟକର ରହିପାରେ। ବିବାଦୀୟ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?