Posted inRasifala

ରାଶିଫଳ: ମଙ୍ଗଳବାର , ମାର୍ଚ୍ଚ ୨୧ ତାରିଖ – Daily Horoscope

ମେଷ
ଆଜି କର୍ମକ୍ଷେତ୍ରରେ ସତକଥା ପ୍ରକାଶକରି ବିବାଦୀୟ ହୋଇପାରନ୍ତି। ବନ୍ଧୁଙ୍କ ନିମନ୍ତ୍ରଣ ପାଇ ପରିଜନଙ୍କ ସହ ଦୂରଯାତ୍ରା କରିବାକୁ ପଡ଼ିପାରେ। କୃତ୍ତିକା ନକ୍ଷତ୍ରର ସାମୟିକ ଶାରୀରିକ ସୁସ୍ଥତା କାରଣରୁ ମନ ପ୍ରଫୁଲ୍ଲ ରହିବ। ଶିଳ୍ପ, ବାଣିଜ୍ୟ, ନିର୍ମାଣ, ବ୍ୟବସାୟ ଓ କଳା, ସାହିତ୍ୟ କ୍ଷେତ୍ରରେ ମାନମନାନ୍ତର ଦେଖାଦେଇପାରେ।
ବୃଷ
ବୃଷ
ସକାଳୁ ସକାଳୁ କୌଣସି ଶୁଭ ଖବର ମନକୁ ଆହ୍ଲାଦିତ କରିବ। ରୋହିଣୀ ନକ୍ଷତ୍ର ସକାଶେ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ପଛକଥା ଚିନ୍ତା ନ କରି ଏହି ସମୟର ପରିସ୍ଥିତିକୁ ସାମ୍ନା କରିବାକୁ ଚେଷ୍ଟା କରିବା ଭଲ ହେବ। ବିବାଦର ସମାଧାନ ସକାଶେ ସମ୍ପର୍କୀୟ ବ୍ୟକ୍ତି ସାହାଯ୍ୟ କରିବେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ମୃଗଶିରା ନକ୍ଷତ୍ର ନୂତନ ବନ୍ଧୁତ୍ୱ ସ୍ଥାପନ ଦିଗରେ ବନ୍ଧୁଙ୍କ ସହଯୋଗ କାମନା କରିପାରନ୍ତି। ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ପାରିବାରିକ କ୍ଷେତ୍ରରେ ପରିସ୍ଥିତିର ଗୁରୁତ୍ୱ ଦୃଷ୍ଟିରୁ ନୀରବ ରହିବାକୁ ବାଧ୍ୟ ହୋଇପାରନ୍ତି।
କର୍କଟ
କର୍କଟ
କଠିନ ଶ୍ରମ ଓ ବିଶେଷ ଭ୍ରମଣଜନିତ ଅସୁସ୍ଥତା ଅନୁଭବ କରିପାରନ୍ତି। ଆଲୋଚନା ପରିସରରେ ବିଜ୍ଞ ବ୍ୟକ୍ତିମାନଙ୍କ ନିକଟରୁ ଉସତ୍ାହ ଓ ପ୍ରେରଣା ପାଇ କାର୍ଯ୍ୟ ସାଧନ କରିବେ। ପ୍ରଶାସନିକ,ରାଜନୈତିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ଅଶ୍ଳେଷା ସକାଶେ ଅସହଯୋଗ କାରଣରୁ ଗଠନମୂଳକ କାର୍ଯ୍ୟର ଗତି ମନ୍ଥର ହେବ।
ସି˚ହ
ସି˚ହ
ୂର୍ବାଫାଲ୍‌ଗୁନୀ ନକ୍ଷତ୍ରର ସ୍ବାସ୍ଥ୍ୟ ସମସ୍ୟା କେତେକାଂଶରେ ନିୟନ୍ତ୍ରଣ ମଧ୍ୟରେ ରହିବ। କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତିବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ। ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବେ। ଘରେ ବନ୍ଧୁ ମିଳନ ମାଧ୍ୟମରେ ଆମୋଦ ପ୍ରମୋଦର ସୁଅ ଛୁଟିବ।
କନ୍ୟା
କର୍ମକ୍ଷେତ୍ରରେ ଦକ୍ଷତା ହେତୁକ ଉଚ୍ଚବର୍ଗଙ୍କ ଦୃଷ୍ଟି ଆକର୍ଷଣ କରିବେ। ହସ୍ତା ନକ୍ଷତ୍ର ଅଚାନକ ଭାବରେ ଶୁଭଖବର ଶୁଣି ବିସ୍ମୟାଭିଭୂତ ହୋଇପାରନ୍ତି। ସାମାଜିକ ସ୍ତରରେ ନିଜ ପରିସରର ବ୍ୟକ୍ତିବିଶେଷଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉସତ୍ାହିତ ହେବେ। ପୂର୍ବ ସ୍ଥିରୀକୃତ ଯୋଜନା ମୁତାବକ କାମରେ ସଫଳତା ହାସଲ କରିପାରନ୍ତି।
ତୁଳା
ତୁଳା
ନିଜର ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ। ପୁତ୍ରକନ୍ୟା ହେତୁକ ସୁଖ ମିଳିବା ସାଙ୍ଗକୁ ପରିବାରରେ ଶାନ୍ତି ଫେରି ଆସିବ। ସ୍ବାତୀ ନକ୍ଷତ୍ରର ମାନସିକ ଅବସାଦ ଯୋଗୁ କୌଣସି କାମ ଉସତ୍ାହପ୍ରଦ ହେବ ନାହିଁ। ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛା
ବିଛା
ମାନସିକ ଅସ୍ଥିରତାଜନିତ ପ୍ରତ୍ୟେକ କାର୍ଯ୍ୟ ଦରଖଣ୍ଡିଆ ରହୁଥିବାରୁ କ୍ଷୋଭ ପ୍ରକାଶ କରିପାରନ୍ତି। ଅନ୍ୟାୟ ବିରୋଧରେ ସ୍ବର ଉଠାଇଲେ ହେଁ ସମସ୍ତେ ଶୁଣି ନ ଶୁଣୁଥିବାର ଅଭିନୟ କରିବେ। ଆଜିର କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉସତ୍ାହିତ ହେବେ। ପାରିବାରିକ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟିହେବା ଆଶଙ୍କା ରହିଛି ।
ଧନୁ
ଧନୁ
ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ। ଉତ୍ତରାଷାଢ଼ା ନକ୍ଷତ୍ରର ମାଲିମକଦ୍ଦମାରେ ଆପୋସ ସମାଧାନ ହୋଇଯିବ। ପଡ଼ୋଶୀଙ୍କ ଈର୍ଷା ଓ ଅସୂୟାର ହେତୁ ସ୍ବରୂପ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ଦୀର୍ଘଦିନରୁ ଅଟକି ରହିଥିବା ଅର୍ଥ ପ୍ରାପ୍ତିରୁ ମନ ଖୁସି ରହିବ।
ମକର
ମକର
ଅସମ୍ପୂର୍ଣ୍ଣ କାର୍ଯ୍ୟ ସାଙ୍ଗକୁ ବନ୍ଧୁଙ୍କ ଅନାଦର ଭାବ ଯୋଗୁ ମନ ଦୁଃଖ ହୋଇପାରେ। ନିଜର ହିତୈଷୀଙ୍କୁ ବୃଥା ସନ୍ଦେହକରି ଭୁଲ୍‌ଠିକ୍‌ର ସୁବିଚାର କରିପାରିବେ ନାହିଁ। ଉତ୍ତରାଷାଢ଼ା ନକ୍ଷତ୍ର ଧାରକରଜ କରି ପରିବାରର ଆବଶ୍ୟକତା ଚଳାଇନେବେ। ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ କରିବାରେ ସମର୍ଥ ହେବେ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ ମନୋଭାବ ପୋଷଣକରି ସମସ୍ୟା ସୃଷ୍ଟି କରିପାରନ୍ତି। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବା ଆଶଙ୍କା ରହିଛି। ସାଙ୍ଗସାଥୀମାନଙ୍କ ସହଯୋଗରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଧନିଷ୍ଠା ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ମୌନ ଭାବରେ ସମ୍ମତି ଜଣାଇପାରନ୍ତି।
ମୀନମୀନ
ପରିବାରରୁ ପୂର୍ଣ୍ଣ ସମର୍ଥନ ନ ପାଇବା କାରଣରୁ କାମଟି ପୂର୍ଣ୍ଣାଙ୍ଗ ହେବା ସହଜସାଧ୍ୟ ନ ହୋଇପାରେ। ଉତ୍ତରଭାଦ୍ରପଦ ନକ୍ଷତ୍ର ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଅଗ୍ରଗତି ବେଶ୍‌ ଦ୍ରୁତ ହେବ। ଯାତ୍ରା ସମୟରେ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ଏକାଧିକ କାମ ହାତକୁ ନେଇ ବ୍ୟସ୍ତବିବ୍ରତ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ,...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ ଆଜି ଚତୁର୍ଥ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆପଣ ଫଳପ୍ରଦ ଯାତ୍ରା ସାଙ୍ଗକୁ ସାମୟିକ ପାରିବେଶିକ ଆନନ୍ଦ ଅନୁଭବ କରିବେ। କିନ୍ତୁ ନୀଚସ୍ଥ ବୁଧଙ୍କ ସ୍ଥିତି...

ରାଶିଫଳ: ସୋମବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ ଆଜି ପ୍ରଶାସନିକ ସଫଳତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସହ ସମ୍ମାନଜନକ ସ୍ଥିତିରେ ରହିବେ। କୃତିକା ନକ୍ଷତ୍ର ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନ ବୁଲିଯିବାର...

ରାଶିଫଳ: ରବିବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ ଆଜି ଗୁର୍ବାଦିତ୍ୟ ଯୋଗ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟରୁ ସମ୍ମାନିତ ହେବେ। ବନ୍ଧୁ ପରିଜନଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଉପସ୍ଥିତ ସମସ୍ୟାର...

ରାଶିଫଳ: ଶନିବାର , ଏପ୍ରିଲ ୧୩ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି କାରଣରୁ ଆପଣଙ୍କ ଆକର୍ଷଣୀୟ ବ୍ୟବହାର ସମସ୍ୟା ସମାଧାନରେ ସହାୟକ ହେବ। ଲୋକସମ୍ପର୍କ ବୃଦ୍ଧି, ପାରିବାରିକ ସହଯୋଗ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri