Posted inRasifala

ରାଶିଫଳ: ମଙ୍ଗଳବାର , ମାର୍ଚ୍ଚ ୨୧ ତାରିଖ – Daily Horoscope

ମେଷ
ଆଜି କର୍ମକ୍ଷେତ୍ରରେ ସତକଥା ପ୍ରକାଶକରି ବିବାଦୀୟ ହୋଇପାରନ୍ତି। ବନ୍ଧୁଙ୍କ ନିମନ୍ତ୍ରଣ ପାଇ ପରିଜନଙ୍କ ସହ ଦୂରଯାତ୍ରା କରିବାକୁ ପଡ଼ିପାରେ। କୃତ୍ତିକା ନକ୍ଷତ୍ରର ସାମୟିକ ଶାରୀରିକ ସୁସ୍ଥତା କାରଣରୁ ମନ ପ୍ରଫୁଲ୍ଲ ରହିବ। ଶିଳ୍ପ, ବାଣିଜ୍ୟ, ନିର୍ମାଣ, ବ୍ୟବସାୟ ଓ କଳା, ସାହିତ୍ୟ କ୍ଷେତ୍ରରେ ମାନମନାନ୍ତର ଦେଖାଦେଇପାରେ।
ବୃଷ
ବୃଷ
ସକାଳୁ ସକାଳୁ କୌଣସି ଶୁଭ ଖବର ମନକୁ ଆହ୍ଲାଦିତ କରିବ। ରୋହିଣୀ ନକ୍ଷତ୍ର ସକାଶେ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ପଛକଥା ଚିନ୍ତା ନ କରି ଏହି ସମୟର ପରିସ୍ଥିତିକୁ ସାମ୍ନା କରିବାକୁ ଚେଷ୍ଟା କରିବା ଭଲ ହେବ। ବିବାଦର ସମାଧାନ ସକାଶେ ସମ୍ପର୍କୀୟ ବ୍ୟକ୍ତି ସାହାଯ୍ୟ କରିବେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ମୃଗଶିରା ନକ୍ଷତ୍ର ନୂତନ ବନ୍ଧୁତ୍ୱ ସ୍ଥାପନ ଦିଗରେ ବନ୍ଧୁଙ୍କ ସହଯୋଗ କାମନା କରିପାରନ୍ତି। ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ପାରିବାରିକ କ୍ଷେତ୍ରରେ ପରିସ୍ଥିତିର ଗୁରୁତ୍ୱ ଦୃଷ୍ଟିରୁ ନୀରବ ରହିବାକୁ ବାଧ୍ୟ ହୋଇପାରନ୍ତି।
କର୍କଟ
କର୍କଟ
କଠିନ ଶ୍ରମ ଓ ବିଶେଷ ଭ୍ରମଣଜନିତ ଅସୁସ୍ଥତା ଅନୁଭବ କରିପାରନ୍ତି। ଆଲୋଚନା ପରିସରରେ ବିଜ୍ଞ ବ୍ୟକ୍ତିମାନଙ୍କ ନିକଟରୁ ଉସତ୍ାହ ଓ ପ୍ରେରଣା ପାଇ କାର୍ଯ୍ୟ ସାଧନ କରିବେ। ପ୍ରଶାସନିକ,ରାଜନୈତିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ଅଶ୍ଳେଷା ସକାଶେ ଅସହଯୋଗ କାରଣରୁ ଗଠନମୂଳକ କାର୍ଯ୍ୟର ଗତି ମନ୍ଥର ହେବ।
ସି˚ହ
ସି˚ହ
ୂର୍ବାଫାଲ୍‌ଗୁନୀ ନକ୍ଷତ୍ରର ସ୍ବାସ୍ଥ୍ୟ ସମସ୍ୟା କେତେକାଂଶରେ ନିୟନ୍ତ୍ରଣ ମଧ୍ୟରେ ରହିବ। କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତିବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ। ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବେ। ଘରେ ବନ୍ଧୁ ମିଳନ ମାଧ୍ୟମରେ ଆମୋଦ ପ୍ରମୋଦର ସୁଅ ଛୁଟିବ।
କନ୍ୟା
କର୍ମକ୍ଷେତ୍ରରେ ଦକ୍ଷତା ହେତୁକ ଉଚ୍ଚବର୍ଗଙ୍କ ଦୃଷ୍ଟି ଆକର୍ଷଣ କରିବେ। ହସ୍ତା ନକ୍ଷତ୍ର ଅଚାନକ ଭାବରେ ଶୁଭଖବର ଶୁଣି ବିସ୍ମୟାଭିଭୂତ ହୋଇପାରନ୍ତି। ସାମାଜିକ ସ୍ତରରେ ନିଜ ପରିସରର ବ୍ୟକ୍ତିବିଶେଷଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉସତ୍ାହିତ ହେବେ। ପୂର୍ବ ସ୍ଥିରୀକୃତ ଯୋଜନା ମୁତାବକ କାମରେ ସଫଳତା ହାସଲ କରିପାରନ୍ତି।
ତୁଳା
ତୁଳା
ନିଜର ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ। ପୁତ୍ରକନ୍ୟା ହେତୁକ ସୁଖ ମିଳିବା ସାଙ୍ଗକୁ ପରିବାରରେ ଶାନ୍ତି ଫେରି ଆସିବ। ସ୍ବାତୀ ନକ୍ଷତ୍ରର ମାନସିକ ଅବସାଦ ଯୋଗୁ କୌଣସି କାମ ଉସତ୍ାହପ୍ରଦ ହେବ ନାହିଁ। ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛା
ବିଛା
ମାନସିକ ଅସ୍ଥିରତାଜନିତ ପ୍ରତ୍ୟେକ କାର୍ଯ୍ୟ ଦରଖଣ୍ଡିଆ ରହୁଥିବାରୁ କ୍ଷୋଭ ପ୍ରକାଶ କରିପାରନ୍ତି। ଅନ୍ୟାୟ ବିରୋଧରେ ସ୍ବର ଉଠାଇଲେ ହେଁ ସମସ୍ତେ ଶୁଣି ନ ଶୁଣୁଥିବାର ଅଭିନୟ କରିବେ। ଆଜିର କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉସତ୍ାହିତ ହେବେ। ପାରିବାରିକ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟିହେବା ଆଶଙ୍କା ରହିଛି ।
ଧନୁ
ଧନୁ
ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ। ଉତ୍ତରାଷାଢ଼ା ନକ୍ଷତ୍ରର ମାଲିମକଦ୍ଦମାରେ ଆପୋସ ସମାଧାନ ହୋଇଯିବ। ପଡ଼ୋଶୀଙ୍କ ଈର୍ଷା ଓ ଅସୂୟାର ହେତୁ ସ୍ବରୂପ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ଦୀର୍ଘଦିନରୁ ଅଟକି ରହିଥିବା ଅର୍ଥ ପ୍ରାପ୍ତିରୁ ମନ ଖୁସି ରହିବ।
ମକର
ମକର
ଅସମ୍ପୂର୍ଣ୍ଣ କାର୍ଯ୍ୟ ସାଙ୍ଗକୁ ବନ୍ଧୁଙ୍କ ଅନାଦର ଭାବ ଯୋଗୁ ମନ ଦୁଃଖ ହୋଇପାରେ। ନିଜର ହିତୈଷୀଙ୍କୁ ବୃଥା ସନ୍ଦେହକରି ଭୁଲ୍‌ଠିକ୍‌ର ସୁବିଚାର କରିପାରିବେ ନାହିଁ। ଉତ୍ତରାଷାଢ଼ା ନକ୍ଷତ୍ର ଧାରକରଜ କରି ପରିବାରର ଆବଶ୍ୟକତା ଚଳାଇନେବେ। ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ କରିବାରେ ସମର୍ଥ ହେବେ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ ମନୋଭାବ ପୋଷଣକରି ସମସ୍ୟା ସୃଷ୍ଟି କରିପାରନ୍ତି। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବା ଆଶଙ୍କା ରହିଛି। ସାଙ୍ଗସାଥୀମାନଙ୍କ ସହଯୋଗରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଧନିଷ୍ଠା ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ମୌନ ଭାବରେ ସମ୍ମତି ଜଣାଇପାରନ୍ତି।
ମୀନମୀନ
ପରିବାରରୁ ପୂର୍ଣ୍ଣ ସମର୍ଥନ ନ ପାଇବା କାରଣରୁ କାମଟି ପୂର୍ଣ୍ଣାଙ୍ଗ ହେବା ସହଜସାଧ୍ୟ ନ ହୋଇପାରେ। ଉତ୍ତରଭାଦ୍ରପଦ ନକ୍ଷତ୍ର ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଅଗ୍ରଗତି ବେଶ୍‌ ଦ୍ରୁତ ହେବ। ଯାତ୍ରା ସମୟରେ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ଏକାଧିକ କାମ ହାତକୁ ନେଇ ବ୍ୟସ୍ତବିବ୍ରତ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?