Posted inRasifala

ରାଶିଫଳ: ସୋମବାର, ମାର୍ଚ୍ଚ ୨୦ ତାରିଖ – Daily Horoscope

ମେଷ
ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତା, ପିଲାଙ୍କ ସମ୍ପର୍କରେ ଚିନ୍ତିତ ରହିବେ। ଆଜିର ପ୍ରତ୍ୟେକ କାମ ଠିକ୍‌ ସମୟରେ ସମ୍ପନ୍ନ ହେବା କଷ୍ଟକର ହୋଇ ପଡ଼ିବ। ଦ୍ୱିଜା ନକ୍ଷତ୍ର ଯେକୌଣସି ସମସ୍ୟାକୁ ସୁଧାରି ନେବାରେ କିଛି ଅସୁବିଧା ହେବ ନାହିଁ। ସଭାସମିତି, ମନୋରଞ୍ଜନ, ସଙ୍ଗୀତ ଚର୍ଚ୍ଚା, କଳା, ସାହିତ୍ୟ ସବୁ ଦିଗରୁ ଖୁସି ରହିବେ।
ବୃଷ
ବୃଷ
ଆଜିର ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟାରମ୍ଭ, ବନ୍ଧୁମିଳନ ପାଇଁ ସୁନ୍ଦର ସୁଯୋଗ ସୃଷ୍ଟି ହେବ। କର୍ମକ୍ଷେତ୍ରରେ ଅନୁକୂଳ ପରିବେଶ ସୃଷ୍ଟି ହୋଇ କାମ ହାସଲ ପାଇଁ ଖୋରାକ ଯୋଗାଇବ। ଆଲୋଚନାରେ ତର୍କ ଓ ପିଲାଙ୍କ ସମସ୍ୟା ନେଇ ବ୍ୟସ୍ତତା ବଢ଼ିପାରେ। ପାରିବାରିକ ସମ୍ପର୍କ ଓ କର୍ମ କ୍ଷେତ୍ରରେ ଶତ୍ରୁତା ହେତୁ ଚିନ୍ତା କରି ପାରନ୍ତି।
ମିଥୁନ
ମିଥୁନ
ଆଜି ହାତରୁ ଖର୍ଚ୍ଚ କରି ଅନ୍ୟକୁ ଖୁଆଇ ପିଆଇ ଆଦର, ସମ୍ମାନ ଲାଭ କରିବେ। ଫେରି ଯାଇଥିବା ବନ୍ଧୁ ଘରକୁ ପୁଣି ଲେଉଟି ଆସିବେ। ବାକି ଥିବା ଲୋକଟିକୁ ବକେୟା ମାଗିବା କାରଣରୁ ପରିସ୍ଥିତି ଉତ୍ତେଜନାମୂଳକ ହୋଇପାରେ। ରାସ୍ତାରେ ଯିବା ସମୟରେ କୌଣସି ଅଜଣା ଲୋକ ସହ ବାକ୍‌ ବିତଣ୍ଡା ସୃଷ୍ଟି ହେବାର ସମ୍ଭାବନା ରହିଛି।
କର୍କଟ
କର୍କଟ
ନିଜ ଦ୍ୱାରା ଉପକୃତ ହୋଇଥିବା ବ୍ୟକ୍ତିଙ୍କ ବେଖାତିର ମନୋଭାବ ହେତୁ କ୍ଷୁବ୍ଧ ହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବାକୁ ପଡ଼ିବ। ପୁରୁଣା ପାରିବାରିକ ସମସ୍ୟା ତୁଟି ଯାଇଥିଲେ ମଧ୍ୟ ଆକସ୍ମିକ ଭାବେ ନୂଆ ସମସ୍ୟା ଦେଖାଦେବ। ବ୍ୟବସାୟ, ଭ୍ରମଣ, କର୍ମାରମ୍ଭ ପାଇଁ ସୁବିଧା ସୁଯୋଗ ମିଳିବ।
ସି˚ହ
ସି˚ହ
ସ୍ବାସ୍ଥ୍ୟକୁ ନ ଜଗିଲେ ଅସୁବିଧାର ସମ୍ମୁଖୀନ ହେବେ। ଏହି ସମୟର ପରିସ୍ଥିତିରେ ଅନ୍ୟମାନଙ୍କ ସହ ଶତ୍ରୁତା କଲେ କ୍ଷତିରେ ପଡ଼ିବେ। ଏଣୁ ମନ କଥା ମନରେ ରଖି ଯଥାସମ୍ଭବ ଔପଚାରିକତାକୁ ଭୁଲିଯିବା ଠିକ୍‌ ହେବ ନାହିଁ। ପରିବହନ, ବ୍ୟବସାୟ, ନିର୍ମାଣ, ସଙ୍ଗଠନ ଓ ରାଜନୀତି ପାଇଁ ଦିନଟି ମନ୍ଦ ହେବନି। ଦୂରବନ୍ଧୁ ଆଗମନ ଯୋଗ ରହିଛି।
କନ୍ୟା
କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି କରିବ। ବନ୍ଧୁଙ୍କ ସ୍ପର୍ଶକାତର କଥାରେ ଚିହ୍ନା ପଡ଼ନ୍ତୁ ନାହିଁ, ଯାହାକି ସମସ୍ୟା ସୃଷ୍ଟି କରିପାରେ। ବାହାରକୁ ଯିବାକୁ ଇଚ୍ଛା ନ ଥିଲେ ମଧ୍ୟ ଯିବାକୁ ବାଧ୍ୟ ହୋଇପାରନ୍ତି। ଲୋକ ସମ୍ପର୍କ, ଗଠନମୂଳକ କିମ୍ବା ଆନୁଷ୍ଠାନିକ କାମରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ।
ତୁଳା
ତୁଳା
କର୍ମକ୍ଷେତ୍ରରେ ସହକର୍ମୀଙ୍କୁ ନୂତନ ଦିଗ୍‌ଦର୍ଶନ ଦେଇ ପ୍ରଶଂସିତ ହେବେ। ନୂତନ ଗାଡ଼ି, ଯାନ୍ତ୍ରିକ ଜିନିଷ, ଧାତୁ ଅଳଙ୍କାର, ପୋଷାକପତ୍ର କିଣିବା ପାଇଁ ମନ ବଳାଇ ପାରନ୍ତି। ଅନ୍ୟ କଥାରେ ପଡ଼ି ଭଲ ପାଉଥିବା ବନ୍ଧୁଟି କ୍ରମଶଃ ଦୂରେଇ ଯାଇପାରେ। ସଭାସମିତି, ସାହିତ୍ୟ ଚର୍ଚ୍ଚା, ମେଳା ମହୋତ୍ସବ, ସଙ୍ଗୀତ ଆସରରେ ନିଜକୁ ସାମିଲ କରିପାରନ୍ତି।
ବିଛା
ବିଛା
ଆଜି କିଛି ନୂଆ କାମ ସକାଶେ ମନ ବଳିବ ଏବଂ ଏଥିପାଇଁ ଆନୁଷଙ୍ଗିକ ସହଯୋଗ ମଧ୍ୟ ପାଇଯିବେ। ବ୍ୟବସାୟ, ସାମ୍ବାଦିକତା, ସାହିତ୍ୟ ଚର୍ଚ୍ଚା, ସଭା ସମିତି, ଆନୁଷ୍ଠାନିକ ଆଲୋଚନାକୁ ପୂରା କରିବେ। ବିଶାଖା ନକ୍ଷତ୍ରର ଆର୍ଥିକ ସ୍ଥିତି ଦୁର୍ବଳ ରହିବାରୁ କେତେକ କାମ ଅଟକି ରହିଯାଇପାରେ। ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ ଭାବେ କମିଯାଇପାରେ।
ଧନୁ
ଧନୁ
ପ୍ରତିଟି କ୍ଷେତ୍ରରେ ସଂଘର୍ଷମୟ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ। ପାରିବାରିକ କ୍ଷେତ୍ରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ଆଶା ପୂରଣ ହେବା ମାନସରେ ଅନ୍ୟର ପ୍ରହେଳିକାପୂର୍ଣ୍ଣ କଥାରେ ପଡ଼ି ପଛରେ ଦୌଡ଼ିପାରନ୍ତି। ଆଜି ଯାତ୍ରା, କଳା ଓ ସାହିତ୍ୟାଦିରେ ପ୍ରଶଂସିତ ହେବେ।
ମକର
ମକର
ନୂତନ ବନ୍ଧୁତା ସ୍ଥାପନ କରିବା ଦିଗରେ ଆଜି ଦିନଟି ସ୍ମରଣୀୟ ହୋଇ ରହିବ। ଅପରାହ୍ନେ ବନ୍ଧୁଙ୍କ ଆଗମନ ଯୋଗୁ ମଉଜ ମଜଲିସ୍‌ରେ ସମୟ ଅତିବାହିତ କରିବେ। କାର୍ଯ୍ୟକ୍ଷତ୍ରରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ। ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ।
କୁମ୍ଭ
କୁମ୍ଭ
କାଳକ୍ଷେପଣ ନୀତି ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ପାରିବାରିକ କ୍ଷେତ୍ରରେ ବିଶେଷ ଉନ୍ନତି ଦେଖାନଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ। ପ୍ରଶାସନ, ପ୍ରେସ୍‌ ଓ ପବ୍ଲିକେଶନ, ଗବେଷଣା, ଅନୁସନ୍ଧାନରେ ଆଶାନୁଯାୟୀ ଫଳ ପାଇବେ। ଭ୍ରମଣ, ସଭାସମିତି ଓ ବନ୍ଧୁ ମିଳନରୁ ଖୁସି ରହିବେ।
ମୀନମୀନ
କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ କଥା କଟାକଟି କାରଣରୁ ସାମାନ୍ୟ ତିକ୍ତତା ସୃଷ୍ଟି ହେବାର ଆଶଙ୍କା ରହିଛି। ବିଭିନ୍ନ ପ୍ରକାରର କାର୍ଯ୍ୟବ୍ୟସ୍ତତା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। ବ୍ୟବସାୟ, କଚେରି ମାମଲା ଓ ପରିବହନ କ୍ଷେତ୍ରରେ ଝଗଡ଼ା ଲାଗିପାରେ। ଆବଶ୍ୟକତା ପୂରଣ କରିବା ସକାଶେ ବନ୍ଧୁଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?