Posted inRasifala

ରାଶିଫଳ: ଶନିବାର, ଫେବୃୟାରୀ ୧୩ ତାରିଖ– Daily Horoscope

ମେଷ
ଆଜି କର୍ମକ୍ଷେତ୍ରରେ ଅତୀତ କଥା ସ୍ମରଣ କରି ଭାବପ୍ରବଣ ହେବେ। ଅତ୍ୟଧିକ ଭ୍ରମଣ ହେତୁକ କ୍ଲାନ୍ତି ଓ ଅବସନ୍ନ ଅନୁଭବ କରିପାରନ୍ତି। ବ୍ୟବସାୟ ମାନ୍ଦାରେ ଚାଲିବ କିନ୍ତୁ ପରିବହନରେ ଲାଭବାନ୍‌ ହେବେ। ବନ୍ଧୁଙ୍କ ପାରିବାରିକ ସମସ୍ୟାରେ ନ୍ୟାୟୋଚିତ କଥା କହି ପରିସ୍ଥିତିକୁ ସ୍ବାଭାବିକ କରିବେ।
ବୃଷ
ବୃଷ
ଅଫିସ କାମରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ। ଆକସ୍ମିକ ସୀମା ବିବାଦକୁ କେନ୍ଦ୍ରକରି ନିର୍ମାଣ ମୂଳକ କାର୍ଯ୍ୟ ଗତି ମନ୍ଥର ହେବ। ପାଖ ପଡୋଶୀଙ୍କ ଘରୋଇ କଳହକୁ ନେଇ ନିଜ ଘରେ ଅଶାନ୍ତି ଲାଗିରହିବ। କଚେରୀ ମାମଲା, ନିର୍ମାଣ, ଅର୍ଥ ସମ୍ପର୍କୀୟ କଥା ନେଇ ଟେନ୍ସନ ଲାଗି ରହିପାରେ।
ମିଥୁନ
ମିଥୁନ
ଆର୍ଥିକ ସମସ୍ୟାକୁ ସୁଧାରିବା ସକାଶେ ବିଭିନ୍ନ ଯୋଜନା କରିପାରନ୍ତି। ପରିବହନରେ ସମସ୍ୟ ଯୋଗଁୁ ବ୍ୟସ୍ତ ହେବେ। କିନ୍ତୁ ବ୍ୟବସାୟିକ ସଫଳତା ମିଳିବ। କର୍ମକ୍ଷେତ୍ରରେ, ପ୍ରଶାସନିକ ସ୍ତରରେ ଫାଇଲ କାମ ବଢିଯାଇ ପାରେ। ଯାନ ବାହନ, ପୁରୁଣା ଗାଡି ମୋଟର କିମ୍ବା ଘର ମରାମତିରେ ବ୍ୟସ୍ତ ରହିପାରନ୍ତି।
କର୍କଟ
କର୍କଟ
ଆଜି ଶାରିରୀକ ସ୍ବାସ୍ଥ୍ୟ ଅପେକ୍ଷା ମାନସିକ ସ୍ବାସ୍ଥ୍ୟ ବିଶେଷ ପ୍ରଭାବିତ ହୋଇପାରେ। ବିଶ୍ୱସ୍ତ କର୍ମଚାରୀଟି ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ମନୋଭାବ ବଦଳେଇ ପାରେ। ବନ୍ଧୁମାନଙ୍କ ସହ ଉଚ୍ଚବାଚ୍ଚ ଘଟିପାରେ। ଅପେକ୍ଷା କରିଥିବା ଖବରଟିକୁ ବହୁ ବିଳମ୍ବରେ ଶୁଣିଲେ ମଧ୍ୟ ଶୁଣି ଖୁସି ହେବେ।
ସି˚ହ
ସି˚ହ
ବହୁ ଆଶା କରି ବନ୍ଧୁଙ୍କ ନିକଟକୁ ଯିବେ ମାତ୍ର ଶୂ୍ଯଯ ହସ୍ତରେ ଫେରିବାକୁ ପଡିପାରେ। ଅଫିସରେ ତରବର ହୋଇ କାମ କରନ୍ତୁ ନାହିଁ। କର୍ମକ୍ଷେତ୍ରରେଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇ ପାରନ୍ତି। ବ୍ୟବସାୟିକ କ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତିଙ୍କ ସହଯୋଗ ପାଇବେ। ପାରିବାରିକ ସମସ୍ୟାର ସରଳ ସମାଧାନ କରିବେ।
କନ୍ୟା
ସହକର୍ମୀଙ୍କ ସହିତ ବାକ୍‌ ଅସଂଯମତା ସମସ୍ୟା ସୃଷ୍ଟି କରିପାରେ। କେତେକ କ୍ଷେତ୍ରରେ ନୀରବ ନ ରହିଲେ ଅସୁବିଧାରେ ପଡିବେ। ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଅପୂରଣୀୟ ଆଶା ମନରେ ଦୁଃଖ ପ୍ରଦାନ କରିବ। ପାରିବାରିକ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି, ମାତ୍ର କିଛି ଅସୁବିଧା ହେବ ନାହିଁ।
ତୁଳା
ତୁଳା
ପୂର୍ବ ନିର୍ଦ୍ଧାରିତ କାମଗୁଡିକ ଠିକ୍‌ ସମୟରେ ହେବା କଷ୍ଟକର ହୋଇ ପଡିବ। ମାନସିକ ଅବସାଦ ଯୋଗୁଁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ। ମାଲିମକଦ୍ଦମାରେ ଆପୋଷ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ। ରଚନାମତ୍କ, ଗବେଷଣା, କଳା, ସାହିତ୍ୟ କାର୍ଯ୍ୟରେ ଅଗ୍ରଗତି ଘଟିବ।
ବିଛା
ବିଛା
ବିଭିନ୍ନ ବିଷୟରେ ଚିନ୍ତା କରି ମାନସିକ ସ୍ବାସ୍ଥ୍ୟ ଭଲ ରହି ନପାରେ। ପ୍ରଶାସନିକ, ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଦିଗଟି ମଧ୍ୟମ ପ୍ରକାରର ରହିବ। ଈର୍ଷା ପରାୟଣ ମନୋଭାବ ନେଇ ଖଳଲୋକମାନେ ଅପପ୍ରଚାର କଲେ ମଧ୍ୟ କିଛି କରି ପାରିବେ ନାହିଁ। ପୂର୍ବବିବାଦକୁ କେନ୍ଦ୍ରକରି ନିଜଲୋକଙ୍କଠାରୁ ଆସ୍ତାହରାଇ ବସିବେ।
ଧନୁ
ଧନୁ
ଆଜି ମାନସିକ ସ୍ଥିତି ଠିକ୍‌ ନ ରହିବା କାରଣରୁ ଭଲକୁ ଭଲ ରୂପେ ବିବେଚନା ନକରି ଭିନ୍ନ ଦୃଷ୍ଟି କୋଣରୁ ବୁଝତ୍ବେ। କାମ ହାସଲ ସକାଶେ ଅନୁକୁଳ ସୁଯୋଗ ସୃଷ୍ଟି ହେବ। ସଭାସମିତିରେ ରୁକ୍ଷ ବ୍ୟବହାର ବନ୍ଧୁଙ୍କ ମନରେ ଅଘାତ ଦେଇପାରେ। ସାମାଜିକ ସ୍ତରରେ ସବୁକଥା ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିପାରନ୍ତି।
ମକର
ମକର
କର୍ମକ୍ଷେତ୍ରର ସମସ୍ୟାଗୁଡିକ ଶିଥିଳ ପଡିଯିବା କାରଣରୁ ମନରେ ଉତ୍ସାହ ବୃଦ୍ଧି ପାଇବ। ଆକସ୍ମିକ ଭାବେ ନିଜ ଲୋକମାନେ ଶତ୍ରୁତା କରିପାରନ୍ତି। ସୁଚିନ୍ତିତ ଯୋଜନା ଠିକ୍‌ ଭାବରେ ବଦଳାଇବା ପାଇଁ କଷ୍ଟକର ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ।
କୁମ୍ଭ
କୁମ୍ଭ
ଆଜି ଦିନ ଭିତରେ ଖର୍ଚ୍ଚାନ୍ତ ହେବେ ସିନା କୌଣସି କାମ ଅଟକିବ ନାହିଁ। ପାଖ ପଡୋଶୀଙ୍କଠାରୁ ଶୁଭଖବର ପାଇ ଖୁସି ହେବେ। ଅଜୀର୍ଣ୍ଣ ଓ ଆମାଶୟ ଦେଖା ଦେଇପାରେ,ଏଣୁ ସ୍ବାସ୍ଥ୍ୟପ୍ରତି ସାବଧାନତା ଅବଲମ୍ବନ କରିବା ଠିକ୍‌ ହେବ। ଅଫିସ୍‌ କାମରେ କୌଣସି ଘଟଣା ମନକୁ ବାରମ୍ବାର ଆଲୋଡିତ କରିବ।
ମୀନମୀନ
ଆଜି ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ଆଗାମୀ କୌଣସି କାମ ସକାଶେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ। ଯାହାକୁ ନିଜର ବୋଲି ବିଶ୍ୱାସ କରୁଛନ୍ତି ସେହି ଲୋକ ବିଶ୍ୱାସଘାତକତା କରିପାରନ୍ତି। ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନରେ ପାଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଜୁଲାଇ ୧୨ ତାରିଖ – Daily Horoscope

ମେଷ ଆଜିର ନୂତନ କର୍ମାରମ୍ଭ, ଆନୁଷ୍ଠାନିକ କର୍ମ ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହେବ। ହିତୈଷୀମାନଙ୍କ ସହୃଦୟତାରୁ ଆପଣ ଯାହା ଚାହୁଁଛନ୍ତି, ତାହା ପାଇବାରେ କୌଣସି ଅସୁବିଧା…

ରାଶିଫଳ: ଶନିବାର, ଜୁଲାଇ ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭିନ୍ନ ପ୍ରକାର ହେତୁ ଅନ୍ୟମାନେ ଭୁଲ୍‍ ବୁଝିପାରନ୍ତି। ବ୍ୟବସାୟ ଓ ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା ମିଳିବ। ଦୀର୍ଘ ଦିନରୁ ରହିଯାଇଥିବା…

ରାଶିଫଳ: ଶୁକ୍ରବାର , ଜୁଲାଇ ୧୦ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟରୁ ଅର୍ଥଲାଭ ହେବା ସାଙ୍ଗକୁ ପ୍ରିୟଜନଙ୍କ ଦେଖାସାକ୍ଷାତ୍‍ରୁ ଖୁସି ରହିବେ। ମତପାର୍ଥକ୍ୟ କାରଣରୁ ବନ୍ଧୁ କିମ୍ବା ପରିବାର ସହ ମନୋମାଳିନ୍ୟ ସୃଷ୍ଟିର…

ରାଶିଫଳ: ଗୁରୁବାର, ଜୁଲାଇ ୯ ତାରିଖ – Daily Horoscope

ମେଷ ଆଜି ଜନ୍ମଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ମତାନ୍ତର ସାଙ୍ଗକୁ ଧନହାନିର ଆଶଙ୍କା ରହିଛି। ପାରିବାରିକ ସମସ୍ୟା ସମାଧାନ ପାଇଁ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri