Posted inRasifala

ରାଶିଫଳ: ବୁଧବାର , ମାର୍ଚ୍ଚ ୧ ତାରିଖ – Daily Horoscope

ମେଷ
ଆଜି ତୃତୀୟ ଚନ୍ଦ୍ର ପ୍ରଭାବରୁ ଦିନଟି ଭଲରେ ଅତିବାହିତ ହେବ। ନିକଟସ୍ଥ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ମାଧ୍ୟମରେ ସୁଖଭ୍ରମଣ ଯୋଗ ରହିଛି। ମନ ବୁଝିଲା ଭଳି କଥା କହି ସହକର୍ମୀଙ୍କୁ ଆପଣେଇ ନେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆଶାନୁରୂପ ଲାଭ ପାଇବେ।
ବୃଷ
ବୃଷ
ଧନଭାବରେ ଚନ୍ଦ୍ର ଥିବାରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବା ସଙ୍ଗକୁ ଅର୍ଥଲାଭ ମଧ୍ୟ ହେବ। ହାତକୁ ନେଇଥିବା କାମଗୁଡ଼ିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପଡ଼ିବ। ଆଲୋଚନା ପରିସରରେ ରୁକ୍ଷ ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ। ପଡ଼ୋଶୀଙ୍କ ପରାମର୍ଶରେ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ ଦେବାକୁ ପଡ଼ିପାରେ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ମତାନ୍ତର ସୃଷ୍ଟି ହେବ। ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବ କିନ୍ତୁ ଶନିଙ୍କ ପ୍ରଭାବରେ କର୍ମକ୍ଷେତ୍ର ସମସ୍ୟାବହୁଳ ହୋଇପାରେ।
କର୍କଟ
କର୍କଟ
ଖର୍ଚ୍ଚାନ୍ତ ହେଲେ ମଧ୍ୟ ସୁଯୋଗର ସଦ୍‌ ବ୍ୟବହାର କରିପାରିବେ। ମନକଥା ମନରେ ରଖିପାରିବେ ନାହିଁ,ଫଳରେ ସମସ୍ୟାକୁ ଡାକି ଆଣିପାରନ୍ତି। କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ପାରିବାରିକ କ୍ଷେତ୍ରରେ ସ୍ତ୍ରୀଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ବିଶେଷ ଭାବରେ ଉପକୃତ ହେବେ।
ସି˚ହ
ସି˚ହ
ପ୍ରତ୍ୟେକ କ୍ଷେତ୍ରରେ ନୂତନ ପଦକ୍ଷେପ ନେବା ପୂର୍ବରୁ ଭଲଭାବରେ ଚିନ୍ତା କରନ୍ତୁ। ସଭାସମିତିରେ ସଫଳତା ହାସଲ କରିବେ। କର୍ମକ୍ଷେତ୍ରରେ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ। ଅବହେଳା କାରଣରୁ ହାତମୁଠାରୁ ସୁଯୋଗ ଖସିଯାଇପାରେ।
କନ୍ୟା
ଦୈହିକ ଦୁର୍ବଳତା ଯୋଗୁ ମନରେ ଉତ୍ସାହ ଆସିବନାହିଁ। ଅସୁବିଧା କ୍ଷେତ୍ରରେ ସ୍ଥାନୀୟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଉପକୃତ ହେବେ। ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହୋଇପାରନ୍ତି। ଅସ୍ଥିରତା ଦେଖାଦେଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ଚେଷ୍ଟା କରିପାରନ୍ତି।
ତୁଳା
ତୁଳା
କାର୍ଯ୍ୟହାସଲ ସକାଶେ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ ସାମାଜିକ ସ୍ତରରେ ସମ୍ମାନ ଲାଭ କରିିବେ। ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି। ରାସ୍ତାରେ ଯାତ୍ରା କାଳରେ ମିତ୍ରତାର ବନ୍ଧନରେ ଆବଦ୍ଧ ହେବେ।
ବିଛା
ବିଛା
କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଆଜି ହିଁ ସମ୍ପନ୍ନ କରିବାକୁ ଭାବୁଥିବା କାମଟିକୁ ଶେଷ କରିପାରିବେନି। ବାଣିଜ୍ୟ, ବ୍ୟବସାୟରେ ବିଶେଷ ଉନ୍ନତି କରିବେ କିନ୍ତୁ ପରିବହନରେ ସମସ୍ୟା ଲାଗି ରହିବା ଯୋଗୁ ବ୍ୟସ୍ତ ହେବେ। ଆଜି ଦିନ ଭିତରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
ଧନୁ
ଧନୁ
ଆକସ୍ମିକ ଭାବରେ ସ୍ଥାନାନ୍ତର କିମ୍ବା ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ। ଏକ ବିଶେଷ ଆବଶ୍ୟକତା କାରଣରୁ ନୂତନ ଗୃହୋପକରଣ କ୍ରୟ କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସହମତିରେ କାମ କଲେ ସଫଳତା ପାଇପାରିବେ। ଦୂରଯାତ୍ରାରେ ତକଲିପି ଭୋଗକରିବାକୁ ପଡ଼ିବ କିନ୍ତୁ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ।
ମକର
ମକର
ଯେତେ ଚେଷ୍ଟା କଲେ ମଧ୍ୟ କାମରେ ପ୍ରତିବନ୍ଧକ ଯୋଗୁ ଅଗ୍ରଗତି ହୋଇପାରିବ ନାହିଁ। ପରିବାରରେ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ। ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ। କର୍ମକ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସିବା ସଙ୍ଗକୁ ସ୍ଥଗିତ କାମଟିକୁ ସହଜରେ ସମ୍ପନ୍ନ କରିପାରିବେ। ପିଲାମାନଙ୍କ ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ବନ୍ଧୁଙ୍କ ପାଖରେ ରହିଯାଇଥିବା ଜିନିଷଟି ପାଇଁ ତର୍କ ଓ ବିବାଦ ବଢ଼ିବ। ପାରିବାରିିକ କ୍ଷେତ୍ର ବୁଝାମଣା ମାଧ୍ୟମରେ ଶୃଙ୍ଖଳିତ ରହିବ।
ମୀନମୀନ
ପାରିବାରିକ କ୍ଷେତ୍ରରେ ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ। କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି। ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ ସମୟ କଟାଇବେ। ନୂତନଭାବେ ଆରମ୍ଭ କରିଥିବା କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଏପ୍ରିଲ ୨୯ ତାରିଖ – Daily Horoscope

ମେଷ ଆଜି ନବମସ୍ଥ ଚନ୍ଦ୍ର ହେତୁ ପଡ଼ୋଶୀ, ବନ୍ଧୁବାନ୍ଧବ, ସହକର୍ମୀଙ୍କ ସହ ଆମତ୍ୀୟତା ବେଶ୍‌ ଜମିବ। ବନ୍ଧୁଙ୍କ ସହ ଧାରକରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ...

ରାଶିଫଳ: ରବିବାର, ଏପ୍ରିଲ ୨୮ ତାରିଖ – Daily Horoscope

ମେଷ ଆଜି ନିଜ ରାଶି ଓ ଦ୍ୱାଦଶ ସ୍ଥାନରେ ଏକାଧିକ ଗ୍ରହ ଅବସ୍ଥାନ କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ରହିବ। ଅଫିସ୍‌ କାମରୁ ଜମା ଫୁରୁସତ୍‌...

ରାଶିଫଳ: ଶନିବାର, ଏପ୍ରିଲ ୨୭ ତାରିଖ – Daily Horoscope

ମେଷ ଆଜି ଜଣେ ସମ୍ପର୍କୀୟଙ୍କ ଦ୍ୱାରା ସ୍ଥଗିତ କାମଟି ସମ୍ପନ୍ନ ହୋଇଯିବାର ବହୁତ ସମ୍ଭାବନା ରହିଛି। କୃତ୍ତିକା ନକ୍ଷତ୍ର ଅନ୍ୟକୁ ନିର୍ଦ୍ଦେଶ ଦେବେ କିନ୍ତୁ ନିଜକୁ...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ଭ୍ରାତୃ ବିରୋଧ, ସହକର୍ମୀ ସହ ଝଗଡ଼ାର ଆଶଙ୍କା ରହିଛି। ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟିରୁ ଋଣବାଡ଼ି, ବ୍ୟବସାୟରେ ପ୍ରତିବନ୍ଧକ ଚିନ୍ତାର...

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri