Posted inRasifala

ରାଶିଫଳ: ବୁଧବାର , ମାର୍ଚ୍ଚ ୧ ତାରିଖ – Daily Horoscope

ମେଷ
ଆଜି ତୃତୀୟ ଚନ୍ଦ୍ର ପ୍ରଭାବରୁ ଦିନଟି ଭଲରେ ଅତିବାହିତ ହେବ। ନିକଟସ୍ଥ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ମାଧ୍ୟମରେ ସୁଖଭ୍ରମଣ ଯୋଗ ରହିଛି। ମନ ବୁଝିଲା ଭଳି କଥା କହି ସହକର୍ମୀଙ୍କୁ ଆପଣେଇ ନେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆଶାନୁରୂପ ଲାଭ ପାଇବେ।
ବୃଷ
ବୃଷ
ଧନଭାବରେ ଚନ୍ଦ୍ର ଥିବାରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବା ସଙ୍ଗକୁ ଅର୍ଥଲାଭ ମଧ୍ୟ ହେବ। ହାତକୁ ନେଇଥିବା କାମଗୁଡ଼ିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପଡ଼ିବ। ଆଲୋଚନା ପରିସରରେ ରୁକ୍ଷ ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ। ପଡ଼ୋଶୀଙ୍କ ପରାମର୍ଶରେ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ ଦେବାକୁ ପଡ଼ିପାରେ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ମତାନ୍ତର ସୃଷ୍ଟି ହେବ। ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବ କିନ୍ତୁ ଶନିଙ୍କ ପ୍ରଭାବରେ କର୍ମକ୍ଷେତ୍ର ସମସ୍ୟାବହୁଳ ହୋଇପାରେ।
କର୍କଟ
କର୍କଟ
ଖର୍ଚ୍ଚାନ୍ତ ହେଲେ ମଧ୍ୟ ସୁଯୋଗର ସଦ୍‌ ବ୍ୟବହାର କରିପାରିବେ। ମନକଥା ମନରେ ରଖିପାରିବେ ନାହିଁ,ଫଳରେ ସମସ୍ୟାକୁ ଡାକି ଆଣିପାରନ୍ତି। କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ପାରିବାରିକ କ୍ଷେତ୍ରରେ ସ୍ତ୍ରୀଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ବିଶେଷ ଭାବରେ ଉପକୃତ ହେବେ।
ସି˚ହ
ସି˚ହ
ପ୍ରତ୍ୟେକ କ୍ଷେତ୍ରରେ ନୂତନ ପଦକ୍ଷେପ ନେବା ପୂର୍ବରୁ ଭଲଭାବରେ ଚିନ୍ତା କରନ୍ତୁ। ସଭାସମିତିରେ ସଫଳତା ହାସଲ କରିବେ। କର୍ମକ୍ଷେତ୍ରରେ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ। ଅବହେଳା କାରଣରୁ ହାତମୁଠାରୁ ସୁଯୋଗ ଖସିଯାଇପାରେ।
କନ୍ୟା
ଦୈହିକ ଦୁର୍ବଳତା ଯୋଗୁ ମନରେ ଉତ୍ସାହ ଆସିବନାହିଁ। ଅସୁବିଧା କ୍ଷେତ୍ରରେ ସ୍ଥାନୀୟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଉପକୃତ ହେବେ। ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହୋଇପାରନ୍ତି। ଅସ୍ଥିରତା ଦେଖାଦେଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ଚେଷ୍ଟା କରିପାରନ୍ତି।
ତୁଳା
ତୁଳା
କାର୍ଯ୍ୟହାସଲ ସକାଶେ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ ସାମାଜିକ ସ୍ତରରେ ସମ୍ମାନ ଲାଭ କରିିବେ। ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି। ରାସ୍ତାରେ ଯାତ୍ରା କାଳରେ ମିତ୍ରତାର ବନ୍ଧନରେ ଆବଦ୍ଧ ହେବେ।
ବିଛା
ବିଛା
କର୍ମକ୍ଷେତ୍ରରେ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଆଜି ହିଁ ସମ୍ପନ୍ନ କରିବାକୁ ଭାବୁଥିବା କାମଟିକୁ ଶେଷ କରିପାରିବେନି। ବାଣିଜ୍ୟ, ବ୍ୟବସାୟରେ ବିଶେଷ ଉନ୍ନତି କରିବେ କିନ୍ତୁ ପରିବହନରେ ସମସ୍ୟା ଲାଗି ରହିବା ଯୋଗୁ ବ୍ୟସ୍ତ ହେବେ। ଆଜି ଦିନ ଭିତରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
ଧନୁ
ଧନୁ
ଆକସ୍ମିକ ଭାବରେ ସ୍ଥାନାନ୍ତର କିମ୍ବା ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ। ଏକ ବିଶେଷ ଆବଶ୍ୟକତା କାରଣରୁ ନୂତନ ଗୃହୋପକରଣ କ୍ରୟ କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସହମତିରେ କାମ କଲେ ସଫଳତା ପାଇପାରିବେ। ଦୂରଯାତ୍ରାରେ ତକଲିପି ଭୋଗକରିବାକୁ ପଡ଼ିବ କିନ୍ତୁ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ।
ମକର
ମକର
ଯେତେ ଚେଷ୍ଟା କଲେ ମଧ୍ୟ କାମରେ ପ୍ରତିବନ୍ଧକ ଯୋଗୁ ଅଗ୍ରଗତି ହୋଇପାରିବ ନାହିଁ। ପରିବାରରେ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ। ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ। କର୍ମକ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସିବା ସଙ୍ଗକୁ ସ୍ଥଗିତ କାମଟିକୁ ସହଜରେ ସମ୍ପନ୍ନ କରିପାରିବେ। ପିଲାମାନଙ୍କ ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ବନ୍ଧୁଙ୍କ ପାଖରେ ରହିଯାଇଥିବା ଜିନିଷଟି ପାଇଁ ତର୍କ ଓ ବିବାଦ ବଢ଼ିବ। ପାରିବାରିିକ କ୍ଷେତ୍ର ବୁଝାମଣା ମାଧ୍ୟମରେ ଶୃଙ୍ଖଳିତ ରହିବ।
ମୀନମୀନ
ପାରିବାରିକ କ୍ଷେତ୍ରରେ ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ। କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି। ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ ସମୟ କଟାଇବେ। ନୂତନଭାବେ ଆରମ୍ଭ କରିଥିବା କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri