Posted inRasifala

ରାଶିଫଳ: ଶନିବାର, ଫେବୃୟାରୀ ୨୫ ତାରିଖ – Daily Horoscope

ମେଷ
ଆଜି ରାହୁଯୁକ୍ତ ଚନ୍ଦ୍ର ହେତୁ ହାତକୁ ନେଇଥିବା କାମକୁ ପୂର୍ଣ୍ଣାଙ୍ଗ କରିବା କଷ୍ଟକର ହୋଇପାରେ। ଅତି ନିକଟରେ ରହୁଥିବା ବନ୍ଧୁଟିର ସାହାଯ୍ୟ ଆଶା କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ସ୍ବାଧୀନ ଭାବରେ କାର୍ଯ୍ୟ କରିବାର ସୁଯୋଗ ମିଳିବ। ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବାର ସମ୍ଭାବନା ରହିଛି।
ବୃଷ
ବୃଷ
ଶନିଙ୍କ ଦୃଷ୍ଟିରେ ଚନ୍ଦ୍ର ଅବସ୍ଥାନ କରି ମାନସିକ ସ୍ଥିତିକୁ ଦୁର୍ବଳ କରିବେ। ସମସ୍ୟା ବିଜଡ଼ିତ ମନର ଦୁଃଖ ସମସ୍ତଙ୍କୁ ଜଣାଇଲେ ମଧ୍ୟ କିଏ ବୁଝିବେ ନାହିଁ। କାମର ବାହାନା ଦେଖାଇ ସାଧାରଣ କଥାରେ ସହକର୍ମୀ ମୁହଁ ଫେରାଇ ନେଇପାରନ୍ତି। ସାହିତ୍ୟ, ଗବେଷଣା ଲେଖାପଢ଼ା, ସାମ୍ବାଦିକତା, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ମିଥୁନ
ମିଥୁନ
ପାରିବାରିକ ଅଶାନ୍ତି ସୃଷ୍ଟି କରିବା ସାଙ୍ଗକୁ କର୍ମକ୍ଷେତ୍ର ମଧ୍ୟ ସମସ୍ୟାଯୁକ୍ତ ରହିବ। କେତୁଙ୍କ କୁପ୍ରଭାବରୁ ଅସ୍ଥିରତା ଜନିତ ସଂଯମତା ହରାଇପାରନ୍ତି। ଅନ୍ୟ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ଅପରାହ୍ନେ ବନ୍ଧୁଙ୍କ ସାହାଯ୍ୟରେ ମୂଲ୍ୟବାନ ଦ୍ରବ୍ୟ ପାଇପାରନ୍ତି।
କର୍କଟ
କର୍କଟ
କର୍ମସ୍ଥ ପାପଗ୍ରହ ଯୋଗୁ ବିଶେଷ ଅସୁବିଧା ନ ହେଲେ ମଧ୍ୟ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି। ବୁଝାମଣା ଅଭାବରୁ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। କରଜଦାତାଙ୍କ ଚାପ ବୃଦ୍ଧି ପାଇବା ହେତୁ ଦୁଃଶ୍ଚିନ୍ତା ବଢ଼ିଯିବ। କୋର୍ଟ କଚେରି ମାମଲାର ରାୟ ନିଜ ସପକ୍ଷରେ ଯାଇପାରେ।
ସି˚ହ
ସି˚ହ
ଆଜିର କାମଟି ସାମଗ୍ରିକ ଦୃଷ୍ଟିକୋଣରୁ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇପାରିବ। ଚତୁର୍ଥସ୍ଥ କେତୁ ଜନିତ ନିଜ ପରିସରରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିବ। ସାମାଜିକ ସ୍ତରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ। ପୁରାତନ ରୋଗ ପୀଡ଼ାରୁ କଷ୍ଟ ଅନୁଭବ କରିପାରନ୍ତି।
କନ୍ୟା
କଠିନଶ୍ରମ ଓ ସମୟ ବିନିଯୋଗ କରିମଧ୍ୟ ମନ ମୁତାବକ କାମ ନ ହେବା ଯୋଗୁ କ୍ଷୁବ୍ଧ ହେବେ। ଆଜିର କର୍ମକ୍ଷେତ୍ରରେ ସହଜରେ କାମ ହାସଲ ହେବା କଷ୍ଟକର ହେବ। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ସରକାରୀ କ୍ଷେତ୍ରରୁ ଲାଭର ଆଶା ବଳବତ୍ତର ହେବ।
ତୁଳା
ତୁଳା
ରାହୁଙ୍କ କୁପ୍ରଭାବରୁ ବିଭିନ୍ନ କ୍ଷେତ୍ରରେ ସମସ୍ୟା ଆସିବ କିନ୍ତୁ କୌଣସି ପ୍ରକାରର ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେବ ନାହିଁ। ଆପଣଙ୍କ ଅଧିକାଂଶ ସମୟର ନୀରବତାକୁ ଅନ୍ୟମାନେ ଭୁଲ୍‌ ବୁଝିପାରନ୍ତି। କେତେକଙ୍କ କ୍ଷେତ୍ରରେ ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହେବାକୁ ପଡ଼ିପାରେ। କର୍ମକ୍ଷେତ୍ର ଯଥା ପୂର୍ବଂ ତଥା ପର ରହିବ।
ବିଛା
ବିଛା
ଆଜି ଏକାଧିକଗ୍ରହ ରାହୁ ଓ କେତୁଙ୍କ ମଧ୍ୟସ୍ଥ ଯୋଗୁ କୌଣସି କ୍ଷେତ୍ରରେ ଚଟାପଟ୍‌ ନିର୍ଣ୍ଣୟାତ୍ମକ ସିଦ୍ଧାନ୍ତ ଗ୍ରହଣ କରିବା ଠିକ୍‌ ହେବନି। ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବେ। ଅନ୍ୟାୟ ବିରୋଧରେ ସଂଗ୍ରାମ ଜାରି ରଖିଲେ ପରୋକ୍ଷ ଶତ୍ରୁତା କାରଣରୁ ସହଯୋଗ ପାଇବେନାହିଁ। ଜ୍ୟେଷ୍ଠା ନକ୍ଷତ୍ର କାର୍ଯ୍ୟସିଦ୍ଧି କାରଣରୁ ଅପରାହ୍ନେ ଆଶ୍ୱସ୍ତି ଲାଭ କରିବେ।
ଧନୁ
ଧନୁ
ଦୁଃସ୍ଥାନସ୍ଥ ମଙ୍ଗଳ ହେତୁ ମାନସିକ ଅସ୍ଥିରତା କାରଣରୁ କୌଣସି କାର୍ଯ୍ୟ ଶୃଙ୍ଖଳିତ ହୋଇପାରିବ ନାହିଁ। ଅବଶ୍ୟ ଚେଷ୍ଟାକଲେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଆନୁଷ୍ଠାନିକ କିମ୍ବା ରାଜନୀତି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ।
ମକର
ମକର
ଚତୁର୍ଥରେ ରାହୁଜନିତ ପାରିବାରିକ ପରିସ୍ଥିତି ପୂର୍ବପରି ରହିବ କିନ୍ତୁ ପରିଜନଙ୍କ ସ୍ବାସ୍ଥ୍ୟ ସକାଶେ ଚିନ୍ତା ବଢ଼ିଯିବ। ପଡ଼ୋଶୀ ମନ ଲୋଭନୀୟ ପ୍ରତିଶ୍ରୁତି ଦେଇ କାର୍ଯ୍ୟ ହାସଲ କରିବେ। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ କିନ୍ତୁ ସମସ୍ୟା ଲାଗି ରହିବ। ବୁଝାମଣା ଅଭାବରୁ ଆତ୍ମୀୟମାନଙ୍କ କଥାରେ ସହମତି ହୋଇପାରିବେ ନାହିଁ।
କୁମ୍ଭ
କୁମ୍ଭ
ଦ୍ୱିତୀୟସ୍ଥ ଶନି ଯୋଗୁ ନୀରବତା ଅବଲମ୍ବନ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବାର ଚେଷ୍ଟା କରିପାରନ୍ତି। ବନ୍ଧୁଙ୍କ ସହାୟତା ସମୁଦ୍ରକୁ ଶଙ୍ଖେ ଭଳି ଅନୁଭବ କରିବେ। ପ୍ରତ୍ୟେକ କ୍ଷେତ୍ରରେ ବିଶେଷ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ଯାତ୍ରାରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ।
ମୀନମୀନ
ଦ୍ୱାଦଶସ୍ଥ ଶନି ପ୍ରଭାବରୁ ଅତୀତ ଘଟଣାର ବାରମ୍ବାର ପର୍ଯ୍ୟାଲୋଚନା ମାନସିକ ସ୍ଥିତିକୁ କଳୁଷିତ କରିବ। ସାମୟିକ ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ। ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି। ସଭାସମିତି, ଆଲୋଚନା, କଳା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଅଗଷ୍ଟ ୨୩ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବନ୍ଧୁ ସମ୍ପର୍କ, ବାଣିଜ୍ୟ କ୍ଷେତ୍ର ବହୁତ ଭଲ ରହିବ। ଆପଣ ବନ୍ଧୁଙ୍କ ଅନୁରୋଧକୁ ଉପେକ୍ଷା ନ କରି ପଡୋଶୀ ଲୋକଟିକୁ ସାହାଯ୍ୟ କରି…

ରାଶିଫଳ: ଶନିବାର, ଅଗଷ୍ଟ ୨୨ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ। ପରିବାର ଭିତରେ ଭୁଲ୍‍ ବୁଝାମଣା କାରଣରୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା…

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଯୁକ୍ତିତର୍କଜନିତ କାମଗୁଡିକ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ହେବ। ବ୍ୟବସାୟ, ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ ବାଧାପ୍ରାପ୍ତ ହୋଇପାରେ। କଠିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri