Posted inRasifala

ରାଶିଫଳ: ବୁଧବାର, ନଭେମ୍ବର ୧୨ ତାରିଖ – Daily Horoscope

ମେଷ
ଆଜି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ କିନ୍ତୁ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ। ଗୃହ ସମସ୍ୟା, ଭୂମି, ଗାଡ଼ି ମୋଟର ସମ୍ପର୍କିତ ପ୍ରତିବନ୍ଧକ ଲାଗି ରହିବ। ବନ୍ଧୁବାନ୍ଧବ, ସହକର୍ମୀ, ଧାରକରଜ, ଟଙ୍କା ପଇସା ପ୍ରଭୃତିକୁ କେନ୍ଦ୍ରକରି କଳହ ଲାଗିପାରେ। ସ୍ବାସ୍ଥ୍ୟ ସମସ୍ୟା ପୂର୍ବପରି ଅପରିବର୍ତ୍ତିତ ରହିବା କାରଣରୁ ଚିନ୍ତିତ ରହିପାରନ୍ତି।
ବୃଷ
ବୃଷ
ବନ୍ଧୁଙ୍କ ପରାମର୍ଶ ଆପଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାର ମାର୍ଗ ଉନ୍ମୁକ୍ତ କରିବ। ଆକସ୍ମିକ ଭାବରେ ନିମନ୍ତ୍ରିତ ହୋଇ ଆଲୋଚନାରେ ନିଜକୁ ସାମିଲ୍‌ କରିବାକୁ ପଡ଼ିପାରେ। ଦୀର୍ଘ ଦିନର ସୁଚିନ୍ତିତ ନୂତନ ଗୃହ, ଅନୁଷ୍ଠାନ, ବାଣିଜ୍ୟାରମ୍ଭ କରିପାରନ୍ତି। ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ କଥା ବାରମ୍ବାର ମନରେ ଆଲୋଡ଼ନ ସୃଷ୍ଟି କରିବ।
ମିଥୁନ
ମିଥୁନ
ଭାବପ୍ରବଣତାବଶତଃ ବିବାଦୀୟ ଘଟଣାରେ ହସ୍ତକ୍ଷେପ କରିବା ମହଙ୍ଗା ପଡ଼ିପାରେ। ସାଧାରଣ କଥାକୁ କେନ୍ଦ୍ରକରି ପାରିବାରିକ ଅସ୍ଥିରତା ଓ ଅଶାନ୍ତି ହେତୁ ମନ ଭଲ ରହିବ ନାହିଁ। ପରିସ୍ଥିତିବଶତଃ ନୂତନ ବନ୍ଧୁ ସମ୍ପର୍କ ଯୋଡ଼ିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ଅସୁବିଧା ହେବନାହିଁ।
କର୍କଟ
କର୍କଟ
ସାମାଜିକ ସ୍ତରରେ ଯେଉଁ ଆଶା ନେଇ କାହା ପାଇଁ କିଛି କରିବେ, ପ୍ରତିବଦଳରେ କିଛି ପାଇବେ ନାହିଁ। ଆଜିର ଯାତ୍ରା ସମୟରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ବାଣିଜ୍ୟ, ପରିବହନ, ସଭାସମିତି, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇବେ। ଆର୍ଥିକ ଦୁରବସ୍ଥା ମନସ୍ତାପର କାରଣ ହେବ।
ସି˚ହ
ସି˚ହ
ଦୀର୍ଘଦିନରୁ ଲାଗି ରହିଥିବା ସ୍ବାସ୍ଥ୍ୟଗତ ବୈଷମ୍ୟ ମାନସିକ ଅସ୍ଥିରତାକୁ ବୃଦ୍ଧି କରିବ। କର୍ମକ୍ଷେତ୍ରର ବିଭିନ୍ନ ସମସ୍ୟା ବିଷୟରେ ସମାଧାନର ଚିନ୍ତା ମନକୁ ସାମୟିକ ବିବ୍ରତ କରିପାରେ। ତରବରିଆ ଯାତ୍ରାରୁ ଦୂରେଇ ରହିଲେ ଭଲ। ରଚନାମତ୍କ କାମ, ଅଧ୍ୟାପନା, ପରିବହନ, ନିର୍ମାଣ, ବାଣିଜ୍ୟ ବ୍ୟବସାୟ ସକାଶେ ଦିନଟି ବହୁତ ଭଲ।
କନ୍ୟା
ଆଜି କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସହଜରେ ଗ୍ରହଣ କରିପାରିବେ ନାହିଁ। ସମୟ ସୁବିଧାକୁ ନେଇ ବନ୍ଧୁଙ୍କ ପାଖରେ ଅଭାବ ଅସୁବିଧା ଜଣାଇଲେ ଆଶା ପୂରଣ ହେବ। ଅନ୍ୟ ଦ୍ୱାରା ସମ୍ପନ୍ନ କରାଯାଇଥିବା କାମର ସମୀକ୍ଷା କରି ବ୍ୟସ୍ତତା ଅନୁଭବ କରିବେ। ପରିବାରରେ ପିଲାମାନଙ୍କ କାର୍ଯ୍ୟକଳାପ ନିଜପାଇଁ ଅସନ୍ତୋଷ ସୃଷ୍ଟି କରିବ।
ତୁଳା
ତୁଳା
କର୍ମକ୍ଷେତ୍ରର ଅବ୍ୟବସ୍ଥା ପାରିବାରିକ ଜୀବନକୁ ପ୍ରଭାବିତ କରିବ। ମାନସିକ ଅଶାନ୍ତିଜନିତ ପ୍ରତ୍ୟେକ କାମରେ ଭଗ୍ନମନୋରଥ ଯନ୍ତ୍ରଣାକୁ ବଢ଼ାଇପାରେ। ଆନୁଷ୍ଠାନିକ କାମରେ ଯୋଗଦେବା ସଙ୍ଗକୁ ଅପରିଚିତ ବ୍ୟକ୍ତିଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ଦ୍ରୁତୋନ୍ନତି ପରିଲକ୍ଷିତ ହେବ।
ବିଛା
ବିଛା
ଆଜି ପୂର୍ବସ୍ଥିରୀକୃତ ସ୍ଥାନକୁ ପରିଜନଙ୍କ ସହିତ ଯାତ୍ରା କରିପାରନ୍ତି। ବନ୍ଧୁମିଳନ ସଙ୍ଗକୁ ଆନୁଷ୍ଠାନିକ କାମ ଓ ସାମୂହିକ ଆଲୋଚନା ଫଳପ୍ରଦ ହେବ। ବ୍ୟବସାୟ ଓ ଶିଳ୍ପ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ। କର୍ମକ୍ଷେତ୍ରରେ ପ୍ରତ୍ୟେକଙ୍କର ପ୍ରତ୍ୟେକ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବାର ଆଶଙ୍କା ରହିଛି।
ଧନୁ
ଧନୁ
କର୍ମକ୍ଷେତ୍ରରେ ସମସ୍ୟା ଲାଗି ରହିଥିଲେ ମଧ୍ୟ କାମ ଅଟକିବ ନାହିଁ। ଶାନ୍ତ ଓ ସୁଶୀଳତାର ଝଲକରେ ଆମତ୍ୀୟଙ୍କ ମନ କିଣି ନେଇପାରନ୍ତି। ଭୁଲ୍‌ ବୁଝାମଣା ହେତୁ ଅଭାବ ନ ଥିଲେ ମଧ୍ୟ ମାନସିକ ଅସ୍ଥିରତା ଲାଗି ରହିପାରେ। ପରିବାରର ଆବଶ୍ୟକତାକୁ ନେଇ ଯାନବାହନ କିମ୍ବା ଯାନ୍ତ୍ରିକ ଜିନିଷ କିଣିବା ସକାଶେ ମନ ବଳାଇ ପାରନ୍ତି।
ମକର
ମକର
ମନ ଚାହୁଁଥିବା କାମ କରିବାରେ ପ୍ରତିବନ୍ଧକ ସୃଷ୍ଟିହେବା କାରଣରୁ ଆପଣଙ୍କ ଆଶା ଆଶାରେ ହିଁ ରହିଯିବାର ସୂଚନା ରହିଛି। ଅବଶ୍ୟ ନିକଟ ସମ୍ପର୍କୀୟ ପ୍ରିୟଜନଙ୍କ ଆଶ୍ୱାସନା ସାମୟିକ ମନକୁ ଲାଘବ କରିଦେଇପାରେ। ବାଣିଜ୍ୟ ଓ ପରିବହନରେ ଉନ୍ନତି ଘଟିବ। ଅନ୍ୟର ବିନା ସାହାଯ୍ୟରେ ବ୍ୟକ୍ତିଗତ ବ୍ୟବସ୍ଥା ଦ୍ୱାରା ଉପକୃତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ବାରମ୍ବାର ସ୍ଥାନ ଓ କାମର ପରିବର୍ତ୍ତନ ଚିନ୍ତା ମନରେ ଆଲୋଡ଼ନ ସୃଷ୍ଟି କରିବ। ମନ ବୁଝିଲା ଭଳି କଥା କିମ୍ବା ଲୋଭନୀୟ ପ୍ରତିଶ୍ରୁତି ଦେଇ ବନ୍ଧୁଙ୍କୁ ଆପଣେଇ ନେଇ ପାରନ୍ତି। ସ୍ବାସ୍ଥ୍ୟରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ୱସ୍ଥି ଲାଭ କରିବେ । ପାରିବାରିକ, ସାମାଜିକ ଏବଂ ରାଜନୈତିକ ସ୍ଥିତି ପୂର୍ବବତ୍‌ ରହିବାର ଆଶା କରାଯାଇପାରେ।
ମୀନମୀନ
ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟିରେ ଆଶାଜନକ ସୁଫଳ ନିଶ୍ଚିତ ପାଇବେ । ଶିଳ୍ପ, ବ୍ୟବସାୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ। ଭଲ ସମ୍ପର୍କ ରହିଥିବା ଲୋକଙ୍କ ଈର୍ଷାପରାୟଣତା ହେତୁ ବିବ୍ରତବୋଧ କରିପାରନ୍ତି। ଦୀର୍ଘଦିନରୁ ଆଶା କରିଥିବା ସରକାରୀ ସ୍ତରରୁ ଶୁଭଖବରଟି ପାଇ ଆତ୍ମହରା ହୋଇପାରନ୍ତି।

 

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନକୁ ପ୍ରଭାବିତ କରୁଥିବାରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଅବଶ୍ୟମ୍ଭାବୀ। ଚନ୍ଦ୍ରଙ୍କ ପ୍ରତି ରାହୁଙ୍କ ଦୃଷ୍ଟି କାରଣରୁ ଅନ୍ୟମନସ୍କତା କିମ୍ବା ଭୁଲ୍‌ ବୁଝାମଣାଜନିତ…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଉଚ୍ଚସ୍ଥ ଚନ୍ଦ୍ର ଯୋଗୁ ପରିବାର, କର୍ମକ୍ଷେତ୍ର, ବାଣିଜ୍ୟ, ବ୍ୟବସାୟ ଯାତ୍ରା ଓ ନୂତନ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। କୌଣସି ବିଜାତୀୟ ବ୍ୟକ୍ତିଙ୍କ ସହ ଭୁଲ୍‍…

ରାଶିଫଳ: ସୋମବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ଆଜି ମୁଖଭାବରେ ଶୁକ୍ର ଓ ଚନ୍ଦ୍ର ପରିବାର ସକାଶେ ସୁଖ, ସୌଭାଗ୍ୟକାରକ ହେବେ। ଶାନ୍ତି ଓ ସହାବସ୍ଥାନ ଜୀବନଯାତ୍ରା ପାଇଁ ପ୍ରୀତିପ୍ରଦାୟକ ରହିବ। ସଭାସମିତି, ବନ୍ଧୁଗହଣରେ…

ରାଶିଫଳ: ରବିବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଆଜିର ଶ୍ରୀଚନ୍ଦ୍ର କାରଣରୁ ବନ୍ଧୁମିଳନ, ଆନୁଷ୍ଠାନିକ କର୍ମ ଓ ସଭାସମିତି କ୍ଷେତ୍ରରୁ ପ୍ରଶଂସା ମିଳିବ। ଉଚ୍ଚସ୍ତରରେ ସମ୍ପର୍କ ସ୍ଥାପନ ହେବା ସାଙ୍ଗକୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୁଭେଚ୍ଛା…

ରାଶିଫଳ: ଶନିବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ରର ଯାତ୍ରା ସୁଗମ, ବନ୍ଧୁପ୍ରୀତି, ଭ୍ରାତୃସ୍ନେହ ଲାଭପୂର୍ବକ କାର୍ଯ୍ୟ ହାସଲରୁ ଖୁସି ରହିବେ। ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇ ଚେଷ୍ଟା କରୁଥିବା କାମ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ରବି ଉଚ୍ଚସ୍ଥ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନର ସହ କାର୍ଯ୍ୟ ସମ୍ପନ୍ନ କରିପାରିବେ। ଧନାଧିପ ଶୁକ୍ର ରାଶିରେ ଅବସ୍ଥାନ କରିଥିବାରୁ ଅର୍ଥପ୍ରାପ୍ତିକୁ କେନ୍ଦ୍ର କରି…

ରାଶିଫଳ: ଗୁରୁବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ କୃଷ୍ଣପକ୍ଷର ଦ୍ୱାଦଶଚନ୍ଦ୍ର କଲ୍ୟାଣକାରକ ଯୋଗୁ ସର୍ବସିଦ୍ଧି ପ୍ରଦାନ କରିବେ। ମାନସିକ ଶାନ୍ତି, ଅର୍ଥପ୍ରାପ୍ତି, ବନ୍ଧୁସମ୍ପର୍କ, ସଭାସମିତି ଓ ଫଳପ୍ରଦ ଆଲୋଚନା ପାଇଁ ବହୁତ ଭଲ। ଉଚ୍ଚବର୍ଗର…

ରାଶିଫଳ: ବୁଧବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ ଆଜି ସାମାଜିକ ସ୍ତରରେ ସମ୍ମାନ ସଙ୍ଗକୁ ବନ୍ଧୁମିଳନ, ପାରିବାରିକ ସୁଖ, ସୌହାର୍ଦ୍ଦ୍ୟ ପାଇପାରନ୍ତି। ରାଜନୈତିକ, ଆନୁଷ୍ଠାନିକ ତଥା ସାଂଗଠନିକ ସ୍ଥିତି ମଜଭୁତ୍‌ ରହିବ। ଶୁକ୍ରଙ୍କ ପ୍ରଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri