Posted inRasifala

ରାଶିଫଳ: ଗୁରୁବାର, ନଭେମ୍ବର ୧୨ ତାରିଖ – Daily Horoscope

ମେଷ
ଆଜି ରବି ନୀଚସ୍ଥ ଯୋଗୁ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଠିକ୍‌ ହେବନାହିଁ। କିନ୍ତୁ କର୍ମାଧିପତିଙ୍କ ପ୍ରଭାବରେ ଅଫିସରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ ଓ ସମ୍ମାନ ଅକ୍ଷୁଣ୍ଣ ରହିବ। ଆଶା କରିଥିବା ଦିଗରୁ ଅପରାହ୍ନରେ ଅର୍ଥ ପ୍ରାପ୍ତି ଅବଶ୍ୟ ହେବ। ବନ୍ଧୁଙ୍କ କଥାକୁ ବିଶ୍ୱାସ କରି କୌଣସି କାମ କରିବା ଦ୍ୱାରା ପରକ୍ଷଣରେ ପଶ୍ଚାତ୍ତାପ କରିପାରନ୍ତି।
ବୃଷ
ବୃଷ
ଅପ୍ରିୟ ସତ୍ୟ କହି ପ୍ରତ୍ୟେକ କ୍ଷେତ୍ରରେ ଭୁଲ୍‌ ବୁଝାମଣାର ଶିକାର ହେବେ। କୌଣସି ଆମତ୍ୀୟଙ୍କ ସମ୍ପର୍କରେ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। ଲେଖାପଢାରେ, ସନ୍ତାନ ସନ୍ତତିରେ, ସଭାସମିତିରେ ଧୀରମନ୍ଥର ଗତିରେ କାମ କରିବାକୁ ବାଧ୍ୟ ହେବେ। ଦ୍ୱିଜା ନକ୍ଷତ୍ର ପାଖ, ପଡୋଶୀଙ୍କ ଘରୋଇ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।
ମିଥୁନ
ମିଥୁନ
ପାପଗ୍ରହ ମଧ୍ୟସ୍ଥ ବୃହସ୍ପତିଙ୍କ ଯୋଗୁ ଆଜିର କାମଗୁଡିକ ଶୃଙ୍ଖଳିତ ହେବନାହିଁ। ବ୍ୟବସାୟ ବଢ଼ିପାରେ କିମ୍ବା ନୂତନ ଭାବେ ଆରମ୍ଭ କରି ଆମତ୍ତୃପ୍ତି ଲଭିବେ। ପାରିବାରିକ ସମସ୍ୟାର ସମାଧାନ ନିମିତ୍ତ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଅତିଥି ଚର୍ଚ୍ଚାକୁ ନେଇ ପରିବାର ଲୋକମାନଙ୍କ ସହ ରହିବା ମୁସ୍କିଲ ହୋଇପାରେ।
କର୍କଟ
କର୍କଟ
ଆଜି ସକାଳୁ ସକାଳୁ କୌଣସି ଶୁଭ ଖବର ମନକୁ ଆହ୍ଲାଦିତ କରିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କିଛିନା କିଛି ସମସ୍ୟା ରହିବ। ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରି ଅନୁତାପ କରିପାରନ୍ତି। କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସକ୍ରିୟ ସହଯୋଗରୁ ସମସ୍ୟା ସମାଧାନ ହୋଇଯିବ।
ସି˚ହ
ସି˚ହ
ମାନସିକ ଅସ୍ଥିରତା କାରଣରୁ ବେଳେ ବେଳେ ଭୁଲ୍‌ ନିଷ୍ପତ୍ତି ନେଇ ସୁଯୋଗ ହରାଇବେ। କିନ୍ତୁ ମଘା ନକ୍ଷତ୍ର ପାରିବାରିକ କ୍ଷେତ୍ରରେ ସ୍ନେହ ଶ୍ରଦ୍ଧା ଆଶାନୁରୂପ ଅବଶ୍ୟ ପାଇବେ। ଅଟକି ରହିଥିବା ହଠାତ୍‌ କାୈଣସି ଖବର ପାଇ ଖୁସି ହୋଇପାରନ୍ତି। ଆର୍ଥିକ ସ୍ଥିତି ସୁଧୁରିଯିବାର ଆଶାକରି କେତେକାଂଶରେ ଖୁସୀ ହେବେ।
କନ୍ୟା
ସମ୍ପର୍କୀୟଙ୍କ ଦ୍ୱାରା ପ୍ରଭାବିତ ହୋଇ ଆପଣଙ୍କ ଭୁଲ୍‌ ନିଷ୍ପତ୍ତି ସମସ୍ୟାକୁ ବଢାଇପାରେ। ଉଚ୍ଚ ପଦାଧିକାରୀଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ଉପକୃତ ହେବେ। ହସ୍ତା ନକ୍ଷତ୍ରର ପାରିପାର୍ଶ୍ୱିକ ଓ ପାରିବାରିକ ପରିସ୍ଥିତି କେତେକାଂଶରେ ଭଲ ରହିବ। ପିଲାମାନଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ରହି କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଭୁଲି ଯାଇପାରନ୍ତି।
ତୁଳା
ତୁଳା
ଗୃହ ସମସ୍ୟା, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ଅପରିଚିତାଙ୍କ ସହ କଳହ ଲାଗିପାରେ। ନିକଟସ୍ଥ କୌଣସି ନୀଚ ଜାତିର ଲୋକ ମାନଙ୍କ ସହ ବିତର୍କର ସମ୍ଭାବନା ରହିଛି। ପର୍ଯଟନ, ପରିଦର୍ଶନ, ଭ୍ରମଣ ପରିପ୍ରେକ୍ଷୀରେ ବନ୍ଧୁ ମିଳନରୁ ସାମୟିକ ଖୁସୀ ରହିବେ।
ବିଛା
ବିଛା
କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। ଥଣ୍ଡା କାଶଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ। ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ। ସଭାସମିତି, ମାଲିମକଦ୍ଦମା, ଚୁକ୍ତିପତ୍ର, ଆଲୋଚନା, କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ର ପୂର୍ବପରି ରହିବ।
ଧନୁ
ଧନୁ
ସ୍ବାସ୍ଥ୍ୟ ସମସ୍ୟା ସମାଧାନ ହେବ, ଆମତ୍ୀୟମାନଙ୍କ ଉପସ୍ଥିତି ଓ ସାହାଯ୍ୟ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସହାୟକ ହେବ। ପୂର୍ବ ପରିକଳ୍ପିତ ନୂତନ କାମରେ ପ୍ରତିବନ୍ଧକ ଯୋଗୁ ଅଗ୍ରଗତି ହୋଇପାରିବ ନାହିଁ। ନିଜ ନିଜର ସ୍ବାର୍ଥସାଧନ ନିମିତ୍ତ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ଧାର ଉଧାର କରିବାକୁ ପଡିପାରେ।
ମକର
ମକର
କର୍ମକ୍ଷେତ୍ରରେ ସବୁ ସମୟରେ ମିଶୁଥିବା ବ୍ୟକ୍ତି ମାନଙ୍କ ପ୍ରତି ସନ୍ଦେହ ବୃଦ୍ଧି ପାଇବ। ଘରେ ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି ଓ ଚିଡା ସ୍ବଭାବ ଯୋଗୁ ବିଚଳିତ ହେବେ। ସରକାରୀ କ୍ଷେତ୍ରରୁ କିଛି ପାଇବାର ଆଶା ବଳବତ୍ତର ହୋଇପାରେ। ପଦସ୍ଥ ବ୍ୟକ୍ତିଙ୍କ ପରାମର୍ଶ ଓ ସହଯୋଗରୁ ପ୍ରତ୍ୟେକ ସମସ୍ୟା ସମାଧାନ ହୋଇଯିବ।
କୁମ୍ଭ
କୁମ୍ଭ
ଶାରୀରିକ ଶିଥିଳତା ଅନୁଭବ କଲେ ମଧ୍ୟ ଦୃଢ଼ ମନୋବଳ କାର୍ଯ୍ୟ ପାଇଁ ପ୍ର୍ରେରଣା ଯୋଗାଇବ। କର୍ମାରମ୍ଭରେ ବିଭିନ୍ନ ଦୁଶ୍ଚିନ୍ତା ମନକୁ ଆନ୍ଦୋଳିତ କରିବାର ସୂଚନା ରହିଛି। ଆପଣଙ୍କ ପ୍ରତି ଭୁଲ୍‌ ଧାରଣା ପୋଷଣ କରି ଭଲ ବନ୍ଧୁଟି ଭୁଲ୍‌ ବୁଝିବେ। ହାତକୁ ନେଇଥିବା ଅଧାପନ୍ତରିୟା କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବାରେ ସମର୍ଥ ହେବେ।
ମୀନମୀନ
ଦୂରଯାତ୍ରାର ମସୁଧା କରିବେ କିନ୍ତୁ ଶେଷ ମୁହୂର୍ତ୍ତରେ ସବୁ ଓଲଟ ପାଲଟ ହୋଇଯିବ। କର୍ମକ୍ଷେତ୍ରରେ ସୁଯୋଗ ହାତ ପାଆନ୍ତାରେ ପାଇବେ ଓ କାମ ହାସଲରେ ସମର୍ଥ ହେବେ। ଅର୍ଥ ସମ୍ପର୍କରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇପାରେ। ପାରିବାରିକ କ୍ଷେତ୍ର ପୂର୍ବପରି ରହିବ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମରେ ଯୋଗଦେଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଅଗଷ୍ଟ ୩୧ ତାରିଖ – Daily Horoscope

ମେଷ ପାପଗ୍ରହ ଯୁକ୍ତ ଚତୁର୍ଥାଧିପତି ଯୋଗୁ ପାରିବାରିକ ସମସ୍ୟା ସମ୍ପର୍କରେ ଚନ୍ତା କରି ମନକୁ ବିଷାକ୍ତ କରିବେ। ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବାରୁ ମନ ଭଲ…

ରାଶିଫଳ: ରବିବାର, ଅଗଷ୍ଟ ୩୦ ତାରିଖ – Daily Horoscope

ମେଷ ଶନିଚନ୍ଦ୍ରଙ୍କ ଯୋଗ ଗୁରୁଙ୍କ ଦୃଷ୍ଟିରୁ ଦୃଢ଼ ମନୋବଳ ନେଇ କର୍ମକ୍ଷେତ୍ରରେ ଅଗ୍ରସର ହେବେ। ଦୀର୍ଘ ଦିନରୁ ରହିଥିବା ମନୋମାଳିନ୍ୟକୁ ଦୂରେଇ ନେବା ପାଇଁ ପ୍ରଯନତ୍ କରିବେ।…

ରାଶିଫଳ: ଶନିବାର , ଅଗଷ୍ଟ ୨୯ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷ ଯାତ୍ରାକାଳରେ କୌଣସି ନୂତନ ବନ୍ଧୁଙ୍କ ସହ ବନ୍ଧୁତା ସୃଷ୍ଟିହେବ। ପରିବାରର ଖର୍ଚ୍ଚଭାର କ୍ରମଶଃ ବୃଦ୍ଧି ପାଉଥିବା ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୮ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ଅସୁବିଧା ହେବନାହିଁ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri