ମେଷ


ଆଜି ନିକଟ ସମ୍ପର୍କୀୟଙ୍କ ଅସହଯୋଗ ବାଧକ ସାଜିପାରେ କିନ୍ତୁ କାର୍ଯ୍ୟଟି ଯଥାବିଧି ନିର୍ଦ୍ଦିଷ୍ଟ ସମୟରେ ସମ୍ପନ୍ନ ହେବ। ବନ୍ଧୁଙ୍କ ଦ୍ୱାରା ପ୍ରଭାବିତ ହୋଇ ଅର୍ଥ ଓ ଭୋଗ ବିଳାସ ସମ୍ପର୍କିତ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।ପିଲାମାନଙ୍କ ବିବାହ ସମ୍ପର୍କିତ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କରିବେ।
ବୃଷ


ଅପରାହ୍ନରେ ମନକୁ ସୁହାଇଲା ଭଳି ଦ୍ରବ୍ୟଲାଭ ହେତୁ ମନ ଖୁସି ରହିବ।ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ଆଦୃତି ଲାଭ କରିବେ।ରୋହିଣୀ ନକ୍ଷତ୍ର ସକାଶେ ଜଣେ ବନ୍ଧୁଙ୍କ କଥା ବାରମ୍ବାର ମନରେ ଆଲୋଡ଼ନ ସୃଷ୍ଟି କରିବ।ଅସାବଧାନତାରୁ କୌଣସି ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହୋଇପାରେ।
ମିଥୁନ


ଆଜି ପ୍ରତ୍ୟେକ କ୍ଷେତ୍ରରେ ଉତ୍ତେଜନାମୂଳକ କଥା ଯୋଗୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଠିକ୍ ହେବ ନାହିଁ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି।ବ୍ୟବସାୟ କ୍ଷେତ୍ରରେ କୌଣସି ପ୍ରକାରର ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ।
କର୍କଟ


ଆଜି ଆଶା ଅନୁଯାୟୀ କାର୍ଯ୍ୟ ପଦ୍ଧତିର ତାଳମେଳ ରହିବ ନାହିଁ।ଫଳ ସ୍ବରୂପ କୌଣସି କାମ ଲାଭପ୍ରଦ ହେବନାହିଁ। ଭ୍ରମଣ କାଳରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି। ବାଣିଜ୍ୟ, ବ୍ୟବସାୟ, ପରିବହନ, ସଭାସମିତି, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇବେ।
ସି˚ହ


ଗତକାଲିର ବିବାଦୀୟ ଘଟଣା ବିଷୟରେ ଚିନ୍ତା କରି ମନରେ ସରସତା ରହି ନ ପାରେ।ମଘା ନକ୍ଷତ୍ରର ହଠାତ୍ ସକାଳୁ ଶୁଭ ଖବର ସଙ୍ଗକୁ ଅର୍ଥଲାଭ ହୋଇପାରେ। ନିକଟତର ଲୋକ ପରୋକ୍ଷ ସମାଲୋଚନା କରିପାରନ୍ତି।ତରବରିଆ ଯାତ୍ରା କଲେ ଆଘାତ ଲାଗିବାର ସମ୍ଭାବନା ରହିଛି।
କନ୍ୟା


ଆଜି କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରିପାରିବେ ନାହିଁ।କିନ୍ତୁ ଆଜି ଯାହା ପାଇବା ଆଶା ରଖିଛନ୍ତି, ତାହା ଲଢେଇ କରି ନିଶ୍ଚୟ ପାଇବେ।ପିଲାଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିବ।କଠିନ ଶ୍ରମଜନିତ ଅନିଦ୍ରା ହେତୁକ ଜ୍ୱର ଓ ଦୁର୍ବଳତା ଦେଖାଦେଇପାରେ।
ତୁଳା


ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିବ ଏବଂ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ଏକାନ୍ତ ବ୍ୟକ୍ତିଗତ କାର୍ଯ୍ୟରେ ସହକର୍ମୀଙ୍କ ହସ୍ତକ୍ଷେପ ପ୍ରତିବନ୍ଧକ ସାଜିବାର ଆଶଙ୍କା ରହିଛି।ଲାଗି ରହିଥିବା କଚେରି ମାମଲା ସକାଶେ ଚିନ୍ତା ବଢିପାରେ।କର୍ମକ୍ଷେତ୍ର ଓ ଆନୁଷ୍ଠାନିକ କାମରେ ଦ୍ରୁତୋନ୍ନତି ପରିଲକ୍ଷିତ ହେବ।
ବିଛା


ଆଜି ବାକ୍ପଟୁତାରେ ବନ୍ଧୁଙ୍କୁ ଆକର୍ଷିତ କରିବେ। ଫଳରେ ବନ୍ଧୁସଙ୍ଗରେ ଶ୍ରଦ୍ଧା ଓ ସମ୍ମାନ ହାସଲ କରିବାର ମଉକା ମିଳିବ।ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ।ଉପକାର କରିଥିବା ବ୍ୟକ୍ତିଙ୍କଠାରୁ ପ୍ରତିଦାନ ପାଇବା ଦୁର୍ଲଭ ହୋଇପାରେ।
ଧନୁ


ଆଜି ଘରର ପରିସ୍ଥିତି ଆପଣଙ୍କ ସକାଶେ ଚିନ୍ତାର କାରଣ ହୋଇପାରେ।ବନ୍ଧୁଙ୍କ ସଦ୍ଭାବ ଓ ସହକର୍ମୀଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ।ସକାଳୁ ସକାଳୁ ସୁଖବର ପାଇ ଉଲ୍ଲସିତ ହେବେ।ବ୍ୟବସାୟରେ ଲାଭ ମିଳିବ, ମାତ୍ର ପରିବହନରେ ଝଗଡ଼ାର ଆଶଙ୍କାକୁ ଏଡ଼ି ହେବନାହିଁ।
ମକର


ପ୍ରତିଘାତ ମଧ୍ୟଦେଇ ଆଜିର ଜୀବନଯାତ୍ରା ଅତିବାହିତ ହେବ।କର୍ମକ୍ଷେତ୍ରରେ ମଧୁର କଥା କହି ବନ୍ଧୁଙ୍କୁ ଆପ୍ୟାୟିତ କରିବେ।ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି ଘଟିବ। ସହକର୍ମୀଙ୍କଠାରୁ କିଛି ମିଥ୍ୟା ଗୁଜବ ଶୁଣିବା ପରେ ମନରେ ବିଭିନ୍ନ ପ୍ରକାରର ଦୁଶ୍ଚିନ୍ତା ସୃଷ୍ଟି ହେବ।
କୁମ୍ଭ


ବାକ୍ଚାତୁରି ବଳରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ଶୁକ୍ରଙ୍କ ଅନୁକମ୍ପାରୁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କାମ ହାସଲ କରିବେ।ଶତଭିଷା ନକ୍ଷତ୍ରର ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ।ଆଜିର ଯାତ୍ରା, ବାଣିଜ୍ୟ ଓ ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ବିଶେଷ ଭାବରେ ଅନୁକୂଳ।
ମୀନ

ପ୍ରତିକୂଳ ପରିବେଶର କୁପ୍ରଭାବରୁ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିବୁଲିବେ। ବ୍ୟବସାୟ ଓ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଇ ମନସ୍ତାପ କରିବେ।ଅଫିସ୍ କାମରେ ହଠାତ୍ କାୈଣସି ଘଟଣା ମନକୁ ବିବ୍ରତ କରିବ।ନିଜଲୋକଙ୍କ ଈର୍ଷାପରାୟଣତା ହେତୁ ବିବ୍ରତ ହୋଇପାରନ୍ତି।

