Posted inRasifala

ରାଶିଫଳ: ସୋମବାର, ଫେବୃୟାରୀ ୧୩ ତାରିଖ – Daily Horoscope

ମେଷ
ଆଜି ଏକାଦଶ ସ୍ଥାନରେ ରବି ସଂକ୍ରମଣ ହେତୁ ପ୍ରତ୍ୟେକ କାମରେ ଜୟଯୁକ୍ତ ହେବେ। ସ୍ବାସ୍ଥ୍ୟ, ପରିବାର ଓ ସନ୍ତାନବର୍ଗଙ୍କ ପାଇଁ ପ୍ରତ୍ୟେକ ଦିଗରୁ ଶୁଭଫଳ ମିଳିବ। କର୍ମକ୍ଷେତ୍ରରେ ଅତୀତ କଥା ସ୍ମରଣ କରି ଭାବପ୍ରବଣ ହେବେ। ଅତ୍ୟଧିକ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସନ୍ନ ଅନୁଭବ କରିପାରନ୍ତି।
ବୃଷ
ବୃଷ
କର୍ମକ୍ଷେତ୍ରରେ ଶନି ଓ ଶୁକ୍ରଙ୍କ ସଂଯୋଗ ହେତୁ ଉସତ୍ାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। ଅଫିସରେ ଆଲୋଚନା ସମୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ପାଖ ପଡ଼ୋଶୀଙ୍କ ଘରୋଇ କଳହକୁ ନେଇ ନିଜ ଘରେ ଅଶାନ୍ତି ଲାଗିରହିବ। କଚେରି ମାମଲା, ନିର୍ମାଣ, ଅର୍ଥ ସମ୍ପର୍କୀୟ କଥା ନେଇ ଟେନ୍ସନ ଲାଗି ରହିବ।
ମିଥୁନ
ମିଥୁନ
ଅଷ୍ଟମସ୍ଥ ରବି ଓ ବୁଧଙ୍କ ଯୋଗୁ ଆର୍ଥିକ ସମସ୍ୟାକୁ ସୁଧାରିବା ସକାଶେ ବିଭିନ୍ନ ଯୋଜନା କରିପାରନ୍ତି। ବନ୍ଧୁଙ୍କ ସହାୟତାରେ ସଭାସମିତିରେ ଉସତ୍ାହିତ ହେବେ ଓ ସଫଳତା ହାସଲ କରିବେ। କର୍ମକ୍ଷେତ୍ରରେ, ପ୍ରଶାସନିକ ସ୍ତରରେ ଫାଇଲ କାମ ବଢ଼ିଯାଇପାରେ। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ ବହୁତ ଭଲରେ ଚାଲିବ।
କର୍କଟ
କର୍କଟ
ାଜି ଶାରୀରିକ ସ୍ବାସ୍ଥ୍ୟ ଅପେକ୍ଷା ମାନସିକ ସ୍ବାସ୍ଥ୍ୟ ବିଶେଷ ପ୍ରଭାବିତ ହୋଇପାରେ। ବିଶ୍ୱସ୍ତ କର୍ମଚାରୀଟି ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ପ୍ରତିଶ୍ରୁତିରୁ ଓହରିଯାଇପାରେ। ଏକ ସାଧାରଣ ଘଟଣାକୁ କେନ୍ଦ୍ର କରି ବନ୍ଧୁମାନଙ୍କ ସହ ଉଚ୍ଚବାଚ ଘଟିପାରେ। ସାହିପଡ଼ୋଶୀଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉସତ୍ାହିତ ହେବେ।
ସି˚ହ
ସି˚ହ
ବହୁ ଆଶା କରି ବନ୍ଧୁଙ୍କ ନିକଟକୁ ଯିବେ, ମାତ୍ର ଶୂନ୍ୟ ହସ୍ତରେ ଫେରିବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବିବ୍ରତ ହୋଇପାରନ୍ତି। ବ୍ୟବସାୟିକ କ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତିଙ୍କ ସହଯୋଗ ପାଇବେ। ଆଜି ସ୍ବଗୃହକୁ ମଙ୍ଗଳ ଦେଖୁଥିବାରୁ ପାରିବାରିକ ସମସ୍ୟାର ସରଳ ସମାଧାନ କରିବାରେ ସଫଳ ହେବେ।
କନ୍ୟା
ଦ୍ୱିତୀୟରେ କେତୁ ଯୁକ୍ତ ଚନ୍ଦ୍ର ହେତୁ ବାକ୍‌ ଅସଂଯମତା ବିଭିନ୍ନ ସମସ୍ୟା ସୃଷ୍ଟି ହୋଇପାରେ। ଶିଳ୍ପ,ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଅପୂରଣୀୟ ଆଶା ମନରେ ଦୁଃଖ ପ୍ରଦାନ କରିବ। କର୍ମ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି, ମାତ୍ର କିଛି ଅସୁବିଧା ହେବ ନାହିଁ। ଅସୁବିଧାବଶତଃ ବିଳମ୍ବିତ ସମୟରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ।
ତୁଳା
ତୁଳା
ମଧ୍ୟମ ପ୍ରକାରର ଗ୍ରହସ୍ଥିତି କାରଣରୁ ପୂର୍ବ ନିର୍ଦ୍ଧାରିତ କାମ ଠିକ୍‌ ସମୟରେ ହେବା କଷ୍ଟକର ହୋଇପଡ଼ିବ। ମାନସିକ ଅବସାଦ ଯୋଗୁ କୌଣସି କାମ ଉସତ୍ାହପ୍ରଦ ନ ହୋଇପାରେ। ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ହୋଇଯିବ। ଆଜି କର୍ମକ୍ଷେତ୍ରରୁ ଫେରିବା ସମୟରେ ମୂଲ୍ୟବାନ ଦ୍ରବ୍ୟ ଆଣିପାରନ୍ତି ।
ବିଛା
ବିଛା
ଦୈହିକ ସୁସ୍ଥତା ଥିଲେ ମଧ୍ୟ ବିଭିନ୍ନ ବିଷୟରେ ଚିନ୍ତା କରି ମାନସିକ ସ୍ବାସ୍ଥ୍ୟ ଭଲ ରହି ନ ପାରେ। ପ୍ରଶାସନିକ, ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଦିଗଟି ମଧ୍ୟମ ପ୍ରକାରର ରହିବ। ଈର୍ଷା ମନୋଭାବ ନେଇ ଖଳଲୋକ ଅପପ୍ରଚାର କଲେ ମଧ୍ୟ କିଛି କରିପାରିବେ ନାହିଁ। ପଡ଼ୋଶୀ ସ୍ବାର୍ଥ ହାସଲ ପାଇଁ ଚେଷ୍ଟା କରି କିଛି ପାଇବେ ନାହିଁ।
ଧନୁ
ଧନୁ
ଆଜି ମାନସିକ ସ୍ଥିତି ଠିକ୍‌ ନ ରହିବା କାରଣରୁ ଭଲକୁ ଭଲ ରୂପେ ବିବେଚନା କରିପାରିବେ ନାହିଁ। ସଭାସମିତିରେ ରୁକ୍ଷ ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ। ସାମାଜିକ ସ୍ତରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ପ୍ରତ୍ୟେକ କାମରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
ମକର
ମକର
କର୍ମକ୍ଷେତ୍ରର ସମସ୍ୟାଗୁଡ଼ିକ ଶିଥିଳତା ପଡ଼ିଯିବା କାରଣରୁ ମନରେ ଉସତ୍ାହ ବୃଦ୍ଧି ପାଇବ। କିନ୍ତୁ ଭୁଲ୍‌ ବୁଝାମଣା ହେତୁ ନିଜ ଲୋକମାନେ ଶତ୍ରୁତା କରି ବସିବେ। ପୂର୍ବର ସୁଚିନ୍ତିତ ଯୋଜନା ଠିକ୍‌ ଭାବରେ ବଦଳାଇବା ପାଇଁ କଷ୍ଟକର ହୋଇପାରେ। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ।
କୁମ୍ଭ
କୁମ୍ଭ
ସ୍ବଗୃହୀ ଶନିଶ୍ଚର ହେତୁ ଶାରୀରିକ ସୁସ୍ଥତା ପୂର୍ଣ୍ଣମାତ୍ରାରେ ରହିବ। ଦିନ ଭିତରେ ଖର୍ଚ୍ଚାନ୍ତ ହେବେ ସିନା କୈାଣସି କାମ ଅଟକିବ ନାହିଁ। ଅଫିସ୍‌ କାମରେ କୌଣସି ଘଟଣା ମନକୁ ବାରମ୍ବାର ଆଲୋଡିତ କରିବ। ପରିବାରରେ ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହେବେ।
ମୀନମୀନ
ଆଜି ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ଆଗାମୀ କୌଣସି କାମ ସକାଶେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ ହେବ। ଯାହାକୁ ଅତି ନିଜର ବୋଲି ବିଶ୍ୱାସ କରୁଛନ୍ତି ସେହି ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ…

ରାଶିଫଳ: ଗୁରୁବାର, ମେ ୧୪ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅଶ୍ୱିନୀ ନକ୍ଷତ୍ରର ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ ମନ ଅଶାନ୍ତ ରହିପାରେ। ତଥାପି ଶାରୀରିକ ସୁସ୍ଥତା, ଆର୍ଥିକ ଉନ୍ନତି ଏବଂ ପ୍ରତିଯୋଗିତାରେ ସଫଳତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri