Posted inRasifala

ରାଶିଫଳ: ଗୁରୁବାର, ଫେବୃୟାରୀ ୧୧ ତାରିଖ– Daily Horoscope

ମେଷ
ଆଜି ମୁଖ୍ୟତଃ ଅର୍ଥ ସଂଗ୍ରହର ପ୍ରଚେଷ୍ଟା ଫଳବତୀ ହେବ, କିନ୍ତୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ପଡ଼ୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ସାଙ୍ଗକୁ ବନ୍ଧୁ ମହଲରେ ପ୍ରଶଂସାର ପାତ୍ର ହେବେ। ନିଜ ପରିସରରେ ଭଲ କରିବାକୁ ଯାଇ ଅପଦସ୍ଥ ହେବେ। ନିଜର ଦକ୍ଷତା ପ୍ରତିପାଦନ କରି କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
ବୃଷ
ବୃଷ
ଆଜି ଏଭଳି ଜଣେ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ ଯାହା ଆପଣ ଆଦୌ କଳ୍ପନା କରି ନ ଥିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଉନ୍ନତି କରିବେ କିନ୍ତୁ ସମସ୍ୟା ଲାଗି ରହିବ। ଆକସ୍ମିକ ଭାବରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ। ପର କଥାକୁ ବିଶ୍ୱାସ କରି ନିଜ ଲୋକଙ୍କୁ ସନ୍ଦେହ କରିପାରନ୍ତି।
ମିଥୁନ
ମିଥୁନ
ଆଜି ସକାଳର ଯାତ୍ରା ପ୍ରୀତିପ୍ରଦ ରହିବ। ବନ୍ଧୁଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଖବର ପାଇ ଖୁସି ଅନୁଭବ କରିବେ। ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ। ଅଟକି ରହିଥିବା କାମ ଆରମ୍ଭକରିବାକୁ ମନ ବଳାଇ ସଫଳ ହେବେ। କାମରେ କିଛିଟା ସମସ୍ୟା ଦେଖାଦେବ।
କର୍କଟ
କର୍କଟ
ଅଯାଚିତ ଭାବେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ଧୈର୍ଯ୍ୟ, ସାହସ ଓ ଦକ୍ଷତା ହେତୁ କର୍ମକ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ। ପାରିବାରିକ, ପ୍ରଶାସନ, ପ୍ରକାଶନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍‌ଧ ହୋଇପାରନ୍ତି।
ସି˚ହ
ସି˚ହ
ଧୈର୍ଯ୍ୟର ସହ ସମୟକୁ ଅପେକ୍ଷା କରନ୍ତୁ, ଦେଖିବେ ସବୁ ଠିକ୍‌ ହୋଇଯିବ। ଅନ୍ୟମାନେ ଖାଲରେ ପକାଇବାକୁ ଚେଷ୍ଟାକଲେ ମଧ୍ୟ ସଫଳ ହେବେ ନାହିଁ। କର୍ମକ୍ଷେତ୍ରରେ ଦ୍ରୁତୋନ୍ନତି ପରିଲକ୍ଷିତ ହେବ। ବନ୍ଧୁଙ୍କଠାରୁ କୌଣସି କଥା ଶୁଣି ମନ ଉଲ୍ଲାସରେ ଭରିଯିବ।
କନ୍ୟା
ଆଜି ସକାଳୁ ଯେଉଁ କାମଟିକୁ ଆରମ୍ଭ କରିବାକୁ ଯାଉଛନ୍ତି ସେଥିରେ ଶୁଭଫଳ ପାଇବେ। ଅସାବଧାନତା କାରଣରୁ ହାତ କିମ୍ବା ଗୋଡ଼ରେ ଆଘାତ ଲାଗିପାରେ। ଅଫିସରେ ଥିବା ସମୟରେ କୌଣସି ବ୍ୟକ୍ତିଙ୍କଠାରୁ ଶୁଭଖବର ପାଇ ଉଲ୍ଲସିତ ହେବେ। ବନ୍ଧୁଗହଣରେ ମିଥ୍ୟା ଭାଷଣରୁ ସମାଲୋଚିତ ହେବେ।
ତୁଳା
ତୁଳା
ପରିବାର ଭିତରେ କେତେକ ଅକୁହା କଥା ମନକୁ ବାରମ୍ବାର ଆଲୋଡ଼ିତ କରିପାରେ। ନିଜ ଲୋକଙ୍କ ସାଧାରଣ କଥାରେ ଉତ୍‌କ୍ଷିପ୍ତ ହୋଇପାରନ୍ତି। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ନିକଟସ୍ଥ ବ୍ୟକ୍ତି ବିଶେଷଙ୍କଠାରୁ ଶ୍ରଦ୍ଧା, ଆଦର ପାଇ ନିଜକୁ ଗର୍ବିତ ମନେ କରିବେ।
ବିଛା
ବିଛା
କେତେକ ପାରିବାରିକ ସମସ୍ୟା ହେତୁ ମନଟା ଚହଲି ଯାଇପାରେ। କର୍ମକ୍ଷେତ୍ରରେ ହଠାତ୍‌ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। କଠୋର ଶ୍ରମଜନିତ ସ୍ବାସ୍ଥ୍ୟରେ ଅବନତି ପରିଲକ୍ଷିତ ହୋଇପାରେ। ଅପରାହ୍ନରେ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ।
ଧନୁ
ଧନୁ
ଶାରୀରିକ ଅବସ୍ଥାରେ କିମ୍ବା ପାରିବାରିକ କ୍ଷେତ୍ରରେ ବିଶେଷ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ। ନିଜର ଲୋକପ୍ରିୟତା କାରଣରୁ ଶତ୍ରୁଠାରୁ ମଧ୍ୟ କାମ ହାସଲ କରିନେବେ। ଆଜିର କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି କିମ୍ବା କାମ ହାସଲ କରିପାରନ୍ତି।
ମକର
ମକର
ଆଜି ବନ୍ଧୁମାନଙ୍କ ଦ୍ୱାରା ରାଜକୀୟ ସମ୍ମାନ ପାଇବେ। ଆଜିର ବିଳମ୍ବିତ ସମୟରେ ଲକ୍ଷ୍ୟସ୍ଥଳରେ ଉପସ୍ଥିତ ହୋଇପାରିବେ। ଭାଙ୍ଗି ପଡ଼ିଥିବା ସମ୍ପର୍କ ଯୋଡ଼ି ହୋଇଯିବ। ଘର ଲୋକଙ୍କ ଅନୁରୋଧରେ ମନୋରଞ୍ଜନ ଜିନିଷ କ୍ରୟ କରିପାରନ୍ତି। କାର୍ଯ୍ୟସିଦ୍ଧି ସାଙ୍ଗକୁ ସମ୍ପର୍କୀୟଙ୍କ ସହ ସମ୍ପର୍କ ସ୍ଥାପନ କରି ଉପକୃତ ହେବେ।
କୁମ୍ଭ
କୁମ୍ଭ
ସମ୍ପୂର୍ଣ୍ଣ ଭାବେ ସନ୍ତୋଷ ସିନା ଆସିବ ନାହିଁ, ମାତ୍ର ମନ ଏକପ୍ରକାର ଖୁସି ରହିବ। ଆଜିର କର୍ମକ୍ଷେତ୍ରରେ ଉତ୍ସାହିତ ହେବେ ଓ ସଫଳତା ହାସଲ କରିବେ। ସାମୟିକ ପ୍ରତିବନ୍ଧକ ହେତୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ବ୍ୟବସାୟ, ବାଣିଜ୍ୟ, ପ୍ରଶାସନିକ ସ୍ତରରେ ସଫଳତା ହାସଲ କରି ଖୁସି ହେବେ।
ମୀନମୀନ
ସର୍ବଦା ବାସ୍ତବବାଦୀ ଚିନ୍ତାଧାରା ଓ ନିଜେ ଭଲ ନୀତିରେ ଚଳିବା କାରଣରୁ ସମାଲୋଚିତ ହେବେ। ଇଚ୍ଛା ନ ଥାଇ ଦୂର ସ୍ଥାନ ଯିବାକୁ ବାଧ୍ୟ ହେବେ। ମନକଥା ମନରେ ରଖି ନ ପାରି ବନ୍ଧୁଙ୍କୁ କହିଦେବା ଫଳରେ କିଛି ସମସ୍ୟା ଆସିପାରେ। ଆଜିର ଯାତ୍ରା, ବ୍ୟବସାୟ, ଆଲୋଚନା ଓ ସଭାସମିତିରେ ସଫଳତା ହାସଲ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ,...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ ଆଜି ଚତୁର୍ଥ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆପଣ ଫଳପ୍ରଦ ଯାତ୍ରା ସାଙ୍ଗକୁ ସାମୟିକ ପାରିବେଶିକ ଆନନ୍ଦ ଅନୁଭବ କରିବେ। କିନ୍ତୁ ନୀଚସ୍ଥ ବୁଧଙ୍କ ସ୍ଥିତି...

ରାଶିଫଳ: ସୋମବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ ଆଜି ପ୍ରଶାସନିକ ସଫଳତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସହ ସମ୍ମାନଜନକ ସ୍ଥିତିରେ ରହିବେ। କୃତିକା ନକ୍ଷତ୍ର ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନ ବୁଲିଯିବାର...

ରାଶିଫଳ: ରବିବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ ଆଜି ଗୁର୍ବାଦିତ୍ୟ ଯୋଗ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟରୁ ସମ୍ମାନିତ ହେବେ। ବନ୍ଧୁ ପରିଜନଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଉପସ୍ଥିତ ସମସ୍ୟାର...

ରାଶିଫଳ: ଶନିବାର , ଏପ୍ରିଲ ୧୩ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି କାରଣରୁ ଆପଣଙ୍କ ଆକର୍ଷଣୀୟ ବ୍ୟବହାର ସମସ୍ୟା ସମାଧାନରେ ସହାୟକ ହେବ। ଲୋକସମ୍ପର୍କ ବୃଦ୍ଧି, ପାରିବାରିକ ସହଯୋଗ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅନ୍ୟମନସ୍କ ଯୋଗୁ କେତେକ ବ୍ୟତିକ୍ରମ ସୂଚନା ରହିଛି। ଦ୍ୱିଜା ନକ୍ଷତ୍ରର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ଭଲ ସମ୍ପର୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri