Posted inRasifala

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା ପରିସରରେ ମତପାର୍ଥକ୍ୟ କାରଣରୁ କୌଣସି ସିଦ୍ଧାନ୍ତରେ ଉପନୀତ ହୋଇପାରିବେ ନାହିଁ। ଆଜିର ଯାତ୍ରା, ବାଣିଜ୍ୟ ଓ କିଣାବିକା କ୍ଷେତ୍ରରେ ସନ୍ତୋଷଜନକ ଫଳ ପାଇବେ।
ବୃଷ
ବୃଷ
ଉଚ୍ଚକର୍ତ୍ତୃପକ୍ଷଙ୍କ ବାଚନିକ ପ୍ରତିଶ୍ରୁତି କାର୍ଯ୍ୟକୁ ତ୍ୱରାନ୍ବିତ କରାଇବ। ଭାଗୀଦାର ବ୍ୟବସାୟରେ ସହକର୍ମୀମାନଙ୍କ ଭୁଲ୍‌ ସକାଶେ ନିଜକୁ ଦାୟୀ ହେବାକୁ ପଡିପାରେ। ପଡ଼ୋଶୀଙ୍କ ଜରିଆରେ ଆଶା କରିଥିବା ଦିଗରୁ କୌଣସି ମୂଲ୍ୟବାନ୍‌ ଜିନିଷ ପ୍ରାପ୍ତି ହେବାର ଆଶା ରହିଛି। ବନ୍ଧୁଗହଣରେ ଅପ୍ରିୟ ସତ୍ୟ କହି ସମାଲୋଚିତ ହୋଇପାରନ୍ତି।
ମିଥୁନ
ମିଥୁନ
ସୁସମ୍ପର୍କ ଅଭାବରୁ ପଡ଼ୋଶୀଙ୍କ ଅସହଯୋଗ କାମପାଇଁ ପ୍ରତିବନ୍ଧକ ସୃଷ୍ଟି କରିବ। କଠିନ ଶ୍ରମ ଓ ଅତ୍ୟଧିକ ଭ୍ରମଣଜନିତ ପୁରାତନ ରୋଗର ପୀଡ଼ା କ୍ରମଶଃ ବୃଦ୍ଧି ପାଇପାରେ। କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରି ବ୍ୟସ୍ତ ହୋଇପାରନ୍ତି। ବନ୍ଧୁଙ୍କ ପାଖରେ ଅଟକି ରହିଥିବା ବକେୟା ଟଙ୍କାକୁ କେନ୍ଦ୍ରକରି ବଚସା ସୃଷ୍ଟିର ସୂଚନା ରହିଛି।
କର୍କଟ
କର୍କଟ
ଆଜି ବାଣିଜ୍ୟ, ବନ୍ଧୁସମ୍ପର୍କ ଓ ପରିବହନାଦି କ୍ଷେତ୍ରରେ ବିବାଦୀୟ ସ୍ଥିତି ସୃଷ୍ଟି ହୋଇପାରେ। କାମ ସାରିବା ପରେ ଭଲମନ୍ଦର ବିଚାର କରି ଅସ୍ଥିରତା ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ପରିପ୍ରେକ୍ଷୀରେ ଅନ୍ୟମାନଙ୍କ ସହ ଯୋଗାଯୋଗ କରିବାକୁ ପଡିପାରେ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡ଼ିବେ।
ସି˚ହ
ସି˚ହ
ପାରିବାରିକ ସ୍ଥିତି ଓ ଅର୍ଥ ସମ୍ପର୍କିତ ସମସ୍ୟା ସୁଧାରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ। ସ୍ବାର୍ଥହାନି ଆଶଙ୍କାରେ ଆତ୍ମୀୟସ୍ବଜନ ଦୂରେଇଯିବାରୁ ସାହାଯ୍ୟ ପ୍ରାପ୍ତିର ଆଶା ନିରର୍ଥକ ହେବ। ଗତକାଲିର ଯୋଜନା ବଦଳାଇବା କଷ୍ଟକର ହେବାର ସୂଚନା ରହିଛି। ଦୈହିକ ଓ ମାନସିକ ସୁସ୍ଥତା କେତେକାଂଶରେ ପରିସ୍ଥିତିକୁ ଲାଘବ କରିପାରେ।
କନ୍ୟା
କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତି ଫୁସୁଲାଫୁସୁଲି କରି ଫାଇଦା ହାସଲ ପାଇଁ ଚେଷ୍ଟା କରିପାରନ୍ତି। ସଭାସମିତିରେ ପାଣ୍ଡିତ୍ୟ ପ୍ରକାଶ ଯୋଗୁ ବୁଦ୍ଧିଜୀବୀଙ୍କ ସହ ସୁସମ୍ପର୍କ ସ୍ଥାପିତ ହୋଇପାରେ। ଅର୍ଥନୈତିକ, ପାରିବାରିକ ପରିସ୍ଥିତି ଓ ବିବାଦୀୟ ଘଟଣା ସକାଶେ ଉଦ୍‌ବେଗ ବୃଦ୍ଧି ପାଇବ। ଆଜିର ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ।
ତୁଳା
ତୁଳା
ପାରିବାରିକ ଅସୁବିଧା ଦୂର କରିବା ପାଇଁ ବନ୍ଧୁଙ୍କ ସାହାଯ୍ୟ ସହଯୋଗ ଆଶା କରିପାରନ୍ତି। ପ୍ରକାଶନ, ପ୍ରଶାସନ, କଚେରି ମାମଲା ଏବଂ ଆଇନ, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ଆଜିର ପ୍ରତ୍ୟୁଷ ଯାତ୍ରାରେ ଯାନ୍ତ୍ରିକ ତ୍ରୁଟି ଯାତ୍ରାକୁ ବିଳମ୍ବିତ କରିବାର ଆଶଙ୍କା ରହିଛି। ସମ୍ପର୍କୀୟଙ୍କ ପରୋକ୍ଷ ଶତ୍ରୁତା କାର୍ଯ୍ୟକୁ ଭଣ୍ଡୁର କରିଦେଇପାରେ।
ବିଛା
ବିଛା
ପରିସ୍ଥିତିକୁ ସୁଧାରିବାର ଚେଷ୍ଟା କରି ଅସଫଳ ହେବାରୁ ମାନସିକ ବ୍ୟଥା ଅନୁଭବ କରିବେ। ମକଦ୍ଦମା, ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା ସଫଳତା ପ୍ରାପ୍ତିର ସୂଚନା ରହିଛି। ବାଧ୍ୟତାମୂଳକ ସରକାରୀ କାମରେ ଯାତ୍ରା ବ୍ୟଥିତ କରାଇପାରେ। ପାରିବାରିକ କ୍ଷେତ୍ରରେ ଯଥା ସମ୍ବବ ପରିସ୍ଥିତି ପ୍ରତି ସଜାଗ ରହି ଚଳିଲେ କିଛି ଅସୁବିଧା ହେବନାହିଁ।
ଧନୁ
ଧନୁ
ପରିକଳ୍ପିତ ଯୋଜନାକୁ ବାସ୍ତବ ରୂପ ଦେବାରେ ସମର୍ଥ ହେବେ। କିନ୍ତୁ ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା ହେତୁ ମନ ଆନମନା ହୋଇପାରେ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବ କିନ୍ତୁ ଏଥିପାଇଁ ବହୁତ ଝିନ୍‌ଝଟ୍‌ ହେବାକୁ ପଡ଼ିବ। ସାମାଜିକ ସ୍ତରରେ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
ମକର
ମକର
କର୍ମଜଞ୍ଜାଳ ବୃଦ୍ଧି କାରଣରୁ ମାନସିକ ସ୍ଥିତି ଭଲ ରହି ନ ପାରେ। ଯେଉଁ କାମଟି ଆରମ୍ଭ କରିବାକୁ ଯାଉଛନ୍ତି ସେଥିରେ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ପରିସ୍ଥିତିକୁ ସାମନା କରିବାକୁ ଚେଷ୍ଟା କଲେ ଅବଶ୍ୟ ଉପକୃତ ହୋଇପାରିବେ । ସାଂସ୍କୃତିକ କାମରେ ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟଲାଭ କରିବାର ସୌଭାଗ୍ୟ ଅର୍ଜନ କରିପାରନ୍ତି।
କୁମ୍ଭ
କୁମ୍ଭ
ଶାରୀରିକ ଅସୁସ୍ଥତା କାରଣରୁ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହେବେ। ପରିବହନ କ୍ଷେତ୍ରରେ ସମସ୍ୟା ସମାଧନ କରି ଆତ୍ମସନ୍ତୋଷ ଲାଭକରିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମ ସମ୍ପନ୍ନ କରିବାରେ ଅସୁବିଧା ହେବ ନାହିଁ। ପିଲାଙ୍କ ଆଚରଣରେ ପରିବର୍ତ୍ତନ ଆସିପାରେ, ଯାହାକି ଦୁଶ୍ଚିନ୍ତା ବୃଦ୍ଧି କରିବ।
ମୀନମୀନ
କର୍ମକ୍ଷେତ୍ରରେ ପିଠି ଥାପୁଡ଼େଇ କାମ ହାସଲ କରୁଥିଲେ ମଧ୍ୟ ଆଜି ତାହା କାମକୁ ଆସିବ ନାହିଁ। ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ। ଅନ୍ୟର କଥାକୁ ସତ ମନେକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ ଏବଂ ବାଣିଜ୍ୟ, ବ୍ୟବସାୟରେ ଲାଭବାନ୍‌ ହୋଇପାରନ୍ତି।

 

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଜାନୁଆରୀ ୨୪ ତାରିଖ – Daily Horoscope

ମେଷ ଆଜି ଶନିଙ୍କ ସହିତ ଚନ୍ଦ୍ରଙ୍କ ସଂଯୋଗ ଯୋଗୁ ବନ୍ଧୁ ପରିଜନ ସ୍ନେହ, ଶ୍ରଦ୍ଧା ଆଦର ପାଇ ଦୁଃଖ ଭୁଲିଯିବେ। କର୍ମକ୍ଷେତ୍ରରେ ଭାବପ୍ରବଣତାରୁ କାମଗୁଡ଼ିକ ବିଶୃଙ୍ଖଳିତ ହେବ।…

ରାଶିଫଳ: ଶୁକ୍ରବାର, ଜାନୁଆରୀ ୨୩ ତାରିଖ – Daily Horoscope

ମେଷ ଆଜି ବୁଝାମଣା ଅଭାବରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଦ୍ୱିଜା ନକ୍ଷତ୍ର ସାମାଜିକ ସ୍ତରରେ ମନଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି…

ରାଶିଫଳ: ଗୁରୁବାର, ଜାନୁଆରୀ ୨୨ ତାରିଖ – Daily Horoscope

ମେଷ ଆଜି ରାହୁ ନକ୍ଷତ୍ରସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ବନ୍ଧୁଙ୍କ ନିକଟରେ ମନକଥା କହିପାରିବେ ନାହିଁ। ସାମାନ୍ୟ ଭୁଲ୍‌ରୁ ଆଜିର କାମଗୁଡ଼ିକ ବିଶୃଙ୍ଖଳିତ ହୋଇଯିବ। ଆର୍ଥିକ ସ୍ବଚ୍ଛଳତା ରହିଥିଲେ…

ରାଶିଫଳ: ବୁଧବାର, ଜାନୁଆରୀ ୨୧ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ପ୍ରତିଷ୍ଠା ଲାଭ କରିବେ। ଶନି କ୍ଷେତ୍ରସ୍ଥ ରବି ହେତୁ ଭଲ କଥା କହିଲେ ମଧ୍ୟ ତାହାକୁ ଅନ୍ୟମାନେ ଭିନ୍ନାର୍ଥରେ…

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୨୦ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହ ପ୍ରଭାବରୁ ସ୍ଥଗିତ କାର୍ଯ୍ୟାରମ୍ଭ, ଆର୍ଥିକ ଉନ୍ନତି, ସାମାଜିକ ସ୍ତରରେ ସମ୍ମାନିତ ହେବେ। ଯାନବାହନ, ପାରିବାରିକ ସମ୍ପର୍କ, ହୋଟେଲ ଶିଳ୍ପ ଏବଂ ଛୋଟ…

ରାଶିଫଳ: ସୋମବାର, ଜାନୁଆରୀ ୧୯ ତାରିଖ – Daily Horoscope

ମେଷ ଆଜି କର୍ମସ୍ଥାନରେ ପଞ୍ଚଗ୍ରହକୂଟ ସଂଘଟିତ ହେଉଥିବାରୁ କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଭୁଲ୍‌ ବୁଝାମଣାରୁ ଲୋକସମ୍ପର୍କ କ୍ଷୁଣ୍ଣ ହେବ। ଦ୍ୱିଜା ନକ୍ଷତ୍ର ଏହାର…

ରାଶିଫଳ: ରବିବାର, ଜାନୁଆରୀ ୧୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ଚତୁଃଗ୍ରହ ଯୋଗଜନିତ ଉଚ୍ଚ ସମ୍ମାନ ସହ ପାରିବାରିକ ସୁଖସ୍ବାଚ୍ଛନ୍ଦ୍ୟ ପ୍ରାପ୍ତ ହେବ। ମୁଣ୍ଡ ଉପରେ ବୋଝ ଭଳି ରହିଥିବା ସମସ୍ୟା ସମାଧାନ ହୋଇଯିବାରୁ…

ରାଶିଫଳ: ଶନିବାର, ଜାନୁଆରୀ ୧୭ ତାରିଖ – Daily Horoscope

ମେଷ ଗଜକେଶରୀ ଯୋଗ ପ୍ରଭାବରେ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକିଥିବା କାମରେ ଅଗ୍ରଗତି ଘଟିବ। ଆର୍ଥିକ ସଙ୍କଟ ଲାଗିରହିଥିବାରୁ ନୂତନ ଯୋଜନା ସ୍ଥଗିତ ରହିଯାଇପାରେ। ବନ୍ଧୁଙ୍କ ହସ୍ତକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri