Posted inRasifala

ରାଶିଫଳ: ସୋମବାର, ଜାନୁୟାରୀ ୯ ତାରିଖ – Daily Horoscope

ମେଷ
ଆରମ୍ଭ କରିଥିବା କାମରେ ସଫଳତା ହାସଲରେ ସମର୍ଥ ହେବେ। ପାରିବାରିକ ସମ୍ପର୍କ, ହୋଟେଲ ଶିଳ୍ପ, ଛୋଟ ଦୋକାନରୁ ସେତେଟା ଭଲ ଫଳ ମିଳିବ ନାହିଁ। ପାରିବାରିକ ସ୍ତରରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। କୌଣସି ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେଇପାରନ୍ତି।
ବୃଷ
ବୃଷ
ଦୈହିକ ଦୁର୍ବଳତା ଯୋଗୁ କୌଣସି କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ। ଆମତ୍ୀୟଙ୍କ ସହଯୋଗରୁ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ। ସ୍ତ୍ରୀଙ୍କ ପ୍ରୋସତ୍ାହନରେ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କ୍ଷେତ୍ରରେ ଖର୍ଚ୍ଚାନ୍ତ ହୋଇ ମନସ୍ତାପ କରିବେ। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବାର ସମ୍ଭାବନା ରହିଛି। ବ୍ୟବସାୟରେ ନୂତନ ପଦକ୍ଷେପ ଗ୍ରହଣ କରିବା ସକାଶେ ମନ ବଳାଇପାରନ୍ତି।
କର୍କଟ
କର୍କଟ
ପରକଥାରେ ପଡ଼ି ଭୁଲ ମାର୍ଗର ଅନୁସରଣ କରି ଅପଦସ୍ଥ ହୋଇପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଇଁ ଚେଷ୍ଟିତ ହେବେ ଏବଂ ନୂତନ ଯୋଜନା ସକାଶେ ମନ ବଳାଇବେ। ନିକଟ ସମ୍ପର୍କୀୟମାନଙ୍କ ସହ କାମ ହାସଲ କରିବା ପାଇଁ ଚେଷ୍ଟା କରିପାରନ୍ତି। ପ୍ରଶାସନ, ବାଣିଜ୍ୟ, ପରିବହନ, ମାଲିମକଦ୍ଦମା, ନିର୍ମାଣ କ୍ଷେତ୍ର ପ୍ରାୟତଃ ଭଲ ରହିବ।
ସି˚ହ
ସି˚ହ
ମାନସିକ ଅବସାଦ ଯୋଗୁ କୌଣସି କାମ ଉସତ୍ାହପ୍ରଦ ହେବ ନାହିଁ। ଅନ୍ୟମାନଙ୍କଠାରୁ କିଛି ଖବର ଶୁଣି କିମ୍ବା ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ସହ ମତାନ୍ତର ଦେଖାଦେଇପାରେ। ମିତ୍ର କେହି ନିଜର ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ଛଳନା କରି ଦୂରେଇ ଯାଇ ପାରନ୍ତି।
କନ୍ୟା
କଠିନ ପରିଶ୍ରମ ଓ ଭ୍ରମଣଜନିତ ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ। ଅର୍ଥ ସମ୍ପର୍କକୁ ନେଇ ଭା୍ରତୃବିବାଦ ଦେଖାଦେବାର ଆଶଙ୍କା ରହିଛି। ସାହିତ୍ୟ, ସାମ୍ବାଦିକତା, ବ୍ୟବସାୟ, ଚୁକ୍ତିପତ୍ର, ସଭାସମିତି, ଆଲୋଚନା କ୍ଷେତ୍ର ମଧ୍ୟମ ପ୍ରକାରର ରହିବ। ପରୋକ୍ଷ ଶତ୍ରୁତା, କ୍ରୟ ବିକ୍ରୟ କ୍ଷେତ୍ରରେ ଅସୁବିଧା ଏବଂ କାର୍ଯ୍ୟରେ ବିଳମ୍ବଜନିତ ଅଶାନ୍ତି ଲାଗିପାରେ।
ତୁଳା
ତୁଳା
ଯାହାକୁ ନିଜର ମନେ କରିବେ, ସେହି ବ୍ୟକ୍ତି ହିଁ ପ୍ରତ୍ୟେକ କ୍ଷେତ୍ରରେ ଦୂରେଇ ରହିବ। କୈାଣସି କାମରେ ବନ୍ଧୁମାନେ ଠିକ ଖବର ଦେବାରେ ହେଳା କରିପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ସହ ଏବଂ କାର୍ଯ୍ୟଶୈଳୀର ମଧ୍ୟ ପରିବର୍ତ୍ତନ ଘଟିପାରେ। କଳା, ସାହିତ୍ୟ, ସାମ୍ବାଦିକତା, ସଭାସମିତିରେ ସୁନାମ ମିଳିବ।
ବିଛା
ବିଛା
ସାଧାରଣ ପ୍ରଶଂସାରେ ଉତ୍‌ଫୁଲ୍ଲିତ ଓ ସମାଲୋଚନାରେ ବ୍ୟସ୍ତବିବ୍ରତ ମଧ୍ୟ ହେବେ। ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖାଦେବ। ସହକର୍ମୀଙ୍କ ଦ୍ୱାରା ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ରଚନାମତ୍କ କାର୍ଯ୍ୟ, କଳା, ସାହିତ୍ୟ, ସଭାସମିତି, ଗବେଷଣା, ବ୍ୟବସାୟ, ବାଣିଜ୍ୟ କ୍ଷେତ୍ର ବହୁତ ଭଲ ରହିବ।
ଧନୁ
ଧନୁ
ପାରିବାରିକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବା ହେତୁ ଆପଣଙ୍କ କାମଗୁଡ଼ିକ ସୁବିଧାରେ ହୋଇଯିବ। ରୋଗ, ଋଣ ଓ ଶତ୍ରୁତା ସହ କାର୍ଯ୍ୟହାନି ଦୁଶ୍ଚିନ୍ତାର କାରଣ ହୋଇପାରେ। ଉପରିସ୍ଥଙ୍କ ଦୃଢ଼ ପ୍ରତିଶ୍ରୁତି ଲାଭକରି ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବ।
ମକର
ମକର
ଭାବପ୍ରବଣତାବଶତଃ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଘର ଭିତରେ ଅସାବଧାନତାବଶତଃ ଦବ୍ର୍ୟ ନଷ୍ଟ ହୋଇପାରେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ। ପ୍ରଶାସନ, ଶିଳ୍ପ, ବାଣିଜ୍ୟ ବ୍ୟବସାୟ, ପରିବହନ ଓ ଏଜେନଶିପ୍‌ରୁ ଖୁସି ରହିବେ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ନିର୍ମାଣ କାମ ଧିମେଇ ଯିବାରୁ ମାନସିକ ସ୍ତରରେ ଚିନ୍ତିତ ରହିପାରନ୍ତି। ଋଣ ପରିଶୋଧ ଜନିତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଆଜିର ସକାଳୁଆ ଯାତ୍ରାରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକର ସାମ୍‌ନା କରିବାକୁ ପଡ଼ିପାରେ।
ମୀନମୀନ
ଆର୍ଥିକ ସ୍ଥିତି ଭଲ ରହିଲେ ମଧ୍ୟ ପାରିବାରିକ ସ୍ଥିତି ସଙ୍କଟଜନକ ରହିବ। ଶିକ୍ଷା, ସନ୍ତାନ, ଧର୍ମକାର୍ଯ୍ୟ ସକାଶେ ବିଶେଷ ଆଲୋଚନା କରିପାରନ୍ତି। ମାଲିମକଦ୍ଦମା, ରାଜନୀତି, ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ଅସ୍ଥିରତା ପରିଲକ୍ଷିତ ହେବ। ପରିବାରରେ ଛୋଟ ଛୋଟ କଥାରେ କଳହ ଲାଗିବାର ସମ୍ଭାବନା ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

ରାଶିଫଳ:ଶୁକ୍ରବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ ଆଜି କୋଣଭାବସ୍ଥ ଚନ୍ଦ୍ର ପାପଗ୍ରହ ଯୁକ୍ତ କାରଣରୁ ସନ୍ତାନ ହେତୁକ ଦୁଃଶ୍ଚିନ୍ତା ଲାଗିରହିବ।ରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ବିଶେଷ ଭଲ ରହିନପାରେ। ସ୍ବଗୃହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?