Posted inRasifala

ରାଶିଫଳ: ଶୁକ୍ରବାର, ମେ ୨୧ ତାରିଖ – Daily Horoscope

ମେଷ
ଆଜି ଆପଣଙ୍କର ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରାଇବେ। କର୍ମକ୍ଷେତ୍ରରୁ ଉଚ୍ଚ ପଦାଧିକାରୀଙ୍କ ସାହାଯ୍ୟ ଓ ସହଯୋଗର ଅବାରିତ ଧାରା ମନକୁ ପ୍ରଫୁଲ୍ଲିତ କରିବ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ଶିଥିଳତା ପରିଲକ୍ଷିତ ହେଲେ ମଧ୍ୟ ଲାଭ ଊଣା ହେବନି। ପରିବାରରେ ଅଶାନ୍ତି ଦୂର ଲାଗି ବନ୍ଧୁଙ୍କ ସାହାଯ୍ୟ ନେଇ ପାରନ୍ତି।
ବୃଷ
ବୃଷ
ମାନସିକ ଅସ୍ଥିରତାରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହୋଇ ପାରନ୍ତି। କର୍ମକ୍ଷେତ୍ର ମନ୍ଦ ନ ହେଲେ ମଧ୍ୟ ଶାନ୍ତିପ୍ରଦ ହୋଇ ନ ପାରେ। ଅଫିସରେ ପରିସ୍ଥିତିକୁ ସ୍ବାଭାବିକ କରିବା ମାନସରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ସାହିତ୍ୟ, ସାମ୍ବାଦିକତା, ଆଲୋଚନା, ଯୋଗାଯୋଗ ଓ ସମ୍ପାଦନରେ ସୁଫଳ ପାଇବେ।
ମିଥୁନ
ମିଥୁନ
ବିଶେଷ ଝଡଝଞ୍ଜା ନ ଥାଇ ଦିନଟି ଏକ ପ୍ରକାର ଭଲରେ ଭଲରେ ଅତିବାହିତ ହେବ। ହସଖୁସୀ ଓ ମଜାମଉଜର ପରିବେଶ ମଧ୍ୟରେ ନିଜର ସ୍ଥିତିକୁ ମଧ୍ୟ ପାସୋରି ଦେଇପାରନ୍ତି। ଶୁଭେଚ୍ଛୁଙ୍କ ଦ୍ୱାରା ପ୍ରଶଂସା ପାଇବା ସମୟରେ ନିନ୍ଦୁକ ଗୋଷ୍ଠୀ କୁସତ୍ାରଟନା କରିପାରନ୍ତି। ବ୍ୟବସାୟ, ପ୍ଲଟିଂ କାରବାର କ୍ଷେତ୍ରରେ ସଫଳତା ପାଇବେ ନାହଁି।
କର୍କଟ
କର୍କଟ
।ଆଜି କର୍ମକ୍ଷେତ୍ର ଓ ପାରିବାରିକ ଜୀବନକୁ ସମସ୍ୟା ବହୁଳ କରିପାରନ୍ତି। ସାମାଜିକ ସ୍ତରରେ ଅନ୍ୟାୟ ବିରୋଧରେ ସ୍ବର ଉଠାଇବେ ସତ କିନ୍ତୁ ସହଯୋଗ ପାଇବେନି। କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ଅର୍ଥ ଅଭାବ ହେବ। ଶିଳ୍ପ, ବାଣିଜ୍ୟ, ଯାତ୍ରା, ରାଜନୀତି, ପ୍ରଶାସନ କ୍ଷେତ୍ରରେ ସମସ୍ୟାକୁ ସୁଧାରି ନେବା ପାଇଁ ପ୍ରଯନତ୍ କରିବେ।
ସି˚ହ
ସି˚ହ
ଧୈର୍ଯ୍ୟର ସହ ପ୍ରତ୍ୟେକ ପରିସ୍ଥିତିର ସଫଳ ମୁକାବିଲା କରିବାରେ ସମର୍ଥ ହେବେ। ବନ୍ଧୁଙ୍କ ସଭାସମିତିରେ ପ୍ରିୟଜନମାନଙ୍କୁ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। କିଛି ମୂଲ୍ୟବାନ ଜିନିଷ କିଣିବା ସକାଶେ ମନ ବଳାଇ ପାରନ୍ତି। ଜମିଜମା, କଚେରି ମାମଲା, ପରିବହନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରୁ ଉପକୃତ ହେବ।
କନ୍ୟା
ଶାରୀରିକ ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ମାନସିକ ସୁସ୍ଥତା ରହି ନ ପାରେ। କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ପାରିବାରିକ କ୍ଷେତ୍ରରେ ଖର୍ଚ୍ଚଭାର ଯୋଗୁଁ ଚିନ୍ତାପ୍ରକଟ କରିବେ। ଆଗାମୀ ମାଙ୍ଗଳିକ କାମ ପରିପ୍ରେକ୍ଷୀରେ ଗାଡି, ମୋଟର, ଯାନ୍ତ୍ରିକ ଜିନିଷ କିମ୍ବା ଘର ସାଜସଜ୍ଜାରେ ବ୍ୟସ୍ତ ରହିପାରନ୍ତି।
ତୁଳା
ତୁଳା
ପାରିବାରିିକ ପ୍ରତିରୋଧ କିମ୍ବା ବୃଦ୍ଧ ପିତାଙ୍କ ସ୍ବାସ୍ଥ୍ୟହାନି ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ। ଅତି ନିକଟରେ ରହି ସାହାଯ୍ୟ କରୁଥିବା ବ୍ୟକ୍ତି ଉପରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ। କେତେକ କ୍ଷେତ୍ରରେ ମନକଥା ମନରେ ରଖି ଗୁରୁଜନମାନଙ୍କୁ ପ୍ରତାରିତ କରି ଅନୁଶୋଚନା କରିବେ। ଅଫିସ୍‌ରେ ପରିଚାଳନା ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ।
ବିଛା
ବିଛା
ଯେତେ ଉପାୟ ଅବଲମ୍ବନ କଲେ ମଧ୍ୟ ସମୟଚକ୍ର ଦୁଃଖସୀମାକୁ ଆଜି ଅତିକ୍ରମ କରିପାରିବ ନାହିଁ। କିନ୍ତୁ ଅନୁରାଧା ନକ୍ଷତ୍ର କର୍ମ କ୍ଷେତ୍ରରେ ଉସତ୍ାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। ଉଚ୍ଚବର୍ଗଙ୍କ ସହାୟତା ଲାଭ କରି ସ୍ଥଗିତ କାମର ପୁନରୁଦ୍ଧାର କରିପାରନ୍ତି। ଦୀର୍ଘଦିନରୁ କ୍ଷୁଣ୍ଣ ହୋଇଥିବା ସମ୍ପର୍କ ପୁନଶ୍ଚ ଫେରି ପାଇବେ।
ଧନୁ
ଧନୁ
ସକାଳୁ କୌଣସି ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଅଭାବ ନ ଥିଲେ ମଧ୍ୟ ମାନସିକ ସୁସ୍ଥତା ଅଭାବରୁ କୌଣସି ସୁଖଦ ପରିସ୍ଥିତି ମଧ୍ୟ ଉପଭୋଗ୍ୟ ହେବନାହିଁ। ପ୍ରକାଶନ, ପ୍ରଶାସନ, ରଚନାମତ୍କ କାମ, ଗବେଷଣା, ଅନୁସନ୍ଧାନ, କଳା, ସାହିତ୍ୟ ପ୍ରଭୃତି କ୍ଷେତ୍ରରେ ଶୁଭଫଳ ପାଇବେ। ପଡୋଶୀଙ୍କ ଶତ୍ରୁତା ମନୋଭବରେ କ୍ଷୁବ୍ଧ ହେବେ।
ମକର
ମକର
ପ୍ରତିରୋଧର ସାମ୍‌ନା କରି ନିଜର ଲକ୍ଷ୍ୟ ସାଧନ ଦିଗରେ ଅଗ୍ରସର ହେବେ। ଯୁକ୍ତିଯୁକ୍ତ କଥା କହି ନିଜ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ମୁଗ୍ଧ କରିବେ। ଆର୍ଥିକ ଋଣ ଭାର କ୍ରମଶଃ ବୃଦ୍ଧି ପାଉଥିବା କାରଣରୁ ସାମୟିକ ଚିନ୍ତା କରିବେ। ଦୀର୍ଘ ପ୍ରତୀକ୍ଷାର ଅବସାନ ଘଟିବ ଏବଂ ହଠାତ୍‌ କୌଣସି ଖବର ପାଇ ଖୁସି ହେବେ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ହେତୁ ଚିନ୍ତା କରିପାରନ୍ତି। ଗତକାଲିଠାରୁ ସ୍ଥଗିତ କାମକୁ ଆଜି ପୂରା ଦମରେ କରିବାପାଇଁ ନିଷ୍ପତ୍ତି ନେବେ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବା ଦ୍ୱାରା ଅଟକି ଥିବା କାମ ତ୍ୱରାନ୍ବିତ ହେବ। ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।
ମୀନମୀନ
କର୍ମକ୍ଷେତ୍ରରେ ସାମାନ୍ୟ ସୁଧାର ଆସିଲେ ମଧ୍ୟ ପାରିବାରିକ ସ୍ଥିତି ପୂର୍ବପରି ରହିବ। ଅଭାବ ନ ଥିଲେ ମଧ୍ୟ କ୍ରମଶଃ ଆବଶ୍ୟକତା ବୃଦ୍ଧି ପାଉଥିବାର ଅନୁଭବ କରିବେ। ବ୍ୟବସାୟ, ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ସଭାସମିତିରେ ବନ୍ଧୁ ମିଳନରୁ ଆନନ୍ଦିତ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ନିଜ ପରିବେଶରେ ବନ୍ଧୁମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି। ଅର୍ଥନୈତିକ ଅଭିବୃଦ୍ଧିଜନିତ ବୈଷୟିକ ସୁଖ, ସମୃଦ୍ଧି ପାଇପାରିବେ। ଆଲୋଚନା ସଭାରେ ଅନ୍ୟମାନଙ୍କ...

ରାଶିଫଳ: ବୁଧବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମନକୁ ସୁହାଇଲା ଭଳି କଥାରୁ ପ୍ରଶଂସିତ ହେବେ। ଶିକ୍ଷା କ୍ଷେତ୍ରରେ ସୁନାମ, ପିଲାଙ୍କ ସଫଳତା, ଉନ୍ନତ ମାନର ଆଲୋଚନା କାରଣରୁ ଖୁସି...

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଯୁକ୍ତ କେତୁ କାରଣରୁ ମାନସିକ ସ୍ବାସ୍ଥ୍ୟହାନି ଅଶାନ୍ତ ରହିପାରନ୍ତି। ପାରିବାରିକ କ୍ଷେତ୍ରରେ ସୁସମ୍ପର୍କ ଅଭାବଜନିତ ଦୁଶ୍ଚିନ୍ତା ସୃଷ୍ଟିହୋଇପାରେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ...

ରାଶିଫଳ: ସୋମବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆପଣଙ୍କ ରାଶିରେ ମଙ୍ଗଳ ସ୍ବାସ୍ଥ୍ୟକୁ ନିୟନ୍ତ୍ରଣ ମଧ୍ୟରେ ରଖିବ। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରଖିବା ସକାଶେ ଚେଷ୍ଟା କରି ବିଫଳ...

ରାଶିଫଳ: ରବିବାର, ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଆଜି ପାରିବାରିକ ଓ ସାମାଜିକ ସ୍ତରରେ ନିଜର ପ୍ରାଧାନ୍ୟ ବୃଦ୍ଧି କରିପାରିବେ। କର୍ମକ୍ଷେତ୍ର, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା...

ରାଶିଫଳ: ଶନିବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ କାମକୁ ତ୍ୱରାନ୍ବିତ କରିବାରେ ସହାୟ ହେବ। ଖାଦ୍ୟପେୟର ଅନିୟମିତତା କାରଣରୁ ସ୍ବାସ୍ଥ୍ୟରେ ବ୍ୟତିକ୍ରମ ଦେଖାଦେବ। ଆର୍ଥିକ ସ୍ବଚ୍ଛଳତା ଫେରିପାଇବେ...

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ଉତ୍ସାହର ସହ କାମ କରିବାରେ ସମର୍ଥ ହେବେ। ଭୁଲ୍‌ ବୁଝାମଣା କାରଣରୁ ସବୁ ସୁବିଧା ଥିଲେ ମଧ୍ୟ ପାରିବାରିକ ଶାନ୍ତି ବ୍ୟାହତ...

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୧ ତାରିଖ – Daily Horoscope

ମେଷ ଆଜି ସ୍ବଗୃହୀ କେନ୍ଦ୍ରସ୍ଥ ଚନ୍ଦ୍ର ପ୍ରଭାବରେ ଲୋକପ୍ରିୟତା, ଜନସମର୍ଥନ ଓ କର୍ମକ୍ଷେତ୍ରରେ ପ୍ରଶଂସାର ପାତ୍ର ହେବେ। ବିଭିନ୍ନ ଦିଗରେ ଖର୍ଚ୍ଚ ପରିମାଣ ବଢ଼ିଯିବ। ଭ୍ରମଣହେତୁକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri