Posted inRasifala

ରାଶିଫଳ: ରବିବାର, ଜାନୁଆରୀ ୧୦ ତାରିଖ – Daily Horoscope

ମେଷ
ଆଜି ଘରର କଥା ହେଉ କିମ୍ବା ଅଫିସିଆଲି କାମରେ, ଅଟକି ରହିଥିବା କାମ ସମ୍ପନ୍ନ କରିବେ। ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ, ମରାମତି, ଯାନ୍ତ୍ରିକ ଜନିଷ କିଣା ବିକା ସବୁ କିଛି ପାଇଁ ଭଲ। ପଡ଼ୋଶୀ, ସହକର୍ମୀ, ଭାଇଭଉଣୀ ସହ ଯୁକ୍ତିତର୍କ ଲାଗିପାରେ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି।
ବୃଷ
ବୃଷ
ସକାଳୁ କିଛି ଅର୍ଥ କିମ୍ବା ଖୁସି ଖବର ପାଇବେ। ଆପଣ ଅନାବଶ୍ୟକ ଭାବରେ କାହାକୁ କିଛି ଉପଦେଶ ଦେଲେ ସେହି ବ୍ୟକ୍ତି ତାହାକୁ ଭୁଲ୍‌ ବୁଝିବ। ଅଫିସ୍‌କୁ ଯିବା ବାଟରେ ଅଜଣା ବ୍ୟକ୍ତି ଦ୍ୱାରା ଅସମ୍ମାନିତ ହୋଇପାରନ୍ତି। ଚେଷ୍ଟା କରୁଥିବା କାମ ଶୀଘ୍ର ଶେଷ କରିବା ପାଇଁ ଖୁବ୍‌ ଆଶାବାଦୀ ହେବେ।
ମିଥୁନ
ମିଥୁନ
ଆଜି ଦିନଟିରେ ଯାହା କରିବା ପାଇଁ ମନସ୍ଥ କରିଛନ୍ତି,ତାହା ସକାଳୁ ଆରମ୍ଭ କରିଦେବା ଭଲ। ବନ୍ଧୁଙ୍କ ଫେରିବା ବାଟକୁ ଚାହିଁ ଧୈର୍ଯ୍ୟହରା ହୋଇପାରନ୍ତି। ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡିପାରନ୍ତି।
କର୍କଟ
କର୍କଟ
ପ୍ରତ୍ୟେକ କ୍ଷେତ୍ରରେ ଅବହେଳା ଓ ନିଜର କାଳକ୍ଷେପଣ ନୀତି କିମ୍ବା ଅଳସୁଆମି ହେତୁ କାମ ଗୁଡିକ ଧିମେଇ ଯିବ। ଅର୍ଥାଭାବ ନ ଥିଲେ ମଧ୍ୟ ହାତ ଖୋଲା କରି ଖର୍ଚ୍ଚ କରିପାରିବେ ନାହିଁ। କଚେରି ମାମଲା କିମ୍ବା ବିବାଦୀୟ ଘଟଣା ଜଟିଳ ହେବ। ବନ୍ଧୁ ବାନ୍ଧବ ସୁବିଧାବାଦୀ ଗୁଣରେ ଶୋଷଣ କରିବେ।
ସି˚ହ
ସି˚ହ
କୌଣସି ନୂଆ କାମ ହାତକୁ ନେବେ। ନିରପେକ୍ଷତା ଅବଲମ୍ବନ ନ କଲେ ଘରେ ହେଉ କିମ୍ବା କର୍ମକ୍ଷେତ୍ରରେ ସମାଲୋଚିତ ହେବାକୁ ପଡିବ। ଦେହ ଭଲ ରହିବ, ମାତ୍ର ଦୁର୍ବଳତାଜନିତ କ୍ଲାନ୍ତିବୋଧ କରିବେ। ମନ ଭୁଲାଣିଆ କଥା କହି ଶତ୍ରୁଠାରୁ ମଧ୍ୟ କାମ ହାସଲ କରିନେଇପାରନ୍ତି।
କନ୍ୟା
ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟାର ମୁକାବିଲା ସହ ପରିସ୍ଥିତିକୁ ସାମନା କରିବାକୁ ପଡିବ। କେତେକ କାମ ଅଟକି ରହିଥିବା କାରଣରୁ ଟେନସନ୍‌ କିିଛି ମାତ୍ରାରେ ଲାଗିରହିବ। ଘରୋଇ କଳହକୁ ନେଇ ଅଶାନ୍ତି ଦେଖାଦେଇପାରେ। ପ୍ରିୟବନ୍ଧୁମାନଙ୍କ ସହ ହସ ଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ।
ତୁଳା
ତୁଳା
ନିକଟ ସମ୍ପର୍କୀୟ ଆଗରେ ନ ହେଲେ ମଧ୍ୟ ପଛରେ ବିଭିନ୍ନ କଥା କହିବେ। ଯେତେ ତୁନିତାନି କରି ରହିଲେ ମଧ୍ୟ ପରିବାର ଭିତରେ ପ୍ରଶଂସା ସୂଚକ ପଦୁଟିଏ କଥା ଶୁଣିବାକୁ ମିଳିବ ନାହିଁ। ବ୍ୟବସାୟରେ ଲାଭ କମ୍‌ ମିଳିଲେ ମଧ୍ୟ ଆଗାମୀ କ୍ଷେତ୍ର ପ୍ରସ୍ତୁତ ହୋଇ ରହିବ। ଯାନବାହନ ଚଳାଚଳରେ ଦେଖିଚାହିଁ ପଦକ୍ଷେପ ନିଅନ୍ତୁ।
ବିଛା
ବିଛା
ଦିନଟିରେ ଅଧିକାଂଶ ସମୟ ବନ୍ଧୁଙ୍କ ସହ ବିଭିନ୍ନ ଆଲୋଚନାରେ କଟିବ। ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ଅପମାନଜନକ ସ୍ଥିତିରୁ ଖସି ଯାଇପାରନ୍ତି। ବ୍ୟବସାୟ, ପରିବହନ, ରାଜନୀତି, କଳା ସାହିତ୍ୟ, ସାମ୍ବାଦିକତା ଓ ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରୁ ଶୁଭଫଳ ମିଳିବ।
ଧନୁ
ଧନୁ
ନୂତନ ଯୋଜନା ଆରମ୍ଭ କରି ଖୁସି ରହିବେ ଏବଂ ସମ୍ପର୍କୀୟଙ୍କ ସାହାଯ୍ୟ ଅବଶ୍ୟ ମିଳିବ। ମଙ୍ଗଳୋତ୍ସବ କାର୍ଯ୍ୟ ସମ୍ପନ୍ନ ପାଇଁ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। କୌଣସି ବ୍ୟକ୍ତିଙ୍କ ସରଳକଥାକୁ ଆଧାର କରି ଆଶାବାଦୀ ହେବେ। କେତେକ କ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।
ମକର
ମକର
ଆଶା ଓ ବିଶ୍ୱାସ ରଖି ମାଡିଚାଲିଲେ ଅବଶ୍ୟ ଆଶା ପୂରଣ ହୋଇଯିବ। କର୍ମକ୍ଷେତ୍ରରେ ଆଶାନୁରୂପକ ସଫଳତା ହାସଲ କରିିବେ। ନିଜର ଅବହେଳାରୁ କେତେକ ସୁଯୋଗ ହାତଛଡା ହୋଇପାରେ। ଆମତ୍ୀୟଙ୍କ ସହ ମତପାର୍ଥକ୍ୟ ହେବା କାରଣରୁ ମାନସିକ ଶାନ୍ତି ବ୍ୟାହତ ହେବ।
କୁମ୍ଭ
କୁମ୍ଭ
ସାଧାରଣ କଥାକୁ ବଡ ଆକାରରେ ଚିନ୍ତା କରି ବେଶି ବ୍ୟସ୍ତ ହୋଇପାରନ୍ତି। ଫେରିବା ରାସ୍ତାରେ ଜଣେ ଅପରିଚିତଙ୍କ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ଉପରିସ୍ଥମାନେ ଆପଣଙ୍କ ସହଯୋଗ ଲୋଡ଼ିପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ତଥା ଏଜେନ୍ସି ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ।
ମୀନମୀନ
ଯେତେ ଚେଷ୍ଟା କଲେ ମଧ୍ୟ ଅନ୍ୟମାନଙ୍କୁ ସହଜରେ ସନ୍ତୁଷ୍ଟ କରିପାରିବେ ନାହିଁ। କର୍ମକ୍ଷେତ୍ରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ। ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ। ଶାରୀରିକ ସୁସ୍ଥତା ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁ ଖୁସି ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜୁଲାଇ ୨୪ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ସକାଶେ ପାରିବେଶିକ କୁପ୍ରଭାବ ମାନସିକ ଓ ଶାରୀରିକ ଦିଗ ପାଇଁ ପ୍ରତିକୂଳ ପ୍ରଭାବ ପକାଇବ। ଆର୍ଥିକ ଅଭିବୃଦ୍ଧି ସାଙ୍ଗକୁ, ଧର୍ମୀୟ ଭାବନା, ବନ୍ଧୁମିଳନ…

ରାଶିଫଳ: ଗୁରୁବାର, ଜୁଲାଇ ୨୩ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ମନରେ ଧାର୍ମିକ ଭାବନା, ସାଂଗଠନିକ ପ୍ରବୃତ୍ତି, ସେବା ମନୋଭାବ ଯୋଗୁ ସାମାଜିକ ସ୍ତରରେ ପ୍ରଶଂସିତ ହେବେ। ଆର୍ଥିକ ଅଭାବ, ଅନଟନ ନ ଥିଲେ…

ରାଶିଫଳ: ବୁଧବାର, ଜୁଲାଇ ୨୨ ତାରିଖ – Daily Horoscope

ମେଷ ଆଜି ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଲେ ମଧ୍ୟ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ବହୁତ ଭଲ। ଆଲୋଚନା କ୍ରମରେ ଘରର କେତେକ କାମକୁ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri