Posted inRasifala

ରାଶିଫଳ: ମଙ୍ଗଳବାର, ଜାନୁୟାରୀ ୩ ତାରିଖ – Daily Horoscope

ମେଷ
ଆଜି ରବିଙ୍କ ନକ୍ଷତ୍ରରେ ଚନ୍ଦ୍ର ଅର୍ଥ ଓ ବୈଷୟିକ ସୁଖ ସମୃଦ୍ଧି ଦିଗରେ ନୂତନ ପଦକ୍ଷେପ ନେଇପାରନ୍ତି। ପ୍ରଶାସନ, ପ୍ରକାଶନ, ଅଧ୍ୟୟନ ଓ ଅଧ୍ୟାପନା, ସାହିତ୍ୟ ଚର୍ଚ୍ଚା କ୍ଷେତ୍ରରୁ ଶୁଭଫଳ ମିଳିବ। ବ୍ୟବସାୟ ଓ ପରିବହନରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି। ପରିବାରର ଅଭିଳଷିତ ଜିନିଷଟି ଆଜି ବିଳମ୍ବିତ ସମୟରେ ପାଇବେ।
ବୃଷ
ବୃଷ
ଆଜିର ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରେ ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ସରଳ ସୁନ୍ଦର ବ୍ୟବହାରରେ ଅନ୍ୟମାନଙ୍କୁ ଆପ୍ୟାୟିତ କରିବେ। ଅତୀତର କୌଣସି ବିବାଦୀୟ ଘଟଣା ସମାଧାନ ଦିଗକୁ ମୁହାଁଇବ, କିନ୍ତୁ ପାରିବାରିକ ସ୍ଥିତି ଭଲ ରହି ନ ପାରେ। ବ୍ୟବସାୟ ଓ ପରିବହନ କ୍ଷେତ୍ରରୁ ଲାଭବାନ ହେବେ। କିନ୍ତୁ ସଂଘର୍ଷମୟ ସ୍ଥିତି ଲାଗି ରହିବ।
ମିଥୁନ
ମିଥୁନ
ଅଷ୍ଟମସ୍ଥ ଶନି ଓ ଶୁକ୍ରଜନିତ ଅର୍ଥ ସମ୍ବନ୍ଧୀୟ ବିବାଦର ସମ୍ମୁଖୀନ ହୋଇପାରନ୍ତି। ନିଜ ଲୋକମାନେ ଦୂରେଇ ରହିବା ହେତୁ ମନ ଅସ୍ଥିର ରହିବ। ସଭାସମିତିରେ ଅପ୍ରିୟ ସତ୍ୟ କହି ସମସ୍ୟାକୁ ଡାକି ଆଣିଲା ଭଳି କାମ କରିପାରନ୍ତି। କ୍ରୀଡ଼ା, କଳା, ସାହିତ୍ୟ, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇବା ଆଶା ରହିଛି।
କର୍କଟ
କର୍କଟ
କର୍ମକ୍ଷେତ୍ର ପୂର୍ଣ୍ଣ ସନ୍ତୋଷଜନକ ନ ହେଲେ ମଧ୍ୟ ଧୈର୍ଯ୍ୟଧାରଣପୂର୍ବକ ମାନସିକସ୍ଥିତି ବେଶ୍‌ ଭଲ ରହିବ। ଚନ୍ଦ୍ରଙ୍କ ଏକାଦଶ ସ୍ଥିତି ସ୍ବାସ୍ଥ୍ୟୋନ୍ନତି, ଅର୍ଥଲାଭ, ନୂତନ ବନ୍ଧୁ ସମ୍ପର୍କ, ଫଳପ୍ରଦ ଆଲୋଚନା, ବୈଷୟିକ ସୁଖ, ସମୃଦ୍ଧି ପ୍ରଦାନ କରିବ। କିନ୍ତୁ ପାରିବାରିକ ସମସ୍ୟା ହେତୁ ଅନ୍ତର୍ଦ୍ୱନ୍ଦ୍ୱ କାରଣରୁ ଅନ୍ୟମନସ୍କ ରହିପାରନ୍ତି।
ସି˚ହ
ସି˚ହ
ରବି ଧର୍ମକର୍ମାଧିପଙ୍କ ସହ ଅବସ୍ଥାନ କରୁଥିବାରୁ ଲକ୍ଷ୍ୟ ହାସଲରେ ସଫଳ ହେବେ। ଉଚ୍ଚପଦସ୍ଥ ସରକାରୀ କର୍ମଚାରୀଙ୍କ ସହ ସାକ୍ଷାତକଲେ ଉପକୃତ ହେବେ। ଆମତ୍ୀୟଙ୍କୁ ସହମତି କରାଇବା ସକାଶେ କିଛିଟା ତ୍ୟାଗ ସ୍ବୀକାର କରିବାକୁ ପଡ଼ିପାରେ। ଆନୁଷ୍ଠାନିକ, ବ୍ୟବସାୟିକ, ସାଂଗଠନିକ କାର୍ଯ୍ୟରେ ସନ୍ତୋଷଜନକ ଫଳ ମିଳିପାରିବ।
କନ୍ୟା
ଅନୁକୂଳ ଗ୍ରହ ସ୍ଥିତିରୁ ଆଜି ଯେଉ ଁ କାମରେ ହାତ ଦେବେ ସେଥିରେ ସଫଳତା ନିଶ୍ଚିତ। ପାରିବାରିକ କ୍ଷେତ୍ରରେ ଭୁଲ୍‌ ବୁଝାମଣା ଓ ମତାନ୍ତରକୁ କୌଶଳପୂର୍ଣ୍ଣ କଥା କହି ନିୟନ୍ତ୍ରଣ କରିପାରିବେ। ଆର୍ଥିକ କ୍ଷେତ୍ର ଭଲ ନ ଥିବାରୁ କୌଣସି ଜିନିଷ କିଣିପାରିବେ ନାହିଁ। ସାଧାରଣ ଭୁଲ୍‌ଜନିତ ଅଫିସ୍‌ରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇପାରେ।
ତୁଳା
ତୁଳା
ଅଷ୍ଟମସ୍ଥ ଚନ୍ଦ୍ର ଓ ରାଶିରେ କେତୁ ଥିବାରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ନିଜର ଅସଫଳତା ପଛରେ କୌଣସି ବନ୍ଧୁଙ୍କ ହାତରହିଥିବା ସନ୍ଦେହକରି ଅସନ୍ତୁଷ୍ଟ ରହିପାରନ୍ତି। କର୍ମକ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୂରେଇ ନେବାର ମନୋବଳ ବଳବତ୍ତର ରହିବ। ବ୍ୟବସାୟ, ପରିବହନ, ରାଜନୀତି, କଳା, ସାହିତ୍ୟ କ୍ଷେତ୍ରରେ ସମ୍ମାନ ପାଇବେ।
ବିଛା
ବିଛା
ଏକାଧିକଗ୍ରହଙ୍କ ଶୁଭତ୍ୱ କାରଣରୁ କାର୍ଯ୍ୟସିଦ୍ଧି, ଶୁଭଖବର, ଅର୍ଥ ଓ ସମ୍ମାନ ଲାଭ କରିପାରିବେ। ଆପଣଙ୍କ ଯୁକ୍ତିଯୁକ୍ତ ବିଚାରଧାରାକୁ କର୍ମକ୍ଷେତ୍ରରେ ସହମତି ମିଳିବାରେ କୌଣସି ଅସୁବିଧା ରହିବ ନାହିଁ। ସ୍ତ୍ରୀଙ୍କୁ, ବ୍ୟବସାୟରେ ଅଂଶୀଦାରଙ୍କୁ, କଚେରି ମାମଲାରେ ମହକିଲଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ।
ଧନୁ
ଧନୁ
ରାହୁ ପଞ୍ଚମଭାବରେ ରହିଥିବାରୁ ଆପଣଙ୍କ ଭୁଲ୍‌ ନିଷ୍ପତ୍ତି ଅଶାନ୍ତିକର ପରିସ୍ଥିତି ସୃଷ୍ଟି କରିବ। କିନ୍ତୁ ପରିବାରରେ, ଲୋକସମ୍ପର୍କ କ୍ଷେତ୍ରରେ, ସାଂଗଠନିକ ସ୍ତରରେ ଲକ୍ଷ୍ୟ ହାସଲ କରିବେ। ଅତୀତ ଘଟଣାକୁ ନେଇ ଅନିଷ୍ଟକର ବାତାବରଣ ସୃଷ୍ଟି କରିପାରନ୍ତି। କୌଣସି ଜିନିଷ ହରାଇ ତିରସ୍କାର ଶୁଣିବାକୁ ପଡ଼ିପାରେ।
ମକର
ମକର
ଶନିଙ୍କ ଦୃଷ୍ଟିରେ ବୃହସ୍ପତି ଥିବାରୁ ସହକର୍ମୀ, ପଡ଼ୋଶୀ କିମ୍ବା ନିକଟରେ ରହୁଥିବା ବ୍ୟକ୍ତି ଦ୍ୱାରା କୌଣସି ସମସ୍ୟା ଆସିପାରେ। କାର୍ଯ୍ୟହାନିରୁ ଅସନ୍ତୋଷ, ମତାନ୍ତରରୁ ବନ୍ଧୁ ବିରୋଧ, ପ୍ରତିରୋଧଜନିତ କଳହର ସମ୍ମୁଖୀନ ହେବାକୁ ପଡ଼ିବ। ଖର୍ଚ୍ଚଭାର ବୃଦ୍ଧି ସହ ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବା ଆଶଙ୍କା ମଧ୍ୟ ରହିଛି।
କୁମ୍ଭ
କୁମ୍ଭ
ବକ୍ରୀ ମଙ୍ଗଳ ସହ କର୍ମାଧିପ ଚନ୍ଦ୍ରଙ୍କ ସଂଯୋଗରୁ କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ। କିନ୍ତୁ ସାମୟିକ ଭାବରେ କୌଣସି ବ୍ୟକ୍ତିଙ୍କ ସହ କଳହ ଲାଗିପାରେ। ଶୁକ୍ର ଓ ଶନିଙ୍କ ସମ୍ପର୍କରୁ ପାରିବାରିକ କ୍ଷେତ୍ରରେ ସବୁ ଜାଣିଶୁଣି ନୀରବତା ଅବଲମ୍ବନ କରିବେ। ଅନ୍ୟମନସ୍କ ରହିବା ଦ୍ୱାରା କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ ା
ମୀନମୀନ
ଭାଗ୍ୟସ୍ଥାନକୁ ଭାଗ୍ୟ ଓ ପଞ୍ଚମାଧିପଙ୍କ ଦୃଷ୍ଟି ସୌଭାଗ୍ୟର ସ୍ବରୂପ ପ୍ରତ୍ୟେକ ପ୍ରକାର ଶୁଭଫଳ ପ୍ରାପ୍ତ ହେବେ। ଘରେ ବାହାରେ ସବୁଠି ସମ୍ମାନ ଓ ସଦିଚ୍ଛା ଊଣା ହେବ ନାହିଁ। ଆନୁଷ୍ଠାନିକ କାମରୁ ସମ୍ମାନ ଲାଭ ହେବ। ପରୋକ୍ଷ ଶତ୍ରୁତାକୁ ଭୁଲିଗଲେ ଚଳିବ ନାହିଁ। ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ଜମିଜମା କାରବାରରେ ଲାଭବାନ୍‌ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri