Posted inRasifala

ରାଶିଫଳ: ମଙ୍ଗଳବାର, ଜାନୁୟାରୀ ୩ ତାରିଖ – Daily Horoscope

ମେଷ
ଆଜି ରବିଙ୍କ ନକ୍ଷତ୍ରରେ ଚନ୍ଦ୍ର ଅର୍ଥ ଓ ବୈଷୟିକ ସୁଖ ସମୃଦ୍ଧି ଦିଗରେ ନୂତନ ପଦକ୍ଷେପ ନେଇପାରନ୍ତି। ପ୍ରଶାସନ, ପ୍ରକାଶନ, ଅଧ୍ୟୟନ ଓ ଅଧ୍ୟାପନା, ସାହିତ୍ୟ ଚର୍ଚ୍ଚା କ୍ଷେତ୍ରରୁ ଶୁଭଫଳ ମିଳିବ। ବ୍ୟବସାୟ ଓ ପରିବହନରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି। ପରିବାରର ଅଭିଳଷିତ ଜିନିଷଟି ଆଜି ବିଳମ୍ବିତ ସମୟରେ ପାଇବେ।
ବୃଷ
ବୃଷ
ଆଜିର ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରେ ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ସରଳ ସୁନ୍ଦର ବ୍ୟବହାରରେ ଅନ୍ୟମାନଙ୍କୁ ଆପ୍ୟାୟିତ କରିବେ। ଅତୀତର କୌଣସି ବିବାଦୀୟ ଘଟଣା ସମାଧାନ ଦିଗକୁ ମୁହାଁଇବ, କିନ୍ତୁ ପାରିବାରିକ ସ୍ଥିତି ଭଲ ରହି ନ ପାରେ। ବ୍ୟବସାୟ ଓ ପରିବହନ କ୍ଷେତ୍ରରୁ ଲାଭବାନ ହେବେ। କିନ୍ତୁ ସଂଘର୍ଷମୟ ସ୍ଥିତି ଲାଗି ରହିବ।
ମିଥୁନ
ମିଥୁନ
ଅଷ୍ଟମସ୍ଥ ଶନି ଓ ଶୁକ୍ରଜନିତ ଅର୍ଥ ସମ୍ବନ୍ଧୀୟ ବିବାଦର ସମ୍ମୁଖୀନ ହୋଇପାରନ୍ତି। ନିଜ ଲୋକମାନେ ଦୂରେଇ ରହିବା ହେତୁ ମନ ଅସ୍ଥିର ରହିବ। ସଭାସମିତିରେ ଅପ୍ରିୟ ସତ୍ୟ କହି ସମସ୍ୟାକୁ ଡାକି ଆଣିଲା ଭଳି କାମ କରିପାରନ୍ତି। କ୍ରୀଡ଼ା, କଳା, ସାହିତ୍ୟ, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇବା ଆଶା ରହିଛି।
କର୍କଟ
କର୍କଟ
କର୍ମକ୍ଷେତ୍ର ପୂର୍ଣ୍ଣ ସନ୍ତୋଷଜନକ ନ ହେଲେ ମଧ୍ୟ ଧୈର୍ଯ୍ୟଧାରଣପୂର୍ବକ ମାନସିକସ୍ଥିତି ବେଶ୍‌ ଭଲ ରହିବ। ଚନ୍ଦ୍ରଙ୍କ ଏକାଦଶ ସ୍ଥିତି ସ୍ବାସ୍ଥ୍ୟୋନ୍ନତି, ଅର୍ଥଲାଭ, ନୂତନ ବନ୍ଧୁ ସମ୍ପର୍କ, ଫଳପ୍ରଦ ଆଲୋଚନା, ବୈଷୟିକ ସୁଖ, ସମୃଦ୍ଧି ପ୍ରଦାନ କରିବ। କିନ୍ତୁ ପାରିବାରିକ ସମସ୍ୟା ହେତୁ ଅନ୍ତର୍ଦ୍ୱନ୍ଦ୍ୱ କାରଣରୁ ଅନ୍ୟମନସ୍କ ରହିପାରନ୍ତି।
ସି˚ହ
ସି˚ହ
ରବି ଧର୍ମକର୍ମାଧିପଙ୍କ ସହ ଅବସ୍ଥାନ କରୁଥିବାରୁ ଲକ୍ଷ୍ୟ ହାସଲରେ ସଫଳ ହେବେ। ଉଚ୍ଚପଦସ୍ଥ ସରକାରୀ କର୍ମଚାରୀଙ୍କ ସହ ସାକ୍ଷାତକଲେ ଉପକୃତ ହେବେ। ଆମତ୍ୀୟଙ୍କୁ ସହମତି କରାଇବା ସକାଶେ କିଛିଟା ତ୍ୟାଗ ସ୍ବୀକାର କରିବାକୁ ପଡ଼ିପାରେ। ଆନୁଷ୍ଠାନିକ, ବ୍ୟବସାୟିକ, ସାଂଗଠନିକ କାର୍ଯ୍ୟରେ ସନ୍ତୋଷଜନକ ଫଳ ମିଳିପାରିବ।
କନ୍ୟା
ଅନୁକୂଳ ଗ୍ରହ ସ୍ଥିତିରୁ ଆଜି ଯେଉ ଁ କାମରେ ହାତ ଦେବେ ସେଥିରେ ସଫଳତା ନିଶ୍ଚିତ। ପାରିବାରିକ କ୍ଷେତ୍ରରେ ଭୁଲ୍‌ ବୁଝାମଣା ଓ ମତାନ୍ତରକୁ କୌଶଳପୂର୍ଣ୍ଣ କଥା କହି ନିୟନ୍ତ୍ରଣ କରିପାରିବେ। ଆର୍ଥିକ କ୍ଷେତ୍ର ଭଲ ନ ଥିବାରୁ କୌଣସି ଜିନିଷ କିଣିପାରିବେ ନାହିଁ। ସାଧାରଣ ଭୁଲ୍‌ଜନିତ ଅଫିସ୍‌ରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇପାରେ।
ତୁଳା
ତୁଳା
ଅଷ୍ଟମସ୍ଥ ଚନ୍ଦ୍ର ଓ ରାଶିରେ କେତୁ ଥିବାରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ନିଜର ଅସଫଳତା ପଛରେ କୌଣସି ବନ୍ଧୁଙ୍କ ହାତରହିଥିବା ସନ୍ଦେହକରି ଅସନ୍ତୁଷ୍ଟ ରହିପାରନ୍ତି। କର୍ମକ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୂରେଇ ନେବାର ମନୋବଳ ବଳବତ୍ତର ରହିବ। ବ୍ୟବସାୟ, ପରିବହନ, ରାଜନୀତି, କଳା, ସାହିତ୍ୟ କ୍ଷେତ୍ରରେ ସମ୍ମାନ ପାଇବେ।
ବିଛା
ବିଛା
ଏକାଧିକଗ୍ରହଙ୍କ ଶୁଭତ୍ୱ କାରଣରୁ କାର୍ଯ୍ୟସିଦ୍ଧି, ଶୁଭଖବର, ଅର୍ଥ ଓ ସମ୍ମାନ ଲାଭ କରିପାରିବେ। ଆପଣଙ୍କ ଯୁକ୍ତିଯୁକ୍ତ ବିଚାରଧାରାକୁ କର୍ମକ୍ଷେତ୍ରରେ ସହମତି ମିଳିବାରେ କୌଣସି ଅସୁବିଧା ରହିବ ନାହିଁ। ସ୍ତ୍ରୀଙ୍କୁ, ବ୍ୟବସାୟରେ ଅଂଶୀଦାରଙ୍କୁ, କଚେରି ମାମଲାରେ ମହକିଲଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ।
ଧନୁ
ଧନୁ
ରାହୁ ପଞ୍ଚମଭାବରେ ରହିଥିବାରୁ ଆପଣଙ୍କ ଭୁଲ୍‌ ନିଷ୍ପତ୍ତି ଅଶାନ୍ତିକର ପରିସ୍ଥିତି ସୃଷ୍ଟି କରିବ। କିନ୍ତୁ ପରିବାରରେ, ଲୋକସମ୍ପର୍କ କ୍ଷେତ୍ରରେ, ସାଂଗଠନିକ ସ୍ତରରେ ଲକ୍ଷ୍ୟ ହାସଲ କରିବେ। ଅତୀତ ଘଟଣାକୁ ନେଇ ଅନିଷ୍ଟକର ବାତାବରଣ ସୃଷ୍ଟି କରିପାରନ୍ତି। କୌଣସି ଜିନିଷ ହରାଇ ତିରସ୍କାର ଶୁଣିବାକୁ ପଡ଼ିପାରେ।
ମକର
ମକର
ଶନିଙ୍କ ଦୃଷ୍ଟିରେ ବୃହସ୍ପତି ଥିବାରୁ ସହକର୍ମୀ, ପଡ଼ୋଶୀ କିମ୍ବା ନିକଟରେ ରହୁଥିବା ବ୍ୟକ୍ତି ଦ୍ୱାରା କୌଣସି ସମସ୍ୟା ଆସିପାରେ। କାର୍ଯ୍ୟହାନିରୁ ଅସନ୍ତୋଷ, ମତାନ୍ତରରୁ ବନ୍ଧୁ ବିରୋଧ, ପ୍ରତିରୋଧଜନିତ କଳହର ସମ୍ମୁଖୀନ ହେବାକୁ ପଡ଼ିବ। ଖର୍ଚ୍ଚଭାର ବୃଦ୍ଧି ସହ ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବା ଆଶଙ୍କା ମଧ୍ୟ ରହିଛି।
କୁମ୍ଭ
କୁମ୍ଭ
ବକ୍ରୀ ମଙ୍ଗଳ ସହ କର୍ମାଧିପ ଚନ୍ଦ୍ରଙ୍କ ସଂଯୋଗରୁ କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ। କିନ୍ତୁ ସାମୟିକ ଭାବରେ କୌଣସି ବ୍ୟକ୍ତିଙ୍କ ସହ କଳହ ଲାଗିପାରେ। ଶୁକ୍ର ଓ ଶନିଙ୍କ ସମ୍ପର୍କରୁ ପାରିବାରିକ କ୍ଷେତ୍ରରେ ସବୁ ଜାଣିଶୁଣି ନୀରବତା ଅବଲମ୍ବନ କରିବେ। ଅନ୍ୟମନସ୍କ ରହିବା ଦ୍ୱାରା କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ ା
ମୀନମୀନ
ଭାଗ୍ୟସ୍ଥାନକୁ ଭାଗ୍ୟ ଓ ପଞ୍ଚମାଧିପଙ୍କ ଦୃଷ୍ଟି ସୌଭାଗ୍ୟର ସ୍ବରୂପ ପ୍ରତ୍ୟେକ ପ୍ରକାର ଶୁଭଫଳ ପ୍ରାପ୍ତ ହେବେ। ଘରେ ବାହାରେ ସବୁଠି ସମ୍ମାନ ଓ ସଦିଚ୍ଛା ଊଣା ହେବ ନାହିଁ। ଆନୁଷ୍ଠାନିକ କାମରୁ ସମ୍ମାନ ଲାଭ ହେବ। ପରୋକ୍ଷ ଶତ୍ରୁତାକୁ ଭୁଲିଗଲେ ଚଳିବ ନାହିଁ। ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ଜମିଜମା କାରବାରରେ ଲାଭବାନ୍‌ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜି ମଙ୍ଗଳ ସହ ଶନିଙ୍କ ସଂଯୋଗ ହେତୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ। ବ୍ୟବସାୟ,ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ ସାଧନ ପାଇଁ କୌଣସି...

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ନିଜ ପରିବେଶରେ ବନ୍ଧୁମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି। ଅର୍ଥନୈତିକ ଅଭିବୃଦ୍ଧିଜନିତ ବୈଷୟିକ ସୁଖ, ସମୃଦ୍ଧି ପାଇପାରିବେ। ଆଲୋଚନା ସଭାରେ ଅନ୍ୟମାନଙ୍କ...

ରାଶିଫଳ: ବୁଧବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମନକୁ ସୁହାଇଲା ଭଳି କଥାରୁ ପ୍ରଶଂସିତ ହେବେ। ଶିକ୍ଷା କ୍ଷେତ୍ରରେ ସୁନାମ, ପିଲାଙ୍କ ସଫଳତା, ଉନ୍ନତ ମାନର ଆଲୋଚନା କାରଣରୁ ଖୁସି...

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଯୁକ୍ତ କେତୁ କାରଣରୁ ମାନସିକ ସ୍ବାସ୍ଥ୍ୟହାନି ଅଶାନ୍ତ ରହିପାରନ୍ତି। ପାରିବାରିକ କ୍ଷେତ୍ରରେ ସୁସମ୍ପର୍କ ଅଭାବଜନିତ ଦୁଶ୍ଚିନ୍ତା ସୃଷ୍ଟିହୋଇପାରେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ...

ରାଶିଫଳ: ସୋମବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆପଣଙ୍କ ରାଶିରେ ମଙ୍ଗଳ ସ୍ବାସ୍ଥ୍ୟକୁ ନିୟନ୍ତ୍ରଣ ମଧ୍ୟରେ ରଖିବ। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରଖିବା ସକାଶେ ଚେଷ୍ଟା କରି ବିଫଳ...

ରାଶିଫଳ: ରବିବାର, ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଆଜି ପାରିବାରିକ ଓ ସାମାଜିକ ସ୍ତରରେ ନିଜର ପ୍ରାଧାନ୍ୟ ବୃଦ୍ଧି କରିପାରିବେ। କର୍ମକ୍ଷେତ୍ର, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା...

ରାଶିଫଳ: ଶନିବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ କାମକୁ ତ୍ୱରାନ୍ବିତ କରିବାରେ ସହାୟ ହେବ। ଖାଦ୍ୟପେୟର ଅନିୟମିତତା କାରଣରୁ ସ୍ବାସ୍ଥ୍ୟରେ ବ୍ୟତିକ୍ରମ ଦେଖାଦେବ। ଆର୍ଥିକ ସ୍ବଚ୍ଛଳତା ଫେରିପାଇବେ...

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ଉତ୍ସାହର ସହ କାମ କରିବାରେ ସମର୍ଥ ହେବେ। ଭୁଲ୍‌ ବୁଝାମଣା କାରଣରୁ ସବୁ ସୁବିଧା ଥିଲେ ମଧ୍ୟ ପାରିବାରିକ ଶାନ୍ତି ବ୍ୟାହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri