Posted inRasifala

ରାଶିଫଳ: ଶନିବାର, ଡିସେମ୍ବର ୩୧ ତାରିଖ – Daily Horoscope

ମେଷ
ଆଜି ଦିନଟି ହସ, ଖୁସି ଓ ଆନନ୍ଦ ମଧ୍ୟରେ ଅତିବାହିତ ହେବ। ଆଜିର ପ୍ରତ୍ୟୁଷ ଯାତ୍ରା,ମାଙ୍ଗଳିକ କାମରେ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁନ୍ଦର ଓ ସୁମଧୁର ହୋଇ ଉଠିବ। ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଲାଭ କରିବେ। ରହିଯାଇଥିବା କାମକୁ ପୂରା ଦମ୍‌ରେ କରିବାପାଇଁ ନିଷ୍ପତ୍ତି ନେବେ।
ବୃଷ
ବୃଷ
ଅଟକି ରହିଥିବା କାମ ସମ୍ପନ୍ନ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ଆପଣଙ୍କ ପ୍ରଶଂସା ଓ ପ୍ରତିଷ୍ଠାକୁ ଅନ୍ୟମାନେ ସହି ନ ପାରି ଭିନ୍ନ ପ୍ରକାର ମନ୍ତବ୍ୟ ଦେଇପାରନ୍ତି। ସବୁଥିରେ ଆଗୁଆ ରହି କାମ କରିବା ହେତୁ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ। ବନ୍ଧୁଙ୍କଠାରୁ ହଠାତ୍‌ ନିମନ୍ତ୍ରଣ ପାଇ ଯାତ୍ରା କରିବାକୁ ପଡିପାରେ।
ମିଥୁନ
ମିଥୁନ
ଆଜି ଯେତିକି ପାଇବେ ପ୍ରତିଦାନରେ ଅଧିକ ଖର୍ଚ୍ଚ କରିବାକୁ ପଡିବ। ଅନ୍ୟମାନଙ୍କ ଫୁସୁଲା ଫୁସୁଲି କଥାରେ ଭାସିଯାଇ ଯେଉଁ କାମ କରିବେ। ନିକଟ ସମ୍ପର୍କୀୟମାନେ ଆପଣଙ୍କ ସାହାଯ୍ୟ ଲୋଡ଼ିପାରନ୍ତି। ଆନୁଷ୍ଠାନିକ କାମରେ କେବଳ ବେଠି ଖଟିବା ବ୍ୟତୀତ କିଛି ଲାଭ ହେବନି।
କର୍କଟ
କର୍କଟ
ବନ୍ଧୁଙ୍କ କଥାକୁ ଭାଙ୍ଗି ନ ପାରି କୌଣସି କାମରେ ନିଜକୁ ହଜାଇଦେବେ। ନିଜଲୋକ କେହି ହଇରାଣ କରିବାକୁ ଚେଷ୍ଟା କରି ବିଫଳ ହେବେ। କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ସୂଚକ ପଦୁଟିଏ କଥା ଶୁଣିବାକୁ ମିଳିବ ନାହିଁ। ପରିବହନରେ ଅଭିଯୋଗ ଆସିପାରେ। ଘରୋଇ କଥାରେ କିଛି ମତ ପାର୍ଥକ୍ୟ ସୃଷ୍ଟି ହେବ।
ସି˚ହ
ସି˚ହ
ବିଫଳ ଚିନ୍ତାଧାରା ମନକୁ ବେଶି ବିବ୍ରତ କରିପାରିବ ନାହିଁ। ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି। ପରିସ୍ଥିତି ବଶତଃ ଇଚ୍ଛା ନ ଥିଲେ ମଧ୍ୟ ବାଧ୍ୟବାଧକତାରେ ଦୂରସ୍ଥାନକୁ ଯିବାକୁ ପଡିବ। ପୃଷ୍ଠପୋଷକତା ଅଭାବରୁ କାମଗୁଡିକ ସୁବିଧାରେ ହେବା କଷ୍ଟକର ହୋଇପଡିବ।
କନ୍ୟା
ଆଜି ଫେରିବା ବେଳକୁ ଯିବା ସମୟର ଆନନ୍ଦ ଆଉ ନ ଥିବ। ଅନ୍ୟମାନଙ୍କଠାରୁ ଶୁଖିଲା ଉପଦେଶ ଶୁଣି ମନରେ ବିରକ୍ତି ଆସିବ। ଶତ୍ରୁମାନେ ପଛରେ ନାନାଦି କଥା କହିପାରନ୍ତି। ରୋଗୀଣା ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେବ, ବିଶେଷତଃ ଖାଦ୍ୟପେୟରେ ସତର୍କ ରୁହନ୍ତୁ। ବ୍ୟବସାୟ କ୍ଷେତ୍ରରେ ଠକାମିରେ ପଡିପାରନ୍ତି।
ତୁଳା
ତୁଳା
କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଆଜି ଦିନଟିରେ ମାତ୍ରାଧିକ ଭ୍ରମଣ ଯୋଗୁ ସାୟାହ୍ନରେ କ୍ଳାନ୍ତି ଅନୁଭବ କରିବେ। କଳା, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ମସ୍‌ଗୁଲ ରହିବେ। ନିଜ ପରିବାରର ଲୋକମାନଙ୍କ ସହ ଦୂରଯାତ୍ରା କରିବାକୁ ପଡିପାରେ।
ବିଛା
ବିଛା
ସୁସମ୍ପର୍କ ଅଭାବରୁ ଅନ୍ୟମାନେ କ୍ରମଶଃ ଦୂରେଇ ରହୁଥିବାର ଅନୁଭବ କରିବେ। କଳା, ସାହିତ୍ୟ ଓ ବନ୍ଧୁମିଳନ କ୍ଷେତ୍ରରେ ବେଶ୍‌ ଆଦୃତ ହେବେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। କିଛି କାମ ହାସଲ କରିବା ସକାଶେ ବହୁତ ଟଙ୍କା ଖର୍ଚ୍ଚକରି ଦୁଃଖିତ ହୋଇପାରନ୍ତି।
ଧନୁ
ଧନୁ
ଅପ୍ରିୟସତ୍ୟ ଭାଷଣଜନିତ ମତାନ୍ତରର ଆଶଙ୍କା ରହିଛି। ଭାଙ୍ଗି ପଡିଥିବା ସମ୍ପର୍କକୁ ପୁଣି ଯୋଡିବା ସକାଶେ ଚେଷ୍ଟା କରି ମଧ୍ୟ କିଛି ଲାଭ ପାଇବେ ନାହିଁ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଉନ୍ନତି କରିବେ। ଦୀର୍ଘଦିନରୁ ଭିତରେ ଭିତରେ କୁହୁଳୁଥିବା ପାରିବାରିିକ ସମସ୍ୟାର ସରଳ ସମାଧାନ କରିବେ।
ମକର
ମକର
ଆଜି ଆପଣ କଅଁଳ କଥା କହି ପରକୁ ଆପଣାର କରିପାରିବେ। ପ୍ରଶଂସା ଓ ପ୍ରୋତ୍ସାହନ ପାଇ ନିଜର ଭାବାବେଗକୁ ରୋକି ପାରିବେ ନାହିଁ। ଆଜିର ରାହୁକାଳରେ ଭଲ ସମ୍ପର୍କ ଥିବା ବନ୍ଧୁଟି ବେଳକାଳ ଉଣ୍ଡି ଅସୁବିଧାରେ ପକାଇପାରନ୍ତି। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ, ମାତ୍ର ବହୁତ କଷ୍ଟ ସହିବାକୁ ପଡିପାରେ।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କ୍ଷେତ୍ରରେ ସଂଯମ ରକ୍ଷା ନ କଲେ ବିବାଦ ଭିତରକୁ ଟାଣି ହୋଇପାରନ୍ତି। ଗତକାଲିର କୌଣସି ଘଟଣାକୁ ନେଇ ଆଜି ମନଟା ଭାରାକ୍ରାନ୍ତ ରହିବ। ସବୁ କାମ ନିରୁତ୍ସାହିତ ଭାବେ କରିବେ କିନ୍ତୁ କୌଣସିଥିରେ ଆନ୍ତରିକତା ରହିବ ନାହିଁ। ଶାରୀରିକ ଅସୁସ୍ଥତା ମଧ୍ୟ ଏହାର ଏକ କାରଣ ହୋଇପାରେ।
ମୀନମୀନ
ଆଜିର କାମରେ ଶେଷ ସମୟ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଲେ ନିଶ୍ଚିତ ଉଦ୍ଦେଶ୍ୟ ପୂରଣ ହୋଇପାରିବ। କିନ୍ତୁ ଭାବିଚିନ୍ତି କାମ ନ କଲେ ପାରିବାରିକ ପ୍ରତିରୋଧ କେତେକ କାମକୁ ବିଶୃଙ୍ଖଳିତ କରିପାରେ। ବନ୍ଧୁଙ୍କ ସହ ଏକ ମାମୁଲି ଘଟଣାରେ ମଧ୍ୟାହ୍ନରେ ଉଚ୍ଚବାଚ ଘଟିବାର ଆଶଙ୍କା ରହିଛି। ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍‌ ଠିକ୍‌ ହୋଇଯିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

ରାଶିଫଳ:ଶୁକ୍ରବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ ଆଜି କୋଣଭାବସ୍ଥ ଚନ୍ଦ୍ର ପାପଗ୍ରହ ଯୁକ୍ତ କାରଣରୁ ସନ୍ତାନ ହେତୁକ ଦୁଃଶ୍ଚିନ୍ତା ଲାଗିରହିବ।ରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ବିଶେଷ ଭଲ ରହିନପାରେ। ସ୍ବଗୃହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?