Posted inRasifala

ରାଶିଫଳ: ଶନିବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ
ବନ୍ଧୁମାନଙ୍କ ସହ କୌଣସି ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। କୌଣସି ସୁଯୋଗ ପାଇ ମଧ୍ୟ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ସଫଳତା ହାସଲ କରିବେ। ପରଶ୍ରୀକାତର ବନ୍ଧୁଙ୍କ ଦ୍ୱାରା ସଭାସମିତିରେ ସମାଲୋଚିତ ହୋଇପାରନ୍ତି।
ବୃଷ
ବୃଷ
କୌଣସି ଘଟଣାକୁ କେନ୍ଦ୍ରକରି ସକାଳୁ ସକାଳୁ ମନଟା ବିଗିଡ଼ି ଯାଇପାରେ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବା ସାଙ୍ଗକୁ ପରିବାରରେ ଶାନ୍ତି ମଧ୍ୟ ଫେରିଆସିବ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସିବେ। ଆଜି ଦିନ ମଧ୍ୟରେ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ।
ମିଥୁନ
ମିଥୁନ
ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ଚଳାଇ ନେବେ। ଆଦେଶପ୍ରାପ୍ତ ହୋଇ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇ ପାରନ୍ତି। ସାମାଜିକ ସ୍ତରରେ ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବ। ବିବାଦୀୟ ଘଟଣାରେ ମଧ୍ୟସ୍ଥତା କଲେ ଅପମାନିତ ହୋଇପାରନ୍ତି।
କର୍କଟ
କର୍କଟ
ପୁରୁଣା ସମସ୍ୟାଗୁଡ଼ିକ ତୁଟି ଯାଇଥିଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେବ। ନିଜ ପରିସରରେ ବନ୍ଧୁମାନଙ୍କ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ଆଜିହିଁ ଶେଷ କରିବାକୁ ଭାବୁଥିବା କାମଟିକୁ ଶେଷ କରିପାରିବେନି।
ସି˚ହ
ସି˚ହ
ଆଲୋଚନାର ଶେଷଭାଗରେ କୌଣସି ସାଧାରଣ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି। ଅଫିସରେ ଭୁଲ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ପରିବାରର ଆବଶ୍ୟକତା ଅନୁଯାୟୀ ଧାର କରଜ କରି କାମ ଚଳାଇ ନେବେ। ପରିସ୍ଥିତି ଯାହା ହେଉନା କାହିଁକି ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ।
କନ୍ୟା
ଆଜି ଦିନଟିରେ କୌଣସି କ୍ଷେତ୍ରରେ ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ। କର୍ମକ୍ଷେତ୍ରରେ ବନ୍ଧୁମାନେ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି। ସାମୟିକ ସମସ୍ୟା ଦେଖାଦେବାରୁ ହାତକୁ ନେଇଥିବା ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ। କଥାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ।
ତୁଳା
ତୁଳା
ମନେ ମନେ ଭାବୁଥିବା କଥାଟି ଆଜି ବାସ୍ତବରେ ପରିଣତ ହୋଇଯିବ। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି। କର୍ମକ୍ଷେତ୍ରରେ ଈର୍ଷାଳୁ ବନ୍ଧୁଙ୍କ ଦ୍ୱାରା ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ଆଜିର ଯାତ୍ରା, ପ୍ରଶାସନ, କଳା, ସାହିତ୍ୟ କ୍ଷେତ୍ରରୁ ପ୍ରଶଂସିତ ହେବେ।
ବିଛା
ବିଛା
ଟେନ୍‌ସନ୍‌ ମଧ୍ୟରେ ଚଳିଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ରଖିବା ପାଇଁ ସମର୍ଥ ହେବେ। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଗୃହସୀମା, କିମ୍ବା ଭୂମି, ଗାଡ଼ିମୋଟର ସମ୍ପର୍କୀୟ ଦୁଶ୍ଚିନ୍ତା ଆସିବ। ପଡ଼ୋଶୀ କିମ୍ବା ସହକର୍ମୀ ସାଧାରଣ କଥାକୁ କେନ୍ଦ୍ର କରି କଳହ କରିପାରନ୍ତି।
ଧନୁ
ଧନୁ
ଆଲୋଚନା ପରିସରରେ ଆପୋସ ମିଳାମିଶାରୁ ପୂର୍ବ ସମସ୍ୟାର ସମାଧାନ ଘଟିବ। କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳାରୁ କୈଫିୟତ ଦେବାକୁ ପଡ଼ିପାରେ। ସ୍ବାର୍ଥହାନି ଆଶଙ୍କାରେ ଆତ୍ମୀୟମାନେ କ୍ରମଶଃ ଦୂରେଇଯିବେ। ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା, ପ୍ରକାଶନ, ପ୍ରଶାସନିକ ସ୍ତରରେ ସମସ୍ୟାର ସମାଧାନ ହୋଇଯିବ।
ମକର
ମକର
ସବୁ ସମୟରେ ପାଖରେ ଥିବା ଲୋକଟିର କାର୍ଯ୍ୟକଳାପ ସନ୍ଦେହଜନକ ହୋଇପାରେ। ଭଲରୂପେ ନ ଜାଣି ଅଯଥା ସନ୍ଦେହକଲେ ନିଜେହିଁ କ୍ଷତିରେ ପଡ଼ିବେ। ମୂଲ୍ୟବାନ ଜିନିଷଟି ପରକୁ ଦେଇ ଆବଶ୍ୟକ ସମୟରେ ନ ପାଇ ଅପଦସ୍ଥ ହୋଇପାରନ୍ତି। ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡ଼ିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ।
କୁମ୍ଭ
କୁମ୍ଭ
ମାନସିକ ସ୍ଥିତି ପ୍ରାୟତଃ ଭଲ ରହିଲେ ମଧ୍ୟ ଦୁର୍ବଳତା ଲାଗିରହିବ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବେ। ଭୁଲ୍‌ ବୁଝାମଣା କାରଣରୁ ସ୍ତ୍ରୀଙ୍କ ତରଫରୁ ସମସ୍ୟା ଆସିପାରେ। କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ।
ମୀନମୀନ
ଆଜି ସକାଳୁ ସକାଳୁ ପାରିବାରିିକ ଶାନ୍ତି ଓ ସୁସ୍ଥତା ବ୍ୟାହତ ହୋଇପାରେ। ଆନୁଷ୍ଠାନିକ ସ୍ତରରେ ସବୁ ସମସ୍ୟା ଆଲୋଚନା ମାଧ୍ୟମରେ ସମାଧାନ କରିବେ। ଅଫିସ୍‌ରେ କୌଣସି ବ୍ୟତିକ୍ରମ ଅବଲୋକନ କରି ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ବ୍ୟବସାୟ,ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri