Posted inRasifala

ରାଶିଫଳ: ଶନିବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ର କେନ୍ଦ୍ରସ୍ଥ ବୃହସ୍ପତିଙ୍କ ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟସିଦ୍ଧି ସହ ସମ୍ମାନିତ ହେବେ। ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି। ନୂଆ ଯୋଜନାଟିଏ କରିବା ସକାଶେ ମନ ବଳାଇବେ । କିନ୍ତୁ ନିକଟ ସମ୍ପର୍କୀୟମାନଙ୍କ ଉପରେ ଭରସା କରି କୌଣସି କାମ କରିପାରିବେ ନାହିଁ ।
ବୃଷ
ବୃଷ
ବୁଧ ଓ ଶୁକ୍ରଙ୍କ ସଂଯୋଗରୁ ଯାହା ପାଇଁ ବହୁତ ମେହେନତ କରିଥିଲେ ସେ ହିଁ ଶତ୍ରୁତା କରିବ। କର୍ମକ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବାକୁ ପଡ଼ିବ । ପାରିବାରିକ ଶୃଙ୍ଖଳା ରକ୍ଷାରେ ପଡ଼ୋଶୀ ସହାୟତା ଆଶା କରି ପାରନ୍ତି। କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର କ୍ଷେତ୍ରରେ ଉନ୍ନତି କରିବେ।
ମିଥୁନ
ମିଥୁନ
ଧନାଧିପଙ୍କ ତୃତୀୟସ୍ଥିତି ଜନିତ ସ୍ବାର୍ଥସାଧନ ଆଶାରେ ବନ୍ଧୁ ସମସ୍ୟା ସୃଷ୍ଟି କରି ଅପଦସ୍ଥ ହେବେ। ପରିବାର ଭିତରେ ପୁରୁଣା କଥାର ଆଲୋଚନାହିଁ କଳହର କାରଣ ହୋଇପାରେ । ପୁରାତନ ରୋଗର ପୀଡ଼ା କାମ କରିବାକୁ ନିରୁତ୍ସାହିତ କରିପାରେ । ଧାତୁ ଅଳଙ୍କାରାଦି କ୍ରୟ, ବିକ୍ରୟ ପାଇଁ ଦିନଟି ଭଲ ବହୁତ ଭଲ।
କର୍କଟ
କର୍କଟ
ଶନି ଓ ଚନ୍ଦ୍ରଙ୍କ ଷଡ଼ାଷ୍ଟକ ସ୍ଥିତି ହେତୁ ବ୍ୟସ୍ତ ବିବ୍ରତ ହେବା ଦ୍ୱାରା ନିଜେ ହିଁ କଷ୍ଟ ପାଇପାରନ୍ତି। ନିଜେ ଅସୁବିଧା ଭିତରେ ଚଳୁଥିଲେ ମଧ୍ୟ ବନ୍ଧୁଙ୍କ କାମରେ ସାହାଯ୍ୟ କରିବେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ବ୍ୟଥିତ ହୋଇପାରନ୍ତି। ଇଚ୍ଛା ନ ଥିବା ଜିନିଷ କିଣିବାକୁ ବାଧ୍ୟ ହେବେ।
ସି˚ହ
ସି˚ହ
ପାରିବାରିକ ସମସ୍ୟା ବଢ଼ିଯିବା କାରଣରୁ ମାନସିକ ଅସ୍ଥିରତା ବୃଦ୍ଧିପାଇବ । ପଞ୍ଚମସ୍ଥ ଶୁକ୍ର ଓ ବୁଧ ହେତୁ ପ୍ରିୟ ବନ୍ଧୁଙ୍କ ସାକ୍ଷାତରୁ କିଛି ପରିମାଣରେ ଉପକୃତ ହୋଇପାରନ୍ତି। ଆଜି ମାତ୍ରାଧିକ ଭ୍ରମଣ ଓ କାମର ଚାପ ଯୋଗୁ କ୍ଳାନ୍ତି ଅନୁଭବ କରିବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ କିଛି ଆଶ୍ୱସ୍ତି ସୂଚକ କଥା ଶୁଣି ମନ ହାଲୁକା ହୋଇଯିବ।
କନ୍ୟା
କାମ ବହୁତ ବିଳମ୍ବରେ ସମ୍ପନ୍ନ ହେବାରୁ ନିଜକୁ ଦୋଷୀ ମନେ କରିବେ । କୌଣସି ଗୃହୋପକରଣ କିଣିବା ସକାଶେ ଯୋଜନାକରି ଶେଷରେ ନିରାଶ ହେବାକୁ ପଡ଼ିପାରେ । ବିବାଦୀୟ କଥାରେ କିମ୍ବା ସମସ୍ୟା ଥିବା ଘଟଣାରେ ମୁଣ୍ଡ ନ ପୂରାଇବା ଭଲ। ବୃହସ୍ପତିଙ୍କ ସୁପ୍ରଭାବରୁ ବ୍ୟବସାୟ, ପରିବହନ, ମାଲିମକଦ୍ଦମାରେ ଉନ୍ନତି କରିବେ।
ତୁଳା
ତୁଳା
ପାପଗ୍ରହମଧ୍ୟେ ଚନ୍ଦ୍ର ପ୍ରଭାବଜନିତ କାମ ହାସଲ ସହଜସାଧ୍ୟ ହୋଇ ନ ପାରେ। କେତେକ ଦୀର୍ଘମିଆଦୀ ଯାଜନା ଫସର ଫାଟିଯିବା କାରଣରୁ ମନ ଭଲ ରହିବ ନାହିଁ। ଯେତେ ଭଲ କାମ କଲେ ସୁଦ୍ଧା ସେମାନେ ଅନ୍ୟର କାନକୁହା କଥା ଶୁଣି ଭୁଲ୍‌ ବୁଝି ଭଲ ପାଇବେ ନାହିଁ। ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ ହେବ।
ବିଛା
ବିଛା
କର୍ମାଧିପ ରାଶିସ୍ଥ ଯୋଗୁ ବିଭିନ୍ନ କୌଶଳ ଅବଲମ୍ବନ କରି ଆଶା ପୂରଣ ଦିଗରେ ଚେଷ୍ଟା କରିପାରନ୍ତି। ସାହିତ୍ୟ, ସଙ୍ଗୀତ, କଳା, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସୁନାମ ଅର୍ଜନ କରିବେ। ବିଶ୍ୱାସର ସହ କାମ କରି ଚାଲନ୍ତୁ ବନ୍ଧୁଙ୍କର ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ସ୍ବାସ୍ଥ୍ୟ ପ୍ରତି ଅବହେଳା କଲେ ପରେ ଚିନ୍ତା କରିବାକୁ ପଡ଼ିବ।
ଧନୁ
ଧନୁ
ସ୍ବରାଶିରେ ବୁଧ ଥିବାରୁ କର୍ମକ୍ଷେତ୍ରରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ । ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି । କ୍ରନିକ୍‌ ରୋଗୀ ସକାଶେ ଡାକ୍ତରଙ୍କ ପରାମର୍ଶ ପାଇଁ ଦୌଡ଼ିବାକୁ ପଡ଼ିପାରେ। ଆଗାମୀ ମାଙ୍ଗଳିକ କାମର ପ୍ରସ୍ତୁତି କରି ବିଚଳିତବୋଧ କରିପାରନ୍ତି।
ମକର
ମକର
ଆଜି ଘରୋଇ କଳହରୁ ମଧ୍ୟ ରକ୍ଷା ପାଇବା ସହ ସମସ୍ୟା ସମାଧାନ ହୋଇପାରିବ । ସାୟାହ୍ନରେ ପ୍ରିୟ ବନ୍ଧୁଙ୍କ ବିଷୟରେ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଓ ପରିବହନରୁ ଲାଭବାନ ହେବେ। ଶ୍ରବଣା ନକ୍ଷତ୍ରର ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ।
କୁମ୍ଭ
କୁମ୍ଭ
ସହନଶୀଳତା ଗୁଣରୁ ପ୍ରଶଂସିତ ହେବା ସାଙ୍ଗକୁ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ପାପଗ୍ରହମଧ୍ୟ ଗୁରୁଜନିତ କେତେକ କ୍ଷେତ୍ରରେ ନୀରବ ରହିବାକୁ ଶ୍ରେୟ ମନେ କରିପାରନ୍ତି। ଦିନଭିତରେ କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ। ଶତ୍ରୁତା ସୃଷ୍ଟି ହେବା ଭଳି କୌଣସି କାମ କଲେ ଅପଦସ୍ଥ ହେବେ।
ମୀନମୀନ
ମୁଖଭାବସ୍ଥ ରାହୁ ହେତୁ ପାରିବାରିକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରିବା ସକାଶେ ବାଧ୍ୟ ହୋଇପାରନ୍ତି । ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିବା ଦ୍ୱାରା ଅଫିସ୍‌ କାମର ଜଞ୍ଜାଳ ବୃଦ୍ଧି ପାଇପାରେ। ବନ୍ଧୁଟି ଦ୍ୱାରା କାମ ହାସଲ କରିବା ପାଇଁ ପ୍ରଯତ୍ନ କରିବା ଭଲ ହେବ । ବନ୍ଧୁମିଳନରୁ ସାମୟିକ ଭାବରେ ଦୁଃଖ କେତେକାଂଶରେ ଭୁଲିଯିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?