ମେଷ

ଆଜି ଅଷ୍ଟମ ଚନ୍ଦ୍ରଜନିତ ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିବେ। ସମ୍ପର୍କୀୟମାନେ ନିଆଁରେ ଘିଅ ଢାଳିଲା ପରି କଥା କହି ମାନସିକ ଆଘାତ ଦେଇପାରନ୍ତି। ଯାତ୍ରା, ପରିବହନ, ବ୍ୟବସାୟିକ ସ୍ଥିତି, କର୍ମକ୍ଷେତ୍ର ହାଲୁକା ରହିବ। ଲେଖାପଢ଼ା, ଶିକ୍ଷା, ପରୀକ୍ଷା, ଅତିଥିଚର୍ଚ୍ଚାରୁ ମନ ଖୁସି ରହିବ।
ବୃଷ

ବନ୍ଧୁବର୍ଗ ଓ ଆମତ୍ୀୟଙ୍କ ସାହାଯ୍ୟ ଲାଭ କରି ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରିବେ। ଆର୍ଥିକ ସ୍ଥିତିର ଅଭିବୃଦ୍ଧି ପାରିବାରିକ ସଦ୍ଭାବନା ବଢ଼ାଇବ। ଯେକୌଣସି ଆଲୋଚନାରେ ତର୍କ, ବିବାଦୀୟ କଥା ଓ ପିଲାଙ୍କ ସମସ୍ୟା ନେଇ ବ୍ୟସ୍ତତା ବୃଦ୍ଧିର ଆଶଙ୍କା ରହିଛି। ସ୍ବତନ୍ତ୍ର ନିମନ୍ତ୍ରଣ ଲାଭ କରି ସଭାସମିତିରେ ଯୋଗଦେବାର ସୌଭାଗ୍ୟପ୍ରାପ୍ତ ହେବ।
ମିଥୁନ

ଆପଣଙ୍କ ଭଲ କାମର ପ୍ରଶଂସା ବଦଳରେ ନିନ୍ଦୁକମାନେ ଅପପ୍ରଚାର ଚଳାଇବେ। ବାକି ରଖିଥିବା ଲୋକଟିକୁ ବକେୟା ମାଗିବାରୁ ପରିସ୍ଥିତି ଉତ୍ତେଜନା ମୂଳକ ହେବ। ବାଣିଜ୍ୟ ଓ ପରିବହନରେ ସମସ୍ୟା ପ୍ରଶମିତ ହେବ। ବନ୍ଧୁମିଳନ ସାଙ୍ଗକୁ ମନୋରଞ୍ଜନ ଓ ମଜା ମଉଜ ମଧ୍ୟରେ ସମୟ ଅତିବାହିତ ହେବାର ସୂଚନା ରହିଛି।
କର୍କଟ

ଆଜି ନିଜ ଲୋକଙ୍କ ବେଖାତିର ମନୋଭାବ ହେତୁ ଭାବପ୍ରବଣତା ବୃଦ୍ଧି ପାଇବ। ଟିକିଏ ଟିକିଏ କଥାରେ ରାଗିପାରନ୍ତି। ଭଲ ସମ୍ପର୍କ ନ ଥିବା ପଡ଼ୋଶୀ ଦୋଷାରୋପ କରି ସମସ୍ୟାକୁ ବଢ଼ାଇ ଦେଇପାରନ୍ତି। ପରିବାରରେ ପୁରୁଣା ସମସ୍ୟାଗୁଡ଼ିକ ତୁଟି ଯାଇଥତ୍ଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେଇପାରେ।
ସି˚ହ

କଥାବାର୍ତ୍ତାରେ ସଂଯମତା ଅଭାବରୁ ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ସହ ଶତ୍ରୁତା ସୃଷ୍ଟି ହେବ। ଦରକାରୀ କାଗଜପତ୍ର ଆବଶ୍ୟକ ସମୟରେ ପାଇବେ ନାହିଁ। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ବିଦେଶ ଯାତ୍ରାକୁ ମନ ବଳାଇବେ। ପାରିବାରିକ କ୍ଷେତ୍ରରେ ଛୋଟ କଥାକୁ କେନ୍ଦ୍ର କରି କଳହ ଭିତରକୁ ଟାଣି ହୋଇପାରନ୍ତି।
କନ୍ୟା

ଭୁଲ୍ ବୁଝାମଣାଜନିତ ବିଶୃଙ୍ଖଳିତ କାର୍ଯ୍ୟ ସମସ୍ୟା ସୃଷ୍ଟିର ମୂଳ କାରଣ ହୋଇପାରେ। ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ନିଜ ଲୋକ ଶତ୍ରୁତା ଆଚରଣ କରିବେ। ନିଜ ପରିସରର କୌଣସି ସ୍ପର୍ଶକାତର କଥାରେ ଚିହ୍ନା ପଡ଼ିଲେ ହଇରାଣ ହେବେ। ଅସାବଧାନତା କାରଣରୁ ମୂଲ୍ୟବାନ୍ ଜିନିଷ ହଜି ଯାଇପାରେ ା
ତୁଳା

ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭଲ ପାଉଥିବା ବନ୍ଧୁ କିମ୍ବା ପଡ଼ୋଶୀ ଭୁଲ୍ ଧାରଣା ପୋଷଣ କରିପାରନ୍ତି। ଅନ୍ୟମନସ୍କ କିମ୍ବା ସତର୍କତା ଅଭାବରୁ ଯାତ୍ରା କାଳରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ଏବଂ ସାମାଜିକ ସମ୍ପର୍କ ଓ ଆନୁଷ୍ଠାନିକ କାର୍ଯ୍ୟ ପାଇଁ କୌଣସି ଅସୁବିଧା ହେବ ନାହିଁ।
ବିଛା

କୌଣସି ନୂତନ କାମରେ ହାତ ଦେଇ ଏକ ପ୍ରକାର ମାନସିକ ପରିତୃପ୍ତି ଲାଭ କରିପାରନ୍ତି। ପ୍ରତ୍ୟେକ ଦିଗରୁ ପରିବାରର ଖର୍ଚ୍ଚ କମାଇବା ପାଇଁ ଚେଷ୍ଟା କରିବାକୁ ମନସ୍ଥ କରିପାରନ୍ତି। ସାମୟିକ ଭାବରେ ଶାରୀରିକ ଅସୁସ୍ଥି ଅନୁଭବଜନିତ କାମକୁ ସ୍ଥଗିତ ରଖିପାରନ୍ତି। ସାମାଜିକ ସ୍ତରରେ ଭାବିଚିନ୍ତି କାମ ନ କଲେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେବ।
ଧନୁ

କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ କେବଳ ଉପଦେଶ ଶୁଣି ମନରେ ବିରକ୍ତି ଆସିପାରେ। ଶିଳ୍ପ, ବାଣିଜ୍ୟରେ ଅର୍ଥ ସମ୍ପର୍କୀୟ ଟଣାଓଟରା ଲାଗିବାର ଆଶଙ୍କା ରହିଛି। ପାରିବାରିକ ସ୍ତରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ଉପରିସ୍ଥଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରିବା କ୍ଷେତ୍ରରେ ପଛେଇ ଯାଇପାରନ୍ତି।
ମକର

ଆପଣଙ୍କ ସଂଯମିତ ଚିନ୍ତାଧାରା ପ୍ରଭାବରେ ପ୍ରତ୍ୟେକ ପରିସ୍ଥିତିକୁ ସୁଧାରି ନେବେ। ଚେଷ୍ଟା କରୁଥିବା କାମରେ ସିଦ୍ଧିଲାଭ ସାଙ୍ଗକୁ ବନ୍ଧୁ ମିଳନରୁ ମନ ଖୁସି ରହିବ। କର୍ମକ୍ଷେତ୍ରରେ ଖଳ ଲୋକଙ୍କକୃତ ଅପମାନଜନକ ସ୍ଥିତିରୁ ସହସା ରକ୍ଷା ପାଇପାରନ୍ତି। ଯାତ୍ରା ସମୟରେ ଅନ୍ୟମନସ୍କ ହେତୁକ ସମସ୍ୟାର ସମ୍ମୁଖୀନ ହୋଇ ଅନୁତପ୍ତ ହେବେ।
କୁମ୍ଭ

ପାରିବାରିକ ପରିସ୍ଥିତି ଶାନ୍ତ ରହିବ। କୌଣସି କ୍ଷେତ୍ରରେ ଅଧୈର୍ଯ୍ୟ ହୁଅନ୍ତୁ ନାହିଁ, ବନ୍ଧୁଙ୍କ ସହାନୁଭୂତି ନିଶ୍ଚୟ ଲାଭ କରିବେ। ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି ମନକୁ ଦୁଃଖ ଦେବା ଭଳି ମନ୍ତବ୍ୟ ଦେଇପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା ଓ ଅର୍ଥସଙ୍କଟ ପରିସ୍ଥିତିକୁ ବଦଳାଇ ଦେବାର ଆଶଙ୍କା ରହିଛି।
ମୀନ
ଅଫିସ୍ରେ ଫାଇଲ୍ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। ଗୁରୁଜନଙ୍କ ପ୍ରେରଣାରେ ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରି ସଫଳତା ହାସଲ କରିପାରିବେ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଚିନ୍ତାଜନକ ସ୍ଥିତି ସୃଷ୍ଟି କରିବ। ଦିନଟିରେ କିଛି ଭଲ ଓ କିଛି ମନ୍ଦର ମିଶ୍ରିତ ଫଳ ଅନୁଭବ କରିପାରନ୍ତି।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.