ଦୈନିକ ମୃତ୍ୟୁ ସଂଖ୍ୟା ୫ ଶହ ତଳେ…

ନୂଆଦିଲ୍ଲୀ,୨୬।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲଗାତାର ୩ ଦିନ ଧରି ଦୈନିକ ସଂକ୍ରମଣ ୪୦ ହଜାର ତଳେ ରହିଛି। ସେହିପରି ମୃତ୍ୟୁ ସଂଖ୍ୟା ୫ ଶହ ତଳେ ରହିଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୯ ହଜାର ୩୬୧ ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୪୧୬ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୩୫ ହଜାର ୯୬୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ବଢ଼ିବାରେ ଲାଗିଛି। ଏହା ୯୭.୩୬ ପ୍ରତିଶତ ଛୁଇଁଛି। ଅପରପକ୍ଷରେ ୪ ଲକ୍ଷ ୧୧ ହଜାର ୧୮୯ ଜଣ ଚିକିତ୍ସିତ ହେଉଛନ୍ତି। ଦୈନିକ ପଜିଟିଭ୍‌ ହାର ୧.୩୦ ପ୍ରତିଶତ ରହିଛି। ସକ୍ରିୟ ମାମଲା ୧. ୩୦ ପ୍ରତିଶତରେ ପହଞ୍ଚିଛି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୨୦ ହଜାର ୯୬୭ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୪ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୪୩ କୋଟି ୫୧ ଲକ୍ଷ ୯୬ ହଜାର ୧ ଜଣ ଲୋକଙ୍କୁ ଟିକାଦାନ ସରିଛି। ଅପରପକ୍ଷରେ ଇତିମଧ୍ୟରେ ୪୫ କୋଟି ୮୧ ଲକ୍ଷରୁ ଅଧିକ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୫ ଲକ୍ଷ ୭୯ ହଜାର ୧୦୬ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି। ଅପରପକ୍ଷରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୩ ଲକ୍ଷ ୭୧ହଜାର ୮୩୯ରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ନିର୍ବାଚନ: ମେଘାଳୟ-ନାଗାଲାଣ୍ଡରେ ମତଦାନ ଜାରି…

ଶିଲଂ/କୋହିମା,୨୬।୨ : ମେଘାଳୟ ଏବଂ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ସୋମବାର ମତଦାନ ଜାରି ରହିଛି। କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ନିର୍ବାଚନକୁ ଦୃଷ୍ଟିରେ...

ବ୍ରିଟେନ୍‌ ଯାତ୍ରୀଙ୍କ ପାଇଁ ଏସ୍‌ଓପି ଜାରି

ନୂଆଦିଲ୍ଲୀ, ୨୩।୧୨: ଉତ୍ତରପଶ୍ଚିମ ୟୁରୋପରେ କରୋନା ଭୂତାଣୁର ଏକ ନୂଆ ରୂପ ବ୍ୟାପିବା ଫଳରେ ନିକଟରେ ବ୍ରିଟେନ ଯାତ୍ରା କରିଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାର...

ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭ରେ ପହଞ୍ଚିଲା

ଗଞ୍ଜାମ,୮ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଶୁକ୍ରବାର ସକାଳେ ପୁଣି ୧୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ ମୋଟ୍‌...

ମାସ୍କ ନ ପିନ୍ଧି ୮୯,୪୦୦ ଟଙ୍କା ଜରିମାନା ଦେଲେ ଅମାନିଆ

ଛତ୍ରପୁର,୪ା୭(ଡି.ଏନ୍‌.ଏ.): ଗଞ୍ଜାମ ପୋଲିସ ଜିଲା ଅଧୀନ ବିଭିନ୍ନ ଥାନା ପକ୍ଷରୁ ମାସ୍କ ପିନ୍ଧି ନ ଥିବା କିଛି ଅମାନିଆଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ବାରମ୍ବାର ସଚେତନ...

କରୋନା ସଙ୍କଟ ମଧ୍ୟରେ ସେପ୍ଟେମ୍ବର ୧୦ରୁ ଆରମ୍ଭ ହୋଇପାରେ ସଂସଦ ଅଧିବେଶନ

ନୂଆଦିଲ୍ଲୀ,୨୧।୮: କରୋନା ସଙ୍କଟ ମଧ୍ୟରେ ଖୁବ୍‌ଶୀଘ୍ର ସଂସଦ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରୁ ସଂସଦ ଅଧିବେଶନ ଆରମ୍ଭ ହେବ ବୋଲି ସୂତ୍ରରୁ...

ଖରାପ ଟେଷ୍ଟ କିଟ୍‌ ଅର୍ଡର ରଦ୍ଦ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତରେ କରୋନା ସଂକ୍ରମଣ ନେଇ ସଙ୍କଟ ଦେଖାଦେଇଛି। ଦେଶରେ ବ୍ୟାପକ ଟେଷ୍ଟ୍‌ କରାଇବା ପାଇଁ ଚାଇନାରୁ ୫ ଲକ୍ଷ ର଼୍ୟାପିଡ୍‌ ଆଣ୍ଟିବଡ଼ି ଟେଷ୍ଟ୍‌ କିଟ୍‌...

ସୁପ୍ରିମକୋର୍ଟରେ ଶୁଣାଣି ବେଳେ ହାଇଡ୍ରାମା

ନୂଆଦିଲ୍ଲୀ,୧୭ା୧୦ (ପି.ଟି./ଆଇଏଏନ୍‌ଏସ୍‌): ରାଜନୈତିକ ଦୃଷ୍ଟିରୁ ଦେଶର ସର୍ବାଧିକ ସମ୍ବେଦନଶୀଳ ଅଯୋଧ୍ୟା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଶେଷ ହୋଇ ରାୟ ସଂରକ୍ଷିତ ରଖାଯାଇଛି। ୫ ବିଚାରପତିଙ୍କୁ ନେଇ...

ସ୍କୁଲ ୟୁନିଫର୍ମରେ ମଲ୍‌-ରେଷ୍ଟୁରାଣ୍ଟ୍‌-ସିନେମା ହଲ-ପାର୍କରେ ପ୍ରବେଶ ମନା…

ଲକ୍ଷ୍ନୌ, ୩୧।୭ : ସ୍କୁଲ ୟୁନିଫର୍ମରେ ଆସୁଥିବା ଛାତ୍ରୀଛାତ୍ରଙ୍କୁ ପାଇଁ ଏବେ ମଲ୍‌,ରେଷ୍ଟୁରାଣ୍ଟ୍‌,ସିନେମା ହଲ, ପାର୍କରେ ପ୍ରବେଶ ମନା କରାଯାଇଛି। ଉତ୍ତରପ୍ରଦେଶର କୁଶୀନଗରର ଡିଆଇଓଏସ ଏନେଇ...

Advertisement
Archives

Model This Week