ଦୈନିକ ମୃତ୍ୟୁ ସଂଖ୍ୟା ୪ ଶହ ତଳେ…

ନୂଆଦିଲ୍ଲୀ,୨୩।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ୭୨ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ କରୋନାରେ ୩୮୯ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଦୈନିକ ମୃତ୍ୟୁ ସଂଖ୍ୟା ୪ ଶହ ତଳେ ରହିଛି। ଏହି ସମୟ ମଧ୍ୟରେ ୪୪ ହଜାର ୧୫୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୭.୫୭ ପ୍ରତିଶତ ରହିଛି। ଅପରପକ୍ଷରେ ୩ ଲକ୍ଷ ୩୩ ହଜାର୯୨୪ ଜଣ ଚିକିତ୍ସିତ ହେଉଛନ୍ତି। ସାପ୍ତାହିକ ପଜିଟିଭ୍‌ ହାର ୨.୦ପ୍ରତିଶତ ରହିଛି। ସକ୍ରିୟ ମାମଲା ୧.୦୯ ପ୍ରତିଶତରେ ପହଞ୍ଚିଛି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୩୪ ହଜାର ୭୫୬ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୪ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୫୮ କୋଟି ୨୫ ଲକ୍ଷ ୪୯ ହଜାର ୫୯୫ ଜଣଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ୭ ଲକ୍ଷ ୯୫ ହଜାର ୫୪୩ ଜଣଙ୍କୁ ଟିକା ଦିଆଯାଇଛି। ଅପରପକ୍ଷରେ ଇତିମଧ୍ୟରେ ୫୦ କୋଟି ୭୫ ଲକ୍ଷ ୫୧ ହଜାର ୩୯୯ ଜଣ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ୧୨ ଲକ୍ଷ ୯୫ ହଜାର ୧୬୦ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୧୬ ଲକ୍ଷ ୩୬ ହଜାର ୪୬୯ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି। ସେହିପରି ମୋଟ ୩ କୋଟି ୨୪ ଲକ୍ଷ ୪୯ ହଜାର ୩୦୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସଂକ୍ରମଣ ବଢୁଥିବାରୁ ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଡିୟୁକୁ ବଡ ଝଟ୍‌କା, ପଦ ଛାଡିଲେ ମହାସଚିବ

ଦରଭଙ୍ଗା,୧୯।୩: ଜନତା ଦଳ ୟୁନାଇଟେଡର ଜାତୀୟ ସାଧାରଣ ସମ୍ପାଦକ ବା ରାଷ୍ଟ୍ରୀୟ ମହାସଚିବ ଅଲି ଅଶରଫ ଫାତମି, ଦରଭଙ୍ଗା ଆସନ ଜିତିବାକୁ ଆଶା ରଖିଥିବା ବେଳେ...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟା ଅଟକ

ବେଙ୍ଗାଲୁରୁ,୧୯।୩: କର୍ନାଟକର ବେଙ୍ଗାଲୁରୁରେ ଅଜାନ ସମୟରେ ହନୁମାନ ଚାଳିଶା ବଜାଇବାକୁ ନେଇ ଉପୁଜିଥିବା ବିବାଦ ବଢ଼ିବାରେ ଲାଗିଛି। ଏଠାରେ ହନୁମାନ ଚାଳିଶା ବଜାଇବାକୁ ନେଇ ଜଣେ...

ଜେଲରୁ କେ. କବିତାଙ୍କୁ ଚିଠି ଲେଖିଲେ ମହାଠକ ସୁକେଶ

ନୂଆଦିଲ୍ଲୀ,୧୯।୩: ଦିଲ୍ଲୀର ତିହାର ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ‘ତିହାର କ୍ଲବ’ରେ କେ.କବିତାକୁ ସ୍ବାଗତ କରି ଆଉ ଏକ ବିସ୍ଫୋରକ ଚିଠି ଜାରି କରିଛନ୍ତି।...

ଭାଜପାକୁ ଯେଉଁ ସମର୍ଥନ ମିଳିଛି ତାକୁ ଦେଖି ଉଡିଛି ଡିଏମକେର ନିଦ: ମୋଦି

ନୂଆଦିଲ୍ଲୀ,୧୯।୩: ଲୋକ ସଭା ନିର୍ବାଚନ ପୂର୍ବରୁ ଦକ୍ଷିଣରେ ଭାଜପାର ମିଶନ ଜାରି ରହିଛି। କେରଳରେ ଏକ ରୋଡ ଶୋ’ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ସିଏଏକୁ ନେଇ କେନ୍ଦ୍ର ସରକାରଙ୍କୁ ବଡ ଆଶ୍ୱସ୍ତି, ନାଗରିକତା ଦେବାରେ ରହିବ ନାହିଁ କୌଣସି ରୋକ

ନୂଆଦିଲ୍ଲୀ,୧୯।୩: ନାଗରିକତ୍ୱ ସଂଶୋଧନ ଅଧିନିୟମ ୨୦୧୯(ସିଏଏ) ମାମଲାର ସୁପ୍ରିମକୋର୍ଟରେ ଶୁଣାଣି ସମୟରେ କେନ୍ଦ୍ର ପାଇଁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହି ପ୍ରସଙ୍ଗରେ...

ମୋତେ ନିର୍ବାଚନ ଜିତିବା ପାଇଁ ବ୍ୟାନର ପୋଷ୍ଟରର ଆବଶ୍ୟକତା ନାହିଁ: ଗଡକରୀ

ନୂଆଦିଲ୍ଲୀ,୧୯।୩: ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ଲିଡରସିପ କନକ୍ଲେଭ ‘ରାଇଜିଂ ଭାରତ ୨୦୨୪’ ର ପ୍ଲାଟଫର୍ମରୁ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ସ୍ପଷ୍ଟ କରିଛନ୍ତି ଯେ...

ଭାଜପାରେ ଯୋଗଦେଲେ ହେମନ୍ତ ସୋରେନଙ୍କ ଭାଉଜ

ରାଞ୍ଚି,୧୯।୩: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ବିଧାୟକ ସୀତା ସୋରେନ ମଙ୍ଗଳବାର ଦଳର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଏବେ କୁହାଯାଉଛି ଯେ ସେ ଭାଜପା ସହ...

ଅବମାନନା ନୋଟିସର ଜବାବ ଦେଲାନାହିଁ ପତଞ୍ଜଳି

ଅବମାନନା ନୋଟିସର ଜବାବ ଦେଲାନାହିଁ ପତଞ୍ଜଳି ନୂଆଦିଲ୍ଲୀ,୧୯।୩: ଆୟୁର୍ବେଦିକ କମ୍ପାନୀ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣା ଏବଂ ଯୋଗ ଗୁରୁ ରାମଦେବଙ୍କୁ ପରବର୍ତ୍ତୀ...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri