ଦୈନିକ କରୋନା ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଲା…

ନୂଆଦିଲ୍ଲୀ,୧୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣରେ ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦ୍ୱିତୀୟ ଲହର ପ୍ରକୋପ ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାରେ ଲଗାମ୍‌ ଲାଗିଛି। ଦୈନିକ ସଂକ୍ରମଣ ସଂଖ୍ୟା ଲଗାତାର ୨ ଦିନ ଧରି ୪୦ ହଜାର ତଳେ ରହିଛି। ତେବେ ଦେଶରେ କରୋନା ଆକ୍ରାନ୍ତ ମୃତକଙ୍କ ସଂଖ୍ୟା ପୁଣି ବଢ଼ିଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୪୪୩ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୨,୦୨୦ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୪୯ ହଜାର ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ବଢ଼ିବାରେ ଲାଗିଛି। ଏହା ୯୭.୨୮ ପ୍ରତିଶତ ଛୁଇଁଛି। ଅପରପକ୍ଷରେ ୪ ଲକ୍ଷ ୩୨ ହଜାର ୭୭୮ ଜଣ ଚିକିତ୍ସିତ ହେଉଛନ୍ତି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୧୦ ହଜାର ୭୮୪ ଛୁଇଁଛି। ବର୍ତ୍ତମାନ ସୁଦ୍ଧା ୩୮ କୋଟି ୧୪ ଲକ୍ଷ ୬୭ ହଜାର ୬୪୬ଜଣ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ଅପରପକ୍ଷରେ ଇତିମଧ୍ୟରେ ୪୩ କୋଟି ୪୦ ଲକ୍ଷ ୫୮ ହଜାର ୧୩୮ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୬୩ ହଜାର ୭୨୦ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି। ଅପରପକ୍ଷରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୯ ଲକ୍ଷ ୭ ହଜାର ୨୮୨ରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମଳା ସୀତାରମଣ ଦେଶର ସବୁଠାରୁ ଶକ୍ତିଶାଳୀ ମହିଳା

ନୂଆଦିଲ୍ଲୀ,୨।୧୨: ଫର୍ଚୁନ ଇଣ୍ଡିଆ ଦ୍ୱାରା ପ୍ରକାଶିତ ଭାରତର ୫୦ଟି ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ଏହା ପ୍ରକାଶ ପାଇଛି। ଏହି ତାଲିକାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର...

ମହିଳା ହୋମଗାର୍ଡଙ୍କ ଅନ୍ତଃବସ୍ତ୍ରରେ ମୋବାଇଲ୍‌: ୫ ମିନିଟ୍‌ କଲିଂ ପାଇଁ ୧୦୦ ଟଙ୍କା ଦେଉଥିଲେ କଏଦୀ

ଗ୍ରେଟର ନୋଏଡା,୧୧।୪: ଉତ୍ତରପ୍ରଦେଶର ଗ୍ରେଟର ନୋଏଡାଠାରେ ଥିବା ଲୁକସାର ଜେଲ୍‌ରେ ଜଣେ ହୋମଗାର୍ଡଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଛି। ଜେଲ୍‌ର ମହିଳା ବାରାକ୍‌ରେ ମୁତୟନ ଥିବା...

ଡବ୍ଲ୍ୟୁଏଚ୍‌ଓ ସହିତ ସମସ୍ତ ସମ୍ପର୍କ ଛିନ୍ନ କଲା ଆମେରିକା

ଓ୍ବାଶିଂଟନ,୩୦।୫: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ସହିତ ଆମେରିକା ସମସ୍ତ ସମ୍ପର୍କ ଛିନ୍ନ କରିଛି। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଘୋଷଣା କରିଛନ୍ତି। ଡବ୍ଲ୍ୟୁଏଚ୍‌ଓ ଚାଇନା...

ମଧ୍ୟପ୍ରଦେଶ କ୍ୟାବିନେଟର ହେଲା ସମ୍ପ୍ରସାରଣ

ଭୋପାଳ,୨।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ମନ୍ତ୍ରୀମଣ୍ଡଳର ଗୁରୁବାର ସମ୍ପ୍ରସାରଣ ହୋଇଛି। ଏଥିରେ ୨୮ ନୂଆ ମନ୍ତ୍ରୀ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨୦...

ପରଲୋକରେ ଚନ୍ଦନ ମିତ୍ର, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨।୯: ରାଜ୍ୟ ସଭାର ପୂର୍ବତନ ଏମ୍‌ପି ତଥା ଗଣମାଧ୍ୟମ ପ୍ରତିନିଧି ଚନ୍ଦନ ମିତ୍ରଙ୍କର ବୁଧବାର ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀରେ ପରଲୋକ ଘଟିଛି। ତାଙ୍କ ପୁଅ...

ଶ୍ରୀନଗରରୁ କୁଖ୍ୟାତ ଆତଙ୍କବାଦୀ ଗିରଫ

ଶ୍ରୀନଗର,୪।୧: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଓ ଶ୍ରୀନଗର ପୋଲିସକୁ ବଡ଼ ସଫଳତା ମିଳିଛି। ଶନିବାର ସୁରକ୍ଷାକର୍ମୀ ଓ ଶ୍ରୀନଗର ପୋଲିସର ମିଳିତ ଅଭିଯାନରେ ଜଣେ କୁଖ୍ୟାତ ଆତଙ୍କବାଦୀଙ୍କୁ...

ଓମିକ୍ରନରୁ ସୁସ୍ଥ ହେଉଥିବା ଲୋକଙ୍କ ନିକଟରେ ଦେଖାଦେଉଛି ଭରପୁର ରୋଗପ୍ରତିରୋଧକ କ୍ଷମତା

ନୂଆଦିଲ୍ଲୀ,୧ ।୨: କରୋନା ଭାଇରସର ଓମିକ୍ରନ୍ ଭାରିଏଣ୍ଟରେ ସଂକ୍ରମିତ ହେଉଥିବା ଲୋକେ ସୁସ୍ଥ ହେବା ପରେ ସେମାନଙ୍କ ନିକଟରେ ଭରପୁର ରୋଗ ପ୍ରତିରୋଧକ କ୍ଷମତା(ଇମ୍ୟୁନିଟି) ବିକଶିତ...

ମୋଦି ଚା’ ବିକୁଥିବା ସ୍ଥାନ ହେବ ପର୍ଯ୍ୟଟନସ୍ଥଳୀ

ଅହମଦାବାଦ,୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଲାଦିନେ ଯେଉଁଠି ଚା’ ବିକୁଥିଲେ ସେହି ସ୍ଥାନଟି ଏବେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବାକୁ ଯାଉଛି। ଗୁଜରାଟର ବଡନଗର ରେଳ ଷ୍ଟେସନ...

Advertisement
Archives

Model This Week