ଆମେରିକା-ଫ୍ରାନ୍ସରେ କମୁଛି ଦୈନିକ ସଂକ୍ରମଣ

ୱାଶିଂଟନ/ବ୍ରୁସେଲ୍ସ,୨୫ ।୧: ସାରାବିଶ୍ୱରେ କରୋନାର ତାଣ୍ଡବ ଲାଗି ରହିଥିବା ବେଳେ ଏହାକୁ ହରାଇବା ଲାଗି ବିଭିନ୍ନ କଟକଣାମାନ ଲଗାଯାଉଛି । ବ୍ରୁସେଲ୍ସରେ କରୋନା ଓ ଏହାର ନୂଆ ଭାରିଏଣ୍ଟ ଓମିକ୍ରନଠାରୁ ଦୂରେଇ ରହିବାକୁ ବିଭିନ୍ନ ପ୍ରକାର କଟକଣା ଲଗାଯାଇଛି । ହେଲେ ଏହାକୁ ବିରୋଧ କହି ରାସ୍ତାକୁ ଓହ୍ଲାଇଛନ୍ତି ସାଧାରଣ ଜନତା । ଏହାକୁ ନେଇ ହୋଇଥିବା ହିଂସାରେ ୩ ପୋଲିସ ଓ ୧୨ ପ୍ରଦର୍ଶନକାରୀ ଆହତ ହୋଇଥିବା ସୂଚନା ମିଳିଛି । ଇତିମଧ୍ୟରେ ସାରା ବିଶ୍ୱରେ ୨୨.୨୭ ଲକ୍ଷ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଆମେରିକା ଓ ଫ୍ରାନ୍ସରେ ସଂକ୍ରମଣ କିଛି ପରିମାଣରେ କମ୍ ହୋଇଥିବା ଦେଖାଯାଇଛି ।
ସାରା ବିଶ୍ୱରେ ଗୋଟିଏ ଦିନରେ ୪,୮୩୧ ଜଣଙ୍କ କରୋନା ମହାମାରୀରେ ମୃତ୍ୟୁ ହୋଇଥିବା ବେଳେ, ଆମେରିକାରେ ଗୋଟିଏ ଦିନରେ ସର୍ବାଧିକ ୫୭୪ ଓ ଫ୍ରାନ୍ସରେ ୧୧୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଆମେରିକାରେ ଗୋଟିଏ ଦିନରେ ୧.୯୭ ଲକ୍ଷ ନୂଆ ସକ୍ରମିତ ଓ ଫ୍ରାନ୍ସରେ ଗୋଟିଏ ଦିନରେ ୩ ଲକ୍ଷ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ପୂର୍ବାପେକ୍ଷା ଏହା କମ୍ ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓମିକ୍ରନ୍ ପରେ ୟୁରୋପରେ ଶେଷ ହେବ କୋଭିଡ ମହାମାରୀ!

ଜେନେଭା,୨୪ ।୧: କରୋନା ମହମାରୀକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ପ୍ରଥମଥର ଲାଗି ଏକ ଆଶାର କିରଣ ସଂଚାର କରିଛି । ଡବ୍ଲୁଏଚଓ କହିଛି ଓମିକ୍ରନ୍...

ଯୋଡ଼ାମୁଣ୍ଡ ଶିଶୁ ଅଲଗା ହେଲେ

ଢାକା: ହଙ୍ଗେରୀର ଏକ ଚିକିତ୍ସକ ଦଳ ସଫଳତାର ସହିତ ବାଂଲାଦେଶର ମୁଣ୍ଡଯୋଡା ଯମଜ ଶିଶୁଙ୍କୁ ଅଲଗା କରିବାରେ ସଫଳ ହୋଇଛନ୍ତି। ଏଥିପାଇଁ ଉକ୍ତ ଡାକ୍ତରୀ ଟିମ୍‌କୁ...

କରୋନା ସଂକ୍ରମଣ: ଆମେରିକା-ଚାଇନା ପରସ୍ପର ମୁଣ୍ଡରେ ଅଠା ବୋଲିବାକୁ କରୁଛନ୍ତି ଯୋଜନା; ମିଳିତ ରିସର୍ଚ୍ଚରେ ଫାଟ !

ଓ୍ବାଶିଂଟନ/ବେଜିଂ,୧୮।୪: ପୃଥିବୀରେ ହୋଇଥିବା କରୋନା ସଂକ୍ରମଣ ନେଇ ଏବେ ଆମେରିକା ଚାଇନା ପରସ୍ପର ମୁଣ୍ଡରେ ଅଠା ବୋଳିବାକୁ ଯୋଜନା କରୁଛନ୍ତି। ଗଣମାଧ୍ୟମ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି...

ଆଗକୁ ମାନ୍ଦାବସ୍ଥା: ସତର୍କ କରାଇଲା ଆଇଏମ୍‌ଏଫ୍‌

ଓ୍ବାଶିଂଟନ,୨୭ା୭: ବିଶ୍ୱରେ ଆଗାମୀ ଦିନରେ ଦେଖାଦେଇପାରେ ମାନ୍ଦାବସ୍ଥା। ଉଚ୍ଚ ମୁଦ୍ରାସ୍ଫୀତି ଏବଂ ୟୁକ୍ରେନ ଯୁଦ୍ଧ ଯୋଗୁ ବିଶ୍ୱ ଅର୍ଥନୀତି ଦୁର୍ବଳ ହୋଇ ଏଭଳି ସ୍ଥିତି ସୃଷ୍ଟି...

ତାଇଓ୍ବାନକୁ ବାରୁଦ ଗଦାରେ ପରିଣତ କରିବାକୁ ଆମେରିକାର ଯୋଜନା…

ତାଇପେ,୬।୧୦ : ଚାଇନାର ଆକ୍ରମଣର ବିପଦକୁ ଦୃଷ୍ଟିରେ ରଖି ଆମେରିକା ନୂଆ ରଣନୀତି ଅନୁସାରେ ତାଇୱାନକୁ ଏକ ବାରୁଦ ଗଦାରେ ପରିଣତ କରିବା ଲାଗି ଯୋଜନା...

ଦାରିଙ୍ଗବାଡ଼ି ଶାଖା ପରିଚାଳକଙ୍କୁ କରୋନା, ପୁଣି ବନ୍ଦ ହେଲା ବ୍ୟାଙ୍କ

ଦାରିଙ୍ଗବାଡ଼ି,୧୮ା୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଠାରେ ଥିବା ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ଶାଖା ପରିଚାଳକଙ୍କ କରୋନା ପଜିଟିଭ୍‌ ଜଣାପଡ଼ିବା ପରେ ୪୮ଘଣ୍ଟା ପାଇଁ ଶାଖାକୁ ବନ୍ଦ କରି...

ରାଜ୍ୟରେ ୨୨୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୮।୧୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ୨୨୯ ମଧ୍ୟରେ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୯ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ...

ଶ୍ରୀଲଙ୍କାରେ ଚକ-ଅଖ ବନ୍ଦ: ଶ୍ରମିକ ସଂଠନର ଧର୍ମଘଟ…

କଲମ୍ବୋ,୧୪।୩ : ଶ୍ରୀଲଙ୍କାରେ ସରକାରଙ୍କ ବିରୋଧର ଏକ ନୂଆ ଜନ ଆନ୍ଦୋଳନ ଆରମ୍ଭ ହୋଇଛି। ମଙ୍ଗଳବାର ମଧ୍ୟରାତ୍ରିରୁ ସମଗ୍ର ଦେଶରେ ଚକ-ଅଖ ବନ୍ଦ କରିବାକୁ ଟ୍ରେଡ...

Advertisement
Archives

Model This Week