ଚଳଚଞ୍ଚଳ ଡଗରା ବେଳାଭୂମି

ବାଲିଆପାଳ,୨୮।୧୧(ସ୍ବ.ପ୍ର): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ଡଗରା ବେଳାଭୂମି ପର୍ଯ୍ୟଟନ ଋତୁରେ ଚଳଚଞ୍ଚଳ ହୋଇ ଉଠିଲାଣି। ଏଠାକାର ସବୁଜ ବନାନୀ ସହିତ ବିସ୍ତୀର୍ଣ୍ଣ ବେଳାଭୂମି ପର୍ଯ୍ୟଟକମାନଙ୍କୁ ବିମୋହିତ କରୁଛି। ବିସ୍ତୀର୍ଣ୍ଣ ଝାଉଁ ଜଙ୍ଗଲରେ ଭଳିକି ଭଳିି ଭାଷାବାସୀଙ୍କ ସହିତ ନିଆରା ଖାଦ୍ୟ ଓ ଭିନ୍ନ ଭିନ୍ନ ଭାଷାର ସଙ୍ଗୀତର ତାଳେ ତାଳେ ଯୁବତୀଯୁବକଙ୍କ ନୃତ୍ୟ ବେଳା ଭୂମୀର ଆକର୍ଷଣକୁ ଦ୍ୱିଗୁଣିତ କରୁଛି। ଦୂର ଦୁରାନ୍ତର ପର୍ଯ୍ୟଟକ ବେଳାଭୂମିରେ ଚାରିଚକିଆ ଯାନ ଡ୍ରାଇଭ କରି ମଜା ନେଉଛନ୍ତି। ଏହିସବୁର ଭରପୁର ମଜା ନେବା ପାଇଁ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଶହ ଶହ ପର୍ଯ୍ୟଟକ ବେଳାଭୂମିକୁ ଆସିବାକୁ ଆରମ୍ଭ କଲେଣି। ଏମାନଙ୍କୁ ଦେଖି ସ୍ଥାନୀୟ ଦୋକାନୀମାନେ ବିଭିନ୍ନ ପ୍ରକାରର ଘରକରଣା ଜିନିଷ ଏବଂ ଖେଳନା କଣ୍ଢେଇ ଦୋକାନ ଦେଇଛନ୍ତି। ରୋଷେଇ ଉପକରଣ ସାମଗ୍ରୀ ଭଡ଼ାରେ ମିଳୁଥିବାରୁ ଭୋଜି ସହିତ ବେଳାଭୂମିରେ ସେଲ୍‌ଫି ଉଠାଇ ବେଶ ମଜା ନେଉଛନ୍ତି ପର୍ଯ୍ୟଟମାନେ।
ଏହା ବ୍ୟତୀତ ବର୍ଷରେ ତିନିଥର ସାମୁହିକ ମେଳା ପର୍ଯ୍ୟଟକଙ୍କୁ ମନ୍ତ୍ରମୁଗ୍ଧ କରିଥାଏ। ମକର ସଂକ୍ରାନ୍ତିରେ ମକର ମେଳା, ବାରୁଣୀ ସ୍ନାନ ଏବଂ ବେଳାଭୂମି ମହୋତ୍ସବରେ ପ୍ରକୃତିର ତାଳେ ତାଳେ ଖୋଲା ଆକାଶ ତଳେ ପାରମ୍ପରିକ ଢଙ୍ଗରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ କାହିଁ କେତେ ରାଜ୍ୟରୁ ଶହ ଶହ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ। ମାତ୍ର ରାଜ୍ୟର ଅନ୍ୟ ବେଳାଭୂମି ପରି ଏହାର ବିକାଶ ହୋଇପାରି ନାହିଁ କି ଏହାର ଉନ୍ନତୀକରଣ ପାଇଁ ସରକାରୀ ସ୍ତରରେ ଆଖି ଦୃଶିଆ ପଦକ୍ଷେପ ନିଆଯାଇ ନାହିଁ। ରାସ୍ତାର ସମ୍ପ୍ରସାରଣ, ବେଳା ଭୂମିର ଆଲୋକୀକରଣ, ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଲାଇଫ ଗାଡର୍ର୍, ସୁରକ୍ଷା ପାଇଁ ପାୱାର ବୋଟ, ରାତ୍ରି ରହଣି ପାଇଁ ପର୍ଯ୍ୟାପ୍ତ ପରିମାଣର ପାନ୍ଥ ଶାଳାର ଆବଶ୍ୟକ ରହିଛି। ଯଦି ସରକାର ବେଳାଭୂମିର ଉନ୍ନତି ଦିଗରେ ଅଧିକ ଗୁରୁତ୍ୱ ଦିଅନ୍ତେ ତେବେ ଡଗରା ବେଳା ଭୂମି ବାଲିଆପାଳ ଅଞ୍ଚଳର ଆୟର ମାଧ୍ୟମ ହେବା ସହିତ ଏହା ବିଶ୍ୱ ପର୍ଯ୍ୟଟନସ୍ଥଳୀ ରୂପରେ ପରିଗଣିତ ହୋଇ ପାରନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri