ଦାଦନଙ୍କ ଗୋଡ଼, ହାତପାପୁଲି କାଟିଲେ ଦଲାଲ

ପାରଳାଖେମୁଣ୍ଡି,୪ା୧୦(ଡି.ଏନ୍‌.ଏ.):କିଛିବର୍ଷ ତଳେ କଳାହାଣ୍ଡି ଜିଲାର ଜଣେ ଦାଦନ ଶ୍ରମିକଙ୍କ ହାତ କାଟି ଦିଆଯାଇଥିଲା। ଗଜପତି ଜିଲା ଅଡ଼ବା ଥାନା କଲବା ଗାଁର ଶାଙ୍କ ମୁର୍ମୁଙ୍କ କ୍ଷେତ୍ରରେ ଏହାର ପୁନରାବୃତ୍ତି ହୋଇଛି। ଶାଙ୍କଙ୍କୁ ୪ ଜଣ ଦଲାଲ ଦାଦନ ଖଟିବାକୁ ଡାକି ନେଇ ପଇସା ନ ଦେଇ ଗୋଟିଏ ଗୋଡ଼ ଓ ହାତ ପାପୁଲି କାଟି ଦେଇଛନ୍ତି। ବର୍ବରତାର ସୀମା ଟପିଥିବା ଦଲାଲ ଶାଙ୍କଙ୍କୁ ତାଙ୍କ ଗାଁରେ ଛାଡ଼ି ଦେବା ସହ ଥାନାରେ ଜଣାଇଲେ ହତ୍ୟା କରିଦେବେ ବୋଲି ଧମକ ଦେଇଛନ୍ତି।
କଲବା ଗାଁର ଶାଙ୍କ ବହୁ ଅଭାବରେ ଚଳୁଥିଲେ ମଧ୍ୟ ଦାଦନ ଖଟିିବାକୁ ବାହାର ରାଜ୍ୟକୁ ଯିବାକୁ ଚାହୁଁ ନ ଥିଲେ। ୧୩ ତାରିଖରେ ନିକଟସ୍ଥ ଗାଁର ୪ ଯୁବକ ଆସି ତାଙ୍କୁ ଉତ୍ତରପ୍ରଦେଶର ଏକ କମ୍ପାନୀରେ କାମ କଲେ ମାସିକ ୨୦ ହଜାର ଟଙ୍କା ମିଳିବ ବୋଲି କହିଥିଲେ। ସେମାନେ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇବାରୁ ଶାଙ୍କ ଯିବାକୁ ରାଜି ହୋଇଥିଲେ। ଦଲାଲଙ୍କ କଥାରେ ଅନ୍ୟ କେତେଜଣ ଯୁବକଙ୍କ ସହ ଉତ୍ତରପ୍ରଦେଶ ଯାଇ ଏକ ସିମେଣ୍ଟ କମ୍ପାନୀରେ କାମ କଲେ। ୨ ଦିନ କାମ କରିବା ପରେ ନିଜେ ଚଳିବା ପାଇଁ ଦଲାଲଙ୍କୁ ତାଙ୍କ ପାରିଶ୍ରମିକ ମାଗିଥିଲେ। ଦଲାଲ ଟଙ୍କା ଦେବା ବଦଳରେ ଶାଙ୍କଙ୍କୁ ମାର୍‌ପିଟ କରିଥିଲେ। ଏପରିକି ତାଙ୍କର ବାମ ଗୋଡ଼ ଓ ଡାହାଣ ହାତପାପୁଲି କାଟି ଦେଇଥିଲେ। ଏହାପରେ ତାଙ୍କୁ ଝାନ୍‌ସିର ଏକ ମେଡିକାଲକୁ ନେଇଥିଲେ। ସେଠାରେ ୨ ଦିନ ପକାଇ ରଖିବା ପରେ ଗତ ୩୦ ତାରିଖରେ ଆଣି ଗାଁରେ ଛାଡ଼ି ଦେଇ ପଳାଇଛନ୍ତି। ଥାନାରେ କୌଣସି ଅଭିଯୋଗ ନ କରିବାକୁ ଦଲାଲ୍‌ ଧମକ ଦେଇଛନ୍ତି। ସେପଟେ ଚିକିତ୍ସା ପାଇଁ ଅର୍ଥ ଅଭାବରୁ କେଉଁଆଡ଼େ ନେଇ ନ ପାରି ସ୍ତ୍ରୀ ସୁଶୀଳା ଚେରମୂଳି ଔଷଧ ଆଣି ଦେଉଛନ୍ତି। ସ୍ବାମୀ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେବାରୁ ଆମ୍ବୁଲାନ୍ସ ଡକାଇ ତାଙ୍କୁ ମୋହନା ଡାକ୍ତରଖାନାକୁ ନେଇଛନ୍ତି। ସୁଶୀଳା କହିଛନ୍ତି ଯେ, ସ୍ବାମୀ ଫୋନ କରି ଘରକୁ ପ୍ରଥମେ ୧୦ ହଜାର ଟଙ୍କା ପଠାଇବେ ବୋଲି କହିଥିଲେ। ଏହା ପରଦିନ ତାଙ୍କ ହାତଗୋଡ଼ କଟି ଯାଇଥିବା ସ୍ବାମୀଙ୍କୁ ଗାଁରୁ ନେଇଥିବା ଲୋକ ଜଣକ ଫୋନରେ ଜଣାଇଥିଲେ। ଗାଁରେ ଛାଡିବା ବେଳେ ତାଙ୍କୁ ଏ ସମ୍ପର୍କରେ ପଚାରିବାରୁ ଶାଙ୍କ ଟ୍ରେନ ଲାଇନରେ କଟି ଗୋଡ ହରାଇଥିବା କହି ଦଲାଲ ଜଣକ ପଳାଇଥିଲେ ବୋଲି ସୁଶୀଳା କହିଛନ୍ତି। ତେବେ ଏ ନେଇ ପୋଲିସରେ ଅଭିଯୋଗ ହୋଇ ନ ଥିବା ଗଜପତି ଆରକ୍ଷୀ ଅଧୀକ୍ଷକ ଜୟରାମ ଶତପଥୀ କହିଛନ୍ତି। ସୂଚନାଯୋଗ୍ୟ, କିଛିବର୍ଷ ପୂର୍ବରୁ କାଶୀନଗର ଏବଂ ଆର. ଉଦୟଗିରି ବ୍ଲକର ଦାଦନ ଶ୍ରମିକ ରାଜ୍ୟ ବାହାରକୁ ଯାଇ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନଜିର ରହିଛି। ଏପରିକି ୩ ନାବାଳକଙ୍କ ମଧ୍ୟ ଜୀବନ ଯାଇଛି। ସାମାଜିକ କର୍ମୀ ଓ ବୁଦ୍ଧିଜୀବୀମାନେ ଦଲାଲଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri