ପୁରୁଣାଙ୍କୁ ପୁଣି ସୁଯୋଗ

ଭୁବନେଶ୍ୱର, ୪ା୧୦:ରାଜ୍ୟରେ ବେରୋଜଗାରି ବଢ଼ିବାରେ ଲାଗିଛି। ଯୁବଗୋଷ୍ଠୀ ସରକାରୀ ଚାକିରିଟିଏ ପାଇବା ପାଇଁ ଦୀର୍ଘ ବର୍ଷ ଧରି ଅପେକ୍ଷା କରି ରହୁଛନ୍ତି। ସେଣ୍ଟ୍ରାଲ୍‌ ଫର ମନିଟରିଂ ଇଣ୍ଡିଆନ ଇକୋନୋମି(ସିଏମ୍‌ଆଇଇ) ରିପୋର୍ଟ ଅନୁଯାୟୀ, ସାରା ଦେଶରେ ବେକାର ହାର ଗତ ଅଗଷ୍ଟରେ ୮.୩% ଥିବାବେଳେ ଓଡ଼ିଶାରେ ଏହା ୨.୬% ରହିଛି। ସମାନ ସମୟରେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ଏହି ହାର ମାତ୍ର ୦.୪% ରହିଛି। ସେପ୍ଟେମ୍ବରରେ ଓଡ଼ିଶାର ବେକାରି ହାର ୨.୯%କୁ ବୃଦ୍ଧି ପାଇଥିବାବେଳେ ଛତିଶଗଡ଼ରେ ଏହା ୦.୧% କୁ ଖସିଥିବା ସିଏମ୍‌ଆଇଇ ତଥ୍ୟରୁ ଜଣାପଡ଼ିଛି। ଗତ ବିଧାନସଭା ଅଧିବେଶନରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଦେଇଥିବା ତଥ୍ୟ ଅନୁସାରେ ରାଜ୍ୟରେ ଗତ ଏପ୍ରିଲ ୩୦ ସୁଦ୍ଧା ମୋଟ ୮ଲକ୍ଷ ୮୦ହଜାର ୧୭୫ଜଣ ଯୁବବର୍ଗ ଚାକିରି ପାଇବା ପାଇଁ କର୍ମ ନିୟୋଜନ ସଂସ୍ଥାରେ ପଞ୍ଜୀକୃତ କରିଛନ୍ତି। ସେମାନଙ୍କ ମଧ୍ୟରେ ୫ଲକ୍ଷ ୮୧ହଜାର ୬୭୬ଜଣ ଯୁବକ ଥିବାବେଳେ ୨ଲକ୍ଷ ୯୮ହଜାର ୪୯୯ ଯୁବତୀ ଅଛନ୍ତି। ସରକାରୀ ତଥ୍ୟକୁ ଛାଡ଼ିଦେଲେ ବହୁ ନିଯୁକ୍ତି ଆଶାୟୀ ରହିଥିବା କୁହାଯାଉଛି। ଏଭଳି ସ୍ଥିତିରେ ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୃଷ୍ଟି ନେଇ ସରକାରଙ୍କ ପଦକ୍ଷେପ ଅସ୍ପଷ୍ଟ ରହିଥିବାବେଳେ ଅବସର ନେଇଥିବା କର୍ମଚାରୀଙ୍କୁ କାର୍ଯ୍ୟରେ ପୁନଃ ଥଇଥାନ ପାଇଁ ସରକାର ନିକଟରେ ନୂଆ ବ୍ୟବସ୍ଥା ସାଙ୍ଗକୁ ପାରିଶ୍ରମିକ ଧାର୍ଯ୍ୟ କରିଛନ୍ତି, ଯାହାକୁ ନେଇ ନିଯୁକ୍ତି ଆଶାୟୀ ଯୁବଗୋଷ୍ଠୀ ଅସନ୍ତୋଷ ପ୍ରକାଶ କରିଛନ୍ତି, ସେମାନଙ୍କ ମତରେ ସରକାର ଅନେକ ଥର ଖାଲି ଥିବା ପଦବୀରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଆଗେଇ ଆସିଛନ୍ତି। ଏବେ ପୁଣି ସେହି ପୁରୁଣାଙ୍କୁ ସୁଯୋଗ ଦେଉଛନ୍ତି।
ମିଳିଥିବା ତଥ୍ୟ ଅନୁସାରେ, ଜାତୀୟ ହାର ତୁଳନାରେ ଓଡ଼ିଶାରେ ୧୫ରୁ ୨୯ ବର୍ଷ ବର୍ଗଙ୍କ ମଧ୍ୟରେ ବେରୋଜଗାରି ଦ୍ୱିତୀୟ ସର୍ବାଧିକ ଅର୍ଥାତ୍‌ ୩୨.୮% ରହିଛି। ଏଭଳିସ୍ଥିତିରେ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଗତ ୨୯ତାରିଖରେ ପତ୍ର ସଂଖ୍ୟା. ୨୪୫୩୩ରେ ପ୍ରକାଶ ପାଇଥିବା ନିର୍ଦ୍ଦେଶନାମା ନିଯୁକ୍ତି ଆଶାୟୀ ଯୁବବର୍ଗଙ୍କ ଠାରୁ ଚାକିରି ଛଡ଼ାଇନେବା ସଦୃଶ ବୋଲି ଅଭିଯୋଗ ହେଉଛି। ଅର୍ଥ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ନିର୍ଦ୍ଦେଶନାମା ଅନୁସାରେ ଏବେ କୌଣସି ପ୍ରଶାସନିକ ବିଭାଗରେ ଖାଲିଥିବା ପଦବୀର ୫୦% ପର୍ଯ୍ୟନ୍ତ ଅବସରପ୍ରାପ୍ତ ଅଧିକାରୀ ବା କର୍ମଚାରୀଙ୍କୁ ସେହି ବିଭାଗ ନିଯୁକ୍ତି ଦେଇପାରିବ। ଏଥିପାଇଁ ଅର୍ଥ ବିଭାଗ ପକ୍ଷରୁ କୌଣସି ଅନୁମତି ନିଆଯିବା ଆବଶ୍ୟକ ନାହିଁ।
ହେଲେ ୫୦%ରୁ ଅଧିକ ନିଯୁକ୍ତି କ୍ଷେତ୍ରରେ ଅର୍ଥ ବିଭାଗର ଅନୁମତି ଜରୁରୀ ବୋଲି ଉଲ୍ଲେଖ କରାଯାଇଛି। ଏପରି କି ସେମାନଙ୍କ ପାଇଁ ୫ଟି ବର୍ଗରେ ନିର୍ଦ୍ଦିଷ୍ଟ ପରିମାଣର ପାରିଶ୍ରମିକ ବା କନ୍‌ସୋଲିଡେଟେଡ୍‌ ରେମୁନେରେଶନ ମଧ୍ୟ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ ଏତେ ସଂଖ୍ୟାରେ ପଞ୍ଜୀକୃତ ନିଯୁକ୍ତି ଆଶାୟୀ ରହିଥିବାବେଳେ ସରକାର ସେମାନଙ୍କୁ ସୁଯୋଗ ନ ଦେଇ ଅବସରପ୍ରାପ୍ତ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଏଭଳି ପ୍ରୋତ୍ସାହନ ଦେବାର ରହସ୍ୟ ସହଜରେ ବୁଝାପଡ଼ୁ ନ ଥିବା କୁହାଯାଉଛି। ଛାତ୍ରୀଛାତ୍ରମାନେ ଅକ୍ଳାନ୍ତ ପରିଶ୍ରମ କରି ପଢ଼ୁଛନ୍ତି, ଏପରି କି ଏଥିପାଇଁ ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। ପ୍ରତିବର୍ଷ ବହୁ ସରକାରୀ ପଦବୀ ଖାଲି ପଡ଼ୁଥିଲେ ମଧ୍ୟ ନିଯୁକ୍ତି ପାଇଁ ଆଶାୟୀଙ୍କୁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ୁଛି। ଫଳରେ ସେମାନେ ମାନସିକ ଏବଂ ଆର୍ଥିକସ୍ତରରେ ଏକ ପ୍ରକାର ଭାଙ୍ଗି ପଡ଼ୁଛନ୍ତି ବୋଲି କଟକ ଜଗତପୁର ଅଞ୍ଚଳର ରାମଚନ୍ଦ୍ର ବେହେରା ନାମକ ଜଣେ ଯୁବକ ପ୍ରକାଶ କରିଛନ୍ତି। ନିଯୁକ୍ତି ପାଇଁ ଆଶାୟୀମାନେ କରୁଥିବା ଫର୍ମ ପୂରଣରେ କୋଟି କୋଟି ଟଙ୍କା ରାଜସ୍ବ ଆକାରରେ ପାଉଛନ୍ତି। ଯଦି ଖାଲି ପଡ଼ିଥିବା ପଦବୀରୁ ୫୦% ଅବସରପ୍ରାପ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଦିଆଯିବ, ତେବେ ନିଯୁକ୍ତି ଆଶାୟୀ ଯୁବଗୋଷ୍ଠୀ କ’ଣ ରାସ୍ତା ଏବଂ ରେଳ ଷ୍ଟେଶନରେ ଭିକ୍ଷାବୃତ୍ତି କରିବେ କି ବୋଲି ଚାକିରି ଆଶାୟୀ ରାଜେଶ ପ୍ରଧାନ କହିଛନ୍ତି। ଅପରପକ୍ଷରେ ଅର୍ଥ ବିଭାଗର ଜଣେ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଅବସର ନେଇଥିବା କର୍ମଚାରୀମାନଙ୍କ କାର୍ଯ୍ୟ କ୍ଷେତ୍ରରେ ଅଭିଜ୍ଞତା ରହିଥିବାରୁ ସେମାନଙ୍କୁ ସୁଯୋଗ ମିଳୁଛି। ଏପରିକି ନୂଆ ନିଯୁକ୍ତି ପରିବର୍ତ୍ତେ ଅବସରପ୍ରାପ୍ତ ଅଧିକାରୀଙ୍କ ପୁନଃନିଯୁକ୍ତି ଏକ ନିର୍ଦ୍ଧିଷ୍ଟ ପରିମାଣର ପାରିଶ୍ରମିକରେ କରାଯାଉଛି।
ତେବେ ଅବସରପ୍ରାପ୍ତଙ୍କୁ ପୁନଃ ନିଯୁକ୍ତି ନେଇ ଅର୍ଥ ବିଭାଗ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶକୁ ବିରୋଧୀ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ନିନ୍ଦା କରାଯାଇଛି। ଅନେକ ଲକ୍ଷ ବେକାରୀ ଯୁବତୀଯୁବକ ରାଜ୍ୟରେ ଚାକିରି ପାଇଁ ଚେଷ୍ଟା କରୁଥିବାବେଳେ ସେମାନଙ୍କୁ ସୁଯୋଗ ନ ଦେଇ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଥଇଥାନ କରିବା ରାଜ୍ୟ ସରକାରଙ୍କ ଏକ ଚାଲ୍‌ ବୋଲି ଭାଜପା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି। ସେହିପରି ସରକାରଙ୍କ ଏହି ନିଷ୍ପତ୍ତି ଶିକ୍ଷିତ ଯୁବକଙ୍କ ପ୍ରତି ଏହା ଛୁରାଘାତ ସଦୃଶ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି। ତେବେ ଏନେଇ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଏସମ୍ପର୍କରେ ପଚରାଯିବାରେ ସେ ତାଙ୍କର ବ୍ୟସ୍ତତା ଦେଖାଇ ପ୍ରସଙ୍ଗକୁ ଏଡ଼ାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତ ହେବେ ଶୁକ୍ରଦେବ; ୫ରାଶି ପାଇଁ ଅଶୁଭ, ଧନହାନି ସାଙ୍ଗକୁ….

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଦେବଙ୍କୁ ପ୍ରେମ, ଦାମ୍ପତ୍ୟ ଜୀବନ, ସମ୍ପର୍କ, ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ ଓ ଭୌତିକ ସୁଖର କାରକ ଭାବେ ବିବେଚନା କରାଯାଏ । ଜ୍ୟୋତିଷୀୟ ଗଣନା ଅନୁଯାୟୀ,…

ପୂର୍ବତନ ଭାଜପା ବିଧାୟକଙ୍କୁ ନିର୍ମମ ହତ୍ୟା; ୭୦-୮୦ ଜଣ ଲୋକ କ୍ରସର୍‌ ପ୍ଲାଣ୍ଟ ଉପରେ ଆକ୍ରମଣ କରି ନେଇଗଲେ ଜୀବନ…

ଜୟପୁର,୧୨।୧୦: ରାଜସ୍ତାନ ଭରତପୁରରେ ଖଣି କାର୍ଯ୍ୟକୁ ନେଇ ହୋଇଥିବା ବିବାଦ ମଧ୍ୟରେ ପୂର୍ବତନ ଭାଜପା ବିଧାୟକ ଅତର ସିଂହ ଭଦାନାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି, ଯାହା…

ଆଖିରୁ ବହିଗଲା ଧାର ଧାର ଲୁହ…! ଶ୍ରେୟସ ଆୟରଙ୍କୁ ଏମିତି ପଡ଼ିଆରେ ଦେଖି ସହ୍ୟ କରିପାରିଲେ ନାହିଁ ଏହି ମହିଳା ପ୍ରଶଂସକ

ନୂଆଦିଲ୍ଲୀ,୧୨।୧୦: ଶ୍ରେୟସ ଆୟରଙ୍କ ଆଶ୍ଚର୍ଯ୍ୟଜନକ ପାଗଳାମି ଇନ୍ଦୋରରେ ଦେଖିବାକୁ ମିଳିଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଅଧିନାୟକ ବାହାରକୁ ଯିବା ମାତ୍ରେ ତାଙ୍କର ଜଣେ ମହିଳା ପ୍ରଶଂସକ କାନ୍ଦିବାକୁ…

ବିଗ ବିଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଏଭଳି କହିଲେ ଐଶ୍ୱର୍ଯ୍ୟା, ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ, ୧୨।୧୦: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଉତ୍ସବଠାରୁ କମ୍ ନୁହେଁ। ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖରେ ତାଙ୍କ ଜନ୍ମଦିନ…

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?