Posted inରାଜ୍ୟ

ଡି.ଏସ୍‌. କୁଟ୍ଟେଙ୍କୁ ରାଷ୍ଟ୍ରପତି ପୋଲିସ ପଦକ

ଭୁବନେଶ୍ୱର,୨୬ା୧(ବ୍ୟୁରୋ): ଓଡ଼ିଶାରୁ ୨ ଜଣ ପୋଲିସ କର୍ମଚାରୀଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ। ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଡି.ଏସ୍‌. କୁଟ୍ଟେ ଏବଂ ଭିଜିଲାନ୍ସ କନ୍‌ଷ୍ଟେବଲ ପ୍ରହଲ୍ଲାଦ କୁମାର ରାଉତ ସମ୍ମାନିତ ହେବେ। ସେହିପରି ପ୍ରଶଂସନୀୟ ସେବା କାର୍ଯ୍ୟ ପାଇଁ ଓଡ଼ିଶାର ୧୧ ଜଣ ପୋଲିସ କର୍ମଚାରୀଙ୍କୁ ପୋଲିସ ପଦକ ମିଳିବ। ଗୁରୁବାର ସାଧାରଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ।

ଡି.ଏସ୍‌. କୁଟ୍ଟେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଅଛନ୍ତି। ଓଡ଼ିଶାରୁ କୁଟ୍ଟେଙ୍କୁ ଉଲ୍ଲେଖନୀୟ ସେବା ପୋଲିସ ପଦକ ମିଳିବ । ୧୯୯୭ ବ୍ୟାଚ୍‌ର ଏହି ଆଇପିଏସ୍‌ ଅଫିସର ଯାଜପୁର, ରାଉରକେଲା ଓ ଗଜପତି ଏସ୍‌ପି ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏହାଛଡ଼ା ସେ କେନ୍ଦ୍ରାଞ୍ଚଳ ଡିଆଇଜି ଓ ଗୋଇନ୍ଦା ଡିଆଇଜି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ୨୦୧୫ରୁ ୨୦୧୬ ଗୋଇନ୍ଦା ବିଭାଗ ଆଇଜି ଭାବେ କାର୍ଯ୍ୟ କରିଛନ୍ତି । ସେ ୨୦୧୬ରୁ ୨୦୧୭ ରାଜ୍ୟ ପରିବହନ କମିଶନର ଥିଲେ । ଗୋଇନ୍ଦା ବିଭାଗ ଡିଆଇଜି ଥିବା ବେଳେ ୨୦୧୩ରେ ପ୍ରଶଂସନୀୟ ସେବା ପାଇଁ ସେ ପୋଲିସ ପଦକ ପାଇଥିଲେ । ୨୦୧୭ରୁ ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ଭାବେ ନିଯୁକ୍ତି ପାଇଛନ୍ତି ।

ପୋଲିସ ପଦକ ବିଜେତାମାନେ ହେଲେ ଭଦ୍ରକର ଅତିରିକ୍ତ ଏସ୍‌ପି ଯତୀନ୍ଦ୍ର କୁମାର ପଣ୍ଡା ଓ ପ୍ରଦ୍ୟୁମ୍ନ କୁମାର ମିଶ୍ର, ସୁନ୍ଦରଗଡ଼ ଭିଜିଲାନ୍ସ ୟୁନିଟ୍‌ର ଡିଏସ୍‌ପି ସୁଧାଂଶୁ ଶେଖର ପୂଜାରୀ, ଭୁବନେଶ୍ବର ଏସିପି ହିମାଂଶୁ ଭୂଷଣ ସ୍ବାଇଁ, ଭୁବନେଶ୍ବରସ୍ଥିତ ବିପିଏସ୍‌ପିଏର ଡେପୁଟି କମାଣ୍ଡାଣ୍ଟ ଜ୍ଞାନେନ୍ଦ୍ର କୁମାର ଦାସ, ଭୁବନେଶ୍ବରସ୍ଥିତ ସିକ୍ୟୁରିଟି ୱିଙ୍ଗ୍‌ ଇନ୍ସପେକ୍ଟର ଅରୁଣ ବଳିଆରସିଂ, ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ ଏସ୍‌ଆଇ ଯୁଗଳ କିଶୋର ପ୍ରଧାନ, କଟକ ନୂଆପାଟଣାର କନ୍‌ଷ୍ଟେବଲ ସରୱରଦ୍ଦିନ୍‌ ଖାଁ, ଭୁବନେଶ୍ବରସ୍ଥିତ ଏସ୍ସିଆରବି ପୋଲିସ ଏଏସ୍‌ଆଇ (କମ୍ପ୍ୟୁଟର୍‌) ବିଜ୍ଞାନ ଭୂଷଣ ମହାନ୍ତି, ଭୁବନେଶ୍ବରର ପୋଲିସ ଡ୍ରିଲ୍‌ ଇନ୍ସପେକ୍ଟର୍‌ ଅନିଲ କୁମାର ମିଞ୍ଜ ଓ ରାଉରକେଲାସ୍ଥିତ ୪ର୍ଥ ବାଟାଲିୟନର ସିପାହି ପ୍ରଦୀପ କୁମାର ବେହେରା। ସାଧାରଣତନ୍ତ୍ର ଦିବସ ଅବସରରେ ସେମାନଙ୍କୁ ପୁରସ୍କୃତ କରାଯିବ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୩ ପାଇଁ ୯୦୧ ପୋଲିସ କର୍ମଚାରୀଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ। ସେଥିରୁ ୧୪୦ଜଣଙ୍କୁ ସାହସିକତା ପୁରସ୍କାର ମିଳିବାକୁ ଥିବା ବେେଳେ ୯୩ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ । ସେହିପରି ୬୬୮ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ପୁରସ୍କାର ମିଳିବ ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦ୍‌‌ଘାଟନ ହେଲା ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର

ଭୁବନେଶ୍ୱର,୧୧।୧୨: ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ସୋମବାର ସନ୍ଧ୍ୟାରେ ଉଦ୍‌‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ...

ଦାଦନ ନେଲା ଦୁଇ ଭାଇଙ୍କ ଜୀବନ: ସାନ ପରେ ବଡ଼ଭାଇଙ୍କ ଜୀବନ ଗଲା

ରାୟଗଡ଼ା,୧୧।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ସରୁନି ଦାଦନ ଦୁଃଖ। କାଶୀପୁର ବ୍ଲକ ଟିକିରି ପଞ୍ଚାୟତ ମକାପଦର ଗ୍ରାମର ୨ ଭାଇ ରୋଜଗାର ଆଶାରେ ପଡ଼ୋଶୀ...

ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୁଙ୍କୁ ଏନ୍‌କାଉଣ୍ଟର

ପୁରୀ,୧୧।୧୨: ପୁରୀରେ ସୋମବାର ଏକ ଏନ୍‌କାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୁ ବାରିକ ଆହତ ହୋଇଛନ୍ତି। ସନ୍ତୁଙ୍କ ଗୋଡ଼ରେ ଗୁଳି ବାଜିଥିବା ଜଣାପଡିଛି। ତାଙ୍କୁ...

ଷଷ୍ଠ ଦିନରେ ଆୟକର ବିଭାଗର ଚଢାଉ: ଭାଟି ମ୍ୟାନେଜରଙ୍କୁ ପଚରାଉଚରା

ବଲାଙ୍ଗୀର,୧୧।୧୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ମଦଭାଟି, ଅଫିସ ଓ ମଦ ବ୍ୟବସାୟୀଙ୍କ ବାସଭବନରେ ଚଢ଼ାଉ କରି ଆୟକର ବିଭାଗ ଜବତ କରିଥିବା କୋଟି କୋଟି...

ପ୍ରାତଃଭ୍ରମଣରେ ଯାଇଥିବା ବେଳେ ବୃଦ୍ଧଙ୍କ ଗଳାକାଟି ହତ୍ୟା

ବ୍ରହ୍ମପୁର,୧୧ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀନଗର ଦ୍ବିତୀୟ ଲାଇନ୍‌ରେ ସୋମବାର ଏକ ଘର ସମ୍ମୁଖରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ବୃଦ୍ଧଙ୍କ...

୪୮ଘଣ୍ଟା ଶୋଷରେ ରଖିଲା ଓ୍ବାଟ୍‌କୋ

ଭୁବନେଶ୍ୱର,୧୧।୧୨: (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରରେ ପାନୀୟ ଜଳ ଯୋଗାଣରେ ଫେଲ୍‌ ମାରିଲା ଓ୍ବାଟ୍‌କୋ। ବିକଳ୍ପ ବ୍ୟବସ୍ଥା ନ କରି ମରାମତି ପାଇଁ ପାଣି ଯୋଗାଣ...

ଥଣ୍ଡା ପବନ, ବଢ଼ିବ ଶୀତ

ଭୁବନେଶ୍ୱର,୧୧।୧୨(ଅନୁରାଧା ମହାରଣା): ରାଜ୍ୟରେ ଆସନ୍ତା ସପ୍ତାହ ସାରା ପାଗ ଶୁଖିଲା ରହିବା ସହ ଆକାଶ ମେଘମୁକ୍ତ ରହିବ। ଉତ୍ତର-ପଶ୍ଚିମ ପଟୁ ଥଣ୍ଡା ପବନ ବହିବା ପ୍ରଭାବରେ...

ମାଟ୍ରିକ ନମୁନା ପ୍ରଶ୍ନପତ୍ରରେ ତ୍ରୁଟି

ଭୁବନେଶ୍ୱର, ୧୧।୧୨(ଅସମାପିକା ସାହୁ): ଆସନ୍ତା ବର୍ଷ ହେବାକୁ ଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ପ୍ରଶ୍ନପତ୍ର ନମୁନାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri