Posted inଜାତୀୟ

ସଡକ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ ପରଲୋକ

ମୁମ୍ବାଇ,୪।୯: ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ତଥା ବ୍ୟବସାୟୀ ସାଇରସ ମିସ୍ତ୍ରୀଙ୍କ ଏକ ସଡକ ଦୁର୍ଘଟଣାରେ ପରଲୋକ ଘଟିଛି। ମୃତୁ୍‌ୟ ବେଳକୁ ତାଙ୍କୁ ମାତ୍ର ୫୪ ବର୍ଷ ହୋଇଥିଲା। ସେ କାର୍‌ରେ ଗୁଜରାଟରୁ ମୁମ୍ବାଇ ଫେରୁଥିବାବେଳେ ମୁମ୍ବାଇର ପାଲଘର ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ତାଙ୍କ କାର୍‌ ଏକ ଡିଭାଇଡର୍‌ରେ ପିଟି ହୋଇଯାଇଥିଲା। କାର୍‌ରେ ମୋଟି ୪ ଜଣଙ୍କ ଥିଲେ। ୨ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସାଇରସ୍‌ଙ୍କ ମୃତ୍ୟୁକୁ ପାଲଘର ଏସପି ନିଶ୍ଚିତ କରିଛନ୍ତି।
ସୂଚନାଯୋଗ୍ୟ, ଦୀର୍ଘ ଦିନ ଧରି ରତନ ଟାଟା ଏବଂ ସାଇରସ ମିସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଡିସେମ୍ବର ୨୦୧୨ରେ, ସାଇରସ ମିସ୍ତ୍ରୀଙ୍କୁ ରତନ ଟାଟା ଦ୍ୱାରା ଟାଟା ଗ୍ରୁପର ଚେୟାରମ୍ୟାନ କରାଯାଇଥିଲା। ୨୦୧୬ରେ ତାଙ୍କୁ ଏହି ପଦରୁ ହଟାଇ ଦିଆଯାଇଥିଲା। ଏହି ପଦବୀରୁ ହଠାତ୍‌ ହଟାଯିବା ହେତୁ ସେ କୋର୍ଟର ଆଶ୍ରୟ ନେଇଥିଲେ। ସେ ନ୍ୟାଶନାଲ କମ୍ପାନୀ ଆଇନ ଟ୍ରିବ୍ୟୁନାଲକୁ ଯାଇଥିଲେ। ଏଠାରେ ତାଙ୍କ ସପକ୍ଷରେ ନିଷ୍ପତ୍ତି ନିଆଯାଇଥିଲା। ତେବେ ଏହି ନିଷ୍ପତ୍ତି ପରେ ରତନ ଟାଟା ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶାହା ଆସିପାରୁଛନ୍ତି, ରାହୁଲ କାହିଁକି ନୁହଁ

ଇମ୍ଫାଲ,୩୦ା୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ୨ ଦିନିଆ ମଣିପୁର ଗସ୍ତ କରିଛନ୍ତି। ମେ’ ୩ରୁ ଜାତିଆଣ ସଂଘର୍ଷ ଲାଗି ରହିଥିବା ଏହି ଉତ୍ତର-ପୂର୍ବାଞ୍ଚଳ...

ସେଙ୍ଗୋଲକୁ ନେଇ ପୁଣି ଭାଜପାକୁ ଟାର୍ଗେଟ କଲା କଂଗ୍ରେସ, ଭାଜପାର ଫେକ୍‌ ଫ୍ୟାକ୍ଟ୍ରିର ମୁଖା ଖୋଲିଛି ଏହି ସାକ୍ଷାତକାର!

ନୂଆଦିଲ୍ଲୀ,୯।୬:ନୂଆ ସଂସଦ ଭବନ ଉଦ୍‌ଘାଟନ ହେବା ପରେ ସେଙ୍ଗୋଲକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ନୂଆ ସଂସଦ ଭବନକୁ ବିରୋଧ କରିବା ସହ ବିରେଧୀ...

ଭାରତ ପାଇଁ ଆବଶ୍ୟକ ୧୦ ହଜାର ଅମ୍ବାନୀ-୨୦ ହଜାର ଆଦାନୀ…

ନୂଆଦିଲ୍ଲୀ,୯।୧୧ : ଭାରତର ଜି-୨୦ ଶେର୍ପା ଅମିତାଭ କାଣ୍ଟ କହିଛନ୍ତି ଯେ ଭାରତର ବିକାଶ ପାଇଁ ୧୦ ହଜାର ଅମ୍ବାନୀ ଏବଂ ୨୦ ହଜାର ଆଦାନୀ...

ୟେଦୁରପ୍ପାଙ୍କ ବାସଭବନରେ ଖାଇଲେ ଅମିତ ଶାହା, ମୁଖ୍ୟମନ୍ତ୍ରୀ ବୋମ୍ମାଇ ବି ଥିଲେ ଉପସ୍ଥିତ…

ବେଙ୍ଗାଲୁରୁ,୨୪।୩: ଆସନ୍ତା କିଛି ସପ୍ତାହ ମଧ୍ୟରେ କର୍ନାଟକ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ନେଇ ରାଜ୍ୟରେ ରାଜନୀତି ସରଗରମ ରହିଛି। ନିର୍ବାଚନକୁ ଆଖି ଆଗରେ...

କଠୋର ହେଲେ ସୁପ୍ରିମକୋର୍ଟ: ମାଗିଲେ ନଡ଼ା ଜଳାଉଥିବା ଲୋକଙ୍କ ତାଲିକା

ନୂଆଦିଲ୍ଲୀ,୪।୧୧: ରାଜଧାନୀରେ ଭୟଙ୍କର ରୂପ ନେଉଛି ପ୍ରଦୂଷଣ। ଏହି ମାମଲାରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସୋମବାର ଦିଲ୍ଲୀରେ ବ୍ୟାପୁଥିବା ପ୍ରଦୂଷଣ ଉପରେ ସୁପ୍ରିମକୋର୍ଟ...

ଘଡଘଡି ମାରିବା ସମୟରେ କାନରେ ଲଗାଇଥିଲେ ଇୟରଫୋନ୍‌, ଘଟିଲା ଏମିତି

ନୋଏଡା,୫।୧: ଗ୍ରେଟର ନୋଏଡାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ କାନରେ ଇୟରଫୋନ୍‌ ଲଗାଇବା ମହଙ୍ଗା ପଡିଛନ୍ତି। ବଜ୍ରପାତ ସମୟରେ କାନରେ ଇୟରଫୋନ ବିସ୍ଫୋରଣ...

ଜ୍ଞାନବାପି ମାମଲା: ଏଏସଆଇ ସର୍ଭେ ବିରୋଧରେ ଆହ୍ଲାବାଦ ହାଇକୋର୍ଟରେ ପହଞ୍ଚିଲା ମୁସଲିମ ପକ୍ଷ

ଲକ୍ଷ୍ନୌ,୨୪।୭: ଜ୍ଞାନବାପି ଏଏସଆଇ ସର୍ଭେ ବିରୋଧରେ ପହଞ୍ଚିଥିବା ମୁସଲିମ ପକ୍ଷ ଅଞ୍ଜୁମାନ କମିଟିକୁ ସୁପ୍ରିମକୋର୍ଟ ହାଇକୋର୍ଟରେ ଆବେଦନ କରିବାକୁ କହିଛନ୍ତି। ଏସଆଇ ସର୍ଭେ ଉପରେ ଜୁଲାଇ...

ଚନ୍ଦ୍ରୟାନ ମିଶନକୁ ପୂରଣ ହେଲା ୧୦ ଦିନ, ସମୟ ସହ ଦୌଡୁଛନ୍ତି ବୈଜ୍ଞାନିକ

ଅହମଦାବାଦ,୨୯।୮: ସ୍ପେସ ଆପ୍ଲିକେଶନ ସେଣ୍ଟର ଅହମଦାବାଦର ନିର୍ଦ୍ଦେଶକ ନୀଲେଶ ଏମ ଦେଶାଇ କହିଛନ୍ତି ଯେ ଚନ୍ଦୟାନ ମିଶନ ୩ଟି ପାର୍ଟ ରହିଛି। ଯାନର ସପ୍ଟ ଲ୍ୟାଣ୍ଡିଂ,...

Advertisement
Archives

Model This Week