ଦାଉ ସାଧିଲା ବାତ୍ୟା ‘ଜଓ୍ବାଦ’

ଜଗତ୍‌ସିଂହପୁର ଅଫିସ/ପାରାଦୀପ/ ଏରସମା/ତିର୍ତ୍ତୋଲ/ରଘୁନାଥପୁର/ ନାଉଗାଁ,୬ା୧୨(ସ୍ବ.ପ୍ର./ଡି.ଏନ୍‌.ଏ.): ବାତ୍ୟା ‘ଜୱାଦ’ ପ୍ରଭାବରେ ଜଗତ୍‌ସିଂହପୁର ଜିଲାରେ ହାରାହାରି ବର୍ଷା ୧୧୪.୩୭୫ ମିଲିମିଟର ରେକର୍ଡ ହୋଇଛି। ଅପରାହ୍ନ ୪ଟା ମଧ୍ୟରେ ଜଗତ୍‌ସିଂହପୁର ପୌରାଞ୍ଚଳର ଓ ବ୍ଲକ ଅଞ୍ଚଳରେ ୭୧ ମିମି, ବିରିଡ଼ି ୧୯, ରଘୁନାଥପୁର ୮୫, ବାଲିକୁଦା ୧୪୫, ନାଉଗାଁ ୧୨୯, ତିର୍ତ୍ତୋଲ ୧୦୦, କୁଜଙ୍ଗ ୧୩୬, ଏରସମାରେ ୨୨୦ ଏହିପରି ମୋଟ ୯୧୫ ମିମି ବର୍ଷା ହୋଇଛି। ଲଗାଣ ବର୍ଷା ଯୋଗୁ ଜିଲାରେ ଧାନ, ଡାଲିଜାତୀୟ ଫସଲ ଓ ପନପରିବା କ୍ଷତିଗ୍ରସ୍ତ ହୋଇଛି। ୨ରୁ ୩ ଦିନ ମଧ୍ୟରେ ବିଲରୁ ବର୍ଷା ଜଳ ନିଷ୍କାସନ ନ ହେଲେ ଫସଲ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି। ଲଗାଣ ବର୍ଷା ଯୋଗୁ ପାରାଦୀପ, ଏରସମା ଓ ଏହାର ଆଖପାଖ ଅଞ୍ଚଳର ଅବସ୍ଥା ବେହାଲ ହୋଇଛି। ଧାନ କିଆରିରେ ପାଣି ଜମିଥିବାରୁ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି। ଏରସମାର ଚାଷୀ ବଂଶୀଧର ବେହେରା, ଅମୂଲ୍ୟ ମହାନ୍ତି, ପ୍ରସନ୍ନ କୁଅଁର, ନିକୁଞ୍ଜ କିଶୋର ସ୍ବାଇଁ, ରଞ୍ଜନ ଖଣ୍ଡୁଆଳ ପ୍ରମୁଖ କ୍ଷତିପୂରଣ ଦାବି କରିଛନ୍ତି। ତିର୍ତ୍ତୋଲ ବ୍ଲକରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ହଁସୁଆ, ବୃଦ୍ଧା, ଧନୁଆ, ଅଶୃଙ୍ଖଳା ସଫେଇରେ ବର୍ଷାଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଥିବାରୁ ଉଭୟ ପାର୍ଶ୍ୱରେ ଥିବା ଚାଷ ଜମିଗୁଡ଼ିକରେ ପାଣି ଜମି ରହିଛି।

ରଘୁନାଥପୁର ବ୍ଲକର ଅନେକ ଚାଷ ଜମିରେ ପାଚିଲା ଧାନ ଶୋଇଯାଇଥିବା ବେଳ ଏହା ଉପରେ ଏକ ଫୁଟ ଉଚ୍ଚର ପାଣି ଲହଡି ମାରୁଛି। ବର୍ଷାଯୋଗୁ ବ୍ଲକର ସମସ୍ତ ପଞ୍ଚାୟତରେ ଧାନ ଓ ପରିବା ଚାଷ କ୍ଷତିଗ୍ରସ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି। ନାଉଗଁା ବ୍ଲକରେ ଚଳିତ ବର୍ଷ ୭ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ ଖରିଫ ଧାନ ଚାଷ ହୋଇଥିଲା। ଧାର କରଜ କରି ଚାଷୀ ଅମଳକୁ ଜଗିଥିବା ବେଳେ ବାତ୍ୟା ‘ଜଓ୍ବାଦ’ ଦାଉ ସାଧିଛି। ଚାଷ ଜମିରେ ପାଣି ଜମିଥିବାରୁ ପାଚିଲା ଧାନ ଗଜା ହେବା ଆଶଙ୍କା ସୃଷ୍ଟି ହୋଇଛି। ସେହିପରି ପରିବା ଫସଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। କ୍ଷୟକ୍ଷତି ତଦନ୍ତ କରି ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ନବନିର୍ମାଣ କୃଷକ ସଙ୍ଗଠନ ଜିଲା ସହସଂଯୋଜକ ଅଶୋକ ସ୍ବାଇଁ, ବ୍ଳକ ସଂଯୋଜକ ପ୍ରଫୁଲ୍ଲ ପରିଡା, ଏଆଇକେକେଏମ୍‌ଏସ୍‌ର ଜିଲା ସଭାପତି ସୁବାସ ସ୍ବାଇଁ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଠକି ପାରିବନି ହସ୍ପିଟାଲ! ଲାଗିବ ରେଟ୍‌ ଚାର୍ଟ

ନୂଆଦିଲ୍ଲୀ,୧୩।୧୦: ସ୍ବଚ୍ଛ, ଉତ୍ତରଦାୟୀ ଏବଂ ରୋଗୀ କୈନ୍ଦ୍ରିକ ସ୍ବାସ୍ଥ୍ୟସେବା ପ୍ରଦାନକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ସ୍ବରୂପ ହସ୍ପିଟାଲଗୁଡ଼ିକରେ ସ୍ବାସ୍ଥ୍ୟସେବା ଦର ସ୍ପଷ୍ଟ ଭାବେ…

ସ୍ବଚ୍ଛତାକୁ ଜଳସମ୍ପଦ ବିଭାଗର ଗୁରୁତ୍ୱ, ପ୍ରକଳ୍ପର ବାସ୍ତବତା ନିରୀକ୍ଷଣ କରିବ ‘ଡ୍ରୋନ୍‌’

ଭୁବନେଶ୍ୱର,୧୩।୧୦(ରବିନାରାୟଣ ଜେନା): ଜଳସେଚନ ପ୍ରକଳ୍ପର କାର୍ଯ୍ୟାନ୍ବୟନରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ବଢ଼ାଇବା ସହ କାମର ଅଗ୍ରଗତି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଆଗାମୀ ଦିନରେ ଡ୍ରୋନ୍‌…

ପାନାମାରେ ଶକ୍ତିଶାଳୀ ଭୂକମ୍ପ, ଭାଙ୍ଗିଲା ୯୦୦ରୁ ଅଧିକ ଘର

ପାନାମା ସିଟି,୧୩।୧୦: ଶୁକ୍ରବାର ପାନାମାର ଦକ୍ଷିଣ ଉପକୂଳ ନିକଟରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହେବା ପରେ, ସୋମବାର ୬ ତୀବ୍ରତା ବିଶିଷ୍ଟ ଆଉ ଏକ ଭୂକମ୍ପ…

ନିର୍ମାଣ ହୋଇ ୭ବର୍ଷ ବିତିଗଲାଣି, କାର୍ଯ୍ୟକ୍ଷମ ହୋଇପାରୁନି ଆଦିବାସୀ ହଷ୍ଟେଲ

କେସିଙ୍ଗା,୧୩।୧୦(ତୁମେଶ୍ୱର ସାହୁ): ଗରିବ ଆଦିବାସୀ ହରିଜନ ଛାତ୍ରୀଛାତ୍ରଙ୍କୁ ରହିବା ଖାଇବା ଠାରୁ ମାଗଣାରେ ପାଠ ପଢିବା ପାଇଁ ପୂର୍ବର ବିଜେଡି ସରକାର କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର…

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ଦକ୍ଷିଣ ଓଡ଼ିଶା ଜୋନ-ଏ କ୍ରିକେଟ ଟୁର୍ନାମେଣ୍ଟ: ପୋଡ଼ାମାରିକୁ ହରାଇ ପାଟପୁର ଚାମ୍ପିୟନ

ଦିଗପହଣ୍ଡି,୧୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଦକ୍ଷିଣ ଓଡ଼ିଶା ଜୋନ-ଏ ଆନ୍ତଃ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?